Browsing author

SATYA SANDHANA DESK

ପଦ୍ମ ଧରିଲେ ଦେବାଶିଷ

ଭୁବନେଶ୍ୱର,୨୫।୨(ଏସଏସନିଉଜ)ବିଜେଡ଼ି ଛାଡି ବିଜେପିରେ ମିଶିଲେ ଦେବାଶିଷନାୟକ। ଭୁବନେଶ୍ୱର ସ୍ଥିତ ରାଜ୍ୟ ବିଜେପିକାର୍ୟ୍ୟାଳୟରେ ସେ ଆଜି ବିଧିବଦ୍ଧଭାବେ ବିଜେପିରେ ଯୋଗଦେଇଛନ୍ତି।ଆଜି ସେ ବିଜେଡି ପ୍ରାଥମିକସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରିଥିଲେ ।ଏନେଇ ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନିଜର ଇସ୍ତଫାପତ୍ର ପ୍ରଦାନ କରିଥିଲେ।ବିଜେଡିର ଏହି ବରିଷ୍ଠନେତା ଦେବାଶିଷ ବିଧାୟକ ଭାବରେ ୪ଥର ନିର୍ବାଚିତ ହୋଇଛନ୍ତି।୨୦୦୪- ୨୦୦୮ପର୍ଯ୍ୟନ୍ତ ବିଭିର୍ଣ ବିଭାଗରେ ଥିଲେ ମନ୍ତ୍ରୀ।କ୍ରୀଡା,ସୂଚନା ଓ ଲୋକସମ୍ପର୍କ ବିଭାଗର ଥିଲେ ମନ୍ତ୍ରୀ।୨୦୦୦ରୁ୨୦୦୯ପର୍ଯ୍ୟନ୍ତ ଥିଲେ ବିଧାୟକ।୨୦୧୯ରେ ଦେବାଶିଷଙ୍କୁ ଟିକେଟ ଦେଇନଥିଲେ ବିଜେଡି।ବିଜେପିରେ […]

ଭିଜିଲାନ୍ସ ଜାଲରେ ASI

ଭୁବନେଶ୍ୱର,୨୫।୨(ଏସଏସନିଉଜ)ଭିଜିଲାନ୍ସ ଜାଲରେ ନିଆଳି ASI।ଭିଜିଲାନ୍ସ ଜାଲରେ କଟକଜିଲ୍ଲା ନିଆଳି ଥାନା ASI।୨ହଜାରଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ASI ବିଜୟଭଞ୍ଜ।ଏକ ମାମଲାରେ ଫସାଇ ଦେବାକୁ ଧମକଦେଇ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ।

ମଧୁବନ ଗାଁରେ ବୁଲିଲା ଖଣ୍ଡା

ବାରଙ୍ଗ,୨୫।୨(ଏସଏସନିଉଜ) ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବାରଙ୍ଗଥାନା ଅଧିନସ୍ତ ମଧୁବନ ଗାଁରେ ରବିବାର ସକଳେ ବୁଲିଛି ଖଣ୍ଡା।କେତେଜଣ ଯୁବକ ଖଣ୍ଡା ଧରି କିଛି ସମୟପାଇ ଉପ୍ତାତ ସୃଷ୍ଟି କରିଥିଲେ।ଖଣ୍ଡା ଚୋଟରେ ଜଣେ ଆହତ ହୋଇଥିବା ବେଳେ ଏହାକୁନେଇ ଏବେ ଗାଁରେ ଉତେଜନାଦେଖାଦେଇଛି। ଉପ୍ତାତ ସୃଷ୍ଟି କରିଥିବା ଯୁବକମାନେ ଏକ କାରକୁ ମଧ୍ୟ ଭାଙ୍ଗିଦେଇଛନ୍ତି।ଖବରପାଇ ବାରଙ୍ଗପୋଲିସ ଘଟଣା ସ୍ଥଳରେ ପହଂଚି ପରିସ୍ଥିତିଉପରେ ତୀକ୍ଷ୍ଣ ନଜର ରଖିଛି।ଖଣ୍ଡାଧରି ଆକ୍ରମଣ କରାଯାଉଥିବା ସମୟର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି।

