Browsing author

SATYA SANDHANA DESK

ଭିଜିଲାନ୍ସ ଜାଲରେ ପଡିଲେ ଯନ୍ତ୍ରୀ-କିରାଣି

ଆସିକା,୧।୩(ଏସଏସନିଉଜ)ଜଣେ ଗାଡ଼ି ମାଲିକଙ୍କ ବକେୟାବିଲ୍‌ ପାସ୍‌ କରିବାପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରପଡିଛନ୍ତିଜଳସମ୍ପଦ ବିଭାଗ ଆସିକା ସିଏଡି ଭିଜିଜନ୍‌-୮ (ସେଚାଞ୍ଚଳ ଉନ୍ନୟନ ଖଣ୍ଡ) ନିର୍ବାହୀ ଯନ୍ତ୍ରୀ ବେଣୁଧର ଦଳାଇ ଓ କନିଷ୍ଠ କିରାଣି କୈଳାସ ଚନ୍ଦ୍ର ବେହେରା।ସେମାନଙ୍କ ନିକଟରୁ ୨୦ହଜାରଟଙ୍କା ଲାଞ୍ଚବାବଦ ଜବତ ‌କରାଯାଇଛି।ଏହାପରେ ଉଭୟଙ୍କ ଅଫିସ ଓ ବାସଭବନ ସମେତ ପାଞ୍ଚଟି ସ୍ଥାନରେ ଭିଜିଲାନ୍ସର ୫ଟି ଟିମ୍‌ ଚଢ଼ାଉ ଚଳାଇଛନ୍ତି।ଏହାସହ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ କେସ୍ ନମ୍ବର ୩/୨୪ରେ ଏକ ମାମଲା ରୁଜୁ […]

ବେଦିରୁ ଥାନାକୁ ଗଲା ବର

ଭୁବନେଶ୍ବର,୧ା୩(ଏସଏସନିଉଜ) ବେଦିରୁ ବରକୁ ଉଠାଇ ନେଲା ମହିଳାଥାନା ପୋଲିସ । ଦ୍ବିତୀୟ ବିବାହ କରୁଥିବା ବେଳେ ଯୁବକଙ୍କୁ ଉଠାଇ ନେଇଥିଲା ପୋଲିସ ।ରାଜଭବନପଛ ରାଧାକୃଷ୍ଣମନ୍ଦିରରେ ବାହାଘରବେଳେ ଉଠାଇ ନେଇଥିଲା ପୋଲିସ । ପ୍ରଥମ ପତ୍ନୀଙ୍କ ଅଭିଯୋଗ ପରେ ଯୁବକଙ୍କୁ ଉଠାଇ ନେଇଥିଲା ପୋଲିସାପ୍ରଥମ ପତ୍ନୀ କୋଲକାତାର ହୋଇଥିବାବେଳେ ବିବାହ ପ୍ରମାଣପତ୍ର ଧରି ଥାନାରେ ଆସି ପହଁଚିଥିଲେ ।

ଧରାପଡିଲା ଏଟିଏମ୍ ଲୁଟେରା

ଭଦ୍ରକ,୧ା୩(ଏସଏସନିଉଜ) ସୁନା କିଣିଲାବେଳେ ସିସିଟିଭି ଆଧାରରେ ପୋଲିସ ଲୁଟେରାକୁଧରିବାରେ ସକ୍ଷମ ହୋଇଛି ।ସାଵରଙ୍ଗ ଥାନା ଅଧିନ ଭଵାନୀବିନ୍ଧା ଗାଁର ପ୍ରତାପ ଚନ୍ଦ୍ର ମହାନ୍ତି ଗତ ଫେଵୃଆରୀ ମାସର ୯ ତାରିଖରେ ବାରିକଛକ ଷ୍ଟେଟବ୍ୟାଙ୍କ ଏଟିଏମରୁ ଟଙ୍କା ଉଠାଇବା ବେଳେ ତାଙ୍କ ଏଟିଏମଟିକୁ ଚଞ୍ଚକତା କରି ତାଙ୍କୁ ପୁରୁଣା ଏଟିଏମ ଦେଇ ତାଙ୍କ ଏଟିଏମକୁ ନେଇଯାଇଥିଲା ଲୁଟେରା। ଏହାପରେ ତାଙ୍କମୋବାଇଲକୁ ମେସେଜ ଆସିବାରୁ ସେ ବ୍ୟାଙ୍କରେ କୁଯାଇ ଦେଖାଇବାପରେ ତାଙ୍କ ଆକାଉଣ୍ଟରୁ ୪,୩୯,୦୪୩ ଟଙ୍କା ଉଠାଣ ହୋଇଯାଇଥିବାର ଜାଣିବାକୁପାଇଥିଲେ […]

