Browsing author

SATYA SANDHANA DESK

ମେଣ୍ଢାଶାଳରେ ଝୁଲଣଯାତ୍ରାରେ ବାଦି ପାଲା

ମେଣ୍ଢାଶାଳ,୨୦ା୮(ଏସଏସନିଉଜ)ମେଣ୍ଢାଶାଳଗ୍ରାମର ଇଷ୍ଟଦେବ ଶ୍ରୀଶ୍ରୀ ଭାଗବତବାସୁଦେବଙ୍କ ମନ୍ଦିର ସମ୍ମୁଖରେ ସବୁବର୍ଷପରି ଚଳିତବର୍ଷ ପଞ୍ଚଦିବସୀୟ ଝୁଲଣଯାତ୍ରା ଅନୁଷ୍ଠିତ ହୋଇଯାଇଛି।ଏହି ଝୁଲଣଯାତ୍ରା ସୋମବାରରାତିରେ ଉଦଯାପିତ ହୋଇଯାଇଛି।ଝୁଲଣଯାତ୍ରା ଉପଲକ୍ଷେ ବାଦିପାଲା ଅନୁଷ୍ଠିତ ହୋଇଯାଇଥିଲା।ଗାୟକ ରସସାଗର ବସନ୍ତକୁମାରବେହେରା,ବାଣୀରତ୍ନ ନିରଞ୍ଜନସ୍ଵାଇ ଯୋଗଦେଇ ପ୍ରତିଦିନ ପାଲା ପରିବେଷଣ କରିଥିଲେ।ପ୍ରତିଦିନ ସନ୍ଧ୍ୟାସମୟରେ ଠାକୁରଙ୍କୁ ସୁସଜ୍ଜିତ ବିମାନରେ ବସାଜିବାପରେ ଝୁଲଣ ସହ ପାଲା ପରିବେଶଣ କରାଯାଇଥିଲା ।ଝୁଲଣ ଓ ପାଲା ମଣ୍ଡପକୁ ଭାରତଭୁଷଣ ମହାରଣାଙ୍କ ଦ୍ଵାରା ଆକର୍ଷଣୀୟ ଭାବେ ସଜାଯାଇଥିଲ।ପ୍ରତ୍ୟେକ ସଂଧ୍ୟାରେ ଗ୍ରାମବାସୀମାନେ ଉପସ୍ଥିତ ରହି ଏହାକୁ ଉପଭୋଗ କରୁଥିଲେ।(ପଦ୍ମଚରଣ […]

ଆଜିର ରାଶିଫଳ

ଅଗଷ୍ଟମାସ ୨୧ତାରିଖ ୨୦୨୪ ମସିହା(ବୁଧବାର) ଭାଦ୍ରବମାସ- କୃଷ୍ଣପକ୍ଷ,ତିଥି- ଦ୍ଵିତୀୟା ଦିବା ଘ୦୫/୨୬ଗତେ ତୃତୀୟା,ସୁର୍ୟୋଦୟ-ପ୍ରାତଃ ଘ୦୫/୩୨ /୪୫,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୭ /୫୨,ଯୋଗିନୀ ଉତ୍ତରେ ଦିବାଘ୦୫/୨୭ଗତେ ଅଗ୍ନିକୋଣରେ,ଦ୍ଵିତୀୟାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,କର୍କଟରାଶିର ଘାତବାର,ମିଥୁନ ଓ ମୀନରାଶିର ଘାତଚନ୍ଦ୍ର,କାଳବେଳା -ଦିବା ଘ୧୨/୦୦ ଗତେ ଘ୦୧/୩୫ ମଧ୍ୟେ,ବାରବେଳା -ଦିବା ଘ୧୧/୪୮ ଗତେ ଘ୦୧/୨୩ମଧ୍ୟେ,ଅଦ୍ୟ ମୃତେ ଦ୍ଵୀପାଦଦୋଷ ଓ ଦିବା ଘ ୦୫/୨୬ଗତେ ରାତ୍ରିଘ୦୧/୨୫ ମଧେ ଦ୍ଵୀପାଦ ପୁଷ୍କରଦୋଷ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୦୮ମଧ୍ୟେ ଓ ରାତ୍ରି ଘ୦୬/୫୨ଗତେ ଘ୦୯ /୧୭ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- […]

