Browsing author

SATYA SANDHANA DESK

ସୋସାଇଟିଟଙ୍କା ଚୋରିକରି ଧରାପଡିଲେ ଯୁବକ

ବାରଙ୍ଗ,୨୭।୧୦(ଏସଏସ ନିଉଜ)ସୋସାଇଟି ଟଙ୍କା ଚୋରି କରିବା ଅଭିଯୋଗରେ ଶୁକ୍ରବାର ଦିନ ନନ୍ଦନକାନନ ଥାନା ପୋଲିସ ଜଣଙ୍କୁ ଗିରଫକରି କୋର୍ଟଚାଳନ କରିଛି। ପ୍ରକାଶଯେ,ହେମନ୍ତ କୁମାର ମଲ୍ଲିକ ଓ ପ୍ରମୋଦ ସୁତାର ନାମକ ବ୍ୟକ୍ତି ନନ୍ଦନକାନନ ଥାନା ଅନ୍ତର୍ଗତ ରଘୁନାଥପୁରଠାରେ ଥିବା ଜିଡିଏସ ଟାୱାରର ସୋସାଇଟି ରୁମରେ ରୁହନ୍ତି । ଉକ୍ତ ସୋସାଇଟିର ମାସିକିଆ ମେଣ୍ଟେନାନ୍ସ ଖର୍ଚ୍ଚ ବାବଦକୁ ଆଦାୟ ହୋଇଥିବା ମୋଟ ୫୨,୦୦୦ ଟଙ୍କାକୁ ହେମନ୍ତ ଜଣକ ଉକ୍ତ ଜିଡିଏସ ଟାୱାରର ସୋସାଇଟି ରୁମରେ ରଖି ଶୋଇବା ନିମନ୍ତେ […]

ଦୁର୍ଘଟଣାରେ ଚାଲିଗଲା ସ୍ତ୍ରୀର ଜୀବନ, ସ୍ୱାମୀ ଗୁରୁତର

ଗଞ୍ଜାମ,୨୮।୧୦(ଏସଏସନିଉଜ) ପୋଲସରା ମାଢୁଆ ଶଙ୍ଖ ନିକଟରେ ଏକ ମର୍ମନ୍ତୁଦ ବାଇକ୍‌ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବାବେଳେ ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି। ଉଭୟ ସ୍ଥାନୀୟ ନିଗମ ନଗର ସାହିର ବାସିନ୍ଦା ବୋଲି ଜଣାପଡ଼ିଛି। ମୃତା ମହିଳା ହେଲେ ସୁମତି ମହାରଣା ଓ ତାଙ୍କ ସ୍ୱାମୀ ଶ୍ରୀକାନ୍ତ ମହାରଣା ବୋଲି ଜଣାଯାଇଛି। ଉଭୟ ବାଇକ୍‌ ଯୋଗେ ନିଜ ଗ୍ରାମକୁ ଫେରୁଥିବା ବେଳେ ମାଢୁଆ ଶଙ୍ଖ ନିକଟରେ ଦୁର୍ଘଟଣା ଘଟିଥିଲା।ଏଥିରେ ଉଭୟ ଗୁରୁତର ଅବସ୍ଥାରେ ରାସ୍ତା […]

ସେଞ୍ଚୁରୀପଦକ ହାସଲ କଲା ଭାରତ

ଭୁବନେଶ୍ୱର,୨୮।୧୦(ଏସଏସନିଉଜ)ପାରା ଏସିଆନରେ ସେଞ୍ଚୁରୀପଦକ ଭାରତ ହାସଲ କରିପାରିଛି।ହାଙ୍ଗଝୌ ଏସୀୟ କ୍ରୀଡ଼ାରେ ଇତିହାସ ରଚିଛି ଭାରତ। ସ୍ୱର୍ଣ୍ଣ ସହ ଭାରତର ପଦକ ସଂଖ୍ୟା ଶହେ ଛୁଇଁଛି।ସେଥିମଧ୍ୟରେ ୨୬ ସ୍ୱର୍ଣ୍ଣ , ୨୯ ରୌପ୍ୟ ଓ ୪୫ ବ୍ରୋଞ୍ଜ ସହ ଶହେ ପଦକ ରହିଛି।ସଫଳତା ପାଇଁ କ୍ରୀଡ଼ାବିତ୍‌ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୨୦୧୮ରେ ସର୍ବାଧିକ ୭୨ ପଦକ ଜିତିଥିଲା ଭାରତ।