ଆଜିର ରାଶିଫଳ

ମାର୍ଚ୍ଚମାସ ୦୧ତାରିଖ ୨୦୨୪ ମସିହା(ଶୁକ୍ରବାର) ଫାଲଗୁନମାସ- କୃଷ୍ଣପକ୍ଷ,ତିଥି- ପଞ୍ଚମୀ ପ୍ରା ଘ୦୬ /୨୭ ପର୍ଯ୍ୟନ୍ତ ତଦନ୍ତେ ଷଷ୍ଠୀ,ସୁର୍ୟୋଦୟ-ପ୍ରାତଃ ଘ୦୬/୧୦/୪୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୯/୪୦, ଯୋଗିନୀ ଦକ୍ଷିଣେ ପ୍ରାଘ୦୬/୨୭ପର୍ଯ୍ୟନ୍ତ ତଦନ୍ତେ ପଶ୍ଚିମେ,ଷଷ୍ଠୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ବିଛା ,ଧନୁ ଓ ମୀନରାଶିର ଘାତବାର,କାଳବେଳା ଓ ବାରବେଳା -ଦିବା ଘ୦୯/୦୨ ଗତେ ଘ୧୧/୫୬ ମଧ୍ୟେ,ବିଶୁଦ୍ଧ ଅମୃତବେଳ। -ଦିବା ଘ୦୭/୪୫ ମଧ୍ୟେ ଓ ଘ ୦୮/୩୨ ଗତେ ଘ୦୯/୦୧ ମଧ୍ୟେ ଓ ଘ୦୧ /୨୧ ଗତେ ଘ୦୨/୫୫ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ରାତ୍ରି ଘ୧୦/୩୭ ଗତେ […]

ଆଜିର ରାଶିଫଳ

୨୦୨୪ମସିହା ଫେବୃଆରୀମାସ ୨୯ ତାରିଖ ଗୁରୁବାର।ପ୍ରାଚୀନଦୀକୂଳ ଅନ୍ଧ କପିଳେଶ୍ୱରଙ୍କଠାରୁ ୭ଦିନ ପ୍ରାଚୀପରିକ୍ରମା ଆରମ୍ଭ ।ସୁର୍ଯ୍ୟୋଦୟ- ଘ୬/୧୦/୩୮,ସୂର୍ଯ୍ୟାସ୍ତ- ଘ୫/୪୭/୫୪, ଫାଲ୍ଗୁନ ମାସ,କୃଷ୍ଣପକ୍ଷ,ବୃହସ୍ପତିବାସ,ତିଥି- ପଞ୍ଚମୀ (ଅହୋରାତ୍ର)।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଦକ୍ଷିଣ ଦିଗରେ।ସୂର୍ଯ୍ୟୋଦୟରୁ ଯାତ୍ରାଶୁଭ।ଦକ୍ଷିଣ ଦିଗ,ଅଗ୍ନିକୋଣ ଓ ପୂର୍ବଦିଗକୁ ତ୍ୟାଗ କରି ଯାତ୍ରା କରାଯିବ।ଘାତଚନ୍ଦ୍ର– ଘାତଚନ୍ଦ୍ରନାହିଁ।ଘାତବାର–ତୁଳା ଓ କୁମ୍ଭରାଶିରଘାତବାର।ସାମ୍ବତ୍ସରିକ ଶ୍ରାଦ୍ଧ–ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ବେଲଭକ୍ଷଣ ନିଷେଧ।ଅଶୁଭବେଳା-କାଳ ଓ ବାର ଵେଳା ଦିବା ଘ୨/୩୪ମି ରୁ ସୂର୍ଯ୍ୟାସ୍ତ ଘ୫/୪୮ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରି ଘ୧୧/୫୭ମି ରୁ ଘ୧/୨୯ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ ରାତ୍ରି ଘ୧/୧ମି […]

ପ୍ରଫୁଲ୍ଲ ସାମଲଙ୍କୁ ୮ଘଣ୍ଟା ଜେରା!

