Browsing author

SATYA SANDHANA DESK

ଷଣ୍ଢ ପାଇଁ ଜଳିଗଲା କାର

ପୁରୀ,୪ା୮(ଏସଏସନିଉଜ)ଷଣ୍ଢକୁ ବଞ୍ଚାଇବାକୁ ଯାଇ ସ୍କୁଟି-କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ପରେ କାରରେ ଲାଗିଯାଇଥିଲା ନିଆଁ। ଚାହୁଁ ଚାହୁଁ କାର ହୁତୁ ହୁତୁ ହୋଇ ଜଳିବାକୁ ତେବେ ସୌଭାଗ୍ୟବଶତଃ କାରରେ ଥିବା ଯାତ୍ରୀଙ୍କ ଜୀବନ ବଞ୍ଚିଯାଇଛି। ପୁରୀ ଜିଲ୍ଲା ପିପିଲି ଦାଣ୍ଡମୁକୁନ୍ଦପୁର ବାହାବଜା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି।ଭୁବନେଶ୍ବରରୁ ପୁରୀ ଅଭିମୁଖେ ଓଲା ସ୍କୁଟି ଓ କାର୍ ଯାଉଥିବାବେଳେ ହଠାତ୍ ରାସ୍ତା ଉପରକୁ ଏକ ଷଣ୍ଢ ମାଡ଼ି ଆସିଥିଲା । କାରଚାଳକ ଗାଡ଼ିକୁ ବାମପଟକୁ କାଟିବାରୁ […]

ମନ୍ଦିର କାନ୍ଥଭୁଶୁଡ଼ି ଚାଲିଗଲା ୯ ଜୀବନ

ଭୁବନେଶ୍ୱର,୪ା୮(ଏସଏସନିଉଜ) ମଧ୍ୟପ୍ରଦେଶର ସାଗର ଜିଲ୍ଲାର ଶାହପୁରରେ ଥିବା ହରଦୌଲ ବାବାଙ୍କ ମନ୍ଦିରରେ ବଡ଼ ଅଘଟଣ ଘଟିଛି ।ଲଗାଣ ବର୍ଷାରେ ମନ୍ଦିର କାନ୍ଥ ଭୁଶୁଡ଼ିପଡିବାରୁ ୯ଜଣ ନୀରିହ ଶିଶୁଙ୍କର ଜୀବନ ଯାଇଛି।ଏଥିରେ ଆଉ କିଛି ପିଲା ଆହତ ହୋଇଥିବା ବେଳେ ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଶ୍ରାବଣମାସ ପାଇଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଥିବାବେଳେ ବାବାଙ୍କ ମନ୍ଦିରରେ ଧାର୍ମିକ କାର୍ଯ୍ୟକ୍ରମଚାଲିଥିଲା। ଏତିକିବେଳେ କାନ୍ଥ ହଠାତ୍ ଭୁଶୁଡ଼ିପଡିବାରୁ ଭଙ୍ଗା କାନ୍ଥ ତଳେ ୯ ଜଣ ପିଲା ଚାପି ହୋଇ […]

କାରକକୁ ଧକ୍କାଦେଇ ଓଲଟିଲା ମାଲବୋଝେଇ ଟ୍ରକ

କଟକ,୩।୮(ଏସଏସନିଉଜ)କଟକ ଭୁବନେଶ୍ୱର ୧୬ନମ୍ବର ଜାତୀୟ ରାଜପଥର ବାଲିକୁଦା ଟ୍ରାଫିକଛକ ନିକଟରେ ଶନିବାର ରାତିରେ ଏକ କାରକୁ ପଛରୁ ଧକ୍କାଦେଇ ରାସ୍ତାରେ ଓଲଟିପଡ଼ିଛି ମାଲବୋଝେଇ ଟ୍ରକ। ଶନିବାର ରାତି ୯ ଟା ସମୟରେ ଏକ କାରକୁ ପଛରୁ ଧକ୍କାଦେଇ ମାଲ ବୋଝେଇ ଟ୍ରକରାସ୍ତା ଉପରେ ଓଲଟି ପଡ଼ିଥିଲା । ଦୁର୍ଘଟଣାରେ କାର ଭିତରେ ଥିବା ଲୋକମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ ।ଭୁବନେଶ୍ୱରରୁ କଟକ ଅଭିମୁଖେ ଆସୁଥିବା ଓ ଆର-୦୫-ଏମ-୦୬୧୨ ନମ୍ବର କାରକୁ ପଛରୁ ଆର ଜେ-୦୨- ଜିବି-୨୦୬୦ ନମ୍ବର […]

