ମେଣ୍ଢାଶାଳ,୯।୮(ଏସଏସନିଉଜ) ପାଇକ ବୀର ସଂଗ୍ରାମୀ ସହିଦି ପିଣ୍ଡିକି ବାହୁବଳେନ୍ଦ୍ରଙ୍କ ୨୦୫ତମ ବଳିଦାନ ଦିବସ ସହ କ୍ଲାନ୍ତି ଦିବସ ଦାରୁଠେଙ୍ଗ ପିଣ୍ଡିକି ପଡିଆରେ ରବିବାର ଦିନ ପାଳିତ ହୋଇଯାଇଛି l ଏହି ଦିନଟିକୁ ସହୀଦଙ୍କ ପାଈଁ ଉତ୍ସାଗ୍ରୀକୃତ କରିବା ଉଦ୍ଦେଶ୍ୟରେ କଳିଙ୍ଗ ପାଇକ ସଂଘଠନ, ପିଣ୍ଡିକି ୟୁଥ କ୍ଲବ, ଶ୍ରୀ ରାଧା ଟ୍ରଷ୍ଟ ଓ ସହିଦି ପିଣ୍ଡିକି ସ୍ମୃତି କମିଟି ଏକତ୍ରିତ ମିଶି ବଳିଦାନ ଦିବସ ପାଳନ କରିଥିଲେ l
ପ୍ରଥମେ ପଡିଆରେ ଥିବା ପିଣ୍ଡିକିଙ୍କ ପ୍ରତି୍ମୃତିରେ ମାଲ୍ୟ ଅର୍ପଣ କରାଯାଇ ତାଙ୍କ ବିରତ୍ୱର ଗାଥାର ସ୍ମୃତି ଚାରଣ, ସହିଦ ସ୍ତମ୍ଭରେ ଦୀପଦାନ ଓ ଜାତୀୟ ପତାକା ସହୀଦମାନଙ୍କ ଉଦ୍ଦେଶ୍ୟରେ ଅଧନମିତ କରାଯାଇଥିଲା ।ଏହି ଅବସରରେ କ୍ଳବଘର ପରିସରେ ଆୟୋଜିତ ଏକ ସାଧାରଣ ସଭାରେ
ମୁଖ୍ୟ ଅତିଥିଭାବେ ଆସାମ ଝିଅ ଓଡିଶା ବୋହୁ ତଥା ଓଡ଼ିଆ ଓ ଆସାମ ଲେଖିକା ମାଳବିକା ଶର୍ମା ଯୋଗଦେଇ
ପିଣ୍ଡିକିଙ୍କ ସଂଗ୍ରାମୀ ବଳିଦାନର ଗାଥା ଉପରେ ମତବ୍ୟକ୍ତ କରିଥିଲେ। ସହିଦି ପିଣ୍ଡିକି ସ୍ମୃତିକମିଟିର ସଭାପତି କବିରାଜ ବିଧାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାର ମୁଖ୍ୟବକ୍ତା ସରପଞ୍ଚ ଦାରୁଠେଙ୍ଗ ତପନ ଚକ୍ରବର୍ତ୍ତୀ,ସାରଥି ବିଶ୍ୱାଳ, ସୋନୁ ମଲ୍ଲିକ,ରୁଦ୍ରପ୍ରତାପ ବେହେରା,ଇଂ ଶିଶିର କୁମାର ନାୟକ ଭୀମସେନ ପ୍ରଧାନ, ବେଣୁଧରପାତ୍ର,ଉମାକାନ୍ତ ପୃଷ୍ଟି,କୃଷ୍ଣଚନ୍ଦ୍ର ହରିଚନ୍ଦନ, ସତ୍ୟ ବାଦୀ ବଳିୟାରସିଂହ, ଅମେରେନ୍ଦ୍ର ମହାପାତ୍ର,ପ୍ରଫୁଲ ସାମନ୍ତରାୟ, ଦେବରାଜ ବାଲାରସିଂହ,ପ୍ରଣତି ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇ
ବାହୁବଳେନ୍ଦ୍ରଙ୍କ ବିରତ୍ଵ ର ଗାରିମା ବାଖାନିଥିଲେ।ଶେଷରେ ପଣନାତୁଣୀ ରୋଜାଲିନି ବାହୁବଳେନ୍ଦ୍ର ଧନ୍ୟବାଦ ଅର୍ପଣ କରିଥିଲେ ।