Browsing author

SATYA SANDHANA DESK

ଡିଜେସାଉଣ୍ଡ ନେଲା ଜୀବନ

ରାଉରକେଲା,୨୪।୨(ଏସଏସନିଉଜ) ଅତ୍ୟଧିକ ଡିଜେସାଉଣ୍ଡରେ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।ଏସଆଇଟି ଛକରେ ସରସ୍ୱତୀ ପୂଜା ପ୍ରୋସେସନ ବେଳେ ଡିଜେ ସାଉଣ୍ଡ ବାଜୁଥିଲା । ଆଉ ସେହିପାଖରେ ଚାଦୋକାନୀ ପ୍ରେମନାଥ ବାରଭାୟା ଥିଲେ ।ଡିଜେସାଉଣ୍ଡ ଶୁଣି ହଠାତ୍ ସେ ଅସୁସ୍ଥ ଅନୁଭବକରି ଟଳିପଡ଼ିଲେ ।ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା, ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ଖବରପାଇ ପୋଲିସ ଭଦ୍ରକ ଅଂଚଳର ଡିଜେ ଗାଡ଼ିକୁ ଜବତ କରିଛି ।

ବାବା ଧବଳେଶ୍ବରଙ୍କ ପୀଠ

ଖୁଣ୍ଟୁଣୀ, ୨୩।୨(ଏସଏସନିଉଜ)ଆସନ୍ତା ୮ତାରିଖ ମହାଶିବରାତ୍ରି(ଜାଗର)ରେ ବାବାଧବଳେଶ୍ୱରଙ୍କ ପୀଠରେ ରାତି ସାଢ଼େ୧ଟାରେ ଉଠିବ ମହାଦ୍ୱୀପ। ବାବାଙ୍କ ପ୍ରସିଦ୍ଧଜାଗରଯାତ୍ରାରେ ପ୍ରବଳ ଜନସମାରମ ହେବାର ଥିବାରୁ ଭକ୍ତମାନଙ୍କ ସୁରକ୍ଷା ଓ ମନ୍ଦିରର ନୀତିକାନ୍ତି ସୁଚାରୁରୁପେ କରିବା ପାଇଁ ଆଠଗଡ଼ ଦେବୋତ୍ତରପ୍ରଶାସନ ପକ୍ଷରୁ ଶୁକ୍ରବାର ମଧ୍ୟାହ୍ନରେ ଧବଳେଶ୍ବରଙ୍କପୀଠରେ ଥିବା ସଭାଗୃହରେ ଏକ ପ୍ରସ୍ତୁତିବୈଠକ ଅନୁଷ୍ଠିତ ହୋଇଯାଇଛି ।ପୂଜକ ସମାଜ ସମ୍ପାଦକ ନରେନ୍ଦ୍ରକୁମାରପଣ୍ଡା ସଭାପତିତ୍ୱ କରିଥିବାବେଳେ ଆଠଗଡ଼ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇଙ୍କ ପରିଚାଳନା କରିଥିଲେ।ବୈଠକ ରେ ହୋଇଥିବା ନିଷ୍ପତିମୁତାବକ ଧବଳେଶ୍ୱରଙ୍କ ପୀଠରେ ରାତି […]

