Browsing author

SATYA SANDHANA DESK

ଆଜିର ରାଶିଫଳ

ଅଗଷ୍ଟମାସ ୨୦ ତାରିଖ ୨୦୨୪ ମସିହା(ମଙ୍ଗଳବାର) ,ଶ୍ରାବଣମାସ- ଶୁକ୍ଳପକ୍ଷ,ତିଥି- ପ୍ରତିପଦ ରାତ୍ରି ଘ୦୮/୫୫ ଗତେ ଦ୍ଵିତୀୟା, ସୁର୍ୟୋଦୟ-ପ୍ରାତଃ ଘ୦୫/୩୨ /୩୫,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୮ /୩୪,ଯୋଗିନୀ ପୂର୍ବେ ରାତ୍ରି ଘ୦୮/୫୫ ଗତେ ଉତ୍ତରେ,ପ୍ରତିପଦର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, ମକର ରାଶିର ଘାତବାର,ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର,କାଳବେଳା -ଦିବା ଘ୦୭/୦୭ ଗତେ ଘ୦୮/୪୨ ମଧ୍ୟେ,ବାରବେଳା – ଦିବା ଘ୦୧/୧୯ ଗତେ ଘ୦୨/୫୪ ମଧ୍ୟେ,ଅଦ୍ୟ ମୃତେ ଏକପାଦଦୋଷ ଓ ରାତ୍ରି ଘ ୦୮/୫୫ ଗତେ ଦ୍ଵୀପାଦ ପୁଷ୍କର ଦୋଷ, […]

ଭଉଣୀକୁ ମାରିଦେଲା ଭାଇ

ବ୍ରହ୍ମପୁର ,୧୯ା୮(ଏସଏସନିଉଜ) ପବିତ୍ର ରାକ୍ଷୀ ପୂର୍ଣ୍ଣିମାରେ ଜଣେ ଭାଇ ଭଉଣୀର ଜୀବନ ନେଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରରେ। ବଡ଼ବଜାର ଥାନା ଅଞ୍ଚଳରେ ଜଣେ ସମ୍ପର୍କୀୟ ଭାଇର ଛୁରାମାଡରେ ୧୩ ବର୍ଷୀୟା ଭଉଣୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଭାଇ ଗୁରୁତର ଆହତ ହୋଇଛନ୍ତି। ତେବେ ଏହି ଘଟଣାରେ କାରଣ ଜଣାପଡିନାହିଁ। ଗୁରୁତର ଯୁବକଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।

ଆସନ୍ତାବର୍ଷ ହେବ ଛାତ୍ରସଂସଦ ନିର୍ବାଚନ

ଭୁବନେଶ୍ୱର, ୧୯ା୮(ଏସଏସନିଉଜ) ଆସନ୍ତା ବର୍ଷରୁ ହେବ ଛାତ୍ର ସଂସଦ ନିର୍ବାଚନ ହେବାନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ବିଭିନ୍ନ କଲେଜରେ ଛାତ୍ର ସଂସଦ ନିର୍ବାଚନ ନେଇ ସମସ୍ତ ପ୍ରସ୍ତୁତି କରାଯିବ । ଛାତ୍ର ସଂସଦ ନିର୍ବାଚନ ନେଇ ନିଷ୍ପତ୍ତି ହୋଇସାରିଥିବା ପ୍ରକାଶ କରିଛନ୍ତି ଆଇନ ମନ୍ତ୍ରୀ ।ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ନୂଆହାଟ ସ୍ଥିତ ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟର ୪୫ ତମ ପ୍ରତିଷ୍ଠା ଦିବସରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ […]

