Browsing author

SATYA SANDHANA DESK

ନେଇଗଲେ କୋଟିଏ

ଭୁବନେଶ୍ବର,୨୨/୭(ଏସଏସନିଉଜ)ସରକାରୀ ଆକାଉଣ୍ଟରୁ ନିଜ ଖାତାକୁ ୧ କୋଟି ୫ ଲକ୍ଷ ଟ୍ରାନ୍ସଫର।ସରକାରୀ ପାଣ୍ଠି ନିଜ ଖାତାକୁ ଟ୍ରାନ୍ସଫର କରି ଫସିଲେ ସରକାରୀ ବାବୁ।ମତ୍ସ୍ୟ ସମ୍ପଦ ବିଭାଗ ଉପନିର୍ଦ୍ଦେଶକ ବସନ୍ତ ଦାସଙ୍କ ୫ଟି ସ୍ଥାନରେ ରେଡ୍ ଚାଲିଛି ।କଟକ କାର୍ଯ୍ୟାଳୟ ସହ ଭୁବନେଶ୍ୱର, ପୁରୀ, ଭଦ୍ରକରେ ଭିଜିଲାନ୍ସ ଚଢ଼ାଉ ଚାଲିଛି।୨୦୨୪-୨୫ ଆର୍ଥିକ ବର୍ଷରେ ୧.୦୫ କୋଟି ଟଙ୍କା ଟ୍ରାନ୍ସଫର ଅଭିଯୋଗ ହୋଇଛି।ପୁରୀ ଏସ୍‌ବିଆଇ ଶାଖାର ବ୍ୟକ୍ତିଗତ ଆକାଉଣ୍ଟକୁ ପଠାଇ ଟଙ୍କା ଉଠାଣ କରିଥିବାର ଜଣାପଡିଛି।

ଗଛରେ ପିଟି ହେଲା ଟୁରିଷ୍ଟ ବସ୍

କୋଣାର୍କ,୨୨/୭(ଏସଏସନିଉଜ) ଗଛରେ ପିଟି ହେଲା ଟୁରିଷ୍ଟ ବସ୍।ଯାହାଫଳରେ ୮ ଜଣ ଆହତ ହୋଇଥିବାର ଜଣାପଡିଛି।କୋଣାର୍କ-ପୁରୀ ମେରାଇନ୍ ଡ୍ରାଇଭ୍‌ ଖାଲକଟାପାଟଣାରେ ଦୁର୍ଘଟଣା ଘଟିଛି।୮ ଜଣଆହତ ପୁରୀ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ଛତିଶଗଡ଼ରୁ ଆସିଥିବାର ଜଣାପଡିଛି।

କୁଞ୍ଜବିହାରି ମହାବିଦ୍ୟାଳୟରେ ରାଜ୍ୟସ୍ତରୀୟ ସେମିନାର

  ବାରଙ୍ଗ,୨୦/୭(ଏସଏସନିଉଜ)ସ୍ଥାନୀୟ କୁଞ୍ଜବିହାରି ମହାବିଦ୍ୟାଳୟରେ ନାରୀମାନଙ୍କ ସମସ୍ୟା ଓ ସଶସ୍ତ୍ରିକରଣ ଉପରେ ଏକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧକ୍ଷା ଡ଼. ଲିପିପୁଷ୍ପା ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଆଲୋଚନାରେ ଓଡିଶା ମହିଳାକମିଶନର ପୂର୍ବତନ ସଦସ୍ୟା ନମ୍ରତାଚଢା ମୁଖ୍ୟ ଅତିଥି ଓ ବିଶିଷ୍ଠ ସମାଜସେବୀ ଡ଼. ରୋଜାଲିନ ପାଟଶାହନି ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ମହିଳାମାନଙ୍କ ର ଦୈନଦିନ ଜୀବନରେ ଉପୁଜୁଥିବା ବିବାଦ,ବିଭିନ୍ନ ସମସ୍ୟା ଓ ସମାଧାନ ବାବଦରେ ଆଲୋକପାତ କରିଥିଲେ।ଅଧ୍ୟାପିକା ଡ଼. ଜୟଶ୍ରୀ ନନ୍ଦ,ପ୍ରଜ୍ଞାପାରମିତା […]