ବେଆଇନ ଚୋରାବାଲି ଚାଳଣ

ବାରଙ୍ଗ,୨୩।୨(ଏସଏସନିଉଜ)ବୁଧବାର ବିଳମ୍ବିତ ରାତିରେ ଗୋଡିସାହିଫାଣ୍ଡି ପୋଲିସ ବେଆଇନଭାବେ ଚୋରାରେ ବାଲିଚାଲଣ କରୁଥିବା ୨ଟି ହାଇୱାକୁ ଜବତ କରିଥିବାବେଳେ ପୁଣି ଗୁରୁବାର ରାତିରେ ବାରଙ୍ଗପୋଲିସ ୨ଟିହାଇୱାକୁ ଜବତ କରିଛି।ବାରଙ୍ଗ ପୋଲିସ ଗୁରୁବାର ବିଲମ୍ଭିତରାତିରେ ତ୍ରିଶୂଳିଆ ଛକରେ ବ୍ଳକି କରିଥିବାବେଳେ ମୁଣ୍ଡମୁହାଣ ପଟୁ ଦୁଇଟି ବାଲିବୋଝେଇ ହାଇୱା ଆସୁଥିଲା।ପୋଲିସ ସେମାନଙ୍କୁରୋକି ବାଲିପରିବହନ କରିବାର କାଗଜ ପତ୍ର ମାଗିବାରେ ଚାଳକ ଦେଖାଇପାରିନଥିଲା।ଫଳରେ ଓଡ଼ି୩୩ଏବି୮୭୭୬ ଓ ଓଡ଼ି୩୩ ଏଇ୯୫୮୦ ନମ୍ବର ହାଇୱାଦୁଇଟିକୁ ଜବତକରି ଥାନାକୁ ଆଣି ଥିଲା।ଶୁକ୍ରବାର ପୋଲିସ ନୋଟିସ କରି ଚାଳକ […]

ପରୀକ୍ଷା ପୂର୍ବରୁ ଚାଲିଗଲା ପିଅନଙ୍କ ଜୀବନ

  ବାରଙ୍ଗ,୨୩।୨(ଏସଏସନିଉଜ)ନନ୍ଦନକାନନ ଥାନା ଅଧିନସ୍ତ ଗଣ୍ଡରପୁରହାଇସ୍କୁଲରେ ଶୁକ୍ରବାର ଏକ ଦୁଃଖଦଘଟଣା ଘଟିଯାଇଛି।ସ୍କୁଲରେ କାର୍ଯ୍ୟରତ ଥିବା ସମୟରେ ପିଅନ ପ୍ରଣବସାହୁ(୩୪)ଙ୍କର ହୃଦଘାତରେ ମୃତ୍ୟ ହୋଇଥିବା ନେଇ ନନ୍ଦନକାନନ ପୁଲିସ ସୂଚନା ଦେଇଛି।ସୂଚନାଅନୁସାରେ ଆଜି ସ୍କୁଲରେ ମାଟ୍ରିକ ପରୀକ୍ଷା ଥିଲା।ପ୍ରଣବ ସକାଳ ପ୍ରାୟ ୭ଟା ସୁଦ୍ଧା ନିତ୍ୟକର୍ମ ସାରି ଗଣ୍ଡରପୁର ହାଇସ୍କୁଲଗଡା ଛକରୁ ଜଲଖିଆ ଖାଇ ପ୍ରଧାନଶିକ୍ଷକଙ୍କ ସହ ମିଶି ପିଲାଙ୍କ ପରୀକ୍ଷାପାଇଁ କାର୍ଯ୍ୟ କରୁଥିଲେ।ଏହି ସମୟରେ ତାଙ୍କ ଛାତିରେ କଷ୍ଟହେବା ନେଇ ପ୍ରଧାନ ଶିକ୍ଷକଙ୍କୁ କହୁଥିଲେ।ପ୍ରଧାନଶିକ୍ଷକ ତାଙ୍କୁ ଆରାମ […]