ଚାଲିଗଲା ରାମୁର ଜୀବନ

ଭୁବନେଶ୍ୱର, ୧୯ା୮(ଏସଏସନିଉଜ) ଖୋର୍ଦ୍ଧା ଜିଲ୍ଲାର ସବୁଠୁ ବଡ଼ ଦନ୍ତାହାତୀ ରାମୁର ମୃତ୍ୟୁ ହୋଇଛି ।ସୋମବାରଦିନ ତାର ମୃତୁ୍ୟହୋଇଥିବାନେଇ ବିଦୁ୍ୟତବିଭାଗ ବନବିଭାଗକୁ ଜଣାଇବାପରେ ରାମୁ ମୃତୁ୍ୟ ବିଷୟ ଜଣାପଡିଥିଲା ।ତେବେ ରାମୁର ମୃତୁ୍ୟ ବିଦୁ୍ୟତଆଘାତ ନା ଆଉ କଣ ତାହା ଜାଣିବାପାଇଁ ବନବିଭାଗ ତଦନ୍ତ ଆରମ୍ଭ କରିଛି । ଦନ୍ତାହାତୀ ରାମୁ ମୃତଦେହର ପୋଷ୍ଟମର୍ଟମ ପରେ ମୃତୁ୍ୟର ପକୃତ କାରଣ ଜଣାପଡିବ ବୋଲି କୁହାଯାଇଛି ।

ଆଜିର ରାଶିଫଳ

[ଗହ୍ମାପୂର୍ଣିମା ଓ ରାକ୍ଷୀବନ୍ଧନ]୧୯-୮-୨୦୨୪ (ସୋମବାର)ଅଦ୍ଯ ସିଂହ ଦି୪ନ, ଶ୍ରାବଣଶୁକ୍ଳ ପୂର୍ଣ୍ଣିମା ଦ୪୬।୫୬ ରାଘ ୧୨।୧୭ ଶ୍ରବଣା ଦ୯।୪ ଦିଘ ୯।୯,ମକର ଚନ୍ଦ୍ର ଦ୩୬।୨ ରାଘ୭।୫୬। ଯୋଗିନୀ ବାୟବ୍ୟେ ।ରାତ୍ରି ଘ୧୨।୧୭ ଗତେପୂର୍ବେ ।ଯାତ୍ରାଦି ଶୁଭ କର୍ମ ନାସ୍ତି ।ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ରଶୁଦ୍ଧି ।ଦିବା ଘ୯।୯ ଗତେ ଶତଭିଷା ପୂର୍ବଭାଦ୍ର ରେବତୀ ଦ୍ଵିଜା ରୋହିଣୀ ଆର୍ଦ୍ରା ପୁନର୍ବସୁ ଅଶ୍ଲେଷା ପୂର୍ବାଫାଃ ହସ୍ତା ସ୍ୱାତୀ ବିଶାଖା ଜ୍ୟେଷ୍ଠା ପୂର୍ବାଷାଢ଼ା ଶ୍ରବଣା ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ।ରାତ୍ରି […]

ଶ୍ରୀମନ୍ଦିରରେ ମିଳିବ ମାଗଣା ମହାପ୍ରସାଦ

ପୁରୀ,୧୮ା୮(ଏସଏସନିଉଜ)ଶ୍ରୀମନ୍ଦିରକୁ ଆସୁଥିବା ପ୍ରତ୍ୟେକ ଭକ୍ତଙ୍କୁ ମିଳିବ ମାଗଣା ମହାପ୍ରସାଦ । ପ୍ରତ୍ୟେକ ଦିନ ଲକ୍ଷେରୁ ଅଢେଇ ଲକ୍ଷ ଭକ୍ତ ପାଇବେ ପ୍ରସାଦ। ଏଥିପାଇଁ ବିଭିନ୍ନ ଦାତାଙ୍କ ସହ ଆଲୋଚନା ହୋଇଛି।ଏହି ପ୍ରକ୍ରିୟା ଆରମ୍ଭ ହେବା ପରେ ଯେଭଳି ଅଧାରୁ ବନ୍ଦ ନହୁଏ ସେ ଦିଗରେ ଆନୁସଙ୍ଗିକ ବ୍ୟବସ୍ଥା ମାନ ପ୍ରସ୍ତୁତ ହେଉଛିା ଶ୍ରୀମନ୍ଦିର ଆସୁଥିବା ପ୍ରତ୍ୟେକ ଭକ୍ତ ଅବଢ଼ା ଟିକିଏ ପାଇପାରିବେ ସେନେଇ ବ୍ୟବସ୍ଥା କରାଯାଉଛି ବୋଲି ଆଇନମନ୍ତ୍ରୀ ପୃଥୀରାଜ ହରିଚନ୍ଦନ କହିଛନ୍ତି।ଏହାସହ ଶ୍ରୀମନ୍ଦିର ଭକ୍ତଙ୍କ ଗହଳି […]