ଭୁବନେଶ୍ୱର,୨୮।୨(ଏସଏସନିଉଜ)୮ ଘଣ୍ଟା ପରେ ଇଡି ଅଫିସ୍‌ରୁ ବାହାରିଲେ ବିଧାୟକ ପ୍ରଫୁଲ୍ଲ ସାମଲ।ଇଡି ଅଫିସ୍‌ରୁ ବାହାରିବାପରେ ପ୍ରଫୁଲ୍ଲ ସାମଲଙ୍କ ପ୍ରତିକ୍ରିୟା ରଖିଲେ।ଇଡି ଯାହା ତଦନ୍ତ କରୁଛି, ସବୁ ତଥ୍ୟ ଇଡି ଆଗରେ ରଖିଛି।ଇଡିର ତଦନ୍ତକୁ ସଂପୂର୍ଣ୍ଣ ସହଯୋଗ କରୁଛି କହିଲେ ପ୍ରଫୁଲ୍ଲ।ବରପଦା ଇଂଜିନିୟରିଂ କଲେଜଜମି ମାମଲାରେ ହାଜର ହୋଇଥିଲେ।ପ୍ରଫୁଲ୍ଲ ଏବଂ ତାଙ୍କ ପୁଅଙ୍କୁ ହାଜର ପାଇଁ ନୋଟିସ କରିଥିଲା ଇଡି।ନୋଟିସ ଅନୁସାରେ ଆଜି ଦିନ ସାଢ଼େ ୧୧ଟାରେ ହାଜର ହୋଇଥିଲେ ପ୍ରଫୁଲ୍ଲ।

କାନ୍ଦିଲେ ମନ୍ତ୍ରୀ…

ଭୁବନେଶ୍ୱର,୨୮।୨(ଏସଏସନିଉଜ)କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ଆଜିଏକ ଭତ୍ତାବଣ୍ଟନ କାର୍ଯ୍ୟକ୍ରମରେ ଅତିଥିଭାବେ ଯୋଗଦେଇଥିଲେ।ସେଠାରେ ୪ପଂଚାୟତର ଲୋକମାନେ ଉପସ୍ଥିତ ଥିଲେ।ସାଧାରଣଲୋକଙ୍କୁ ଅଭିଭାଷଣ ଦେବା ବେଳେ ସେ କାନ୍ଦି ପକାଇଥିଲେ।ସେ କହିଲେଯେ,ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର କେହି ନାହାନ୍ତି।ତାଙ୍କର ବାପାମାଆ, ପୁଅ-ଝିଅ କେହିନାହାନ୍ତି ।ସିଏ ମରିଗଲେ ତାଙ୍କ ମୁହଁରେ ପାଣି କି ମୁଖାଗ୍ନି ଦେବାକୁ ବି କେହି ନାହାନ୍ତି କହି କାନ୍ଦି ପକାଇ ଥିଲେ।ମନ୍ତ୍ରୀଙ୍କ କାନ୍ଦିବାକୁ ନେଇ ଏବେ ଭିର୍ଣ ଭିର୍ଣ ଆଲୋଚନା ମାନ ଆରମ୍ଭ ହୋଇଯାଇଛି।

ଆସୁଛି ଜାଗର

କଳାହାଣ୍ଡି,୨୮।୨(ଏସଏସନିଉଜ)କଳାହାଣ୍ଡି ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧଶକ୍ତିପୀଠ କେସିଙ୍ଗା ଗୁର୍ଜିମୁଣ୍ଡାଠାରେ ଅବସ୍ଥାପିତ କରିଛନ୍ତି ଜଗତଜନନୀ ମାଯୋଗମାୟା।ମାଙ୍କ ଟିକିଏକରୁଣା ଓ କୃପାପାଇବାପାଇଁ ପ୍ରତିଦିନ ଦୁରଦୂରାନ୍ତରୁ ଧାଇଁ ଆସିଥାନ୍ତିଭକ୍ତ।ଏହି ପୀଠରେ ୧୨ଯାତ୍ରାରେ ୧୩ପର୍ବ ଭଳି ମହାଶିବରାତ୍ରି ଓ ରୁଦ୍ରଯଜ୍ଞ ବଡ଼ପର୍ବ ଅଟେ।ତେଣୁ ଏହି ପର୍ବରେ ରାଜ୍ୟର ବିଭିର୍ଣଜିଲାରୁ ପ୍ରବଳ ଭକ୍ତମାନଙ୍କ ସମାଗମ ହୋଇଥାଏ।ଏହାକୁ ଦୃଷ୍ଟିରେ ରଖି ମନ୍ଦିର ପରିଚାଳନା ଟ୍ରଷ୍ଟ ଓ ସ୍ଥାନୀୟପ୍ରଶାସନ ପକ୍ଷରୁ ଭକ୍ତମାନଙ୍କ ସୁରକ୍ଷା ନେଇ ବିଭିର୍ଣପ୍ରକାର ବନ୍ଦୋବସ୍ତ କରାଯାଇଥାଏ।ଏଠାରେ ଦିନିକିଆମେଳା ଅର୍ଥାତ କିଣାବିକାର ପସରା ଖୋଲାଯାଇଥାଏ।ତେବେ ଚଳିତବର୍ଷ ଏହାକୁ […]