ରାଜ୍ୟରେ ଅଛନ୍ତି ୨୭ ମହାବଳ ବାଘ

ଭୁବନେଶ୍ବର,୨୦ା୮(ଏସଏସନିଉଜ)ରାଜ୍ୟରେ ଅଛନ୍ତି ୨୭ ମହାବଳ ବାଘ ଓ ୨୦୯୮ ହାତୀାବିଧାନସଭାରେ ଜଙ୍ଗଲ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ଏକ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ।ସେ କହିବାଅନୁଯାୟୀ ଭିତରକନିକାରେ ୧୮୫୦ ବଉଳା କୁମ୍ଭୀର, ମହାନଦୀରେ ୧୪ ଘଡ଼ିଆଳ କୁମ୍ଭୀର,ସାତକୋଶିଆରେ ୯୭, ଶିମିଳିପାଳରେ ୭୬, ଘୋଡ଼ାହାଡ଼ରେ ୮୪ ଗୋମୁହାଁ କୁମ୍ଭୀର ଅଛନ୍ତି ।ସେହିଭଳିଭାବେ ଚିଲିକା ଓ ସାମୁଦ୍ରିକ ଅଞ୍ଚଳରେ ରହିଛନ୍ତି ୭୪୩ ଡଲ୍‌ଫିନ୍ ଥିବାର ସେ ପ୍ରକାସ କରିଛନ୍ତି ।

ମମତା ମହାନ୍ତଙ୍କୁ ପ୍ରାର୍ଥୀ କଲା ବିଜେପି

ଭୁବନେଶ୍ବର,୨୦ା୮(ଏସଏସନିଉଜ) ମଙ୍ଗଳବାରଦିନ ରାଜ୍ୟସଭାପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ନିକଟରେ ବିଜେଡି ଛାଡ଼ି ବିଜେପିରେ ମିଶିଥିବା ମମତା ମହାନ୍ତଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଛି। ରାଜ୍ୟସଭା ପ୍ରାର୍ଥୀ ପାଇଁ ବିଜେପି ରାଷ୍ଟ୍ରୀୟ ମହାସଚିବ ଓ ମୁଖ୍ୟାଳୟ ପ୍ରଭାରୀ ଅରୁଣ ସିଂହ ଘୋଷଣା କରିଛନ୍ତି।ମମତାମହାନ୍ତ ୨୦୨୦ମସିହାରେ ବିଜେଡି ରାଜ୍ୟସଭା ପଠାଇଥିଲା। ଗତ ଜୁଲାଇ ୩୧ ତାରିଖରେ ସେ ରାଜ୍ୟସଭା ଓ ବିଜେଡିରୁ ଇସ୍ତଫା ଦେଇଥିଲେ । ମମତା ମହାନ୍ତ ହେଉଛନ୍ତି କୁଡ଼ୁମୀ ସଂପ୍ରଦାୟର ଜଣେ ଟାଣୁଆ ନେତ୍ରୀ।

