ଶିକାରୀ ଘରେ ଏସ୍‌ଟିପିଏଫ୍‌ର ଚଢ଼ଉ

ମୟୂରଭଞ୍ଜ, ୬ା୮(ଏସଏସନିଉଜ) ଉତ୍ତର ଶିମିଳିପାଳ ବନ୍ୟପ୍ରାଣୀ ଡିଭିଜନ ଅନ୍ତର୍ଗତ ନଅଣା ରେଞ୍ଜର ମକାବାଡ଼ି ଗ୍ରାମର ଜଣେ ଶିକାରୀ ଘରେ ଏସ୍‌ଟିପିଏଫ୍ ପକ୍ଷରୁ ଅଚାନକ ଚଢ଼ଉ କରାଯାଇଛି । ଗିରଫ ଶିକାରୀ ହେଉଛି ମକାବାଡ଼ି ଗ୍ରାମର ଲାଙ୍କା ବଦ୍ରା ।ଚଢାଉବେଳେ ତାଙ୍କ ଘରୁ ବାଘ ଖପୁରୀ, ହାଡ଼, ହରିଣ ଖପୁରୀ, ଶିଙ୍ଗ ସମେତ ଶିକାର ସାମଗ୍ରୀ, ବିଭିନ୍ନ ମାରଣାସ୍ତ୍ର ଜବତ କରାଯାଇଛି। ଗତକାଲି ଅଚାନକ ତା’ ଘର ଉପରେ ଏସ୍‌ଟିପିଏଫ ଟିମ୍ ଚଢ଼ଉ କରି ତାଘରୁ କଲରାପତରିଆ ବାଘ ଖପୁରୀ, ମେରୁଦଣ୍ଡ ହାଡ଼, ହରିଣ ଖପୁରୀ ଓ ଶିଙ୍ଗ, ତିନୋଟି ଶିକାରୀ ଫାଶ, ଧନୁତୀର, ଶୁଖିଲା ମାଂସ, ଫାର୍ସା, ବିଷ ଓ ବ୍ୟାଗ୍ ଜବତ କରିଥିଲା ।

Comments (0)
Add Comment