Browsing author

SATYA SANDHANA DESK

ବନ୍ଧୁକ ସହ ୫ରାଉଣ୍ଡ ଜୀବନ୍ତ ଗୁଳି ଜବତ

ଭୁବନେଶ୍ୱର,୯ା୯(ଏସଏସନିଉଜ)ଘରନିର୍ମାଣକୁ ନେଇ ଉପୁଜିଥିବା ବିବାଦ ଯୋଗୁ ବନ୍ଧୁକଦେଖାଇ ଜୀବନରେ ମାରିଦେବାକୁ ଧମକଦେବା ଅଭିଯୋଗରେ ଲକ୍ଷ୍ମୀସାଗରଥାନା ପୋଲିସ ସୋମବାରଦିନ ଜଣଙ୍କୁ ଗିରଫକରିକୋର୍ଟଚାଳଣକରିବା ସହ ଏକ ବନ୍ଧୁକ ଓ ପାଞ୍ଚ ରାଉଣ୍ଡ ଜୀବନ୍ତ ଗୁଳି ଜବତ କରିଛି । ଝାରପଡା ଦୋଳମଣ୍ଡପସାହିର ପ୍ରିୟଙ୍କାବେହେରା ଲକ୍ଷ୍ମୀସାଗରଥାନା ରେ କରିଥିବା ଅଭିଯୋଗ ଅନୁଯାୟୀ ରମେଶ ତାଙ୍କ ନିକଟ ସମ୍ପର୍କୀୟ ହୋଇଥିବାବେଳେ ଘରକୁଘର ଲାଗିକରି ରହିଛି । ଘର ନିର୍ମାଣକୁ ନେଇ ଉଭୟଙ୍କ ମଧ୍ୟରେ କିଛି ବିବାଦ ଲାଗି ରହିଥିଲା । ଗୁରୁବାରଦିନ ଅଭିଯୁକ୍ତ […]

ସାପକାମୁଡ଼ାରେ ୩ ନାବାଳିକାଝିଅ ମୃତ

ବୌଦ୍ଧ,୯ା୯(ଏସଏସନିଉଜ) ଟିକରପଡ଼ା ପଞ୍ଚାୟତର ଚରିଆପଲି ଗ୍ରାମରେ ସାପ କାମୁଡ଼ାରେ ଗୋଟିଏ ପରିବାରର ୩ ନାବାଳିକା ଝିଅଙ୍କର ମୃତ୍ୟୁ ହୋଇଛି। ଏହାଛଡ଼ା ବାପା ସାଲେନ୍ଦ୍ର ମଲିକ ଗୁରୁତର ଅବସ୍ଥାରେ ବୁର୍ଲା ସ୍ଥାନାନ୍ତର ହୋଇଛନ୍ତି। ମୃତା ତିନି ନାବାଳିକା ଝିଅ ହେଲେ ସ୍ମୃତିରେଖା ମଲିକ (୧୨ ), ଶୁଭରେଖା ମଲିକ (୯), ସୁରଭି ମଲିକ (୩)। ସମସ୍ତେ ଘର ଚଟାଣରେ ଶେଯ ପାରି ଶୋଇଥିବା ବେଳେ ରାତି ପ୍ରାୟ ୧ଟା ବେଳେ କୌଣସି ବିଷାକ୍ତ ସାପ କାମୁଡ଼ି ଥିଲା। ଏକ […]

