Browsing author

SATYA SANDHANA DESK

ଭୁବନେଶ୍ୱରରୁ ହୋର୍ଡିଂ ହଟୁ

ଭୁବନେଶ୍ୱର,୧୦।୧(ଏସଏସନିଉଜ)ଭୁବନେଶ୍ୱର ସହରରୁ ସବୁ ହୋର୍ଡିଂ ହଟାଇବାକୁ ଅପରାଜିତା ଦାବି ଉଠାଇଛନ୍ତି।ପ୍ରେସମିଟରେ ଦାବି କରୁଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ। ନୂଆବର୍ଷ ଶୁଭେଚ୍ଛା ପାଇଁ ମନଇଚ୍ଛା ଚାରିଆଡ଼େ ହୋର୍ଡିଂ ଲଗାଯାଇଛି।ନୂଆବର୍ଷ ପରଦିନ ମୋର ସମସ୍ତହୋର୍ଡିଂ ବିଏମ୍‌ସି ହଟାଇ ଦେଇଥିଲା।ନୀତି , ନିୟମ ସମସ୍ତଙ୍କ ପାଇଁ ସମାନ ହେବା ଉଚିତ। ଅନ୍ୟ ହୋର୍ଡିଂ ହଟୁ ଓ ବିଏମ୍‌ସି କମିଶନର ସିପିଙ୍କ ସହାୟତାରେ ୨ ଦିନ ମଧ୍ୟରେ ହୋର୍ଡିଂ ହଟାନ୍ତୁ ବୋଲି କହିଛନ୍ତି ଅପରାଜିତା ।

ସାଂସଦଭାବେ ଲଢ଼ିବେ ଜୁଏଲ!

ଭୁବନେଶ୍ୱର,୧୦।୧(ଏସଏସନିଉଜ) ଶେଷଥର ପାଇଁ ସାଂସଦଭାବେ ଲଢିବାକୁ ଇଛାକରିଛନ୍ତି କହିଲେ ଜୁଏଲ ଓରାମ।ବିଧାୟକପ୍ରାର୍ଥୀ ହେବାନେଇ ଚର୍ଚ୍ଚା ପରେ ପ୍ରତିକ୍ରିୟା ରଖିଲେ ଜୁଏଲ।ସାଂସଦଭାବେ ଲଢ଼ିବାକୁ ଚାହୁଁଛି, ବିରୋଧୀଙ୍କ ଚର୍ଚ୍ଚା ଫରକ ପକାଇବ ନାହିଁ।ଯଦି କେନ୍ଦ୍ରଚାହେଁ , ତେବେ ବିଧାନସଭା ଲଢ଼ିବା ବିଷୟରେ ଚିନ୍ତା କରିବି ବୋଲି କହିଛନ୍ତି।

ଆତ୍ମସମର୍ପଣ କଲେ ଉଙ୍ଗି

ମାଲକାନଗିରି,୧୦।୧(ଏସଏସନିଉଜ)ମାଲକାନଗିରି ଏସ୍‌ପିଙ୍କ ନିକଟରେ ଜଣେ ମହିଳା ମାଓବାଦୀ ଆତ୍ମସମର୍ପଣ କରିଥିବାର ଜଣାପଡିଛି।ମାଓବାଦୀ ଉଙ୍ଗି ମାଡ୍‌ଭି , ଓଡ଼ିଶା ଓ ଛତିଶଗଡ଼ରେ ବହୁ ହିଂସାରେ ଜଡ଼ିତ ଥିବାବେଳେ ଉଙ୍ଗି ନାଁରେ ଉଭୟ ରାଜ୍ୟର ବିଭିନ୍ନ ଥାନାରେ ୪୮ଟି ମାମଲା ରହିଛି।ଉଙ୍ଗିକୁ ଧରାଇ ଦେବା ଲାଗି ଲକ୍ଷେ ଟଙ୍କା ପୁରସ୍କାର ଘୋଷଣା ମଧ୍ୟ ହୋଇଥିଲା।

ନାବାଳିକାଙ୍କ ଝୁଲନ୍ତା ମୃତଦେହ

ସୁନ୍ଦରଗଡ଼,୧୦।୧(ଏସଏସନିଉଜ)ଜଙ୍ଗଲରୁ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି।ଦୁଷ୍କର୍ମ ପରେ ନାବାଳିକାଙ୍କୁ ମାରି ଗଛରେ ଟାଙ୍ଗି ଦେଇଥିବା ସନ୍ଦେହ କରାଯାଉଛି।ଜଣେ ଅଭିଯୁକ୍ତକୁ ଅଟକ ରଖି ବଡ଼ଗାଁ ଥାନା ପୋଲିସର ଜେରା ଆରମ୍ଭ କରିଛି।କାଲିଠୁ ନିଖୋଜ ନେଇ ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକ।

