ଭୁବନେଶ୍ୱର,୬ା୮(ଏସଏସନିଉଜ) ୫ସ୍ତ୍ରୀଙ୍କସ୍ୱାମୀ ରଙ୍ଗିଲା ସତ୍ୟଜିତସାମଲଙ୍କୁ ଆଜିଠୁ ରିମାଣ୍ଡରେ ନେଇ କମିଶନରେଟ ପୋଲିସ ଅଧିକ ପଚରାଉଚରା କରିବାଏହାପରେ ଖୋଲିବାକୁଯାଉଛି ପ୍ରେମିକ କେଳେଙ୍କାରୀର ଗୁମର ।ନିଜକୁ ଆଇବି ଇନ୍ସପେକ୍ଟର ବୋଲି ପରିଚୟ ଦେଉଥିଲା ସତ୍ୟଜିତ। ଫୋନ କରି ଯୁବତୀ ଓ ମହିଳାଙ୍କୁ ପ୍ରେମ ନିବେଦନ କରୁଥିଲା। କିଛି ମହିଳାଙ୍କୁ ବିବାହ ମଧ୍ୟ କରିଥିଲା। ଲାଇନରେ ଥିଲେ ଆହୁରି ୪୯ ମହିଳା । ଜଣେ ମହିଳା ପୁଲିସଙ୍କ ସହ କଥା ହେଉ ହେଉ ପୁରା ମାମଲାର ଖିଅ ଧରାପଡ଼ିଥିଲା। ଏବେ ପୂରା ଘଟଣା ସାମ୍ନାକୁ ଆସିଛି । ସତ୍ୟଜିତକୁ ୧୦ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ପୋଲିସ ।