ମାଟି ଅତଡ଼ା ଖସି ରାସ୍ତା ଅବରୋଧ

ମାଲକାନଗିରି, ୯ା୯(ଏସଏସନିଉଜ) ମାଟି ଅତଡ଼ା ଧସି ରାସ୍ତା ଅବରୋଧ ହେବାଫଳରେ ଚିତ୍ରକୋଣ୍ଡା ବ୍ଲକ ସମେତ ପ‌ଡ଼ୋଶୀ ଆନ୍ଧ୍ର ପ୍ରଦେଶକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି। ଚିତ୍ରକୋଣ୍ଡା ବ୍ଲକ ଠାରୁ ମାଲକାନଗିରି ଜିଲ୍ଲା ଓ ଜୟପୁରକୁ ଯୋଗାଯୋଗ କରୁଥିବା ଚିତ୍ରକୋଣ୍ଡା ଘାଟି ମୁଖ୍ୟ ରାସ୍ତାର ଭଲଭ ହାଉସ ଛକ ନିକଟରେ ମାଟି ଅତଡ଼ା ଖସିଛି । ଗତ ଦୁଇଦିନ ଧରି ଲଘୁଚାପଜନିତ ଲାଗିରହିଥିବା ଲଗାଣ ବର୍ଷା ଯୋଗୁଁ ଗତକାଲି ଠାରୁ ରାସ୍ତାଟି ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଯାଇଛି। ଫଳରେ ଚିତ୍ରକୋଣ୍ଡା […]

ମାନବିକତା ଦେଖାଇଲେ ମନ୍ତ୍ରୀ

ମାଲକାନଗିରି, ୯ା୯(ଏସଏସନିଉଜ) ଗତକାଲି ଅପରାହ୍ନରେ ଗୋଳନ୍ଥରା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ନଂ ୧୬ କନିଷି ହାଟ ଛକ ଠାରେ ରାସ୍ତା ପାର ହେଉଥିବା ତଥା କନିଷି ହାଟରେ ନଡ଼ିଆ କଦଳୀ ବିକ୍ରରି କରୁଥିବା ଚିକିଟି ଲକ୍ଷ୍ମୀ ଆମ୍ମାକୁ ଏକ ଦୃତଗାମୀ ଅଟୋ ଧକ୍କା ଦେଇ ଘଟଣା ସ୍ଥଳରୁ ଫେରାଇ ହୋଇଯାଇଥିଲା ।ମହିଳାଜଣଙ୍କ ଆହାତ ଅବସ୍ଥାରେ ରାସ୍ତା କଡ଼ରେ ପଡ଼ି ରହିଥିବା ବେଳେ ସେହି ରାସ୍ତା ଦେଇ ଯାଉଥିବା ରାଜ୍ୟ ପରିବହନ ଖଣି ଓ ଇସ୍ପାତମନ୍ତ୍ରୀ ବିଭୂତି […]

କାଟେଣୀ ଅଞ୍ଚଳରେ ସିଂଘ ବୁଲିବା ଭିଡିଓ ଭାଇରାଲ

ବାରଙ୍ଗ,୮ା୯(ଏସଏସନିଉଜ)ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଜଙ୍ଗଲ ନିକଟ କାଟେଣି ଅଞ୍ଚଳରେ ଥିବା ଏକ ପେଟ୍ରୋଲ ପମ୍ପଠାରେ ଏକ ସିଂହ ବୁଲିବା ଭିଡିଓ ଭାଇରାଲ ହେବାରେ ଲାଗିଛି ।ରବିବାରଦିନ ଏହି ଭିଡିଓ ଭାଇରାଲ ହେବାପରେ ଅଂଚଳରେ କୋକୁଆ ଭୟ ଖେଳିଯାଇଛି ।ଯାହାଫଳରେ ସନ୍ଧ୍ୟାହେବା ମାତ୍ରେ ସାଧାରଣ ଲୋକ ଘରୁବାହାରିବାକୁ ନିରାପଦ ମଣୁନାହାନ୍ତି ।ଭିଡିଓ ଭାଇରାଲହେବାପରେ କାଟେଣୀ ଅଂଚଳରେ ସନ୍ଧ୍ୟା ସମୟରେ ଦୋକାନ ବଜାର ବନ୍ଦ ହୋଇଯାଇଛି ।ପାଖରେ ନନ୍ଦନକାନନ ଥିବାରୁ ସାଧାରଣଲୋକଙ୍କ ସନେ୍ଦହ ନନ୍ଦନକାନନ ଉପରେ ରହିଛିାକିନ୍ତୁ ନନ୍ଦନକାନନରେ ସେଭଳି […]

