ଅସୁସ୍ଥ ହେଲା ହେଟାବାଘ

ବାରଙ୍ଗ,୧୯ା୩(ଏସଏସନିଉଜ) ନନ୍ଦନକାନନ ପ୍ରାଣୀଉଦ୍ୟାନର ୨୫ ନମ୍ୱର ଏନକ୍ଲୋଜରରେ ରହୁଥିବା ଗୋଟିଏ ଅଣ୍ଡିରା ହେଟାବାଘ ଅସୁସ୍ଥ ହୋଇଥିବା ଜଣାପଡିଛି । ବାଘଟି ଠିକ୍ ସେ ଖିଆପିଆ କରୁନଥିବା ବେଳେ ଗୋଟିଏ ସ୍ଥାନରେ ପଡିରହୁଥିଲା । ଏନକ୍ଲୋଜରରେ କାମ କରୁଥିବା କର୍ମଚାରୀ ଏହା ଦେଖି କର୍ତ୍ତୁପକ୍ଷଙ୍କୁ ଖବର ଜଣାଇଥିଲେ । କର୍ତ୍ତୁପକ୍ଷ ଏହି ହେଟା ବାଘକୁ ପ୍ରାଣୀ ଚିକିତ୍ସାଳୟକୁ ଆଣି ଚିକିତ୍ସା କରାଇ ଡାକ୍ତରଙ୍କ ନଜର ବନ୍ଦିରେ ରଖାଯାଇଥିବା ସୂଚନା ମିଳିଛି । ଏବେ ପ୍ରାଣୀଉଦ୍ୟାନରେ ୫ଟି ହେଟା ବାଘ ଅଛନ୍ତି।

Comments (0)
Add Comment