ମାଲକାନଗିରି, ୯ା୯(ଏସଏସନିଉଜ) ମାଟି ଅତଡ଼ା ଧସି ରାସ୍ତା ଅବରୋଧ ହେବାଫଳରେ ଚିତ୍ରକୋଣ୍ଡା ବ୍ଲକ ସମେତ ପଡ଼ୋଶୀ ଆନ୍ଧ୍ର ପ୍ରଦେଶକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି। ଚିତ୍ରକୋଣ୍ଡା ବ୍ଲକ ଠାରୁ ମାଲକାନଗିରି ଜିଲ୍ଲା ଓ ଜୟପୁରକୁ ଯୋଗାଯୋଗ କରୁଥିବା ଚିତ୍ରକୋଣ୍ଡା ଘାଟି ମୁଖ୍ୟ ରାସ୍ତାର ଭଲଭ ହାଉସ ଛକ ନିକଟରେ ମାଟି ଅତଡ଼ା ଖସିଛି । ଗତ ଦୁଇଦିନ ଧରି ଲଘୁଚାପଜନିତ ଲାଗିରହିଥିବା ଲଗାଣ ବର୍ଷା ଯୋଗୁଁ ଗତକାଲି ଠାରୁ ରାସ୍ତାଟି ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଯାଇଛି। ଫଳରେ ଚିତ୍ରକୋଣ୍ଡା ବ୍ଲକ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଛିନ୍ନ ହୋଇ ରହିଛି।