ଆଜିର ରାଶିଫଳ

ଅଗଷ୍ଟ ମାସ ୦୪ ତାରିଖ ୨୦୨୪ ମସିହା (ରବିବାର) ଶ୍ରାବଣମାସ- କୃଷ୍ଣପକ୍ଷ,ତିଥି- ଅମାବାସ୍ୟାଦିବା ଘ ୦୪/୫୪ ଗତେ ପ୍ରତିପଦ,ନକ୍ଷତ୍ର- ପୁଷ୍ୟା ଦିବା ଘ୦୨/୨୦ ଗତେ ଅଶ୍ଳେଷା,ସୁର୍ୟୋଦୟ-ପ୍ରାତଃ ଘ୦୫/୨୮/୦୫,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୮ /୪୪,ଯୋଗିନୀ ଐଶାନ୍ୟେ ଦିବା ଘ ୦୪/୫୪ ଗତେ ପୂର୍ବେ,ଅମାବାସ୍ୟାର ସମ୍ବତ୍ସାରିକ ଶ୍ରାଦ୍ଧ ମହାଳୟା ବିଧିରେ ହେବ,ମେଷରାଶିର ଘାତବାର,କାଳବେଳା ଓ ବାରବେଳା – ଦିବା ଘ୧୦/୧୫ ଗତେ ଘ୦୧/୨୮ ମଧ୍ୟେ,,ମୃତେ ଏକପାଦପୁଷ୍କର ଦୋଷ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୧୬ଗତେ ଘ୦୯/୨୯ମଧ୍ୟେ ଓରାତ୍ରି ଘ୦୭/୫୦ ଗତେ ଘ୦୯/୨୯ ମଧ୍ୟେ,ବିଶୁଦ୍ଧ […]

ନଦୀପଠାରେ ଶୋଇଛି କୁମ୍ଭୀର

ଭୁବନେଶ୍ଵର,୩/୭(ଏସଏସନିଉଜ)ବରଙ୍ଗଥାନାଅଧିନସ୍ଥ ତ୍ରିଶୂଳିଆ ସୁବାଷସେତୁ ନିକଟସ୍ଥ କାଠଯୋଡ଼ିନଦୀରେ କୁମ୍ଭୀର ଆତଙ୍କ ଦେଖାଦେଇଛି ।ଏକ କୁମ୍ଭୀରନଦୀବାଲିରେ ଶୋଇରହିଥିବାର ଜଣାପଡିବାପରେ ଦେଖଣାହାରୀମାନଙ୍କର ଭୀଡ ଲାଗିରହିଥିଲା ।ଭୀଡ ଏତେପରିମାଣର ହୋଇଥିଲା ଯେ,ପୋଲିସକୁ ନିୟନ୍ତ୍ରଣ କରିବାକୁ କାଠେକର ପାଠ ହୋଇଯାଇଥିଲା । କୁମ୍ଭୀରଟିର ଲମ୍ବ ପ୍ରାୟ ୧୦ ରୁ ୧୨ ପୁଟ ଅନୁମାନ କରାଯାଉଥିବା ବେଳେ କୁମ୍ଭୀରଟି କାଠଯୋଡ଼ି ନଦୀପଠାରେ ଶୋଇଥିବା ଦେଖିବାକୁ ମିଳିଛି । ପୂର୍ବରୁ ମହାନଦୀ ଧବଳେଶ୍ବର ଓ ସିଡ଼ିଏ ଅଞ୍ଚଳରେ ଦେଖାଦେଇଥିବା ବେଳେ ଏବେ ବନ୍ୟା ପାଣିରେ କାଠଯୋଡ଼ିକୁ ଚାଲି […]