ଗ୍ୟାସ ବୋଝେଇ ଟ୍ୟାଙ୍କରରୁ ଗ୍ୟାସ ଲିକ

ବାରଙ୍ଗ,୮ା୯(ଏସଏସନିଉଜ)ରବିବାର ରାତିରେ ତ୍ରିଶୁଳିଆନିକଟସ୍ଥ ସୁବାସସେତୁ ଉପରେ ଗ୍ୟାସ ବୋଝେଇ ଟ୍ୟାଙ୍କରରୁ ଗ୍ୟାସ ଲିକ ହୋଇଥିବାର ଜଣାପଡିଥିଲା ।ଗାଡିଟି କଟକ ଅଭିମୁଖେ ଯାଉଥିବାବେଳେ ସୁବାସସେତୁର ମଧ୍ୟଭାଗରେ ହଠାତ ଗ୍ୟାସ ଲିକ ହୋଇଥିଲା ।ଯାହାଫଳରେ ସୁବାସସେତୁ ଉପରେ ଯାତାୟତରେ ବାଧକ ସାଜିଥିଲା ।ଏହି ଘଟଣାପରେ କେହି ସେତୁଦେଇ ଆଉ ଯାଇନଥିଲେ ।ପ୍ରାୟ ଅଧଘଂଟାକାଳ ପର୍ୟ୍ୟନ୍ତ ସେତୁଉପରେ ଟ୍ରାଫିକ ସମସ୍ୟା ଦେଖାଦେଇଥିଲା ।ଲୋକମାନଙ୍କଠାରୁ ଖବରପାଇ ଦୁଇଟି ଦମକଳ ଆସି ଘଟଣାସ୍ଥଳରେ ପହଁଚିବାବେଳକୁ ଗ୍ୟାସବୋଝେଇଗାଡିଟି ପଳାଇଯାଇଥିବାର ଜଣାପଡିଥିଲା ।

ଆଜିର ରାଶିଫଳ

ସେପ୍ଟେମ୍ବରମାସ ୦୯ତାରିଖ ୨୦୨୪ ମସିହା (ସୋମବାର)ଭାଦ୍ରବ ମାସ- ଶୁକ୍ଳପକ୍ଷ,ତିଥି- ଷଷ୍ଠୀ ସନ୍ଧ୍ୟା ଘ୦୯/୪୧ ଗତେ ସପ୍ତମୀ,ନକ୍ଷତ୍ର- ବିଶାଖା ସନ୍ଧ୍ୟା ଘ୦୬/୩୬ ଗତେ ଅନୁରାଧା,ସୁର୍ୟୋଦୟ-ପ୍ରାତଃ ଘ୦୫/୩୭/୧୫,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୨/ ୪୦,ଯୋଗିନୀ ପଶ୍ଚିମେ ରାତ୍ରି ଘ୦୯/୪୧ ଗତେ ବାୟବ୍ୟେ,ଷଷ୍ଠୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମିଥୁନ ରାଶିର ଘାତବାର,ମୃତେ ସନ୍ଧ୍ୟା ଘ୦୬/୩୬ ମଧ୍ୟେ ଓ ରାତ୍ରି ଘ ୦୯/୪୦ ଗତେ ଏକପାଦ ପୁଷ୍କର ଦୋଷ,କାଳବେଳା -ଦିବା ଘ୦୭/୦୯ ଗତେ ଘ୦୮/୪୦ ମଧ୍ୟେ,ବାରବେଳା – ଦିବା ଘ୦୨/୪୬ ଗତେ ଘ୦୪/୧୯ ମଧ୍ୟେ,ବିଶୁଦ୍ଧ ଅମୃତ […]