ଆରମ୍ଭହେଲା ପକ୍ଷୀ ଓ କୁମ୍ଭୀର ଗଣନା

ଭୁବନେଶ୍ୱର,୧୦।୧(ଏସଏସନିଉଜ)ରାଜ୍ୟର ବିଭିନ୍ନ ବନାଞ୍ଚଳରେ ଆରମ୍ଭ ହୋଇଛି ପକ୍ଷୀଗଣନା ଅଭିଯାନ।ବଣାଇ ଫରେଷ୍ଟ ଡିଭିଜନର ୭ଟି ରେଞ୍ଜର ୩୧ଟି ସ୍ଥାନରେ, କୋରାପୁଟ ବନାଞ୍ଚଳର ୬ଟି ସ୍ଥାନ,ପୁରୀ ବନ୍ୟପ୍ରାଣୀ ଡିଭିଜନର ୫ଟି ରେଞ୍ଜରେ ୨୫ଟିଟିମ୍ ,ରେଢ଼ାଖୋଲ ଡିଭିଜନର ୬ଟି ରେଞ୍ଜର ୩୪ଟି ସ୍ଥାନରେ ପକ୍ଷୀ ଗଣନା ଆରମ୍ଭ ହୋଇଛି।ସେହିଁଭଳିଭାବେ ଭିତରକନିକାରେ କୁମ୍ଭୀର ଗଣନା ଆରମ୍ଭ ହୋଇଛି।୪ଟିରେଞ୍ଜରେ କୁମ୍ଭୀରଗଣନା ଆରମ୍ଭ ହୋଇଥିବା ବେଳେ ଗହିରମଥା , ଭିତର କନିକା , ରାଜନଗର ଓ ମହାକାଳପଡ଼ାରେ ଗଣନା ଚାଲିଛି।୩ଦିନ ଯାଏଁ ଚାଲିବ କୁମ୍ଭୀର ଗଣନା […]

ଘନକୁହୁଡ଼ି ପାଇଁ ଚାଲିଗଲା ଜୀବନ

ଭୁବନେଶ୍ୱର,୧୦।୧(ଏସଏସନିଉଜ)ଘନ କୁହୁଡ଼ିରେ ବାଇକ୍‌ ଧକ୍କା ହୋଇ ଜଣଙ୍କର ଜୀବନ ଚାଲିଯାଇଛି।ପିପିଲିର ଖଣ୍ଡିଆଗିରି ଗାଁନିକଟ ପୋଲରେ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି।ଘନ କୁହୁଡ଼ି ଯୋଗୁଁ ପୋଲରେ ପିଟି ହୋଇଯାଇଥିଲା ବାଇକ୍‌ ।ଗୁରୁତର ଅବସ୍ଥାରେ ଜଣେ ବାଇକ୍‌ ଆରୋହୀଙ୍କୁ କଟକ ସ୍ଥାନାନ୍ତର କରାଯାଇ ଥିବାବେଳେ ଆଜି ସକାଳେ ଦୁର୍ଘଟଣାସ୍ଥଳରୁ ଅନ୍ୟ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି।ମୃତକ ଗତରାତିରେ ଘଟିଥିବା ବାଇକ୍‌ ଦୁର୍ଘଟଣାର ଆରୋହୀ ବୋଲି ସନ୍ଦେହ କରାଯାଉଛି।

CISF ନଜରରେ ଅଯୋଧ୍ୟା ବିମାନବନ୍ଦର

ଭୁବନେଶ୍ବର,୧୦।୧(ଏସଏସନିଉଜ)ନବନିର୍ମିତ ଅଯୋଧ୍ୟା ବିମାନ ବନ୍ଦର ସୁରକ୍ଷା ଦାୟିତ୍ବ ନେଇଛି CISF।ମହର୍ଷି ବାଲ୍ମୀକି ଅନ୍ତର୍ଜାତୀୟ ବିମାନ ବନ୍ଦର ସୁରକ୍ଷା ଦାୟିତ୍ବ ହସ୍ତାନ୍ତର ହୋଇଛି।ଆସନ୍ତା କିଛିଦିନ ମଧ୍ୟରେ ଆବଶ୍ୟକ CISF ୟୁନିଟ୍ ମୁତୟନ ହେବ। ୨୨ରେ ପ୍ରାଣପ୍ରତିଷ୍ଠା ଉତ୍ସବରେ ବହୁ ବିଶିଷ୍ଟବ୍ୟକ୍ତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ରାଜଧାନୀରେ ଘନ କୁହୁଡ଼ି!