ଆଜିର ରାଶିଫଳ

୨୦୨୪ମସିହା ଫେବୃଆରୀମାସ ୨୪ତାରିଖ ଶନିବାର। ମାଘପୂର୍ଣ୍ଣିମା,ମାଘବ୍ରତସମାପନ,ଗୋସହସ୍ରୀ ଗଙ୍ଗାସ୍ନାନ,ମହତୀସ୍ନାନ, ଶ୍ରଜୀଉଙ୍କ ଗଜୋଦ୍ଧାରଣ ବେଶ, ଯୋରନ୍ଦାମେଳା।ସୁର୍ଯ୍ୟୋଦୟ- ଘ୬/୧୪/୧୨, ସୂର୍ଯ୍ୟାସ୍ତ- ଘ୫/୪୫/୫୬,ମାଘମାସ,ଶୁକ୍ଳପକ୍ଷ,ଶୌରି ବାସ,ତିଥି- ପୂର୍ଣ୍ଣିମା ସନ୍ଧ୍ୟାଘ୬/୧୨ମି ପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ବାୟବ୍ୟକୋଣରେ,ସନ୍ଧ୍ୟାଘ୬/୧୨ମିପରେ ପୂର୍ବ ଦିଗରେ।ଶନିବାର,ପକ୍ଷାନ୍ତ,ରବିସପ୍ତ,ଶନିସପ୍ତ ଦୋଷହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।ଘାତଚନ୍ଦ୍ର– କର୍କଟ ଓ ମକରରାଶିର ଘାତଚନ୍ଦ୍ର।ଘାତବାର–ବୃଷ, ସିଂହ ଓ କନ୍ୟାରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ପୂର୍ଣ୍ଣିମାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ଆମିଷ, ସନ୍ଧ୍ୟା ଘ୬/୧୨ମି ପରେ ପାଣିକଖାରୁ ଭକ୍ଷଣ ନିଷେଧ।ଅଶୁଭବେଳା- କାଳବେଳା ପ୍ରାତଃରୁ ଦିବା ଘ୭/୨୩ମି ମଧ୍ୟେ, ଘ୪/୧୧ମି ରୁ ସୂର୍ଯ୍ୟାସ୍ତଘ୫/୪୬ମି […]

ଗଞ୍ଜେଇ ଟ୍ରକ ଜବତ,୨ଗିରଫ

ବୌଦ୍ଧ,୨୩।୨(ଏସଏସନିଉଜ)ବୌଦ୍ଧ ବ୍ରିଜ ଛକରୁ ଗଞ୍ଜେଇ ଭର୍ତ୍ତି ଟ୍ରକ ଜବତ ହେବାସହ ୨ଜଣ ଗିରଫ ହୋଇଛନ୍ତି।ମହାରାଷ୍ଟ୍ରକୁ ଚାଲାଣ ବେଳେ ଧରିଲା ଆଦର୍ଶ ଥାନା ପୋଲିସ।ମହାରାଷ୍ଟ୍ରର ଆଜାଦ ସର୍ଫରାଜ୍ ଖାନ ଓ ମିଲନ ଯାଦବଙ୍କୁ ଗିରଫ କରିଛି ପୋଲିସ।ଗତକାଲି ଚଢ଼ାଉ ବେଳେ ଖସିଯାଇଥିଲେ ଅଭିଯୁକ୍ତ।ଆମ୍ବଝରି-ଗୋଛାପଡ଼ା ଜଙ୍ଗଲରେ ଚଢ଼ାଉ କରିଥିଲା ପୋଲିସ।

ଖେଲୋ ଇଣ୍ଡିଆରେ ପ୍ରତ୍ୟାଶାଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ୱର,୨୩।୨(ଏସଏସନିଉଜ) ଉତ୍କଳ ବିଶ୍ୱ ବିଦ୍ୟାଳୟ କ୍ରୀଡାପରିଷଦ ନିର୍ଦେଶକ ଡ଼. ବିଜୟ କୁମାରସୁନ୍ଦରାୟ ଶୁକ୍ରବାରଦିନ ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଖେଲୋଇଣ୍ଡିଆ ସନ୍ତରଣ ପ୍ରତିଯୋଗିତାରେ ପ୍ରଶଂସନୀୟ ସଫଳତା ପାଇଥିବା ପ୍ରତ୍ୟାଶା ରାୟଙ୍କୁ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିବା ସହ ଅଭିନନ୍ଦନ ଜଣାଇଛନ୍ତି। ପ୍ରତ୍ୟାଶା 50,100,200mts Back strok, 400mts free styleରେ ୪ସ୍ବର୍ଣ୍ଣ, 200 mts free styleରେ ରୌପ୍ୟ ଓ 400 mts IM ରେ ବ୍ରୋଞ୍ଜ ପଦକଜିତି ଉତ୍କଳ ବିଶ୍ୱବିଦ୍ୟାଳୟ ସହ ଜାତୀୟ ସ୍ତରରେ ଓଡ଼ିଶାକୁ ଗୌରବୀନ୍ୱିତ […]

୪ରେ ଘୋଷଣାହେବ ନିର୍ବାଚନତାରିଖ !

