ପୋଲତଳକୁ ଖସିଲା ଯାତ୍ରୀବାହୀ ବସ୍
ଭୁବନେଶ୍ବର,୨୦/୭(ଏସଏସନୀଉଜ)ବୌଦ୍ଧ ବାମଣ୍ଡା ନିକଟ ସୁନାଖାଇ ପୋଲ ତଳକୁ ଖସିପଡିଛି ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତଙ୍କୁ ବୌଦ୍ଧ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତରମାନଙ୍କୁ ବୁର୍ଲା ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି । ବସଟି ଭୁବନେଶ୍ବରରୁ ମାଲକାନଗିରି ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛି । ଘଟଣାସ୍ଥଳରେ ଆମ୍ବୁଲାନ୍ସ ଓ ପୋଲିସ ପହଞ୍ଚି ଉଦ୍ଧାର କାର୍ୟ୍ୟ କରିଛନ୍ତି ।ମହାଦେବ ନାମକ ଘରୋଇ ବସ୍ ଭୁବନେଶ୍ଵରରୁ ମାଲକାନଗିରି ଅଭିମୁଖେ ଯାତ୍ରା […]