ଭୁବନେଶ୍ୱର ,୯।୮(ଏସଏସନିଉଜ)ଭୁବନେଶ୍ୱର ଉପକଣ୍ଠ ଦାରୁଠେଙ୍ଗ ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଦୁଇ ଗୋଟି ଜଙ୍ଗଲୀ ହାତୀ ପଶିଆସି ଉତ୍ପାତ କରିଛନ୍ତି। ଗୋଟିଏ ଦନ୍ତା ଓ ଗୋଟେ ମାଇ ହାତୀ ଚନ୍ଦକା ଜଙ୍ଗଲରୁ ବାହାରି ଭୂଆସୁଣୀ ଦେଇ ଦାରୁଠେଙ୍ଗ ଉଚ୍ଚ ବିଦ୍ୟାଳୟ ପାଚେରୀ ଭାଙ୍ଗି ସ୍କୁଲ ହତା ଭିତରକୁ ପଶିଥିଲେ ।ସ୍କଲରେ ଲାଗିଥିବା ନଡ଼ିଆ ଗଛ, କଦଳୀ ଗଛ ଓ ଆମ୍ବ ଗଛକୁଭାଙ୍ଗି ଦଳି ଚକଟି ନଷ୍ଟ କରିଥିଲେ।ଏହାଦେଖି ସ୍କଲ ରାତ୍ର ଜଗୁଆଳି ଜଙ୍ଗଲ ବିଭାଗକୁ ଖବରଦେଲା ପରେ ବନ କର୍ମଚାରୀ ମାନେ ଆସି ହାତୀକୁ ଘଉଡ଼ାଇ ଥିଲେ ।ଏହାପରେ ହାତୀ ଅନ୍ୟ ଏକ ଜାଗାରେ ପାଚେରୀ ଭାଙ୍ଗି ସ୍କୁଲ ଭିତରୁ ବାହାରି ଗାଁଭିତରକୁ ପ୍ରବେଶ କରିଥିଲେ ।ପରେ ସାହି ରାସ୍ତା ଦେଇ ଶ୍ୟାମସୁନ୍ଦର ମୌଜା ଆଡେ ହାତୀ ପଳେଇଥିଲେ ।