ଖୁସି ଖବର ଦେଲେ ଉତ୍ତରବିଧାୟକ

ଭୁବନେଶ୍ୱର,୨୫।୨(ଏସଏସନିଉଜ) ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀ ପାଇଁ ଖୁସି ଖବର। କଳାରାହାଙ୍ଗ ଲେବଲକ୍ରସିଂଠାରେ ଏକ ରେଲୱେ ଓଭରବ୍ରିଜ ନିର୍ମାଣ ହେବାକୁ ଯାଉଛି।ଏଥିନିମନ୍ତେ ଅଞ୍ଚଳ ବାସୀଙ୍କ ତରଫରୁ ବହୁଦିନରୁ ଦାବୀ ରହି ଆସୁ ଥିଲା।ପଦାସହି ଓ କଳାରାହଙ୍ଗ ଲେବଲ କ୍ରସିଂ ଠାରେ ଯାତାୟତ ନିମନ୍ତେ ସାଧାରଣ ଲୋକମାନେ ନାହିଁନଥିବା ହଇରାଣ ହରକତ ହେଉଥିଲେ।ଲେବଲ କ୍ରସିଂ ଅତିକ୍ରାନ୍ତ କରିବାକୁ ବହୁ ସମୟ ମଧ୍ୟ ଲାଗୁଥିଲା।ଏକ ବ୍ୟସ୍ତ ବହୁଳ ଅଞ୍ଚଳଭାବେ ଏହି ଲେବଲକ୍ରସିଂଠାରେ ନିୟମିତ ବ୍ୟବଧାନରେ ବିଭିନ୍ନ ଦୁର୍ଘଟଣା ମଧ୍ୟ ଘଟୁଥିଲା।ବିକଳ୍ପ ରାସ୍ତା […]

ଆଜିର ରାଶିଫଳ

ଫେବୃଆରୀମାସ ୨୫ତାରିଖ ୨୦୨୪ମସିହା (ରବି ବାର)ଫାଲଗୁନମାସ- କୃଷ୍ଣପକ୍ଷ,ତିଥି-ପ୍ରତିପଦ ରାତ୍ରି ଘ ୦୮/୫୪ପର୍ଯ୍ୟନ୍ତ ତଦନ୍ତେ ଦ୍ଵିତୀୟ।ସୁର୍ୟୋଦୟ-ପ୍ରାତଃଘ୦୬/୧୪/୦୦,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୫/୪୭ /୫୦,ଯୋଗିନୀ ପୂର୍ବେ ରାତ୍ରିଘ୦୮/୫୩ ଗତେ ଉତ୍ତରେ, ପ୍ରତିପଦର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,କର୍କଟ ଓ ମକରରାଶିର ଘାତଚନ୍ଦ୍ର,ମେଷରାଶିର ଘାତ ବାର,କାଳବେଳା ଓ ବାରବେଳା – ଦିବା ଘ୧୦/୨୮ ଗତେ ଘ୦୧/୨୨ ମଧ୍ୟେ,ବିଶୁଦ୍ଧ ଅମୃତବେଳ। – ଦିବା ଘ ୦୭/୦୦ ଗତେ ଘ୧୦/୧୩ ମଧ୍ୟେ ଓ ରାତ୍ରି ଘ୦୭/ ୨୨ ଗତେ ଘ୦୯/୦୦ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ ୦୭/୦୦ ମଧ୍ୟେ ଓ […]

ଅଜଣା ବ୍ୟକ୍ତିଙ୍କ ଗଳିତମୃତଦେହ ଠାବ

ଆସିକା,୨୪।୨(ଏସଏସ ନିଉଜ) ଆସିକାଥାନା କୋଟିବାଡ଼ି ଗ୍ରାମର ବଡ଼ନଦୀନିକଟରେ ଥିବା କାଜୁତୋଟାରେ ଜଣେ ଅଜଣାବ୍ୟକ୍ତିଙ୍କ ଗଳିତ ମୃତଦେହ ଠାବ ହୋଇଛି।ମୃତଦେହଟି ୪ରୁ ୫ଦିନର ହୋଇଥିବା ଆନୁମାନ କରାଯାଉଛି।ମୃତୁର ପକୃତ କାରଣ ଜଣାପଡିନଥିବାବେଳେ ଶବଟି ପଚି ଯାଇଥିବାରୁ ଚିହ୍ନିବା କଷ୍ଟକର ହୋଇଛି।ତେବେ ମୃତୁର ପକୃତ କାରଣ ଜଣାପଡିନଥିବାବେଳେ ଖବର ପାଇ ଘଟଣାସ୍ଥଳରେ ଆସିକାପୁଲିସ ପହଞ୍ଚି ତଦନ୍ତ କରୁଛି।ମୃତଦେହର କିଛିଦୁରରେ ଏକ ବାଇକ ରହିଥିବାର ଦେଖିବାକୁ ମିଳିଛି।

ମାଲକାନଗିରି ସୀମାନ୍ତରେ ଗୁଳିବିନିମୟ

  ମାଲକାନଗିରି,୨୪।୨(ଏସଏସନିଉଜ) ମାଲକାନ ଗିରି ସୀମାନ୍ତରେ ହୋଇଥିବାରପୁଲିସ-ମାଓବାଦୀ ଗୁଳିବିନିମୟରେ ଜଣେମାଓବାଦୀଙ୍କ ମୃତ୍ୟୁ ଘଟିଛି। ଛତିଶଗଡ଼ର ସୁକୁମାଜିଲ୍ଲା ବୁର୍କାଲଂକା ଜଂଗଲରେ ପୁଲିସ-ମାଓବାଦୀ ମୁହାଁମୁହିଁ ‌ହୋଇଥିଲେ।ଡିଆରଜି ଯବାନମାନେ ମାଓବାଦୀମାନଙ୍କୁ କଡ଼ାଜବାବ ଦେଇଥିଲେ।ଘଟଣାସ୍ଥଳରୁ ଜଣେ ମାଓବାଦୀଙ୍କ ମୃତଦେହ ଉଦ୍ଧାର ହୋଇଛି।

