Browsing author

SATYA SANDHANA DESK

ଚୋରୀକରି ଧରାହେଲେ ୪

ମେଣ୍ଢାଶାଳ,୨୭।୨(ଏସଏସନିଉଜ)ଚନ୍ଦକା ଥାନା ପୋଲିସ ମଙ୍ଗଳବାର ଦିନ ଏକ ପ୍ରଜେକ୍ଟରୁ ଚୋରିକରିଥିବା ଅଭିଯୋଗରେ ୪ଜଣଙ୍କୁ ଗିରଫ କରି କୋର୍ଟଚାଳନ କରିଛି।ସେମାନେ ହେଲେ ଏହିଥାନା ଅଧିନସ୍ତ ପାଇକେରାପୁର ଗ୍ରାମ ଭୋଇସାହିର ମହେଶ୍ୱର ଭୋଇ,ଶିବୁଭୋଇ,ବିକାଶ ଭୋଇ ଓ ବିଶ୍ଵନାଥ ଭୋଇ।ପୋଲିସ ଏମାନଙ୍କ ଠାରୁ ଚୋରି ହୋଇଥିବା ଗୋଟିଏ ପାଣିପମ୍ପ, ପ୍ଲାଷ୍ଟିକରଶି ଜବତ କରିଛି। ପ୍ରକାଶ ଯେ,କଳିଙ୍ଗ ନଗରରେ ରହୁଥିବା ବିକ୍ରମ କୁମାର ଗିରି ନାମକ ବ୍ୟକ୍ତି ପାଇକେରାପୁର ଗ୍ରାମ ନିକଟରେ ଏକ ପ୍ରୋଜେକ୍ଟ କରିଛନ୍ତି।ଗତ୧୪ତାରିଖ ରାତିରେ ପ୍ରୋଜେକ୍ଟ ମଧ୍ୟରୁ ୨ପାଣିପମ୍ପ,ପାଇପ,ପ୍ଲାଷ୍ଟିକରଶିସହ ଅନ୍ୟାନ୍ୟ […]

ମେଡିକାଲ୍‌ ଫାଣ୍ଡିରେ ଶବ!

ବଲାଙ୍ଗିର,୨୭।୨(ଏସଏସନିଉଜ) ମେଡିକାଲ୍‌ ଫାଣ୍ଡିରେ ରହିଛି ଶବ।ମୃତଦେହ ଛାଡ଼ି ସମ୍ପର୍କୀୟ ଫେରାର ହୋଇଯାଇଛନ୍ତି।ତେବେ ସମ୍ପର୍କୀୟ ମାନଙ୍କୁ ଖୋଜୁଛି ପୋଲିସ।ମେଡିକାଲ ଫାଣ୍ଡିରେ ଅଭିଯୋଗ କଲେ ଶବ ଆଣିଥିବା ଗାଡ଼ିଡ୍ରାଇଭର। ଅଭିଯୋଗପରେ ଗାଡ଼ି ସହ ମୃତଦେହ ଫାଣ୍ଡିକୁ ଆଣିଛି ପୋଲିସ।ମୃତମହିଳା ଜଣଙ୍କ ବଙ୍ଗମୁଣ୍ଡା ଅଞ୍ଚଳର ହୋଇଥିବା ସୂଚନା ମିଳିଥିବାବେଳେମହିଳାଙ୍କୁ କିଛିଦିନ ତଳେ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ବୁର୍ଲାରେ ମୃତ୍ୟୁପରେ ଜଣେ ସମ୍ପର୍କୀୟ ବୋଲେରୋ ରେ ଆଣିଥିଲେ।ଭଡ଼ାଟଙ୍କା ଆଣିବାକୁ ଯାଉଛି କହି ମେଡିକାଲପାଖରେ ଛାଡ଼ି ଚମ୍ପଟ୍‌ ମାରିଛନ୍ତି ସମ୍ପର୍କୀୟ।