ଆଜିର ରାଶିଫଳ

୨୦୨୪ମସିହା ଜୁଲାଇମାସ ୨୨ତାରିଖ ସୋମବାର ।ଶ୍ରାବଣ ବ୍ରତାରମ୍ଭ, ବୋଲବମ୍ କାଉଡ଼ିଭକ୍ତଙ୍କ ଜଳାଭିଷେକଯାତ୍ରା।ସୁର୍ଯ୍ୟୋଦୟ- ଘ୫/୨୨/୨୮ ,ସୂର୍ଯ୍ୟାସ୍ତ- ଘ୬/୨୩/୨୪ ,ଶ୍ରାବଣମାସ ,କୃଷ୍ଣପକ୍ଷ ,ଚନ୍ଦ୍ରବାସ ,ତିଥି- ପ୍ରତିପଦ୍ ଦିବା ଘ୧/୨୮ମି ପର୍ଯ୍ୟନ୍ତ ତଦନ୍ତେ ଦ୍ବିତୀୟା।ନକ୍ଷତ୍ର- ଶ୍ରବଣା ନକ୍ଷତ୍ର ରାତ୍ରି ଘ୧୧/୧୩ମିପର୍ଯ୍ୟନ୍ତ ତଦନ୍ତେ ଧନିଷ୍ଠା ନକ୍ଷତ୍ର।ପ୍ରୀତିଯୋଗ ରାତ୍ରି ଘ୭/୨୦ମି ପର୍ଯ୍ୟନ୍ତ ତଦନ୍ତେ ଆୟୁଷ୍ମାନଯୋଗ । କରଣ- କୌଳବକରଣ ଦିବା ଘ୧/୨୮ମି ପର୍ଯ୍ୟନ୍ତ ତଦନ୍ତେ ତୈଚିଳକରଣ ରାତ୍ରି ଘ୧୨/୪ମି ପର୍ଯ୍ୟନ୍ତ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପୂର୍ବ ଦିଗରେ, ଦିବା ଘ୧/୨୮ମି ପରେ ଉତ୍ତର […]

ହଟିଲେ ଶରତ, ବିଧାୟକଦଳ ନେତା ହେଲେ କାଡ଼ାମ

ଭୁବନେଶ୍ୱର,୨୧ା୭(ଏସଏସନିଉଜ) ଓଡ଼ିଶା କଂଗ୍ରେସର ସମସ୍ତ କମକିଟିକୁ ଏଆଇସିସି ପକ୍ଷରୁ ଭାଙ୍ଗି ଦିଆଯାଇଛି । ପିସିସିର ସବୁ ପଦାଧିକାରୀଙ୍କୁ ବାଦ୍ ଦିଆଯାଇଛି । ଜିଲ୍ଲା, ବ୍ଲକ୍ ଓ ମଣ୍ଡଳ ସ୍ତରର କମିଟି, ସମସ୍ତ ଛାମୁଆ (ମହିଳା, ଯୁବ, ଛାତ୍ର, ସେବାଦଳ) ସଂଗଠନ ଏବଂ ସେଲ୍ ଗୁଡ଼ିକୁ ଭଙ୍ଗ କରାଯାଇଛି । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ମଧ୍ୟ ତାଙ୍କ ପଦବୀର ହଟିଛନ୍ତି ।ସେକେବଳ ପିସିସି ସଭାପତି ମାନେ କାମଚଳା ଦାୟିତ୍ୱରେ ରହିବେ ବୋଲି ଏଆଇସିସି ପକ୍ଷରୁ ଜାରି ବିଜ୍ଞପ୍ତିରେ […]

ତାରାଙ୍କ କ୍ଷୋଭ

ଭୁବନେଶ୍ବର,୨୦ା୭(ଏସଏସନିଉଜ)ସର୍ବଦଳୀୟ ବୈଠକରେ କଂଗ୍ରେସ ଯୋଗ ନ ଦେବାକୁ ନେଇ ତାରା କ୍ଷୋଭ ପ୍ରକାସ କରିଛନ୍ତି ।ସେକହିଛନ୍ତି ଏତେ ପୁରୁଣା ଦଳ, କଂଗ୍ରେସ ନେତା ବଛା ହୋଇପାରୁ ନାହିାଁଏହାକୁ ନେଇ କାହାକୁ କଣ ଦାୟୀ କରିବି, ମୁଁ ନିଜକୁ ଦାୟୀ କରିବିାମତେ ନ କଲେ ବି ଯାହାକୁ କରନ୍ତୁ, ମୋର ଆପତ୍ତି ନାହିାଁଦିଲ୍ଲୀରେ ନିଷ୍ପତ୍ତି ନ ହୋଇ ପାରିବାରୁ କେହି ଯୋଗଦେଇ ପାରିଲେନିାମୁଁ ପିସିସି ସଭାପତିଙ୍କୁ ପଚାରିଥିଲି, କହିଲେ ମୋତେ ନିର୍ଦ୍ଦେଶ ଆସିନିା

ସୋମବାରଠାରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା

କଟକ,୨୧ା୭(ଏସଏସନିଉଜ) ସୋମବାରଠାରୁ ରାଜ୍ୟରେ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ ହେବାକୁଯାଉଛି ।ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍ ସପ୍ଲିମେଣ୍ଟାରୀ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଜୁଲାଇ ୨୨ ତାରିଖରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ବା ମାଟ୍ରିକ୍ ପରୀକ୍ଷାରେ ଅକୃତକାର୍ଯ୍ୟ ଏବଂ ଅନୁପସ୍ଥିତ ରହିଥିବା ପରୀକ୍ଷାର୍ଥୀମାନେ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବେ।ଗଣିତ ବ୍ୟତୀତ ପ୍ରତ୍ୟେକ ବିଷୟର ପରୀକ୍ଷା ପୂର୍ବାହ୍ନ ୯ ଟା ଠାରୁ ଆରମ୍ଭ ହୋଇ ପୂର୍ବାହ୍ନ […]

