Browsing author

SATYA SANDHANA DESK

ନିଟ୍ ପ୍ରଶ୍ନପତ୍ର ଲିକ ମାମଲାରେ ଓଡ଼ିଶାରୁ ଜଣେ ଗିରଫ

ଭୁବନେଶ୍ୱର,୬ା୮(ଏସଏସନିଉଜ) ନିଟ୍ ପ୍ରବେଶିକା ପରୀକ୍ଷା ପ୍ରଶ୍ନପତ୍ର ଲିକମାମଲାରେ ଓଡ଼ିଶାରୁ ଜଣଙ୍କୁ ଗିରଫ କରିଛି ସିବି।।ଇ ।ସିଏ ହେଉଛନ୍ତି ସୁଶାନ୍ତ ସାମନ୍ତ ।ଭୁବନେଶ୍ୱରରୁ ସୁଶାନ୍ତ ସାମନ୍ତଙ୍କୁ ସିବିଆଇ ଗିରଫ କରିଛି। ପ୍ରଶ୍ନପତ୍ର ଲିକକରି ଏହା ବାଣ୍ଟିବାରେ ସୁଶାନ୍ତଙ୍କ ଭୂମିକା ରହିଥିବା ନେଇ ସିବିଆଇ ତାଙ୍କୁ ଗିରଫ କରିଛି। ଭୁବନେଶ୍ୱରରୁ ସୁଶାନ୍ତଙ୍କୁ ଗିରଫ କରାଯାଇ ପାଟନା ନିଆଯାଇ ସେଠାରେ କୋର୍ଟରେ ହାଜର କରାଯାଇଛି।  

ଖୋଲିବ ରଙ୍ଗିଲା ପ୍ରେମିକ କେଳେଙ୍କାରୀ

ଭୁବନେଶ୍ୱର,୬ା୮(ଏସଏସନିଉଜ) ୫ସ୍ତ୍ରୀଙ୍କସ୍ୱାମୀ ରଙ୍ଗିଲା ସତ୍ୟଜିତସାମଲଙ୍କୁ ଆଜିଠୁ ରିମାଣ୍ଡରେ ନେଇ କମିଶନରେଟ ପୋଲିସ ଅଧିକ ପଚରାଉଚରା କରିବାଏହାପରେ ଖୋଲିବାକୁଯାଉଛି ପ୍ରେମିକ କେଳେଙ୍କାରୀର ଗୁମର ।ନିଜକୁ ଆଇବି ଇନ୍ସପେକ୍ଟର ବୋଲି ପରିଚୟ ଦେଉଥିଲା ସତ୍ୟଜିତ। ଫୋନ କରି ଯୁବତୀ ଓ ମହିଳାଙ୍କୁ ପ୍ରେମ ନିବେଦନ କରୁଥିଲା। କିଛି ମହିଳାଙ୍କୁ ବିବାହ ମଧ୍ୟ କରିଥିଲା। ଲାଇନରେ ଥିଲେ ଆହୁରି ୪୯ ମହିଳା । ଜଣେ ମହିଳା ପୁଲିସଙ୍କ ସହ କଥା ହେଉ ହେଉ ପୁରା ମାମଲାର ଖିଅ ଧରାପଡ଼ିଥିଲା। ଏବେ ପୂରା […]

ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ବଲାଙ୍ଗୀର, ୬ା୮(ଏସଏସନିଉଜ) ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ ହୋଇଛି । ସେପ୍ଟେମ୍ବର ୮ତାରିଖ ସକାଳ ୯ଟା ୩୫ରୁ ୧୦ଟା ୭ ଭିତରେ ନବାନ୍ନ ଲାଗିଲଗ୍ନ ଧାର୍ଯ୍ୟ ହୋଇଛି। ବଲାଙ୍ଗୀର ଜିଲ୍ଲାର ଜ୍ୟୋତିଷ ପଣ୍ଡିତ ମହାସଭା ନବାନ୍ନ ଲଗ୍ନ ନିର୍ଣ୍ଣାୟକ କମିଟିରେ ନିଷ୍ପତ୍ତି ଅନୁଯାୟୀ ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଲାଗି ହେବ ବୋଲି ନିଷ୍ପତି ହୋଇଥିବାର ଜଣାପଡିଛି ।  