ଆଜିର ରାଶିଫଳ

୨୦୨୪ମସିହା ଫେବୃଆରୀମାସ ୨୮ତାରିଖ ବୁଧବାର।ସୁର୍ଯ୍ୟୋଦୟ- ଘ୬/୧୧/୨୨ ,ସୂର୍ଯ୍ୟାସ୍ତ- ଘ୫/୪୭/୩୦ ,ଫାଲ୍ଗୁନମାସ ,କୃଷ୍ଣପକ୍ଷ ,ପଣ୍ଡିତବାସ ,ତିଥି- ଚତୁର୍ଥୀ ରାତ୍ରି ଘ୪/୨୬ମି ପର୍ଯ୍ୟନ୍ତ ତଦନ୍ତେ ପଞ୍ଚମୀ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ନୈର୍ଋତକୋଣରେ, ରାତ୍ରି ଘ୪/୨୬ମିପରେ ଦକ୍ଷିଣଦିଗରେ।ରିକ୍ତାତିଥିଦୋଷ ହେତୁ ରାତ୍ରିଘ୪/୨୬ମିପରେ ରାତ୍ରିଶେଷପର୍ଯ୍ୟନ୍ତ ଯାତ୍ରାଶୁଭ।ଦକ୍ଷିଣଦିଗ, ଅଗ୍ନିକୋଣ ଓ ପୂର୍ବଦିଗକୁ ତ୍ୟାଗକରି ଯାତ୍ରା କରାଯିବ।ଘାତଚନ୍ଦ୍ର-ରାତ୍ରି ଘ୯/୪୬ମିମଧ୍ୟେ ବୃଷରାଶିର ଘାତଚନ୍ଦ୍ର।ଘାତବାର–କର୍କଟରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ମୂଳାଭକ୍ଷଣ ନିଷେଧ।ଅଶୁଭବେଳା- କାଳବେଳା ଦିବା ଘ୯/୨ମିରୁ ଘ୧୦/୩୦ମିପର୍ଯ୍ୟନ୍ତ।ବାରଵେଳା ଦିବାଘ୧୧/୫୮ମି ରୁ ଘ୧/୨୬ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରିଘ୩/୨ମି ରୁ ଘ୪/୩୪ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ […]

ଭାରସାମ୍ୟ ହରାଇ କେନାଲ ଭିତରକୁ ପଶିଲା କାର

ବାରଙ୍ଗ,୨୭।୨(ଏସଏସନିଉଜ) ମଙ୍ଗଳବାର ଅପରାହ୍ନ ସମୟରେ ଗୋଡିସାହିଫାଣ୍ଡି ଅଧୀନସ୍ଥ ରତାଗଡ ରେଳ ଧାରଣା ନିକଟ ପୁରୀ ମୁଖ୍ୟ କେନାଲଭିତରକୁ ଭାରସାମ୍ୟ ହରାଇଏକ ଦୃତଗାମୀକାର ପସିଯାଇଥିଲା।ସୌଭାଗ୍ୟ ବଶତଃ କାରଚାଳକ ଗାଡିର କାଚ ଭାଙ୍ଗି ବାହାରି ପହଁରି ପଳାଇଆସିଥିବାରୁ ବଞ୍ଚି ଯାଇଥିଲେ।ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଗୋଡିସାହି ଫାଣ୍ଡି ପୋଲିସ ଓ ଦମକଳ ବାହିନୀ ପହଁଚି ପାଣିଭିତରୁ କାରଟିକୁ ଉଦ୍ଧାର କରି କାର ଚାଳକକୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଇଥିଲେ। ପ୍ରକାଶ ଯେ, ମଙ୍ଗଳବାର ଅପରାହ୍ନ ସାଢେ଼ ତିନିଟା ସମୟରେ […]