ସିଧା ବିମାନ ନଥିବାରୁ ରାସ୍ତାବାଟେ ଆଣିଲୁ-ରାଜସ୍ବ ମନ୍ତ୍ରୀ

ଭୁବନେଶ୍ଵର,୩/୭(ଏସଏସନିଉଜ)କେରଳ ୱାୟନାଡ୍‌ରେ ମୃତ ଡାକ୍ତର ବିଷ୍ଣୁଙ୍କ ମୃତଦେହ ଅଣାଯିବା ଘଟଣାରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ସିଧା ବିମାନ ନଥିବାରୁ ରାସ୍ତାବାଟେ ଆଣିଲୁ ।ଓଡ଼ିଶାରୁ କୋଚିକୁ ସିଧା ବିମାନ ନାହିଁ।ୱାୟନାଡ଼ରୁ ୯୦ କିମି କୋଚିକୁ ରାସ୍ତାବାଟେ ଆଣିବାକୁ ପଡ଼ିଥାନ୍ତା।କୋଚିରୁ ବେଙ୍ଗଲୁରୁ ଆଣି ସେଠାରୁ ପୁଣି ଏକ ଫ୍ଲାଇଟରେ ଆଣିବାକୁ ପଡ଼ିଥାନ୍ତା।ସେଥିପାଇଁ ଆମ୍ବୁଲାନ୍ସରେ ସଡ଼କ ପଥରେ ଅଣାଯାଉଛି, ୩୦ ଘଣ୍ଟା ଲାଗିବ ବୋଲି କହିଛନ୍ତି।ମୃତ ଡାକ୍ତରଙ୍କ ପତ୍ନୀ ଡିସ୍‌ଚାର୍ଜ ପରେ ପରିବାର ଲୋକଙ୍କ ସହ […]

ପୋଲିସ କବାଜରେ ପଡିଛନ୍ତି ରସିକିଆ ପ୍ରେମିକ

ଭୁବନେଶ୍ବର,୩/୮(ଏସଏସନିଉଜ)କ୍ୟାପିଟାଲ ପୋଲିସ କବାଜରେ ପଡିଛନ୍ତି ରସିକିଆ ପ୍ରେମିକ।ରସିକିଆ ପ୍ରେମିକ ଏକାଧିକ ମହିଳାଙ୍କୁ ବିବାହ କରି ଲୁଟୁଥିଲା ଟଙ୍କା।ମାଟ୍ରିମୋନିଆଲରେ ସମ୍ପର୍କ କରି ବିବାହ ପ୍ରସ୍ତାବ ଦେଉଥିଲା ।ମହଙ୍ଗା ପଡ଼ିଛି ୫ସ୍ତ୍ରୀଙ୍କ ସ୍ୱାମୀଙ୍କମଜନୁଗିରି।ଏବେବି ମଜୁନଙ୍କ ଲାଇନରେ ଥିଲେ ୪୯ ମହିଳା।ହେଲେ ମହଙ୍ଗା ପଡ଼ିଗଲା ମହିଳା ପୁଲିସ୍ ସହ ଚାଟିଂ କରିବା । କମିଶନରେଟ୍ ପୁଲିସ୍ ପଞ୍ଝାରେ ପଡ଼ିଗଲେ ଏହି ମଜନୁ ।ଅଭିଯୁକ୍ତ ସତ୍ୟଜିତ ସାମଲକୁ ଧରିଲା କ୍ୟାପିଟାଲ ପୋଲିସ ।ଲୁଟ୍ ଟଙ୍କା ଦୁବାଇ ନେଇ ପଳାଇଥିଲା ଅଭିଯୁକ୍ତ ସତ୍ୟଜିତ।ଅଭିଯୁକ୍ତକୁ ଗିରଫ […]

କୁଆଖାଇରେ ବୁଲୁଛି କୁମ୍ଭୀର, ଆତଙ୍କିତ ଗ୍ରାମବାସୀ!