ଆପର୍ଟମେଂଟରୁ ଚୋରୀ

ମେଣ୍ଢାଶାଳ,୧୭/୮(ଏସଏସନିଉଜ)ଚନ୍ଦକାଥାନା ଅଧିନସ୍ଥ ଲୋଟସ ଏଭେନ୍ୟୁ ଆପର୍ଟମେଣ୍ଟର ୨ଟି ଫ୍ଲାଟରୁ ତାଲାଭାଙ୍ଗି ଚୋରୀହେବାର ୧୨ଦିନ ବିତିଯାଇଥିଲେ ମଧ୍ୟ ଅଦ୍ୟାବଧି ଚୋରମାନଙ୍କ ପତା କିମ୍ବା ଚୋରୀସାମଗ୍ରୀ ଉଦ୍ଧାର କରିବାରେ ସଫଳ ହୋଇପାରିନାହିଁ ପୋଲିସ । ପ୍ରକାସଯେ, ଗତ୫ତାରିଖବିଳମ୍ଭିତରାତିରେ ୪ଜଣ ମୁଖାପିନ୍ଧା ଚୋର ଲୋଟସ ଏଭେନ୍ୟୁ ଆପାର୍ଟମେଟଭିତରେ ପଶିଥିଲେ ।ଏହାଜାଣିପାରି ଦାୟିତ୍ୱରେ ଥିବା ସୁରକ୍ଷାକର୍ମୀମାନେ ସେମାନଙ୍କୁ ବିରୋଧ କରିଥିଲେ ।କିନ୍ତୁ ମୁଖାପନ୍ଧା ଚୋରମାନେ ସେମାନଙ୍କୁ ଭୁଜାଲିରେ ହାଣିଦେବାକୁ ଉଦ୍ୟମକରିବାସହ ବୋମିଂକରିବାକୁ ଧମକ ଦେଇଥିଲେ ।ସୁରକ୍ଷାକର୍ମୀମାନଙ୍କୁ ଭୟଭିତକରି ଏକ ଜାଗାରେ ରଖି ଅନ୍ୟ୩ଜଣ […]

ଖୁସିକୁ ମିଳିବ ସାଥି

ବାରଙ୍ଗ,୧୭/୮(ଏସଏସନିଉଜ)ପ୍ରାଣୀଉଦ୍ୟାନ ନନ୍ଦନକାନନକୁ ଆସିବାକୁଯାଉଛି ହଳେ ଜିରାଫ ।ଦୀର୍ଘଦିନର ବ୍ୟବଧାନପରେ ଖୁସିକୁ ମିଳିବାକୁଯାଛି ତାର ସାଥି । ସାଥିବିନା ନିସଙ୍ଗ ଜୀବନ ଜିଉଥିବା ଖୁସିକୁ ୧୧ଜୁଲାଇ୨୦୧୨ମସିହାରେ ଦେଢବର୍ଷର ହୋଇଥିବାବେଳେସିମ୍‌ଡାଜିଖୁସିକୁ ନନ୍ଦନକାନନକୁ ଅଣାଯାଇଥିଲା ।ପଶୁପକ୍ଷୀଅଦଳବଦଳପ୍ରକିୟାରେ ଖୁସିପାଇଁ ନନ୍ଦନକାନନକୁ ସିମ୍ପାଜି କାର୍ତିକ ଓ ସୁଭଦ୍ରାକୁ ଦେବାକୁପଡିଥିଲା । କଲିକତାରୁ ଖୁସିପାଇଁ ୬ବର୍ଷବୟସ୍କଜୟନାମକ ଜିରାଫକୁ ୨୪ଫ୍ରେବୁଆରୀ୨୦୧୬ରେ ନନ୍ଦନକାନନକୁ ଅଣାଯାଇଥିବାବେଳେ ଆସିବାର ୪ଦିନପରେ ମୃତ୍ୟୁବରଣ କରିଥିଲା ।ସେହିଦିନଠାରୁ ସାଥିକୁ ଅପେକ୍ଷାକରି ଜିବନ ଜିଉଥିବା ଖୁସି ଏବେ ସାଥିପାଇବାକୁ୍ ଯାଉଛି ।ନନ୍ଦନକାନନର ୪ଜଣିଆ ଦଳ କଲିକତା […]

