Browsing author

SATYA SANDHANA DESK

ନିର୍ବାଚନ ଲଢ଼ି ପାରିବେନି ଟ୍ରମ୍ପ

ଭୁବନେଶ୍ୱର,୨୦।୧୨(ଏସଏସ ନିଉଜ)ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଝଟ୍‌କା।ରାଷ୍ଟ୍ରପତି ପଦ ପାଇଁ ଡୋନାଲ୍ଡ ଟ୍ରମ୍ପ ଅଯୋଗ୍ୟ ଘୋଷିତ ହୋଇଛନ୍ତି।କ୍ୟାପିଟାଲ୍ ହିଂସା ମାମଲାରେ ଟ୍ରମ୍ପଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି।ଅଯୋଗ୍ୟ ଘୋଷଣା କଲେ କୋଲୋରାଡୋ କୋର୍ଟ।ସମ୍ବିଧାନର ଚତୁର୍ଦ୍ଦଶ ସଂଶୋଧନଧାରା ୩ ଅନୁସାରେ କୋର୍ଟଙ୍କ ରାୟ ହୋଇଛି।ତେବେ , ରାୟକୁ ଉପର କୋର୍ଟରେ ଚାଲେଞ୍ଜ କରିପାରିବେ ଟ୍ରମ୍ପ ।

ଭେଣ୍ଡିଂ ଜୋନ୍‌ରେ ଅଗ୍ନିକାଣ୍ଡ

ଭୁବନେଶ୍ବର,୨୦।୧୨(ଏସଏସନିଉଜ)କଳିଙ୍ଗ ଷ୍ଟାଡିୟମ୍‌ ନିକଟ ଭେଣ୍ଡିଂ ଜୋନ୍‌ରେ ଅଗ୍ନିକାଣ୍ଡ ହୋଇଛି।ଷ୍ଟାଡିୟମ୍‌ର ମୁଖ୍ୟ ଫାଟକ ସାମ୍ନା ଭେଣ୍ଡିଂ ଜୋନ୍‌ରେ ଅଗ୍ନିକାଣ୍ଡ ଘଟି ଭେଣ୍ଡିଂ ଜୋନ୍‌ର ୧୧ ଦୋକାନ ଜଳିଯାଇଛି।ସର୍ଟସର୍କିଟରୁ ଅଗ୍ନିକାଣ୍ତ ଘଟିଥିବାର କୁହାଯାଉଥିବା ବେଳେ ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ଦ୍ବାରା ନିଆଁକୁ ଆୟତ୍ତ କରିଛି।

୪ଘଣ୍ଟା ପାଇଁ ଜଗାଦର୍ଶନ ବନ୍ଦ

ପୁରୀ,୨୦।୧୨(ଏସଏସନିଉଜ)ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ।ଦ୍ବିତୀୟ ଭୋଗ ଶେଷ ପରେ ହେବ ବନକଲାଗି ପରେ ମହାପ୍ରଭୁଙ୍କର ଶ୍ରୀମୁଖ ଶୃଙ୍ଗାର କରାଯିବ।ବନକଲାଗି ଯୋଗୁଁ ସାଧାରଣ ଦର୍ଶନ ବନ୍ଦ ରହିବ।ଅପରାହ୍ନ ୪ରୁ ରାତି ୮ ଯାଏଁ ବନ୍ଦ ରହିବ ସାଧାରଣ ଦର୍ଶନ।

ଆଜିର ରାଶିଫଳ

ଡିସେମ୍ବରମାସ ୨୦ତାରିଖ ୨୦୨୩ମସିହା(ବୁଧବାର)ମାର୍ଗଶିରମାସ-ଶୁକ୍ଳପକ୍ଷ ,ତିଥି- ଅଷ୍ଟମୀ ଦିବା ଘ ୧୧/୪୨ ପର୍ଯ୍ୟନ୍ତ ତଦନ୍ତେ ନବମୀ ,ନକ୍ଷତ୍ର- ଉତ୍ତରଭାଦ୍ର ରାତ୍ରି ଘ ୧୧/୫୯ ପର୍ଯ୍ୟନ୍ତ ତଦନ୍ତେ ରେବତୀ ,ସୁର୍ୟୋଦୟ-ପ୍ରାତଃ ଘ୦୬/୨୦/୨୬ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୮/୩୯ ,ଯୋଗିନୀ ଐଶାନ୍ୟେ ଦିବା ଘ୧୧/୪୨ ଗତେ ପୂର୍ବେ ,ଅଷ୍ଟମୀର ଏକୋଦିଷ୍ଟ ଓ ନବମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ଧନୁରାଶିର ଘାତଚନ୍ଦ୍ର ,କର୍କଟରାଶିର ଘାତବାର ,କାଳବେଳା – ଦିବା ଘ୦୯/୦୨ଗତେ ଘ୧୦/୨୩ମଧ୍ୟେ ,ବାରବେଳା – ଦିବା ଘ୧୧/୪୪ଗତେ ଘ୦୧/୦୬ମଧ୍ୟେ ,ବିଶୁଦ୍ଧ ଅମୃତବେଳ। – ଦିବା […]