ପିଲା ପାଇବେ ଗ୍ରେସମାର୍କ

ଭୁବନେଶ୍ୱର,୨୭।୧(ଏସଏସନିଉଜ)ତ୍ରୁଟିମାନିଲେ CHSE ପରୀକ୍ଷା ନିୟନ୍ତ୍ରକ।ପ୍ରେସମିଟ୍‌ କରି ସୂଚନା ଦେଲେ ପରୀକ୍ଷା ନିୟନ୍ତ୍ରକ ଆଶୋକ ନାୟକ।ଆଉଟ ଅଫ୍‌ ସିଲାବସ୍‌ ନୁହେଁ, ଚଏସ୍‌ ଡେଫିସିଟ୍‌ ରହିଛି।ରେଗୁଲାର ଓ ଏକ୍ସ ରେଗୁଲାର ସିଲାବସକୁ ନେଇ ପ୍ରଶ୍ନ ପ୍ରସ୍ତୁତ ହୋଇଥିଲା।କେବଳ ରେଗୁଲାର ପିଲାଙ୍କ ପ୍ରଶ୍ନରେ ଚଏସ୍‌ ଡେଫିସିଟ୍‌ ରହିଛି।ମୋଟ ୧୯ନମ୍ବର ଚଏସ୍‌ ଡେଫିସିଟ ରହିଛି ବୋଲି କହିଛନ୍ତି ପରୀକ୍ଷା ନିୟନ୍ତ୍ରକ।ଯେଉଁପିଲା ଏସବୁ ପ୍ରଶ୍ନ ଆଟେମ୍ପ୍‌ଟ ନେଇଥିବେ ଗ୍ରେସ୍‌ ମାର୍କ ପାଇବେ।ଆଟେମ୍ପ୍‌ଟ ନେଇ ନ ଥିଲେ ପିଲାଙ୍କୁ ଗ୍ରେସ୍‌ ମାର୍କ ମିଳିବ ନାହିଁ।ଯେତିକି ଚଏସ […]

କୋର୍ଟରେ ହାଜରହେଲେ ସୋମାଲିକା

ଭୁବନେଶ୍ୱର,୨୭।୧(ଏସଏସନିଉଜ)ସୋମାଲିକାଙ୍କୁ ବିଧାୟକ ବିଜୟଶଙ୍କରଙ୍କ ପ୍ରତାରଣା ଅଭିଯୋଗ ମାମଲାରେଜଗତସିଂହପୁର ଏସ୍‌ଡିଜେଏମ୍‌ କୋର୍ଟରେ ହାଜର ହେଲେସୋମାଲିକା। କୋର୍ଟଙ୍କ ନୋଟିସ ଅନୁସାରେ ହାଜର ହୋଇଛନ୍ତି ସୋମାଲିକା। ପ୍ରୋଟେଷ୍ଟ ପିଟିସନ ଦାଖଲ କରିବୁ କହିଛନ୍ତି ସୋମାଲିକାଙ୍କ ଓକିଲ।

୪ମହାକାଶଚାରୀଙ୍କ ନାଁ ଘୋଷଣା

ଭୁବନେଶ୍ୱର,୨୭।୧(ଏସଏସନିଉଜ) ଗଗନଯାନ ମିଶନରେ ମହାକାଶ ଯିବାକୁଥିବା ୪ଜଣଙ୍କ ନାଁ ଘୋଷଣା ହୋଇଛି।ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ୪ ଜଣଙ୍କ ନାଁ ଘୋଷଣା କଲା ଇସ୍ରୋ।ଭାରତୀୟ ବାୟୁସେନା ର ୪ପାଇଲଟ୍‌ ଯିବେ ମହାକାଶ।ଗ୍ରୁପ୍‌ କ୍ୟାପ୍‌ଟେନ୍ ପ୍ରଶାନ୍ତ ବାଲକୃଷ୍ଣନାୟାର,ଗ୍ରୁପ୍‌ କ୍ୟାପ୍‌ଟେନ୍ ଅଜିତ୍‌ କ୍ରିଷ୍ଣନ୍‌,ଗ୍ରୁପ୍‌ କ୍ୟାପ୍‌ଟେନ୍ ଅଙ୍ଗଦ ପ୍ରତାପ ଏବଂ ୱିଙ୍ଗ କମାଣ୍ଡର ଶୁଭ୍ରାଂଶୁ ଶୁକ୍ଳା।୪ ମହାକାଶଚାରୀଙ୍କୁ ୱିଙ୍ଗ ଲଗାଇ ସମ୍ମାନିତ କଲେ ପ୍ରଧାନମନ୍ତ୍ରୀ।