ସିଆଇଏସଏଫରେ ୪୬ତମ କନେଷ୍ଟବଳ ବ୍ୟାଚର ପାସିଂଆଉଟ ପରେଡ

  ବାରଙ୍ଗ,୧୭/୮(ଏସଏସନିଉଜ)ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଅଧିନସ୍ଥ ମୁଣ୍ଡଳୀସ୍ଥିତ ସିଆଇଏସ ଏଫ ଖାରବେଳ ଆଞ୍ଚଳିକ ତାଲିମ କେନ୍ଦ୍ର ପରିସରରେ ୪୬ତମ କନେଷ୍ଟବଳ ବ୍ୟାଚର ପାସିଂ ଆଉଟ ପରେଡ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଶିକ୍ଷଣ ପ୍ରତିଷ୍ଠାନରେ ୯୨୨ ଜଣ ପ୍ରଶିକ୍ଷାର୍ଥ ୪୩ସପ୍ତାହ ଧରି ମୌଳିକ ପ୍ରଶିକ୍ଷଣ ନେଇଥିଲେ। ଏହି ସମୟ ମଧ୍ୟରେ ସେମାନଙ୍କୁ ସମସ୍ତ କ୍ଷେତ୍ରରେ ସର୍ବୋତ୍ତମ ପ୍ରଶିକ୍ଷଣ ଦିଆଯାଇଥିଲା। ମୁଖ୍ୟଅତିଥି ଭାବେ କଲିକତା ସିଆଇଏସଏଫର ମହାନିରୀକ୍ଷକ ଶିଖର ସହାଇ ଯୋଗଦେଇଥିଲେ। ମୁଣ୍ଡଳୀ ସିଆଇଏସଏଫର ଉପ ମହାନିରୀକ୍ଷକ […]

ନବୀନନିବାସରେ ‘ଦମନ’ ଟିମ୍

ଭୁବନେଶ୍ବର,୧୭/୮(ଏସଏସନିଉଜ)ମେଲେରିଆ ସଚେତନତା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରି ଜାତୀୟ ପୁରସ୍କାର ଲାଭ କରିଥିବା ଦମନ ଫିଲ୍ମର କଳାକାର ତଥା ନିର୍ଦ୍ଦେଶକ ଆଜି ନବୀନ ନିବାସଠାରେ ବିରୋଧି ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ତାଙ୍କ ଆଶୀର୍ବାଦ କାମନା କରିଥିଲେ ।ଦମନ ଶ୍ରେଷ୍ଠ ଓଡ଼ିଆ ଚଳଚିତ୍ରଭାବରେ ଜାତୀୟ ପୁରସ୍କାର ଲାଭ କରିଥିବାରୁ ଶ୍ରୀ ପଟ୍ଟନାୟକ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ । ଆଗାମୀ ଦିନରେ ସାମାଜିକ ସଚେତନତା ଉପରେ ଆଧାରିତ ଅଧିକରୁ ଅଧିକ ଓଡ଼ିଆ ଚଳଚିତ୍ର ନିର୍ମାଣ […]