ବ୍ରାଉନସୁଗର ବିକ୍ରିବେଳେ ମାଡିବସିଲା STF

ଭୁବନେଶ୍ୱର,୧୯।୧୨(ଏସଏସ ନିଉଜ)କେନ୍ଦୁଝରରୁ କୋଟିଏ ଟଙ୍କାର ବ୍ରାଉନସୁଗର ଜବତ ହୋଇଛି।ଗୋଡ଼ିଆଘାଟିରୁ ୧ କିଲୋ ୮୦ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି।NH-49 କଡ଼ରେ ବିକ୍ରିବେଳେ ମାଡି଼ ବସିଲା କ୍ରାଇମବ୍ରାଞ୍ଚର STF ।ଘଟଣାରେ ଗିରଫ ଅଭିଯୁକ୍ତ ହେଉଛନ୍ତି ରାଜେନ୍ଦ୍ର ମାଝୀ।୨୦୨୦ରୁ ଏବେ ଯାଏ ୭୪କିଲୋ ବ୍ରାଉନସୁଗର ଜବତ କରିଛି STF।

ଆତ୍ମନିର୍ଭରଶୀଳତାର ମନ୍ତ୍ର ଦେଲେ 5T ଅଧ୍ୟକ୍ଷ

ଭୁବନେଶ୍ୱର,୧୯।୧୨(ଏସଏସ ନିଉଜ)ମୟୂରଭଞ୍ଜ ଜିଲ୍ଲା ଗସ୍ତରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବ ବିଦ୍ୟାଳୟରେ ପଡ଼ିଆରେ ପହଞ୍ଚିଲେ ନୂଆ-ଓ କାର୍ଯ୍ୟକ୍ରମରେ 5T ଅଧ୍ୟକ୍ଷ ।ସେଠାରେ ପହଂଚିବାପରେ ଙ ଉଦବୋଧନ ଦେବା ଅବସରରେ କହିଲେଯେ, ପ୍ରତିବର୍ଷ ‘ନୂଆ-ଓ’ କାର୍ଯ୍ୟକ୍ରମ କରାଯିବ ।ଏହାସହ ଛାତ୍ରଛାତ୍ରୀଙ୍କୁ ଆତ୍ମନିର୍ଭରଶୀଳ ହେବାର ମନ୍ତ୍ର ଦେଲେ 5T ଅଧ୍ୟକ୍ଷ ।

ହେଲା ବଡ଼ ଖୁଲାସା

ଭୁବନେଶ୍ୱର,୧୯।୧୨(ଏସଏସ ନିଉଜ)ଚୌଦ୍ବାରରେ ବସ୍‌ କଣ୍ଡକ୍ଟର ମୃତ୍ୟୁ ମାମଲାରେନିଶ୍ଚଳପ୍ରଧାନଙ୍କ ମୃତ୍ୟୁ ନେଇ ବଡ଼ ଖୁଲାସା ହୋଇଛି।ନିଶ୍ଚଳଙ୍କ ମୃତ୍ୟୁ ଏକ ସୁଚିନ୍ତିତ ହତ୍ୟାକାଣ୍ଡ ଥିଲା।ନିଶ୍ଚଳଙ୍କୁ ଜିଅନ୍ତା ଜାଳି ଦେଇଥିଲେ ଅଭିଯୁକ୍ତ।ପରକ୍ରିୟା ପ୍ରୀତିକୁ ନେଇ ହୋଇଥିଲା ହତ୍ୟା।ହତ୍ୟା ଅଭିଯୋଗରେ ପତ୍ନୀ ଓ ପୁରୁଷ ବନ୍ଧୁ ଗିରଫ।ପ୍ରେମିକ ସହ ମିଶି ପତ୍ନୀ ରଚିଥିଲେ ହତ୍ୟା ଷଡଯନ୍ତ୍ର।୧ ତାରିଖରେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର ହୋଇଥିଲା ମୃତଦେହ।