ବିଜେପିର ଅମୃତକଳସ ଶୋଭାଯାତ୍ରା

ଭୁବନେଶ୍ୱର,୨୮।୧୦(ଏସଏସନିଉଜ)ଅମୃତ କଳସ ଧରି ବିଜେପିର ଶୋଭାଯାତ୍ରା ଆରମ୍ଭ ହୋଇଛି।ମୋମାଟି ମୋଦେଶ କାର୍ଯ୍ୟକ୍ରମ ପାଇଁ ବିଜେପି ପକ୍ଷରୁ ଶୋଭାଯାତ୍ରା କରାଯାଇଛି।ରାଜ୍ୟ କାର୍ଯ୍ୟାଳୟରୁ ମାଷ୍ଟରକ୍ୟାଣ୍ଟିନ ଛକ ଯାଏ ଏହି ଶୋଭାଯାତ୍ରା ଯାଇଛି। ଅମୃତ କଳସ ଧରି ଶୋଭାଯାତ୍ରାରେ ବାହାରିଛନ୍ତି ବିଜେପିନେତା ଓ କର୍ମୀ।ସ୍ୱତନ୍ତ୍ର ଟ୍ରେନ୍‌ରେ ଅମୃତ କଳସ ଧରି ଦିଲ୍ଲୀ ଯିବେ କର୍ମୀ। ୩୧ତାରିଖରେ ଦିଲ୍ଲୀରେ ଅମୃତ ବାଟିକାର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ।

ଆଜିର ରାଶିଫଳ

୨୦୨୩ମସିହା ଅକ୍ଟୋବରମାସ ୨୮ତାରିଖ ଶନିବାର। ଶ୍ରୀମନ୍ଦିରରେ କୁମାରପୂର୍ଣ୍ଣିମା, ଶ୍ରୀସୁଦର୍ଶନଦେବଙ୍କର ଆଶ୍ରମବିଜେ,କୁମାରୋତ୍ସବ, ଗଜଲକ୍ଷ୍ମୀପୂଜା ଓ ଚନ୍ଦ୍ରପୂଜା,କାର୍ତ୍ତିକେୟଜନ୍ମ, ଜହ୍ନିଓଷାସମାପ୍ତି,କୋଜାଗରକୃତ୍ୟ, ମହର୍ଷି ବାଲ୍ମୀକି ଓ ବୈଷ୍ଣବପାଣିଙ୍କ ଜୟନ୍ତୀ, ଅଦ୍ୟ ପୂର୍ଣ୍ଣିମାବିହିତ ଚନ୍ଦ୍ରୋପବାସପୂଜା ଓ ଅର୍ଘ୍ୟ ଦାନ,ଦିବା ଘ୯/୮ମି ପରେ ତୀର୍ଥମାନଙ୍କରେ ସୂର୍ଯ୍ୟାସ୍ତମଧ୍ୟେ ମହତୀସ୍ନାନ।ବିବିଧହଳ ନିଷେଧ,ସ୍ତ୍ରୀତୈଳ ବର୍ଜନ।ଅଦ୍ୟ ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ। ଗ୍ରହଣ ସ୍ପର୍ଶ ରାତ୍ରି ଘ୧/୪/୫୫ ସେକେଣ୍ଡ, ସର୍ବମୋକ୍ଷ ରାତ୍ରିଘ୨/୨୪/୨ ସେକେଣ୍ଡ।ପାକତ୍ୟାଗ ଦିବା ଘ୪/୪/୫୫ ସେକେଣ୍ଡ ଠାରୁ ରାତ୍ରି ଘ୨/୨୪/୨ ସେକେଣ୍ଡ ମଧ୍ୟେ।ସୁର୍ଯ୍ୟୋଦୟ- ଘ୫/୪୯/୩୧ ,ସୂର୍ଯ୍ୟାସ୍ତ- ଘ୫/୧୧/୩୫ ,ଆଶ୍ବିନମାସ ,ଶୁକ୍ଳପକ୍ଷ ,ଶୌରିବାସ […]