ପୋଲିସ-ଗ୍ରାମବାସୀ ମୁହାଁମୁହିଁ

ଭୁବନେଶ୍ବର,୨୦ା୭(ଏସଏସନିଉଜ)ଏକ ଜମି ମାପଚୁପକୁ ବିରୋଧ କରି ପୁଲିସକୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିବା ଅଭିଯୋଗରେ ଚନ୍ଦକା ଥାନା ପୁଲିସ ମଧୁପୁର ଗାଁର ୩୩ ଜଣଙ୍କୁ କୋର୍ଟ ଚାଲାଣ କରିଛି। ସେମାନଙ୍କ ମଧ୍ୟରେ ୬ ମହିଳା ଅଛନ୍ତି। ସମସ୍ତଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା ଦଫା ୧୦୯(ଆଇପିସି ଦଫା ୩୦୭)ରେ ମାମଲା ରୁଜୁ କରାଯାଇଛି। ଗିରଫଦାରୀ ବଢ଼ିବା ଡରରେ ଗାଁ ପୁରୁଷଶୂନ୍ୟ ହୋଇଯାଇଛି। ୧୦ ତାରିଖ ଦିନ ଏହି ଗଣ୍ଡଗୋଳ ଘଟିଥିଲା। ମଧୁପୁର ଗାଁ ମୁଣ୍ଡରେ ରଞ୍ଜନ ମହାପାତ୍ରଙ୍କର […]

ଥାନାପଛପଟ ହାଟରେ ଜୁଆଆଡ଼ା: ୫ଗିରଫ

ଭୁବନେଶ୍ବର,୨୦ା୭(ଏସଏସନିଉଜ) କ୍ୟାପିଟାଲ୍ ଥାନା ପୁଲିସ ୧ ନମ୍ବର ହାଟରୁ ଏକ ଜୁଆ ଆଡ଼ା ଠାବ କରିବାସହ ଏହାକୁ ପରିଚାଳନା କରୁଥିବା ୫ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଗଞ୍ଜାମ ବୁଗୁଡ଼ାର ନୀଳମାଧବ ଗୌଡ଼, ଜଟଣୀ ଲୋକୋ କଲୋନିର ଧନଞ୍ଜୟ ମଲ୍ଲିକ, ଚନ୍ଦକା ପାଇକାରପୁରର ସୁ ବୋଧ ମହାରଣା, ନୟାଗଡ଼ର ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଓ ପୁରୁଣା ଭୁବନେଶ୍ବର ହାଟସାହିର ବୁବୁ ମହାରଣା। ସେମାନଙ୍କଠାରୁ ନଗଦ ୨୧ ହଜାର ଟଙ୍କା, ୩ ମୋବାଇଲ୍‌, ୨ କାର୍ଡ ବୋର୍ଡ, ୨ […]

ଆଜିର ରାଶିଫଳ

ଜୁଲାଇମାସ ୨୧ତାରିଖ ୨୦୨୪ ମସିହା(ରବିବାର) ଆଷାଢ଼ମାସ- ଶୁକ୍ଳପକ୍ଷ,ତିଥି- ପୂର୍ଣ୍ଣିମା ଦିବା ଘ ୦୪/୦୧ ଗତେ ପ୍ରତିପଦ,ନକ୍ଷତ୍ର- ଉତ୍ତରାଷାଢ଼ା ରାତ୍ରି ଘ୦୧/୦୫ଗତେ ଶ୍ରବଣ।ସୁର୍ୟୋଦୟ-ପ୍ରାତଃ ଘ୦୫/୨୨/୫୫,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୪/୧୪, ଯୋଗିନୀ ବାୟବ୍ୟେ ଦିବା ଘ ୦୪/୦୦ ଗତେ ପୂର୍ବେ, ପୂର୍ଣିମାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ସିଂହ ରାଶି ର ଘାତଚନ୍ଦ୍ର,ମେଷରାଶିର ଘାତବାର,କାଳବେଳା ଓ ବାରବେଳା – ଦିବା ଘ୧୦/୧୫ ଗତେ ଘ୦୧/୩୩ ମଧ୍ୟେ,ମୃତେ ଦ୍ଵି ପାଦଦୋଷ ଓ ରାତ୍ରି ଘ ୦୧/୦୫ ଗତେ ଏକପାଦପୁଷ୍କର ଦୋଷ,ବିଶୁଦ୍ଧ ଅମୃତ ବେଳା- ଦିବା […]