ବାରଙ୍ଗ,୨ା୮ (ଏସଏସନିଉଜ)ରାଜଧାନୀ ଉପକଣ୍ଠ ଦାଢ଼ାପଞ୍ଚାୟତ ଅନ୍ତର୍ଗତ ଝିଙ୍କରଡିହଗ୍ରାମ ନିକଟସ୍ଥ କୁଆଖାଇନଦୀରେ ଏକ କୁମ୍ଭୀର ବୁଲୁଥିବାର ଜଣାପଡଛିା ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୯ଟା ସମୟରେ ଝିଙ୍କରଡିହ ଗ୍ରାମର ଧନେଶ୍ଵର ରାଉତ ନିକଟସ୍ଥ କୁଆଖାଇ ନଦୀକୁ ଜାଲ ନେଇ ମାଛ ଧରିବାକୁ ଯାଇଥିଲେ। ନଦୀ ମଧ୍ୟରେ ମାଛ ଧରୁଥିବା ସମୟରେ ସେ ଏକ ବିରାଟ କୁମ୍ଭୀରଟି ତାଙ୍କ ଆଡକୁ ଆସୁଥିବାର ଦେଖି ଜୀବନ ବଞ୍ଚାଇ କୂଳକୁ ଚାଲି ଆସିଥିଲେ ।ପରେ ଏହି ଘଟଣା ବିଷୟରେ ଗ୍ରାମବାସୀଙ୍କୁ ଅବଗତ କରାଇଥିଲେ।ଏହି ଖବରପ୍ରଚାରିତହେବାପରେ […]

ଗାଁରେ ବୁଲିଲେ,ଚାଷୀମାନଙ୍କୁ ସଚେତନ କଲେ

ବାରଙ୍ଗ,୨ା୮(ଏସଏସନିଉଜ) ସରକାରୀ ଅନୁଦାନ ଓ ଯୋଜନା ସମୂହ ବିଷୟକୁନେଇ ଏକ କୃଷକ ସଚେତନତା ଶିବିର ମେଣ୍ଢାଶାଳ ଗ୍ରାମରେ ଶୁକ୍ରବାର ଦିନଅନୁଷ୍ଠିତ ହୋଇଯାଇଛି। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇଷ୍ଟିଚ୍ୟୁଟ୍ ଅଫ୍ ଆଗ୍ରିକଲଚରାଲ ସାଇନ୍ସେସ୍ (ଆଇଏଏସ୍) ପକ୍ଷରୁ ଅନୁଷ୍ଠିତ ଏହି ଶିବିରରେ ସହକାରୀ ଅଧ୍ୟାପକ ଡ. ରାମକୃଷ୍ଣ ବସ୍ତିଆଙ୍କ ତତ୍ତ୍ବାବଧାନରେ ଆଇଏଏସ୍ ର ୨୦ଜଣ ଛାତ୍ର (ବି-୪) ଗ୍ରାମର ବିଭିନ୍ନ ସାହି ବୁଲିବା ସହ,ଗ୍ରାମବାସୀମାନଙ୍କୁ ସରକାରଙ୍କଦ୍ବାରା ମିଳୁଥିବା ଅନୁଦାନ ଓ ଯୋଜନାଗୁଡିକ ବିଷୟରେ ତଥ୍ୟ ଦେଇଥିଲେ ଓ […]

୩ଦିନ ପରେ ବି ମିଳିପାରିନି ବ୍ୟବସାୟୀଙ୍କ ପତା

ବାରଙ୍ଗ,୨ା୮ (ଏସଏସନିଉଜ) ତ୍ରିଶୂଳିଆ ନିକଟସ୍ଥ କାଠଯୋଡ଼ିର ନେତାଜୀ ସୁବାଷସେତୁ ଉପରେ କାର ଓ ଚପଲ ଛାଡ଼ି ଜଣେ ଗୁଜୁରାଟୀ ଅନଲାଇନ୍ ଟ୍ରେଡର୍ ଯୁବକ ବୁଧବାରଠାରୁ ନିଖୋଜ ହୋଇଯାଇଥିଲେ ମଧ୍ୟ ଅଦ୍ୟାବଧି ତାଙ୍କ ପତା ମିଳିପାରିନାହିଁ।ନିଖୋଜ ବ୍ୟବସାୟୀ ହେଉଛନ୍ତି ତୁଷାର ଭଟ୍ଟ(୩୦)। ତାଙ୍କ ନିଖୋଜ ସଂକ୍ରାନ୍ତରେ ପତ୍ନୀ ବାରଙ୍ଗ ଥାନାରେ ଅଭିଯୋଗ କରିବା ପରେ ପୋଲିସ ୪୨/୨୪କେସ ନମ୍ବରରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପ୍ରକାସ ଯେ, ଗୁଜୁରାଟର ତୁଷାର ଭଟ୍ଟ ଚନ୍ଦ୍ରଶେଖରପୁର ଅଞ୍ଚଳରେ […]