ସଚିବ ସ୍ତରୀୟ ବୈଠକ

ଭୁବନେଶ୍ଵର,୨୦ା୮(ଏସଏସନିଉଜ)ଆଜି ମୁଖ୍ୟମନ୍ତ୍ରୀ ମୋହନଚରଣମାଝୀ ଲୋକସେବାଭବନରେ ସମସ୍ତବିଭାଗୀୟ ସଚିବମାନଙ୍କୁ ବିଭିନ୍ନ ବିକାଶମୂଳକ କାର୍ୟ୍ୟକ୍ରମକୁ ତ୍ୱରାନ୍ୱିତ କରି ଯୋଜନା ଖର୍ଚ୍ଚ ବୃଦ୍ଧି କରିବାକୁ ପରାମର୍ଶ ଦେଇଛନ୍ତି। ଏହାସହିତ ବିଭିନ୍ନ କ୍ଷେତ୍ରରେ ଅଧିକ ପୁଞ୍ଜି ବିନିଯୋଗ କରି ଅଭିବୃଦ୍ଧି ତ୍ୱରାନ୍ୱିତ କରିବାକୁ ସେ ପରାମର୍ଶ ଦେଇଥିଲେ। ସେ କହିଥିଲେ ଯେ ଅଭିବୃଦ୍ଧି ତ୍ୱରାନ୍ୱିତ ହେଲେ ନିଯୁକ୍ତି ସୁଯୋଗ ମଧ୍ୟ ବୃଦ୍ଧି ପାଇବ। ବିଭିନ୍ନ ବିଭାଗ, ବିଶେଷ କରି ଭିତ୍ତିଭୂମି ନିର୍ମାଣ ଦାୟିତ୍ୱରେ ଥିବା ବିଭାଗ ଗୁଡିକ ଆବଶ୍ୟକ ସ୍ଥଳେ ଅଧିକ ଗ୍ଧରମଷଦ୍ଭସମବକ୍ଷ […]

ଭିଜିଲାନ୍ସ ହାବୁଡ଼ରେ ଆର୍‌ଆଇ ଓ ଅମିନ

ସମ୍ବଲପୁର,୨୦/୮(ଏସଏସନିଉଜ) ଭିଜିଲାନ୍ସ ହାବୁଡ଼ରେ ପଡିଛନ୍ତି ସମ୍ବଲପୁର କେଶେଇବାହାଲ ଆର୍‌ଆଇ ଓ ଅମିନ।ଜମି ମାମଲାର ଇନକ୍ୱାରୀ ପାଇଁ ୭ହଜାର ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି।ପୂର୍ବରୁ ୩ ହଜାର ନେଇଥିବା ବେଲେ ଆଜି ୭ ହଜାର ନେଉଥିବାବେଲେ ଧରପଡିଛନ୍ତି ଆର୍‌ଆଇ ତୁଳସା ପ୍ରଧାନ ଓ ଅମିନ ମୁକେଶ ସାହୁ।ଉଭୟଙ୍କ ଘରେ ଭିଜିଲାନ୍ସ ରେଡ୍ ମଧ୍ୟ କରିଛି।

ପୁରୀରେ ଖଜାପାଇଁ ହତ୍ୟା

ପୁରୀ,୨୦/୮(ଏସଏସନିଉଜ)ପୁରୀରେଖଜାବେପାରକୁ ନେଇ ହତ୍ୟାକାଣ୍ଡ ଘଟଣାରେ ସମସ୍ତ ଅଭିଯୁକ୍ତ ନାବାଳକ ବୋଲି ଜଣାପଡିଛି । ନିଜର ପତିଆରା ଦେଖାଇବା ପାଇଁ ସାହି ଭିତରେ ଗ୍ୟାଙ୍ଗୱାର କରିବା ସହ ନିଶା ସେବନ କରୁଥିଲେ।ଏମାନଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରିଛି ପୋଲିସ ବୋଲି ଏସପି ପିନାକ ମିଶ୍ର କହିଛନ୍ତି।ଗତ ୮ତାରିଖରେ ମାର୍କଣ୍ଡେଶ୍ୱର ସାହିର ରାଧାଗୋବିନ୍ଦ ଲେନର ଦୀନେଶ ଖୁଣ୍ଟିଆଙ୍କୁ ହତ୍ୟା କରାଯାଇଥିଲା। ସୋମବାର ରାତିରେ ଦୁର୍ବୃତ୍ତମାନେ ଏହାର ପ୍ରତିଶୋଧ ନେଇଛନ୍ତି। ଦୀନେଶ ହତ୍ୟାକାଣ୍ଡର ଅଭିଯୁକ୍ତ ପ୍ରଦୀପ୍ତ ସାହୁଙ୍କ ଦିବ୍ୟାଙ୍ଗ […]

ପଦ ହରାଇବେ ନିମାପଡା ଏନଏସି ଅଧ୍ୟକ୍ଷା!

