କଂଗ୍ରେସ ଛାଡ଼ିଲେ ଖଡିଆଳ ବିଧାୟକ

ଭୁବନେଶ୍ୱର,୧୯ା୩(ଏସଏସନିଉଜ)କଂଗ୍ରେସ ଛାଡ଼ିଲେ ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀାସେ କଂଗ୍ରେସ ପ୍ରାଥମିକସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ।ଆସନ୍ତାକାଲି ବିଜେଡିରେ ସାମିଲ ହେବା ସମ୍ଭାବନା ରହିଥିବାର ଜଣାପଡିଛି ।ଅନ୍ୟପଟେ କଂଗ୍ରେସ ଛାଡ଼ିବା ପରେ ଅଧିରାଜ ପାଣିଗ୍ରାହୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତ ଯେ,ଖଡ଼ିଆଳବାସୀଙ୍କ ମତାମତକୁ ନେଇ କଂଗ୍ରେସ ଛାଡ଼ିଛି ।କେଉଁ ଦଳକୁ ଯିବି କାଲି କାର‌୍ୟ୍ୟକର୍ତ୍ତାଙ୍କ ସହ ଆଲୋଚନା କରି କହିବି ।୨୦୨୪ରେ ନିଶ୍ଚିତ ଖଡ଼ିଆଳରୁ ନିର୍ବାଚନ ଲଢ଼ିବି ।ଓଡ଼ିଶାରେ କଂଗ୍ରେସ ଭଲ ସ୍ଥିତିରେ ନାହିଁ, ଦୁର୍ବଳ ହୋଇଛି ଓ କଂଗ୍ରେସରେ କୌଣସି ନେତାଙ୍କ ସହ ମତାନ୍ତର ନାହିଁ ବୋଲି କହିଛନ୍ତି । ଅଧିରାଜ କଂଗ୍ରେସ ଛାଡ଼ିବା ପରେ ପିସିସି ସଭାପତି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଖଡ଼ିଆଳରେ ଲଢ଼ିବା ପାଇଁ ଯୋଗ୍ୟ ପ୍ରାର୍ଥୀ ଅଛନ୍ତି ।ନିର୍ବାଚନ ଆସିଲେ ବହୁତ ଲୋକ ଆସନ୍ତି ଓ ଯାଆନ୍ତି । ସ୍ୱାର୍ଥ ପାଇଁ କିଛି ଲୋକ ଦଳ ବଦଳାଇଥାନ୍ତି ବୋଲି ଶରତ ପଟ୍ଟନାୟକ କହିଛନ୍ତି ।

Comments (0)
Add Comment