Browsing author

SATYA SANDHANA DESK

ସୋମବାରଠାରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା

କଟକ,୨୧ା୭(ଏସଏସନିଉଜ) ସୋମବାରଠାରୁ ରାଜ୍ୟରେ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ ହେବାକୁଯାଉଛି ।ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍ ସପ୍ଲିମେଣ୍ଟାରୀ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଜୁଲାଇ ୨୨ ତାରିଖରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ବା ମାଟ୍ରିକ୍ ପରୀକ୍ଷାରେ ଅକୃତକାର୍ଯ୍ୟ ଏବଂ ଅନୁପସ୍ଥିତ ରହିଥିବା ପରୀକ୍ଷାର୍ଥୀମାନେ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବେ।ଗଣିତ ବ୍ୟତୀତ ପ୍ରତ୍ୟେକ ବିଷୟର ପରୀକ୍ଷା ପୂର୍ବାହ୍ନ ୯ ଟା ଠାରୁ ଆରମ୍ଭ ହୋଇ ପୂର୍ବାହ୍ନ […]

ପୋଲିସ-ଗ୍ରାମବାସୀ ମୁହାଁମୁହିଁ

ଭୁବନେଶ୍ବର,୨୦ା୭(ଏସଏସନିଉଜ)ଏକ ଜମି ମାପଚୁପକୁ ବିରୋଧ କରି ପୁଲିସକୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିବା ଅଭିଯୋଗରେ ଚନ୍ଦକା ଥାନା ପୁଲିସ ମଧୁପୁର ଗାଁର ୩୩ ଜଣଙ୍କୁ କୋର୍ଟ ଚାଲାଣ କରିଛି। ସେମାନଙ୍କ ମଧ୍ୟରେ ୬ ମହିଳା ଅଛନ୍ତି। ସମସ୍ତଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା ଦଫା ୧୦୯(ଆଇପିସି ଦଫା ୩୦୭)ରେ ମାମଲା ରୁଜୁ କରାଯାଇଛି। ଗିରଫଦାରୀ ବଢ଼ିବା ଡରରେ ଗାଁ ପୁରୁଷଶୂନ୍ୟ ହୋଇଯାଇଛି। ୧୦ ତାରିଖ ଦିନ ଏହି ଗଣ୍ଡଗୋଳ ଘଟିଥିଲା। ମଧୁପୁର ଗାଁ ମୁଣ୍ଡରେ ରଞ୍ଜନ ମହାପାତ୍ରଙ୍କର […]

ଥାନାପଛପଟ ହାଟରେ ଜୁଆଆଡ଼ା: ୫ଗିରଫ

ଭୁବନେଶ୍ବର,୨୦ା୭(ଏସଏସନିଉଜ) କ୍ୟାପିଟାଲ୍ ଥାନା ପୁଲିସ ୧ ନମ୍ବର ହାଟରୁ ଏକ ଜୁଆ ଆଡ଼ା ଠାବ କରିବାସହ ଏହାକୁ ପରିଚାଳନା କରୁଥିବା ୫ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଗଞ୍ଜାମ ବୁଗୁଡ଼ାର ନୀଳମାଧବ ଗୌଡ଼, ଜଟଣୀ ଲୋକୋ କଲୋନିର ଧନଞ୍ଜୟ ମଲ୍ଲିକ, ଚନ୍ଦକା ପାଇକାରପୁରର ସୁ ବୋଧ ମହାରଣା, ନୟାଗଡ଼ର ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଓ ପୁରୁଣା ଭୁବନେଶ୍ବର ହାଟସାହିର ବୁବୁ ମହାରଣା। ସେମାନଙ୍କଠାରୁ ନଗଦ ୨୧ ହଜାର ଟଙ୍କା, ୩ ମୋବାଇଲ୍‌, ୨ କାର୍ଡ ବୋର୍ଡ, ୨ […]

ଆଜିର ରାଶିଫଳ

ଜୁଲାଇମାସ ୨୧ତାରିଖ ୨୦୨୪ ମସିହା(ରବିବାର) ଆଷାଢ଼ମାସ- ଶୁକ୍ଳପକ୍ଷ,ତିଥି- ପୂର୍ଣ୍ଣିମା ଦିବା ଘ ୦୪/୦୧ ଗତେ ପ୍ରତିପଦ,ନକ୍ଷତ୍ର- ଉତ୍ତରାଷାଢ଼ା ରାତ୍ରି ଘ୦୧/୦୫ଗତେ ଶ୍ରବଣ।ସୁର୍ୟୋଦୟ-ପ୍ରାତଃ ଘ୦୫/୨୨/୫୫,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୪/୧୪, ଯୋଗିନୀ ବାୟବ୍ୟେ ଦିବା ଘ ୦୪/୦୦ ଗତେ ପୂର୍ବେ, ପୂର୍ଣିମାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ସିଂହ ରାଶି ର ଘାତଚନ୍ଦ୍ର,ମେଷରାଶିର ଘାତବାର,କାଳବେଳା ଓ ବାରବେଳା – ଦିବା ଘ୧୦/୧୫ ଗତେ ଘ୦୧/୩୩ ମଧ୍ୟେ,ମୃତେ ଦ୍ଵି ପାଦଦୋଷ ଓ ରାତ୍ରି ଘ ୦୧/୦୫ ଗତେ ଏକପାଦପୁଷ୍କର ଦୋଷ,ବିଶୁଦ୍ଧ ଅମୃତ ବେଳା- ଦିବା […]

ପୋଲତଳକୁ ଖସିଲା ଯାତ୍ରୀବାହୀ ବସ୍

ଭୁବନେଶ୍ବର,୨୦/୭(ଏସଏସନୀଉଜ)ବୌଦ୍ଧ ବାମଣ୍ଡା ନିକଟ ସୁନାଖାଇ ପୋଲ ତଳକୁ ଖସିପଡିଛି ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତଙ୍କୁ ବୌଦ୍ଧ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତରମାନଙ୍କୁ ବୁର୍ଲା ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି । ବସଟି ଭୁବନେଶ୍ବରରୁ ମାଲକାନଗିରି ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛି । ଘଟଣାସ୍ଥଳରେ ଆମ୍ବୁଲାନ୍ସ ଓ ପୋଲିସ ପହଞ୍ଚି ଉଦ୍ଧାର କାର‌୍ୟ୍ୟ କରିଛନ୍ତି ।ମହାଦେବ ନାମକ ଘରୋଇ ବସ୍ ଭୁବନେଶ୍ଵରରୁ ମାଲକାନଗିରି ଅଭିମୁଖେ ଯାତ୍ରା […]

ମାଲକାନଗିରିରେ ବର୍ଷା ତାଣ୍ଡବ

ମାଲକାନଗିରି,୨୦/୭(ଏସଏସନୀଉଜ) ବର୍ଷା ଯୋଗୁଁ ବଣ୍ଡା ଘାଟି ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ମାଙ୍କଡ଼ଝୋଲା ନିକଟରେ ପାହାଡ଼ରୁ ଧସିଛି ମାଟି ଅତଡା।ପ୍ରାୟ ୫୦ଟି ଗାଁ ଜଳମଗ୍ନ ହୋଇଥିବାବେଳେ ବିଭିନ୍ନ ପୋଲ ଉପରେ ୧୦ ଫୁଟର ପାଣି ପ୍ରବାହିତ ହେଉଛି।ପୋଲ ଉପରେ ପାଣି ଅଧିକ ଥିବାରୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି।କେତେକ ଅଞ୍ଚଳରେ ବର୍ଷା ପାଣି ଘରେ ପଶିଯାଇଛି।ମାଲକାନଗିରି ସହରର ବିଭିନ୍ନ ଅଞ୍ଚଳରେ ଘରେ ପଶିଛି ବର୍ଷା ପାଣି।ବସ୍‌ଷ୍ଟାଣ୍ଡ ନିକଟ କଲୋନୀ, ପୁରୁଣା ଏସବିଆଇ କଲୋନୀ ଜଳମଗ୍ନ ହୋଇଛି।ସବୁବର୍ଷ ଏହିଭଳି ସମସ୍ୟା […]

ଆଜିର ରାଶିଫଳ

୨୦୨୪ ମସିହା ଜୁଲାଇ ମାସ ୨୦ ତାରିଖ ଶନିବାର ।ଅଦ୍ୟ ପୂର୍ଣ୍ଣିମାର ଚନ୍ଦ୍ରୋପବାସ ପୂଜା ଓ ଅର୍ଘ୍ୟ ଦାନ। ସୁର୍ଯ୍ୟୋଦୟ- ଘ୫/୨୧/୪୪,ସୂର୍ଯ୍ୟାସ୍ତ- ଘ୬/୨୩/୫୬, ଆଷାଢ଼ ମାସ,ଶୁକ୍ଳ ପକ୍ଷ,ଶୌରି ବାସ,ତିଥି- ଚତୁର୍ଦ୍ଦଶୀ ସନ୍ଧ୍ୟା ଘ୬/୧୧ମି ପର୍ଯ୍ୟନ୍ତ ତଦନ୍ତେ ପୂର୍ଣ୍ଣିମା। ନକ୍ଷତ୍ର- ପୂର୍ବାଷାଢ଼ା ନକ୍ଷତ୍ର ରାତ୍ରି ଘ୨/୩୮ମି ପର୍ଯ୍ୟନ୍ତ ତଦନ୍ତେ ଉତ୍ତରାଷାଢା ନକ୍ନିଷେଧ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପଶ୍ଚିମ ଦିଗରେ, ସନ୍ଧ୍ୟା ଘ୬/୧୧ମି ପରେ ବାୟବ୍ୟ କୋଣରେ। ଶନିବାର, ରିକ୍ତାତିଥି, ବୈଧୃତିଯୋଗ ଓ ବିଷ୍ଟିକରଣ ଦୋଷ ହେତୁ ଯାତ୍ରାଦି […]

ଲଗାଣ ବର୍ଷାରେ ବୁଡ଼ିଲା ପୋଲ

କାଲିମେଳା, ୧୯ା୭(ଏସଏସନିଉଜ) ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ହୋଇଥିବା ପ୍ରବଳ ବର୍ଷାରେ ମାଲକାନଗିରି ଜିଲ୍ଲା କାଲିମେଳା ଅଂଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗୁରୁବାର ରାତିଠାରୁ ଏହି ବର୍ଷା ଜାରି ରହିଛି। ତୁହାକୁ ତୁହା ବର୍ଷା ହେଉଥିବାରୁ ଲୋକମାନେ ବାହାରକୁ ବାହାରି ପାରିନାହାଁନ୍ତି।ଏହି ଲଗାଣ ବର୍ଷା ଯୋଗୁଁ ୩୨୬ ଜାତୀୟ ରାଜପଥର ୩ଟି ସ୍ଥାନରେ ଥିବା ତଳୁଆ ପୋଲ ଗୁଡ଼ିକ ବୁଡ଼ି ଯାଇଛି। ପ୍ରଥମେ ଦିନ ୩ଟା ସମୟରେ ଏମଭି-୯୬ ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହୋଇଥିଲା। […]

ପୀତାମ୍ବରଆଚାର୍ଯ୍ୟହେଲେ ଆଡଭୋକେଟ୍ ଜେନେରାଲ

ଭୁବନେଶ୍ବର, ୧୯ା୭(ଏସଏସନିଉଜ) ରାଜ୍ୟ ସରକାର ଓଡ଼ିଶା ହା‌ଇକୋର୍ଟଙ୍କ ବରିଷ୍ଠ ଆଇନଜୀବୀ ପୀତାମ୍ବରଆଚାର୍ଯ୍ୟଙ୍କୁ ବଡ଼ ଦାୟିତ୍ବ ଦେଇଛନ୍ତି। ପୀତାମ୍ବର ଆଚାର୍ଯ୍ୟ ହୋଇଛନ୍ତି ଆଡଭୋକେଟ୍ ଜେନେରାଲ ‌ହୋଇଛନ୍ତି। ପୀତାମ୍ବରଙ୍କ ନିଯୁକ୍ତି ରାଜ୍ୟ ଆଇନ ବିଭାଗ ସୂତ୍ରରୁ ସୂଚନା ଦିଆଯାଇଛି। ଆଡଭୋକେଟ୍ ଜେନେରାଲ ଏକ ସାମ୍ୱିଧାନିକ ପଦବି। ସରକାର କ୍ଷମତାକୁ ଆସିବା ପରେ ପ୍ରଥମ କ୍ୟାବିନେଟରେ ଏଜି ନିଯୁକ୍ତି ସମ୍ପର୍କରେ ନିଷ୍ପତ୍ତି କରିବା କଥା। ଏକାଧିକ ବରିଷ୍ଠ ଆଇନଜୀବୀ ଲବିରେ ଥିବାରୁ ନିଷ୍ପତ୍ତି ବିଳମ୍ୱ ହୋଇଥିଲା। ମୋହନ ସରକାର ଶେଷରେ ଓଡ଼ିଶା […]

ଝାଡ଼ାବାନ୍ତିରେ ଆକ୍ରାନ୍ତ ହେଲେ ୫୦ ଛାତ୍ରୀ

ସୁନ୍ଦରଗଡ଼, ୧୯ା୭(ଏସଏସନିଉଜ) ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟ ଛାତ୍ରୀ ନିବାସର ୫୦ରୁ ଊର୍ଦ୍ଧ୍ବ ଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବାବେଳେ ସେଥିମଧ୍ୟରୁ ୨୦ ଜଣ ଛାତ୍ରୀ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଗୁରୁବାର ରାତ୍ର ଭୋଜନ ପରେ ସମସ୍ତଙ୍କ ପେଟ ମୋଡ଼ିହେବା ଦରଜ ଏବଂ ଝାଡାବାନ୍ତି ହୋଇଥିବା ଅଭିଯୋଗ ହୋଇଛି। ଗତ ରାତିରେ ଦେହ ଅସୁସ୍ଥ ହେଲା ପରେ ସମସ୍ତ ଛାତ୍ରୀଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।