ଆଜିର ରାଶିଫଳ

ସେପ୍ଟେମ୍ବରମାସ ୦୮ତାରିଖ ୨୦୨୪ ମସିହା (ରବିବାର)ଭାଦ୍ରବମାସ- ଶୁକ୍ଳପକ୍ଷ,ତିଥି- ପଞ୍ଚମୀ ସନ୍ଧ୍ୟା ଘ୦୦୭/୪୧ ଗତେ ଷଷ୍ଠୀ,ନକ୍ଷତ୍ର- ସ୍ଵାତୀ ଦିବା ଘ୦୪/୦୧ ଗତେ ବିଶାଖା,ସୁର୍ୟୋଦୟ-ପ୍ରାତଃ ଘ୦୫/୩୫/୫୫,ସୂର୍ଯ୍ୟାସ୍ତ -ସନ୍ଧ୍ୟାଘ୦୫/୫୩/ ୨୬,ଯୋଗିନୀ ଦକ୍ଷିଣେ ରାତ୍ରି ଘ୦୭/୪୧ ଗତେ ପଶ୍ଚିମେ,ପଞ୍ଚମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ, ମେଷରାଶିର ଘାତବାର,ମୃତେ ଏକପାଦ ଦିବା ଘ ୦୪/୦୧ ଗତେ ଏକପାଦ ପୁଷ୍କରଦୋଷ, କାଳବେଳା ଓ ବାରବେଳା – ଦିବା ଘ୧୦/୧୩ଗତେ ଘ୦୧/୦୬ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୨୫ଗତେ ଘ୦୯/୩୮ମଧ୍ୟେ ଓ ରାତ୍ରି ଘ୦୭/୨୭ ଗତେ ଘ୦୯/୦୩ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର […]

ଭାରତ ମସଲାର ୨୫ତମ ଭାରତ ପ୍ରତିଭା ସମ୍ମାନ ସମାରୋହ

ବାରଙ୍ଗ,୭ା୯(ଏସଏସନିଉଜ) ଶିଳ୍ପ ମାଧ୍ୟମରେ ରାଜ୍ୟରେ ଅର୍ଥନୈତିକ ବିକାଶ ହୋଇପାରିବ। କ୍ଷୁଦ୍ର, ମଧ୍ୟମ, ଲଘୁ ଶିଳ୍ପ ଜରିଆରେ ଅଧିକ ରୋଜଗାର ସୃଷ୍ଟି ହୋଇପାରିବ। ଆମ ସରକାର ଏହି ସମସ୍ତ ଦିଗରେ ପ୍ରୟାସ କରୁଛନ୍ତି। ଭାରତ ମସଲା ଭଳି ସଂସ୍ଥା ଏ କ୍ଷେତ୍ରରେ ପଥ ପ୍ରଦର୍ଶକ ଭଳି ଭୂମିକା ନେଇପାରିବେ ବୋଲି କଟକ ଜିଲ୍ଲା ବାରଙ୍ଗଠାରେ ଜୟ ଭାରତ ଫାଉଣ୍ଡେସନ ଓ ଭାରତ ମସଲା ପକ୍ଷରୁ ଅନୁଷ୍ଠିତ ୨୫ତମ ଭାରତ ପ୍ରତିଭା ସମ୍ମାନ ସମାରୋହରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ […]

ସୁଭଦ୍ରା ରଥର ଶୁଭ ଉଦଘାଟନ

ଭୁବନେଶ୍ୱର,୭ା୯(ଏସଏସନିଉଜ) ଆଗାମୀ ୧୭ ତାରିଖରେ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ସୁଭଦ୍ରା ଯୋଜନା। ମହିଳା ସଶକ୍ତିକରଣ କ୍ଷେତ୍ରରେ ଏହା ଏକ ବିରାଟ ପରିବର୍ତ୍ତନ ଆଣିବ। ଏହି ଯୋଜନା ସମ୍ପର୍କରେ ରାଜ୍ୟବ୍ୟାପୀ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଆଜି ଭୁବନେଶ୍ବର ମହାତ୍ମା ଗାନ୍ଧୀ ମାର୍ଗଠାରେ ସୁଭଦ୍ରା ସଚେତନତା ରଥର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଏହି ଅବସରରେ ଉଦବୋଧନ ଦେଇ କହିଥିଲେ ଯେ ରାଜ୍ୟର ପ୍ରତ୍ୟେକ ମହିଳାଙ୍କୁ ନିଜର ସ୍ବପ୍ନ ପୂରଣ ପାଇଁ […]