କ୍ୱିଣ୍ଟାଲ କ୍ୱିଣ୍ଟାଲ ଗଞ୍ଜେଇ ଜବତ

  ବୌଦ୍ଧ,୨୪।୨(ଏସଏସନିଉଜ)ବୌଦ୍ଧପୋଲିସ ୩ କୁଇଂଟାଲ ଗଂଜେଇ ଜବତ କରିବା ସହ ଗୋଟିଏ ଟ୍ରକ ଜବତ କରିଛି ପୋଲିସ୍ ।ଏହାସହ ଦୁଇଜଣଙ୍କୁ ଗିରଫ ହୋଇଛନ୍ତି ।ଆନ୍ତରାଜ୍ୟ ଚାଲାଣ ବେଳେ ବୌଦ୍ଧବ୍ରିଜ୍ ନିକଟରୁ ଏହି ଗଂଜେଇ ଧରାପଡ଼ିଛି । ବୌଦ୍ଧ ପୋଲିସ୍ ପ୍ରାୟ ୧୫ଦିନ ଭିତରେ ପ୍ରାୟ ୨ଟନ୍ ଗଞ୍ଜେଇ ସହ ଗୋଟିଏ ଟ୍ରକ୍, ଗୋଟିଏକାର, ବାଇକ ଜବତକରି ୧୫ଜଣଙ୍କୁ ଗିରଫ କରିଥିବାର ଜଣାପଡିଛି।

ନିୟନ୍ତ୍ରଣ ହରାଇ ପୋଖରୀକୁ ଖସିଲା ଟ୍ରାକ୍ଟର

ଭୁବନେଶ୍ୱର,୨୪।୨(ଏସଏସନିଉଜ)ଉତ୍ତରପ୍ରଦେଶ କାସଜଞ୍ଜଜିଲ୍ଲାରେ ଅଘଟଣ ଘଟିଛି ।ଦ୍ରୁତଗତିରେ ଆସି ଟ୍ରାକ୍ଟରଟି ନିୟନ୍ତ୍ରଣହରାଇ ଏକ ପୋଖରୀକୁ ଖସିପଡିବାରୁ ୧୫ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଛି।ଏହିଘଟଣାରେ ପାଖାପାଖି ଅନେକ ଆହତ ହୋଇଥିବା ଜଣାପଡିଛି ।ଜେଥରାରୁ ଗଙ୍ଗାସ୍ନାନ କରିବାକୁ ୩୫ଜଣ ଶ୍ରଦ୍ଧାଳୁ ଟ୍ରାକ୍ଟରରେ ଆସୁଥିଲେ । ଟ୍ରାକ୍ଟରଟି ଦ୍ରୁତଗତିରେ ଯାଉଥିବାବେଳ ଏକ ବଙ୍କାଣି ରେ ନିୟନ୍ତ୍ରଣ ରକ୍ଷାକରିପାରି ରାସ୍ତାକଡ ଏକପୋଖରୀ ଭିତରେ ଖସିପଡିଥିଲା ।୧୫ଜଣ ମୃତକଙ୍କ ମଧ୍ୟରେ ୭ଜଣ ଶିଶୁ ଓ ୮ଜଣମହିଳା ଥିବା ଜଣାପଡିଛି । ଏମାନେ ଏଟା ଜିଲ୍ଲାର କହାଗାଁର […]

ପାଣି ନାହିଁ ତ ଭୋଟ ନାହିଁ

  ରାୟଗଡ଼ା,୨୪।୨(ଏସଏସନିଉଜ)ପାଣି ନାହିଁ ତ ଭୋଟ ନାହିଁ ବୋଲି ନାରାଦେଇ ହାଣ୍ଡି, ଗରାଧରି ଆଗୁଳପଞ୍ଚାୟତ କାର୍ଯ୍ୟାଳୟଘେରିଲେ ମହିଳା । ମୁନିଗୁଡାବ୍ଲକ ଅନ୍ତର୍ଗତ ଅଗୁଳଗ୍ରାମର ହରିଜନ ସାହିର ଲୋକମାନେ ପଞ୍ଚାୟତକାର୍ଯ୍ୟାଳୟ ଘେରାଉ କରିଥିଲେ ।ଗତ ଆଠମାସ ହେବ ପାଣି ସମାସ୍ୟା ଲାଗିରହିଥିବା ବେଳେ ଏହାର ସମାଧାନ ହୋଇପାରୁ ନାହିଁ ।ତେଣୁ ପ୍ରତିବାଦରେ ସାହିବାସୀ ପଞ୍ଚାୟତ ଆଗରେ ଧାରଣାଦେବାସହ ପାଣି ନ ମିଳିଲେ ଭୋଟବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି ।