Browsing author

SATYA SANDHANA DESK

୪ଜଣଙ୍କୁ ହତ୍ୟାକରି ଫିଙ୍ଗିଦେଲେ !

କୋଇଡ଼ା,୧୭।୨(ଏସଏସନିଉଜ)ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ରେଳ ଟ୍ରାକ୍‌ରେ ୪ ମୃତଦେହ ଠାବ ହୋଇଛି। ବିମଳାଗଡ଼-କିରିବୁରୁ ରେଳ ଟ୍ରାକ୍‌ ପାଖରେ ପଡ଼ିଛି ୪ ମୃତଦେହ।୨ଟି ମୃତଦେହ ଅଖା ଭିତରେ, ଆଉ ୨ଟି ଖଣ୍ଡ ବିଖଣ୍ଡିତ ଅବସ୍ଥାରେ ପଡ଼ିଛି।୪ ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ, ଜଣେ ମହିଳା ଓ ଜଣେ ପୁରୁଷ ଥିବାର ଜଣାପଡିଛି।ଟ୍ରାକ୍‌ରେ ମୃତଦେହ ଠାବ ହେବା ପରେ ଜିଆରପି ପକ୍ଷରୁ ତନାଘନା ତଦନ୍ତ ଆରମ୍ଭ ହୋଇଛି।

୪ଜଣଙ୍କୁ କ୍ୟାମ୍ପସ୍ ମନା

ଭୁବନେଶ୍ୱର,୧୭।୨ (ଏସଏସନିଉଜ)MKCG ରାଗିଂ ଘଟଣାରେ ୪ ଡାକ୍ତରୀ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।୪ ଡାକ୍ତରୀ ଛାତ୍ରଙ୍କୁ କଲେଜ କ୍ୟାମ୍ପସ ମନା ନେଇ ଡିନ୍‌ ଇନଚାର୍ଜଙ୍କ ସୂଚନା ଦେଇଛନ୍ତି।ମାଡ଼ ମାରିଥିବା ୨ ଛାତ୍ରଙ୍କୁ ୨ ମାସ ପାଇଁ କଲେଜ କ୍ୟାମ୍ପସ ମନା କରାଯାଇଛି।ଲିଫ୍ଟ ଦେଇଥିବା ୨ ଛାତ୍ରଙ୍କୁ ସପ୍ତାହେ ପାଇଁ କଲେଜ କ୍ୟାମ୍ପସକୁ ମଧ୍ୟ ବାରଣ କରାଯାଇଛି।ଗତ ୧୨ରେ ପ୍ରଥମ ବର୍ଷ ଛାତ୍ରଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା।

ଆଜିର ରାଶିଫଳ

ଫେବୃଆରୀମାସ ୧୭ତାରିଖ ୨୦୨୪ ମସିହା (ଶନିବାର)ମାଘମାସ- ଶୁକ୍ଳପକ୍ଷ,ତିଥି- ଅଷ୍ଟମୀ ଦିବା ଘ ୦୮/୧୯ପର୍ଯ୍ୟନ୍ତ ତଦନ୍ତେ ନବମୀ,ସୁର୍ୟୋଦୟ-ପ୍ରାତଃ ଘ୦୬/୧୮/୫୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫ /୪୪/୧୯,ଯୋଗିନୀ ଐଶାନ୍ୟେ ଦିବା ଘ୦୮/୧୯ ଗତେ ପୂର୍ବେ ବିଛାରାଶିର ଘାତଚନ୍ଦ୍ର, ନବମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ବୃଷ,ସିଂହ ଓ କନ୍ୟାରାଶି ର ଘାତବାର,କାଳବେଳା -ଦିବା ଘ୦୭/୪୩ ମଧ୍ୟେ ଓ ଘ୦୪/୨୧ ଗତେ ଘ୦୫/୫୮ ମଧ୍ୟେ, ବାରବେଳା – ଦିବା ଘ୦୧/୩୦ ଗତେ ଘ୦୨/୫୮ ମଧ୍ୟେ, ବିଶୁଦ୍ଧ ଅମୃତବେଳ। – ଦିବା ଘ୧୦/୧୭ ଗତେ ଘ୦୧/୨୮ ମଧ୍ୟେ ଓ […]

ମେଣ୍ଢାଶାଳରେ କୁମ୍ଭମେଳା ମହୋସ୍‌ବ ଉଦଯାପିତ

ମେଣ୍ଢାଶାଳ,୧୫ା୨. (ଏସଏସନିଉଜ)ମେଣ୍ଢାଶାଳ ଗ୍ରାମର ଇଷ୍ଟଦେବ ଶ୍ରୀଶ୍ରୀଭଗବତବାସୁଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ସବୁବର୍ଷଭଳି ଚଳିତବର୍ଷ କୁମ୍ଭସଂକ୍ରାନ୍ତିରେ କୁମ୍ଭମେଳା ମହୋସ୍‌ସବ ଆରମ୍ଭ ହୋଇ ବୁଧବାର ବିଳମ୍ଭିତରାତିରେ ଉଦ୍‌ଯାପିତହୋଇଯାଇଛି ।୧୩ତାରିଖ ସନ୍ଧ୍ୟାରେ ଅଙ୍ଗୁରାରୋପାଣ କରାଯାଇ କାର୍ଯ୍ୟକ୍ରମର ଆରମ୍ଭ କରାଯାଇଥିଲା ।ଏହି କୁମ୍ଭମେଳାରେ ମେଣ୍ଢାଶାଳ, ଗିରିଙ୍ଗାପୁଟ,ହରିଡାମଡା,ମଳିପଡା, ଗୋପିନାଥପୁର,ଓଗରସୁଆାଁ, ପିତାପଲ୍ଲୀ,ଜାଆଁଳା,ତମାଣ୍ଡୋ,ଘାଟିକିଆ,ପରପଦା,ଘୋରକଣା,ଶଣ୍ଢପୁର,ବଡରଘୁନାଥପୁର,ଗଉଡକାଶିପୁର,କୁଜିମହଲ,ପଳାଶପୁର,ପାଣିଓରା,ଭୋଳା,ରେଙ୍ଗଳପାଟଣା,ଅରାଗଡ,ମିନଚିନପାଟଣା ଓ ଭାଁପୁରଗ୍ରାମର ସଙ୍ଗିର୍ତନମଣ୍ଡଳୀ ଘୋ୍‌େଇଦଇ ଅହୋରାତ୍ର ଭଜପରିବେଣ କରିଥିଲେ ।ସନ୍ଧ୍ୟା ସମୟରେ ମହୋସ୍‌ସବ ଅନୁଷ୍ଠିତହୋଇ ବିଳମ୍ଭିତରାତି ପର୍ଯ୍ୟନ୍ତଚାଲଥିଲା ଏଥିରେ ଗ୍ରାମ ଓ ଆଖପାଖଗ୍ରାମରୁ ଦଶହଜାରେରୁ ଉର୍ଦ୍ଧ ଶ୍ରଦ୍ଧାଳୁଭକ୍ତ ଯୋଗଦେଇ ପ୍ରସାଦସେବନ କରିଥିଲେ ।ଏହି ମହୋ୍‌ସବରେ ବିଭୁତିବଃଳବନ୍ତରାୟ,ମନ୍ନଥରାଉତରାୟ,ବିଶ୍ୱରଞନବଡଜେନା,ଅର୍ଦ୍ଦେନ୍ଦୁଦାସ […]

ଆଜିର ରାଶିଫଳ

୨୦୨୪ମସିହା ଫେବୃଆରୀମାସ ୧୬ତାରିଖ ଶୁକ୍ରବାର। ଶ୍ରୀମନ୍ଦିରରେ ମାଘସପ୍ତମୀ,ତିଳ ସପ୍ତମୀ,କୋଣାର୍କ (ଚନ୍ଦ୍ରଭାଗା)ସ୍ନାନ, ରବି ମହାଗ୍ରହ ଜୟନ୍ତୀ,ଭୀଷ୍ମାଷ୍ଟମୀ ଓ ତର୍ପଣ, ଅଦ୍ଵୈତପ୍ରଭୁଙ୍କର ଜନ୍ମୋତ୍ସବ, ବିଦଗ୍ଧକବି ଅଭିମନ୍ୟୁ ଜୟନ୍ତୀ, ଅତିବଡ଼ି ଜଗନ୍ନାଥଦାସଙ୍କର ତିରୋଧାନ ଦିବସ। ସୁର୍ଯ୍ୟୋଦୟ- ଘ୬/୧୯/୨୮,ସୂର୍ଯ୍ୟାସ୍ତ- ଘ୫/୪୨ /୩୦,ମାଘମାସ,ଶୁକ୍ଳପକ୍ଷ,ଭୃଗୁବାସ,ତିଥି- ସପ୍ତମୀ ଦିବା ଘ୯/୨ମି ପର୍ଯ୍ୟନ୍ତ ତଦନ୍ତେ ଅଷ୍ଟମୀ ।ଯୋଗ- ବ୍ରହ୍ମ ଯୋଗ ଦିବା ଘ୪/୩୪ମି ପର୍ଯ୍ୟନ୍ତ ପର୍ଯ୍ୟନ୍ତ ତଦନ୍ତେ ଇନ୍ଦ୍ରଯୋଗ।କରଣ- ବାଣିଜ୍ୟକରଣ ଦିବା ଘ୯/୨ମି ପର୍ଯ୍ୟନ୍ତ ତଦନ୍ତେ ବିଷ୍ଟିକରଣ ରାତ୍ରି ଘ୮/୪୦ମି ପର୍ଯ୍ୟନ୍ତ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ବାୟବ୍ୟକୋଣରେ, ଦିବା […]

ବିଜେଡିବିଧାୟକ ପ୍ରଫୁଲ୍ଲସାମଲଙ୍କ ଘରେ ଇଡି ରେଡ୍

ଭୁବନେଶ୍ୱର,୧୫।୨(ଏସଏସନିଉଜ)ବିଜେଡି ବିଧାୟକ ପ୍ରଫୁଲ୍ଲସାମଲଙ୍କ ଘରେ ଇଡି ରେଡ୍‌ କରିବା ଘଟଣାରେ ଷଡ଼ଯନ୍ତ୍ର ଅଭିଯୋଗଆଣିଲେ ତାଙ୍କ ଓକିଲ।ତାଙ୍କ ମହକିଲଙ୍କ ବିରୋଧରେ ଷଡ଼ଯନ୍ତ୍ର କହିଲେ ପ୍ରଫୁଲ୍ଲଙ୍କ ଓକିଲ।କେଉଁ ଅଭିଯୋଗ ଆଧାରରେ ଇଡି ରେଡ୍‌ କରୁଛି ଆମେ ଜାଣିନୁ।ଇଡି ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଛୁ।ସେମାନେ ଆମକୁ ଦେଖା ଦେଉନାହାନ୍ତି କି କିଛି ଉତ୍ତର ଦେଉନାହାନ୍ତି।ପ୍ରଫୁଲ୍ଲ ସାମଲ ବହୁବିଧ ରୋଗରେ ଆକ୍ରାନ୍ତ ହୋଇଥିବାରୁ ତାଙ୍କୁ ଚିକିତ୍ସା ଦରକାର।ପ୍ରଫୁଲ୍ଲଙ୍କୁ ହଇରାଣ କରିବାକୁ ଏହା ଏକ ଷଡ଼ଯନ୍ତ୍ର ବୋଲି ଭାବୁଛୁ ବୋଲି କହିଛନ୍ତି […]

ଆଜିର ରାଶିଫଳ

୨୦୨୪ମସିହା ଫେବୃଆରୀମାସ ୧୫ତାରିଖ ଗୁରୁ ବାର। ସୁର୍ଯ୍ୟୋଦୟ- ଘ୬/୧୯/୫୩,ସୂର୍ଯ୍ୟାସ୍ତ- ଘ୫/୪୨/୧,ମାଘମାସ,ଶୁକ୍ଳପକ୍ଷ,ବୃହସ୍ପତିବାସ,ତିଥି- ଷଷ୍ଠୀ ଦିବା ଘ୧୦/୨୬ମି ପର୍ଯ୍ୟନ୍ତ ତଦନ୍ତେ ସପ୍ତମୀ ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପଶ୍ଚିମ ଦିଗରେ, ଦିବା ଘ୧୦/୨୬ମି ପରେ ବାୟବ୍ୟ କୋଣରେ। ଅଗନ୍ତବ୍ୟତିଥି ଦୋଷ ହେତୁ ଦିବା ଘ୧୦/୨୬ମି ପରେ ରାତ୍ରିଶେଷ ପର୍ଯ୍ୟନ୍ତ ଯାତ୍ରା ଶୁଭ। ବାୟୁକୋଣ, ପଶ୍ଚିମଦିଗ, ନୈର୍ଋତ କୋଣକୁ ତ୍ୟାଗ କରି ଯାତ୍ରା କରାଯିବ।ଘାତଚନ୍ଦ୍ର–ମେଷରାଶିର ଘାତଚନ୍ଦ୍ର।ଘାତବାର–ତୁଳା ଓ କୁମ୍ଭ ରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ନିମ୍ବ, ଦିବା […]

କଳାକାର ସହାୟତାରାଶି ବଢ଼ିଲା

ଭୁବନେଶ୍ୱର,୧୪।୨(ଏସଏସ ନିଉଜ)କଳାକାର ସହାୟତା ରାଶି ବୃଦ୍ଧିକଲେ ରାଜ୍ୟ ସରକାର।କଳାକାର ସହାୟତା ରାଶି ମାସିକ ୧୨ଶହରୁ ୨ ହଜାରକୁ ବଢ଼ିଲା।୮୦ବର୍ଷରୁ ଅଧିକ ହୋଇଥିଲେ ମାସକୁ ୨୫ ଶହ ଟଙ୍କା ପାଇବେ।ଚଳିତ ଫେବ୍ରୁଆରୀ୨୦ରୁ ୨୫ ତାରିଖ ଭିତରେ ବର୍ଦ୍ଧିତ ରାଶି ମିଳିବ।ରାଜ୍ୟର ୮୦ ହଜାର କଳାକାର ଏହାଦ୍ୱାରା ଉପକୃତ ହେବେ ବୋଲି ଜଣାପଡିଛି।

ଓଲଟିଲା ଯାତ୍ରବାହୀବସ୍

କଟକ,୧୪।୨(ଏସଏସନିଉଜ) ଭୁବନେଶ୍ୱରରୁ କଟକ ଯାଉଥିବା ଚନ୍ଦନ ନାମକ ଏକ ଯାତ୍ରୀବାହୀ ବସ୍ ଗୋପାଳପୁର ନିକଟରେ ଦୁର୍ଘଟଣାଗ୍ରସ୍ଥ ହୋଇଛି ।ବସ୍ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିବାରୁ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ରୁ ଅଧିକଯାତ୍ରୀ ଆହାତ ହୋଇଥିବାର ଜଣା ପଡିଛି।ଆହତମାନଙ୍କୁ ଉଦ୍ଧାରକରି କଟକ ବଡ ମେଡିକାଲକୁ ଚିକିତ୍ସା ପାଇଁ ପଠାଯାଇଛି । ଉଦ୍ଧାରକାରି ଦଳ ଘଟଣାସ୍ଥଳରେ ପହଂଚି ବସର ଝରକା ଭାଙ୍ଗି ଯାତ୍ରୀମାନଙ୍କୁ ଉଦ୍ଧାର କରିଥିବାର ଜଣାପଡିଛି ।

ଶେରଗଡ଼କୁ ଏନଏସି ଘୋଷଣାକଲେ ରାଜ୍ୟସରକାର

ଭୁବନେଶ୍ୱର.୧୪ା୨(ଏସଏସନିଉଜ)ଶେରଗଡ଼କୁ ଏନଏସି ମ୍ୟାନତା ପ୍ରଦାନ କଲେ ରାଜ୍ୟ ସରକାର। ଶେରଗଡ଼଼ବାସୀଙ୍କ ବହୁଦିନର ସ୍ଵପ୍ନ ପୂରଣ ହୋଇଛି। ପବିତ୍ର ସରସ୍ଵତୀ ପୂଜା ଅବସରରେ ଗଞ୍ଜାମ ଶେରଗଡ଼ବାସୀଙ୍କୁ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଶେରଗଡ଼ ପଞ୍ଚାୟତଙ୍କୁ ଏନଏସି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶେରଗଡ଼ ଗସ୍ତ ଅବସରରେ ହିଂଜିଳି ଏବଂ ଶେରଗଡ଼ ନିର୍ବାଚନମଣ୍ଡଳୀରେ ୩୦୦କୋଟିର ଏକାଧିକ ପ୍ରକଳ୍ପର ଲୋକାର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଗଂଜାମ, ହିଂଜିଳି ଓ ଶେରଗଡ଼ରୁ ଆରମ୍ଭ ହୋଇଥିଲା ସରକାରଙ୍କ ଫାଇଭ-ଟି ଉଦ୍ୟମରେ […]