ନିମାପଡ଼ା,୨୦/୮(ଏସଏସନିଉଜ)ନିମାପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ସସ୍ମିତା ସାହୁଙ୍କ ବିରୁଦ୍ଧରେ ପଡ଼ିଲା ଅନାସ୍ଥା ଭୋଟ୍। କିଛିଦିନ ତଳେ ୮ଜଣ କାଉନସିଲର ଅନାସ୍ଥାପ୍ରସ୍ତାବ ପାଇଁ ପୁରୀ ଜିଲ୍ଲାପାଳ ଦ୍ୱାରସ୍ଥ ହୋଇଥିଲେ। ସେଠାରେ ଅନାସ୍ଥା ପ୍ରସ୍ତାବକୁ ଜିଲ୍ଲାପାଳ ଗ୍ରହଣ କରିଥିଲେ। ଏହାପରେ ଆଜି ଭୋଟ୍ ପଡ଼ିଛି।

ଭାରତୀୟ ହକିଦଳ କାଲି ଭୁବନେଶ୍ବରରେ କରିବ ରୋଡ଼ସୋ

ଭୁବନେଶ୍ବର,୨୦/୮(ଏସଏସନିଉଜ)ଭାରତୀୟ ହକି ଦଳ ଆସନ୍ତାକାଲି ଓଡ଼ିଶାରେ ରୋଡ଼ସୋ କରିବାକୁ ଯାଉଛି।ଚଳିତବର୍ଷ ପ୍ୟାରିସ୍‌ ଅଲିମ୍ପିକ୍ସରେ ହକିରେ କାଂସ୍ୟପଦକ ଭାରତୀୟ ହକିଦଳ ଜିତିବାପରେ ଓଡ଼ିଶା ସରକାର ପ୍ରତିଟି ଖେଳାଳିଙ୍କ ପାଇଁ ୧୫ ଲକ୍ଷ ଟଙ୍କା ଘୋଷଣା କରିଛନ୍ତି।ଏନେଇ ଆଜି ସୂଚନା ଦେଇଛନ୍ତି ଓଡ଼ିଶା କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।ମନ୍ତ୍ରୀଙ୍କ ସୂଚନା ଅନୁସାରେ ବୁଧବାର ଅପରାହ୍ନ ୧୨.୩୦ରେ ଭାରତୀୟ ହକିଦଳ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ। ପରେ ବିମାନବନ୍ଦରରୁ କଳିଙ୍ଗ ଷ୍ଟାଡିୟମ୍‌ ପର୍ଯ୍ୟନ୍ତ ଖେଳାଳିଙ୍କ ପାଇଁ ଶୋଭାଯାତ୍ରା ଆୟୋଜନ କରାଯିବ। କଳିଙ୍ଗ […]

ଚିକିଟି ବିଷାକ୍ତ ମଦ ପ୍ରସଙ୍ଗ

ଗଞ୍ଜାମ,୨୦/୮(ଏସଏସନିଉଜ)ଗତକାଲିରାତିରେ ଚିକିଟି ଅଞ୍ଚଳରେ ବିଷାକ୍ତ ମଦ ପିଇ ପାଖାପାଖି ୨୦ ଜଣ ଅସୁସ୍ଥ ହୋଇ ପଡିଛନ୍ତି।ଏହି ଘଟଣାକୁ ନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟାରେ କହିଛନ୍ତି ଯେ, ବେଆଇନ ମଦ କାରବାରରେ ଯେଉଁମାନେ ଲିପ୍ତ ଅଛନ୍ତି ସେମାନଙ୍କ ବିରୁଦ୍ଧରେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ।ରାଜ୍ୟରେ ଚୋରା ମଦ କାରବାରକୁ କିପରି ରୋକିହେବ ସେ ନେଇ ପଦକ୍ଷେପ ନୂଆ ଅବକାରୀ ନୀତିରେ ସାମିଲ କରାଯିବ ।ତେବେ ଚିକିଟିରେ ଯେଉଁମାନେ ମଦପିଇ ଅସୁସ୍ଥ ସେମାନଙ୍କ ସ୍ୱାସ୍ୟାବସ୍ଥା ଭଲ ଅଛି ବୋଲି ମନ୍ତ୍ରୀ […]