ଭୁବନେଶ୍ୱର,୨୩।୨(ଏସଏସନିଉଜ) ସାରା ଦେଶରେ ଆରମ୍ଭ ହୋଇଯାଇଛି ନିର୍ବାଚନୀଚର୍ଚ୍ଚା।କେବେ ହେବ ନିର୍ବାଚନ ଓ କିଏ ପାଇବ ଟିକେଟ।ତେବେ ବିଶେଷ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ମାର୍ଚ୍ଚ ୪ରେ ନିର୍ବାଚନ ତାରିଖ ଘୋଷଣା ହେବାନେଇ ଭାରତୀୟ ନିର୍ବାଚନ କମିସନର ପ୍ରସ୍ତୁତି ଆରମ୍ଭ କରିଛନ୍ତି ବୋଲି କୁହାଯାଉଛି।ଏହାଭିତରେ ବିଭିନ୍ନ ରାଜ୍ୟ ଭ୍ରମଣ କରି ନିର୍ବାଚନ କମିସନର ନିର୍ବାଚନ ପ୍ରସ୍ତୁତି ଉପରେ ସମୀକ୍ଷା କରିବାରେ ଲାଗିଛନ୍ତି। ଯେହେତୁ ଜୁନମାସରେ ସରକାରଙ୍କ କାର୍ଯ୍ୟକାଳ ଶେଷ ହେଉଛି ତା ପୂର୍ବରୁ ନିର୍ବାଚନ କାର୍ଯ୍ୟ ଶେଷ କରିବାକୁ […]

ଯୁବକଯୁବତୀଙ୍କ ଝୁଲନ୍ତା ମୃତଦେହ!

ଖଡ଼ିଆଳ,୨୩।୨(ଏସଏସନିଉଜ) ଗଛରେ ଯୁବକ ଯୁବତୀଙ୍କ ଝୁଲନ୍ତାମୃତଦେହ ଥିବାର ଦେଖିବାକୁ ମିଳିଛି।ଝରିଗାଁଥାନା ରଙ୍ଗମାଟିଗୁଡ଼ା ନଦୀକୂଳ ଗଛରେ ଝୁଲୁଛି ମୃତଦେହ।ମୃତକଦ୍ୱୟ ରଙ୍ଗମାଟି ଗୁଡ଼ାଗାଁର ହୋଇଥିବାବେଳେ ମୃତ୍ୟୁରକାରଣ ଅସ୍ପଷ୍ଟ ରହିଛି।ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଚିଛି।

ସ୍ୱାବଲମ୍ବୀ କାରିଗରଙ୍କ ପ୍ରାପ୍ୟ ବଢ଼ିଲା

ଭୁବନେଶ୍ୱର,୨୩।୨(ଏସଏସନିଉଜ)ସ୍ୱାବଲମ୍ବୀ କାରିଗର ମାନଙ୍କ ପ୍ରାପ୍ୟ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର।ପାରିଶ୍ରମିକ ୪ ହଜାର ଟଙ୍କାରୁ ୬ ହଜାର ୫ ଶହ ଟଙ୍କାକୁ ବୃଦ୍ଧି ହୋଇଛି।ଏହାଦ୍ୱାରା ୧୩ ହଜାର ସ୍ୱାବଲମ୍ବୀ କାରିଗର ଉପକୃତ ହେବେ ବୋଲି ଜଣାପଡିଛି।