ଭୁବନେଶ୍ବର,୧୦।୧(ଏସଏସନିଉଜ)ରାଜଧାନୀ ଭୁବନେଶ୍ବର ର ବିଭିନ୍ନସ୍ଥାନରେ ଘନକୁହୁଡ଼ି ଦୃଶ୍ୟମାନ ହୋଇଛି।ସର୍ବନିମ୍ନ ଦୃଶ୍ୟମାନଦୂରତା ୧୦୦ମିଟର ରେକର୍ଡ କରାଯାଇଛି।ଆଗାମୀ ୩ଦିନଯାଏଁ ପାଗରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନଥିବାବେଳେ ୨ଦିନପରେ ରାତ୍ରି ତାପମାତ୍ରା ୨ରୁ ୩ଡିଗ୍ରୀ କମିବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଆଜିର ରାଶିଫଳ

୨୦୨୪ମସିହା ଜାନୁଆରୀମାସ ୧୦ତାରିଖ ବୁଧବାର। ଶିବଚତୁର୍ଦ୍ଦଶ୍ୟୁପବାସ ଓ ବେଢ଼ା ପରିକ୍ରମା, ଅମାବାସ୍ୟାର ନିଶାପାଳନ।ସୁର୍ଯ୍ୟୋଦୟ- ଘ୬/୨୭/ ୩୫ ,ସୂର୍ଯ୍ୟାସ୍ତ- ଘ୫/୨୦/୩୫ ,ପୌଷମାସ ,କୃଷ୍ଣପକ୍ଷ ,ପଣ୍ଡିତବାସ ,ତିଥି- ଚତୁର୍ଦ୍ଦଶୀ ରାତ୍ରିଘ୮/୧୯ମିପର୍ଯ୍ୟନ୍ତ ତଦନ୍ତେ ଅମାବାସ୍ୟା।ନକ୍ଷତ୍ର- ମୂଳାନକ୍ଷତ୍ର ରାତ୍ରିଘ୮/୨୩ମିପର୍ଯ୍ୟନ୍ତ ତଦନ୍ତେ ପୂର୍ବାଷାଢ଼ା ନକ୍ଷତ୍ର।ଚ଼ନ୍ଦ୍ର- ଧନୁଚନ୍ଦ୍ର (ଅହୋରାତ୍ର)।ସୌର ଚଳନେ ଧନୁ ଦି୨୬ନ।ଯୋଗ- ଧ୍ରୁବଯୋଗ ରାତ୍ରି ଘ୧୦/୩୨ମି ପର୍ଯ୍ୟନ୍ତ ତଦନ୍ତେ ବ୍ୟାଘାତଯୋଗ।କରଣ- ବିଷ୍ଟିକରଣ ଦିବା ଘ୯/୨୪ମିପର୍ଯ୍ୟନ୍ତ ତଦନ୍ତେ ଶକୁନୀକରଣ ରାତ୍ରିଘ୮/୧୯ମି ପର୍ଯ୍ୟନ୍ତ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପଶ୍ଚିମଦିଗରେ, ରାତ୍ରିଘ୮/୧୯ମି ପରେ ଐଶାନ୍ୟକୋଣରେ।ରିକ୍ତାତିଥି, ବିଷ୍ଟିକରଣ, ରବିମଙ୍ଗଳଯୁକ୍ତ […]

ଆଜିର ରାଶିଫଳ

୯-୧-୨୦୨୪(ମଙ୍ଗଳବାର)ଧନୁ ଦି୨୫ନ, ପୌଷକୃଷ୍ଣ ତ୍ରୟୋଦଶୀ ଦ୪୦।୪ ରାଘ୧୦।୨୯,ଜ୍ୟେଷ୍ଠା ଦ୩୮।୨୫ ରାଘ୯।୪୯,ବିଛାଚନ୍ଦ୍ର ଦ୩୮।୨୫ ରାଘ୯।୪୯।ଯୋଗିନୀ ଦକ୍ଷିଣେ । ରାତ୍ରି ଘ୧୦।୨୯ ଗତେ ପଶ୍ଚିମେ । ଯାତ୍ରାଦି ଶୁଭ କର୍ମ ନାସ୍ତି । ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ରାତ୍ରି ଘ୯।୪୯ ଗତେ ପୂର୍ବାଷାଢ଼ା ଉତ୍ତରାଷାଢ଼ା ଧନିଷ୍ଠା ପୂର୍ବଭାଦ୍ର ରେବତୀ ଦ୍ଵିଜା କୃତ୍ତିକା ମୃଗଶିରା ପୁନର୍ବସୁ ଅଶ୍ଳେଷା ପୂର୍ବାଫାଃ ଉତ୍ତରାଫାଃ ଚିତ୍ରା ବିଶାଖା ଜ୍ୟେଷ୍ଠା ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । ରାତ୍ରି ଘ୯।୪୯ ଗତେ […]