ବାଣ ଭିଡୁଥିବାବେଳେ ହେଲା ବିସ୍ଫୋରଣ- ୧ ମୃତ, ୨ଗୁରୁତର

ଗଞ୍ଜାମ ,୨୭ା୧୦(ଏସଏସନିଉଜ) ବେଗୁନିଆପଡ଼ାଥାନା ଜଗତସାହିରେ ବାଣ ବିସ୍ପୋରଣରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଦୀପାବଳିପାଇଁ ବାଣ ଭିଡୁଥିବାବେଳେ ଏହି ବିସ୍ଫୋରଣ ଘଟିଥିବାର ଜଣାପଡିଛି ।ଏହି ବିସ୍ପୋରଣରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଗୁରୁତରଙ୍କୁ କୋଦଳା ଓ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଛି ।

ରାତିରେ ମିଳିଲା ମୃତଦେହ

ବୁଗୁଡା,୨୭ା୧୦(ଏସଏସନିଉଜ) ପୂର୍ବଶତ୍ରୁତାକୁ କେନ୍ଦ୍ରକରି କରଚୁଲିଗ୍ରାମର ସୁଶାନ୍ତପାତ୍ର ନାମକ ତେଜରାତି ଦୋକାନୀକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ପରିବାରଲୋକେ ଅଭିଯୋଗ କରିଛନ୍ତି ।ପୋଲିସ ଏନେଇ ଏକ ହତ୍ୟାମାମଲା ରୁଜୁକରି ୩ ଜଣକୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି । କିରିଆମ୍ବା ଗ୍ରାମରେ ରାସନ ଦୋକାନ କରିଥିବା ସୁଶାନ୍ତ ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱରରେ ରହୁଥିବା ଝିଅରୁପାଲିକୁ ଫୋନକରି କିରିଆମ୍ବା ଗ୍ରାମର ପଦ୍ମନାଭ , ବାସୁ ଓ ବଡତଣ୍ଡା ଗ୍ରାମର ରଞ୍ଜିତ ମୋତେ ସବୁବେଳେ ମାରିଦେବି ବୋଲି କହୁଛନ୍ତି । […]

ଗୋଦାମ ଘରେ ଲାଗିଲା ନିଆଁ

କଳାହାଣ୍ଡି,୨୭ା୧୦(ଏସଏସନିଉଜ) ଭବାନୀପାଟଣାବ୍ଲକ ବୋର୍ଡ଼ାରେ ଥିବା ଜୈନ ଟ୍ରେଡର୍ସ ମାଲିକ ମନୋଜ ଜୈନଙ୍କ ଘରେ ବିଦ୍ୟୁତ୍ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗି ତିନିବଖରା ଘର ସମ୍ପୂର୍ଣ୍ଣ ଜଳିଯିବାସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବାର ଜଣାପଡିଛି । ଶୁକ୍ରବାର ଦିନ ଦ୍ୱିହିପହର ସମୟରେ ଉପର ମହଲାରେ ଥିବା ଗୋଦାମ ଘରେ ନିଆଁ ଲାଗି ପ୍ରବଳ ଧୂଆଁ ବାହାରୁଥିବାର ସ୍ଥାନୀୟ ଲୋକଦେଖିବାକୁ ପାଇଥିଲେ ।ଗ୍ରାମବାସୀ ଓ ଅଗ୍ନିଶମ ବିଭାଗର ଉଭୟଙ୍କ ପ୍ରଚେଷ୍ଟାରେ ନିଆଁକୁ ଆୟତ୍ତ କରାଯାଇଥିଲା।