ପ୍ରତାପଙ୍କୁ ସାମୟିକ ଆଶ୍ବସ୍ତି

  ଭୁବନେଶ୍ୱର,୧୯।୧୨(ଏସଏସନିଉଜ)ମାହାଙ୍ଗା ଡବଲ୍ ମର୍ଡର ମାମଲାରେବିଧାୟକ ପ୍ରତାପ ଜେନାଙ୍କୁ ଆଶ୍ବସ୍ତି ମିଳିଛି।ପ୍ରତାପଙ୍କ ପ୍ରତି ଲାଗୁ ପୂର୍ବ ନିର୍ଦ୍ଦେଶ ବଳବତ୍ତର ରଖିଲେ ହାଇକୋର୍ଟ।ପ୍ରତାପଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ନ ନେବା ନିର୍ଦ୍ଦେଶ ବଳବତ୍ତର ରହିଛି।ଜାନୁଆରୀ ୧୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।ସାଲେପୁର JMFCଙ୍କ ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯାଇଛନ୍ତି ପ୍ରତାପ।ପ୍ରତାପଙ୍କ ବିରୋଧରେ ମାମଲା ଚାଲୁ ରଖିବାକୁ ନିମ୍ନ କୋର୍ଟ କହିଥିଲେ।

ରାଉରକେଲାରେ କଲେରା

  ରାଉରକେଲା,୧୯।୧୨(ଏସଏସନିଉଜ) ରାଉରକେଲା ଝାଡ଼ାବାନ୍ତିରେ ମୃତ୍ୟୁ ପଛରେ କଲେରା ଜୀବାଣୁ ବୋଲି ଜଣାପଡିଛି।ପାଣି ଟେଷ୍ଟିଂରୁ କଲେରା ଜୀବାଣୁ ଚିହ୍ନଟ ହୋଇଥିବା ସୂଚନା ମିଳିଛି।ଏହି ସୂଚନା ଦେଇଛନ୍ତି ଆର୍ଜିଏଚ୍ ସୁପରିଟେଣ୍ଡେଣ୍ଟ ଇନଚାର୍ଜ ଡ଼ାକ୍ତର ସୁଧା ରାଣୀ ପ୍ରଧାନ।ଯେତିକି ସାମ୍ପଲ ରିପୋର୍ଟ ଆସିଛି , ସେଥିରୁ କଲେରା ଚିହ୍ନଟ ହୋଇଛି।ରାଉରକେଲାରେ ଝାଡ଼ାବାନ୍ତିରେ ୬ ଜଣଙ୍କ ମୃତ୍ୟୁ ଘଟିଲାଣି।୫ଶହରୁ ଅଧିକ ଆକ୍ରାନ୍ତ ଥିବା ବେଳେ , ଶତାଧିକ ଏବେ ବି ଚିକିତ୍ସାଧୀନ ଥିବାର ଜଣାପଡିଛି।ଅନ୍ୟପଟେ ରାଉରକେଲା ଝାଡ଼ାବାନ୍ତି ସ୍ଥିତିର ସମୀକ୍ଷା କରିବେ […]

ଭୁବନେଶ୍ବରରେ କେନ୍ଦ୍ରୀୟ ଆଇବି ଟିମ୍‌

  ଭୁବନେଶ୍ୱର,୧୯।୧୨(ଏସଏସ ନିଉଜ) ଭୁବନେଶ୍ବର ରେ ପହଂଚିଛି IBର ଏକ ସ୍ବତନ୍ତ୍ର ଟିମ୍‌ ।କାଶ୍ମୀର ଠକ୍‌ ବୁଖାରି ଗିରଫ ଘଟଣାରେ ବୁଖାରିକୁ ପଚରାଉଚରା କରିବ IB । ଆଜି ୫ଦିନିଆ ରିମାଣ୍ଡରେ ଆସୁଛି ବୁଖାରି। ଆତଙ୍କବାଦୀ ଲିଙ୍କ ନେଇ IB କରିବାକୁ ଯାଉଛି ଜେରା।ଯାଜପୁର ଧର୍ମଶାଳାରୁ କାଶ୍ମୀର ସନ୍ଦିଗ୍ଧ ଆତଙ୍କୀ ଗିରଫ ଘଟଣାରେ ଭୁବନେଶ୍ବରରେ ପହଞ୍ଚିଲା ସେଣ୍ଟ୍ରାଲ ଆଇବି ଟିମ୍‌। ଏନେଇ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ ଏସ୍‌ପି କେ.କେ ପାଣିଗ୍ରାହୀଙ୍କ ସୂଚନା ଦେଇଛନ୍ତି।