ଷଣ୍ଢ ପାଇଁ ଜଳିଗଲା କାର

ପୁରୀ,୪ା୮(ଏସଏସନିଉଜ)ଷଣ୍ଢକୁ ବଞ୍ଚାଇବାକୁ ଯାଇ ସ୍କୁଟି-କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ପରେ କାରରେ ଲାଗିଯାଇଥିଲା ନିଆଁ। ଚାହୁଁ ଚାହୁଁ କାର ହୁତୁ ହୁତୁ ହୋଇ ଜଳିବାକୁ ତେବେ ସୌଭାଗ୍ୟବଶତଃ କାରରେ ଥିବା ଯାତ୍ରୀଙ୍କ ଜୀବନ ବଞ୍ଚିଯାଇଛି। ପୁରୀ ଜିଲ୍ଲା ପିପିଲି ଦାଣ୍ଡମୁକୁନ୍ଦପୁର ବାହାବଜା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି।ଭୁବନେଶ୍ବରରୁ ପୁରୀ ଅଭିମୁଖେ ଓଲା ସ୍କୁଟି ଓ କାର୍ ଯାଉଥିବାବେଳେ ହଠାତ୍ ରାସ୍ତା ଉପରକୁ ଏକ ଷଣ୍ଢ ମାଡ଼ି ଆସିଥିଲା । କାରଚାଳକ ଗାଡ଼ିକୁ ବାମପଟକୁ କାଟିବାରୁ ବାଇକରେ ମାଡ଼ ହୋଇ ଦୁଇଟିଗାଡ଼ି ରାସ୍ତାକଡ଼କୁ ଖସିପଡିଥିଲା । ଫଳରେ କାରରେ ନିଆଁ ଲାଗି ଯାଇଥିଲା।

Comments (0)
Add Comment