ଅଜଣା ଗାଡି ଧକ୍କାରେ ଚାଲିଗଲା ବୃଦ୍ଧଙ୍କ ଜୀବନ

ଅନୁଗୁଳ, ୬ା୮(ଏସଏସନିଉଜ) ଏକ ଅଜଣାଗାଡି ଧକ୍କାରେ ଚାଲିଯାଇଛି ଜଣେ ବୃଦ୍ଧଙ୍କ ଜୀବନ ।ସଦର ଥାନା କରଡ଼ାଗାଡ଼ିଆ ନିକଟରେ ଆଜି ଏହିଭଳି ଘଟଣା ଘଟିଛି ।ଯାହାକୁନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି ।ଆଜି ସକାଳ ୬ଟା ବେଳକୁ କରଡ଼ାଗାଡ଼ିଆ ଗାଁର କାଶୀନାଥ ତୁଙ୍ଗ (୭୨)ନାମକ ବୃଦ୍ଧ ସାଇକେଲ ଯୋଗେ ୫୫ ନମ୍ବର ଜାତୀୟ ରାଜପଥ ନିକଟରେ ଥିବା ତାଙ୍କର ଟାୟାର ଦୋକାନକୁ ଯାଉଥିଲେ। ଏହି ସମୟରେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇ ପଳାଇ ଯାଇଥିବାବେଳେ […]

ଶିକାରୀ ଘରେ ଏସ୍‌ଟିପିଏଫ୍‌ର ଚଢ଼ଉ

ମୟୂରଭଞ୍ଜ, ୬ା୮(ଏସଏସନିଉଜ) ଉତ୍ତର ଶିମିଳିପାଳ ବନ୍ୟପ୍ରାଣୀ ଡିଭିଜନ ଅନ୍ତର୍ଗତ ନଅଣା ରେଞ୍ଜର ମକାବାଡ଼ି ଗ୍ରାମର ଜଣେ ଶିକାରୀ ଘରେ ଏସ୍‌ଟିପିଏଫ୍ ପକ୍ଷରୁ ଅଚାନକ ଚଢ଼ଉ କରାଯାଇଛି । ଗିରଫ ଶିକାରୀ ହେଉଛି ମକାବାଡ଼ି ଗ୍ରାମର ଲାଙ୍କା ବଦ୍ରା ।ଚଢାଉବେଳେ ତାଙ୍କ ଘରୁ ବାଘ ଖପୁରୀ, ହାଡ଼, ହରିଣ ଖପୁରୀ, ଶିଙ୍ଗ ସମେତ ଶିକାର ସାମଗ୍ରୀ, ବିଭିନ୍ନ ମାରଣାସ୍ତ୍ର ଜବତ କରାଯାଇଛି। ଗତକାଲି ଅଚାନକ ତା’ ଘର ଉପରେ ଏସ୍‌ଟିପିଏଫ ଟିମ୍ ଚଢ଼ଉ କରି ତାଘରୁ କଲରାପତରିଆ ବାଘ […]

