ସଜେଇ ହେଉଛି ନନ୍ଦନକାନନନ

ନନ୍ଦନକାନନକୁ ଆସିବ ଆଫ୍ରିକାରୁ ଚିତା,ଅଷ୍ଟ୍ରେଲିଆରୁ ନାଲି କଙ୍ଗାରୁ

ଭୁବନେଶ୍ୱର,୧୩।୮(ଏସଏସନିଉଜ)ସଜେଇ ହେଉଛି ନନ୍ଦନକାନନ।ଆଉ ଦିନ କେଇଟା ପରେ ପ୍ରତିଷ୍ଠା ଦିବସ ପାଳିବାକୁ ଯାଉଛି।ପ୍ରତିଷ୍ଠା ଦିବସ ପୂର୍ବରୁ ନୂଆ ଜୀବଜନ୍ତୁ ଆଣି ପର୍ଯ୍ୟଟକଙ୍କୁ ନୂଆବର୍ଷର ଭେଟି ଦେବାକୁ ଯୋଜନା କରିଛି ନନ୍ଦନକାନନ।ଏଥିପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି।ନୂତନ ଜ୍ଞାନକୌଶଳ ସାଙ୍ଗକୁ ପାକୃତିକ ପରିବେଶର ଛାପ ଦିଆଯାଇ ନୂଆରୂପ ରେଖରେ ଶୋଭାପାଇବାକୁ ଯାଉଛି ବିଭିନ୍ନ ଜନ୍ତୁ ଖୁଆଡ ।
ପ୍ରକାଶଯେ, ନନ୍ଦନକାନନକୁ ବିଶ୍ଵପ୍ରସିଦ୍ଧ କରିବାପାଇ ଯୋଜନା ଆରମ୍ଭ ହୋଇଯାଇଛି।ଲକ୍ଷଲକ୍ଷ ଟଙ୍କା ବ୍ୟୟ ବରାଦରେ ପରିସରର ଉନ୍ନତିକରଣ କାର୍ଯ୍ୟ ହାତକୁ ନିଆଯାଇଛି।ଆଗକୁ ନନ୍ଦନକାନନ ତାର ପ୍ରତିଷ୍ଠାଦିବସ ଡିସେମ୍ବର ୨୯ତାରିଖରେ ପଳିବାକୁଯାଉଛି।ଏହାକୁ ଦୃଷ୍ଟିରେ ରଖି ନୂଆନୂଆ ଜୀବଜନ୍ତୁ ଆଣିବାପାଇଁ ଯୋଜନା କରିଛି ନନ୍ଦନକାନନ।ଏହି ଯୋଜନା ଆଧାରରେ ନନ୍ଦନକାନନ ପ୍ରାଣୀଉଦ୍ୟାନ ସ୍ୱୀକୃତିପ୍ରାପ୍ତ ପ୍ରାଣୀ ଉଦ୍ୟାନଗୁଡ଼ିକରୁ ଚାରିଟି ନୀଳ ୱାଇଲ୍ଡବିଷ୍ଟ,୪ଟିଚିତା,୪ଟିଜେବ୍ରା,୪ନାଲି କଙ୍ଗାରୁ ଆଣିବା ପାଇଁ ଯୋଜନା କରିଛି।ଏହାସହ ଏକ ସଂସ୍ଥାଦ୍ଵାରା ୨ଟି ଅଣ୍ଡିରା ଓ ୨ଟି ମାଈକୁ ମିଶାଇ ୪ଟି ଜେବ୍ରା ଆଣିବା ପାଇଁ ଆନୁଷ୍ଠାନିକ ଭାବେ କାର୍ଯ୍ୟାଦେଶ ଦିଆଯାଇଛି। ନୂଆଅତିଥିଙ୍କୁ ସ୍ୱାଗତ ପାଇଁ ପ୍ରସ୍ତୁତ ହେବାରେ ଲାଗିଛି ପ୍ରାଣୀଉଦ୍ୟାନ।ଡିସେମ୍ବର ୨୯ତାରିଖ ପ୍ରତିଷ୍ଠା ଦିବସକୁ କେବଳ ଅପେକ୍ଷା ।ପ୍ରଥମକରି ନନ୍ଦନକାନନରେ ଚିତାବାଘ ଦେଖିବେ ପର୍ଯ୍ୟଟକ।

Comments (0)
Add Comment