ଓଲଟିଲାବସ୍‌,୧୫ଆହତ

ତେଲକୋଇ,୨୭।୨(ଏସଏସନିଉଜ)ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌।ଯାହାଫଳରେ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି।ଫୁଲଝରରୁ ପାଲଲହଡ଼ା ଯିବା ବାଟରେ ତରମାକ୍ତ ପାଖରେ ଓଲଟି ପଡିଥିଲା।୧୫ ଆହତଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି।

ଆଜିର ରାଶିଫଳ

୨୦୨୪ମସିହା ଫେବୃଆରୀମାସ ୨୭ତାରିଖ ମଙ୍ଗଳବାର।ସୁର୍ଯ୍ୟୋଦୟ- ଘ୬/୧୨/୭,ସୂର୍ଯ୍ୟାସ୍ତ- ଘ୫/୪୭/୭,ଫାଲ୍ଗୁନମାସ,କୃଷ୍ଣପକ୍ଷ,ଭୌମବାସ, ତିଥି- ତୃତୀୟା ରାତ୍ରି ଘ୨/୫ମି ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଥୀ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଆଗ୍ନେୟ କୋଣରେ,ରାତ୍ରି ଘ୨/୫ମିପରେ ନୈର୍ଋତ କୋଣରେ।ମଙ୍ଗଳବାର,ବିଷ୍ଟିକରଣ ରିକ୍ତାତିଥିଦୋଷ ହେତୁ ଯାତ୍ରାନିଷେଧ।ଘାତଚନ୍ଦ୍ର–ବୃଷରାଶିର ଘାତଚନ୍ଦ୍ର।ଘାତବାର–ମକରରାଶିର ଘାତବାର। ସାମ୍ବତ୍ସରିକଶ୍ରାଦ୍ଧ–ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ପଟୋଳଭକ୍ଷଣ ନିଷେଧ। ଅଶୁଭବେଳା-ବାରବେଳା ଦିବାଘ୭/୩୫ମି ରୁ ଘ୯/ ୨ମି ପର୍ଯ୍ୟନ୍ତ।କାଳଵେଳା ଦିବାଘ୧/୨୫ମି ରୁ ଘ୨/ ୫୩ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରି ଘ୭/୨୧ମି ରୁ ଘ୮/୫୩ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ ଦିବା ଘ୮/ ୩୩ମି ରୁ ଘ୧୦/୫୭ମି ମଧ୍ୟେ, […]

ସତ୍ୟବାଦୀରେ ବୁଲୁଛି ବାଘ!

ପୁରୀ,୨୬।୨(ଏସଏସନିଉଜ)ପୁରୀଜିଲ୍ଲା ସତ୍ୟବାଦୀ ବ୍ଲକରେ ବାଘ ଆତଙ୍କ ଦେଖାଦେଇଛି।ଷୋଳହଳ ଗ୍ରାମବାସୀଙ୍କ ମୋବାଇଲ୍‌ରେ ଏହିଭଳି ଚିତ୍ର କଏଦ ହୋଇଛି।ଅଳୁଗୁମ ପଞ୍ଚାୟତ ସିଂଘାକୁଦା ଗାଁରେ ଏହିଭଳି ଘଟଣା ଘଟିଛି।ତବେ ଏହା ପକୃତରେ ବାଘ ନା ଆଉ କିଛି ତାହା ଜାଣିବାପାଇ ବନବିଭାଗ ଉଦ୍ୟମ ଆରମ୍ଭ କରିଛି।ଗ୍ରାମବାସୀମାନଙ୍କଠାରୁ ଖବରପାଇ ବନ ବିଭାଗର ଏକ ଟିମ ପକୃତ ଘଟଣାକୁ ଯାଞ୍ଚ କରିବାପାଇଁ ଆସିଛି।ତେବେ ଆବଶ୍ୟକ ପଦକ୍ଷେପ ନିଆଯାଉଥିବାର ବନବିଭାଗ ପକ୍ଷରୁ କୁହାଯାଇଛି।