ବନ୍ଦଘରୁ ମିଳିଲା ଆରଆଇଙ୍କ ଗଳିତଶବ

କୋରାପୁଟ ,୨୭ା୧୦(ଏସଏସନିଉଜ) ବୈପାରିଗୁଡାବ୍ଲକ କାର‌୍ୟ୍ୟାଳୟରେ ରାଜସ୍ୱ ସହାୟିକା ରୂପେ କାର‌୍ୟ୍ୟ କରୁଥିବା ସନ୍ଧ୍ୟାରାଣୀ ନାୟକ ନାମକ ଯୁବତୀଙ୍କ ଗଳିତମୃତଦେହ ବନ୍ଦଘରୁ ଉଦ୍ଧାର ହୋଇଛି ।ଆଜି ବ୍ଲକସ୍ଥିତ ଷ୍ଟାଫ୍ କ୍ବାଟରରୁ ଦୁର୍ଗନ୍ଧ ବାହାରିବାପରେ ସନ୍ଦେହ ହେବାରୁ ଖବରପାଇ ପୁଲିସ ଆସିଥିଲା ।ପୁଲିସ କବାଟଭାଙ୍ଗି ଭିତରକୁପଶିବାରୁ ଫ୍ୟାନରେ ସନ୍ଧ୍ୟାରାଣୀଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା। ତେବେ ସପ୍ତାହକପୂର୍ବରୁ ଆତ୍ମହତ୍ୟା କରିଥିବାରଶବର ପାରିପାର୍ଶ୍ୱିକ ଅବସ୍ଥାଦେଖିବା ପରେ ପୋଲିସ ସନ୍ଦେହ କରିଛି ।ପୁଲିସ ଶବଟିକୁ ଜବତ କରି ତଦନ୍ତ ଆରମ୍ଭ କରିଛି । […]

ହାତୀ ନେଲା ଦୁଇଜଣଙ୍କର ଜୀବନ

ଗଞ୍ଜାମ,୨୭ା୧୦(ଏସଏସନିଉଜ) ଗତକାଲି ବିଳମ୍ବିତରାତିରେ ଉତ୍ତରଘୁମୁସର ବନଖଣ୍ଡଅଧୀନ ମୁଜାଗଡ଼ବନାଞ୍ଚଳର ଗୁଣ୍ଡୁରିବାଡ଼ିଗ୍ରାମରେ ହାତୀପଲ ହାବୁଡ଼ରେ ପଡ଼ି ଟୁନା ଗୌଡ଼ ନାମକ ଜଣେ ଚାଷୀ ପ୍ରାଣ ହରାଇଛନ୍ତି। ଗତକାଲି ରାତିରେ ଟୁନା ଓ ଗ୍ରାମର କିଛିଲୋକ ଡାଳଖାଇ ପଦରମାଳ ନିକଟରେ ଜମିକୁ ଧାନଫସଲ ଜଗିବାକୁ ଯାଉଥିବାବେଳେ ହଠାତ୍ ୧୭ ଟିକିଆ ହାତୀପଲ ହାବୁଡରେ ପଡିଯାଇଥିଲେ ।ଅନ୍ୟମାନେ କୈାଶଳକ୍ରମେ ଖସିଯାଇଥିବା ବେଳେ ଟୁନା ତଳେ ପଡ଼ିଯିବାରୁ ହାତୀପଲ ଟୁନାକୁ କଚାଡି ଦେଇମାରିଦେଇଥିଲେ । ତେବେ ଖବରପାଇ ବନବିଭାଗ କର୍ମଚାରୀମାନେ ପହଞ୍ଚି ହାତୀପଲକୁ ଘଉଡ଼ାଇବା […]