୭ ଅନ୍ତଃରାଜ୍ୟ ଗଞ୍ଜେଇ ମାଫିଆ ଗିରଫ

କନ୍ଧମାଳ, ୬ା୮(ଏସଏସନିଉଜ) ଗୋଛାପଡ଼ା ଥାନାପୋଲିସ ଲୁଇସିଂ ପଞ୍ଚାୟତର ସୁଟାଣିଘାଟି ନିକଟରୁ ଏକ କାର୍‌ରୁ ୪ କ୍ବିଣ୍ଟାଲ୍ ଗଞ୍ଜେଇ ଜବତ କରିଛି। ଗଞ୍ଜେଇ ଚୋରା କାରବାର ଅଭିଯୋଗରେ ପୁଲିସ ସ୍ବାଧୀନ ଖଟୁଆ, ଅରୁଣ କୁମାର ରଣା, ସୁବୁଦ୍ଧି ସାହୁ , ସଦାସନ ବାରିକ , ରିତୁ ବାରିକ , ଆଲୋକ କୁମାର ପାତ୍ର , ସମୀର ସାହୁ ଆଦି୭ ଅନ୍ତଃରାଜ୍ୟ ମାଫିଆକୁ କାବୁ କରିବାରେ ସଫଳ ହୋଇଛି। ପୁଲିସ ଏମାନଙ୍କଠାରୁ ୧୬ଟି ପ୍ୟାକେଟରେ ଚାଲାଣ ହେଉଥିବା ୪କ୍ବିଣ୍ଟାଲ୍ ଗଞ୍ଜେଇ, […]

ଆଜିର ରାଶିଫଳ

୨୦୨୪ମସିହା ଅଗଷ୍ଟମାସ ୬ତାରିଖ ମଙ୍ଗଳବାର ।ଅଦ୍ୟ ଦ୍ବିତୀୟାର ଚନ୍ଦ୍ରଦର୍ଶନ, ପୂଜା ଓ ଅର୍ଘ୍ୟଦାନ, ବିଶ୍ଵଶାନ୍ତି ଦିବସ।ସୁର୍ଯ୍ୟୋଦୟ- ଘ୫/୨୭/୫୦ ,ସୂର୍ଯ୍ୟାସ୍ତ- ଘ୬/୧୬/୧୨ ,ଶ୍ରାବଣମାସ ,ଶୁକ୍ଳପକ୍ଷ ,ଭୌମବାସ ,ତିଥି- ଦ୍ବିତୀୟାରାତ୍ରି ଘ୭/୫୬ମି ପର୍ଯ୍ୟନ୍ତ ତଦନ୍ତେ ତୃତୀୟା।ନକ୍ଷତ୍ର- ମଘାନକ୍ଷତ୍ର ସନ୍ଧ୍ୟା ଘ୬/୩୨ମି ପର୍ଯ୍ୟନ୍ତ ତଦନ୍ତେ ପୂର୍ବାଫାଲ୍ଗୁନୀ ନକ୍ଷତ୍ର।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଉତ୍ତରଦିଗରେ, ରାତ୍ରି ଘ୭/୫୬ମି ପରେ ଆଗ୍ନେୟକୋଣରେ।ମଙ୍ଗଳବାର, ଶନିସପ୍ତ,ଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।ଚନ୍ଦ୍ରଶୁଦ୍ଧି–ମେଷ,ମିଥୁନ,ସିଂହ, ତୁଳା,ବିଛା,ଧନୁ,କୁମ୍ଭ ଓ ମୀନ ଏହି ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।ଘାତଚନ୍ଦ୍ର- କର୍କଟ ଓ ମକର ରାଶିର […]

ଆଜିର ରାଶିଫଳ

ଅଗଷ୍ଟମାସ ୦୫ତାରିଖ ୨୦୨୪ମସିହା(ସୋମବାର)ଶ୍ରାବଣମାସ- ଶୁକ୍ଳପକ୍ଷ,ତିଥି-ପ୍ରତିପଦ ସନ୍ଧ୍ୟା ଘ ୦୬/୦୯ ଗତେ ଦ୍ଵିତୀୟା ,ନକ୍ଷତ୍ର- ଅଶ୍ଳେଷା ଦିବା ଘ୦୪/୧୧ଗତେ ମଘା ,ସୁର୍ୟୋଦୟ-ପ୍ରାତଃ ଘ୦୫/୨୮/୧୫ ,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୬/୧୮/୧୪ ,ଯୋଗିନୀ ପୂର୍ବେ ସନ୍ଧ୍ୟା ଘ ୦୬/୦୯ଗତେ ଉତ୍ତରେ ,ପ୍ରତିପଦର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,କର୍କଟ ଓମକର ରାଶିରଘାତାଚନ୍ଦ୍ର ,ମିଥୁନରାଶିର ଘାତବାର ,କାଳବେଳା –ଦିବା ଘ୦୭/୦୪ ଗତେ ଘ୦୮/୪୦ ମଧ୍ୟେ ,ବାରବେଳା – ଦିବା ଘ୦୩/୩୩ ଗତେ ଘ୦୪/୪୦ମଧ୍ୟେ ,ମୃତେ ସନ୍ଧ୍ୟା ଘ୦୬/୦୯ଗତେ ଏକପାଦପୁଷ୍କରଦୋଷ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୦୫ ମଧ୍ୟେ […]

ବିଶ୍ୱରାଜକୁ ହତ୍ୟାକଲେ ଦୁଇ ନାବାଳକ

ବୌଦ୍ଧ,୪ା୮(ଏସଏସନିଉଜ) ଗତମାସ ୩୦ତାରିଖସନ୍ଧ୍ୟାରେ କଣ୍ଟାମାଲଥାନା ଲମ୍ବସରୀଗ୍ରାମର ବରିଷ୍ଠଦେହୁରୀଙ୍କ ୭ବର୍ଷୀୟ ପୁଅ ବିଶ୍ୱରାଜ ଦେହୁରୀର ମୃତଦେହକୁ ପିପଲପାଲିଗ୍ରାମର ଏକ ପରିତ୍ୟକ୍ତ କୂଅରୁ ଉଦ୍ଧାର କରାଯାଇଥିଲା । ପୁଅକୁ ହତ୍ୟା କରାଯାଇଥିବା ନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା । ଅଭିଯୋଗପରେ ପୋଲିସ ତଦନ୍ତ ଆରମ୍ଭ କରିବାସହ ହତ୍ୟାଘଟଣାରେ ୨ ଜଣ ନାବାଳକଙ୍କୁ ଗତକାଲି ପୋଲିସ ଅଟକରଖି ପଚରାଉଚରା କରିଥିଲା ।ପୁର୍ବଶତ୍ରୁତାକୁ ନେଇ ଉକ୍ତ ୨ନାବାଳକ ବିଶ୍ବରାଜକୁ ହତ୍ୟା କରିଥିବା ପୋଲିସ ଆଗରେ ସ୍ବୀକାର କରିଥିଲେ । ଆଜି […]

ଏକ୍ସପ୍ରେସରେ ଲାଗିଲା ନିଆଁ

ଭୁବନେଶ୍ୱର,୪ା୮(ଏସଏସନିଉଜ)ପ୍ଲାଟଫର୍ମରେ ଛିଡ଼ା ହୋଇଥିବା ଏକ୍ସପ୍ରେସ ଟ୍ରେନ୍‌ରେ ଲାଗିଯାଇଥିଲା ନିଆାଁ ହୁତୁହୁତୁ ହୋଇ ଜଳିଗଲା ଟ୍ରେନ୍‌ା କୋରବା-ବିଶାଖାପାଟଣା ଏକ୍ସପ୍ରେସର ୩ଟି ଏସି କୋଚ୍‌ରେ ଲାଗିଥିଲା ନିଆାଁବିଶାଖାପାଟଣା ଷ୍ଟେସନର ୪ ନଂ ପ୍ଲାଟଫର୍ମରେ ଅଘଟଣ ଘଟିଥିଲା ।ତେବେ ଏଥିରେ କୌଣସି ଯାତ୍ରୀଙ୍କ କିଛି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି ।କୋରବା-ବିଶାଖାପଟ୍ଟନମ୍ ଏକ୍ସପ୍ରେସ ତିରୁପତି ଅଭିମୁଖେ ଯାତ୍ରା କରୁଥିଲା। ଏହା ବିଶାଖାପଟ୍ଟନମ୍ ଷ୍ଟେସନ୍‌ର ୪ନମ୍ୱର ପ୍ଲାଟଫର୍ମରେ ଅଟକି ଥିଲା। ହଠାତ୍ ଟ୍ରେନ୍‌ର ଏସି କୋଚ୍‌ରୁ ଧୂଆଁ ବାହାରିବା ଦେଖିବାକୁ ମିଳିଥିଲା। ଏହାଦେଖି […]