ପିଅନ ପାଇଁ ବିଭ୍ରାଟ!

ଭୁବନେଶ୍ୱର,୨୬।୨(ଏସଏସନିଉଜ) ଜଣେ ପିଅନ କପିଦେବାକୁ ନେଇ ଉତ୍ତେଜନା ଦେଖାଦେଇଛି।ଭଦ୍ରକରେ ମାଟ୍ରିକ ପରୀକ୍ଷାରେ ବିଭ୍ରାଟ ଦେଖା ଦେଇଛି।ଏହାକୁ ନେଇ ଭଦ୍ରକାଳୀ ହାଇସ୍କୁଲରେ ଉତ୍ତେଜନା ଦେଖାଦେଇଛି।ସ୍କୁଲ ଜଣେ ପିଅନ ନିର୍ଦ୍ଦିଷ୍ଟ ଜଣେ ପିଲାକୁ କପିଦେଉଥିବା ଅଭିଯୋଗରେ ଉତ୍ତେଜନା ଦେଖାଦେଇଥିଲା।ପରୀକ୍ଷାପରେ ସ୍କୁଲ ଗେଟ୍‌ରେ ତାଲା ପକାଇଲେ ପରୀକ୍ଷାର୍ଥୀ। ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲେ ବ୍ଲକ ଶିକ୍ଷାଅଧିକାରୀ।ଏହି ଘଟଣାରେ ପିଅନଙ୍କୁ ଉଠାଇନେଇ ଗ୍ରାମାଞ୍ଚଳ ଥାନା ପୋଲିସର ପଚରାଉଚରା ଆରମ୍ଭ କରିଛି।

ଆଜିର ରାଶିଫଳ

ଫେବୃଆରୀମାସ ୨୬ତାରିଖ ୨୦୨୪ମସିହା (ସୋମବାର)ଫାଲଗୁନମାସ- କୃଷ୍ଣପକ୍ଷ,ତିଥି- ଦ୍ଵିତୀୟା ରାତ୍ରି ଘ୧୧/୩୪ ପର୍ଯ୍ୟନ୍ତ ତଦନ୍ତେ ତୃତୀୟା, ସୁର୍ୟୋଦୟ-ପ୍ରାତଃ ଘ୦୬/ ୧୩/୩୦,ସୂର୍ଯ୍ୟାସ୍ତ -ସନ୍ଧ୍ୟାଘ ୦୫/ ୪୮/୨୦,ଯୋଗିନୀ ଉତ୍ତରେ ରାତ୍ରି ଘ୧୧/୩୪ ଗତେ ଅଗ୍ନିକୋଣେ,ଦ୍ଵିତୀୟାର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ, କନ୍ୟାରାଶିର ଘାତଚନ୍ଦ୍ର, ମିଥୁନ ରାଶିର ଘାତବାର, କାଳବେଳା -ଦିବା ଘ୦୭/୩୭ ଗତେ ଘ୦୯/୦୮ ମଧ୍ୟେ, ବାରବେଳା – ଦିବା ଘ୦୨/ ୩୬ ଗତେ ଘ୦୪/୨୩ ମଧ୍ୟେ,ବିଶୁଦ୍ଧ ଅମୃତ ବେଳ। -ଦିବା ଘ ୦୭/ ୩୭ ମଧ୍ୟେ ଓ ଘ୧୧/ ୦୦ ଗତେ […]