Browsing author

SATYA SANDHANA DESK

ବନ୍ଧୁକ ଦେଖାଇ ଚେନ୍ ଓ ବ୍ରେସ୍‌ଲେଟ୍ ଲୁଟ

ଭୁବନେଶ୍ବର,୧୧ା୧୦(ଏସଏସନିଉଜ)ଗତକାଲିରାତି ୧୦ଟାବେଳେ ଜଣେ ବନ୍ଧୁକଧାରୀ ବିବେକାନନ୍ଦ ମାର୍ଗ ରାମକୃଷ୍ଣ ମିସନ୍ ଲାଇବ୍ରେରି ନିକଟରେ ଥିବା ଏକ ଦୋକାନରେ ପଶି ଦୁଇ ଭାଇ ସତ୍ୟାନନ୍ଦ ସୁବୁଦ୍ଧି ଓ ତାଙ୍କ ଭାଇ ଶତୃଘ୍ନଙ୍କଠାରୁ ଦୁଇଟି ଚେନ୍ ଓ ଗୋଟିଏ ବ୍ରେସ୍‌ଲେଟ୍ ଲୁଟି ନେଇଛି।ଏନେଇ ଶ୍ରୀଲିଙ୍ଗରାଜ ଥାନାରେ ଅଭିଯୋଗ ହୋଇଛି।ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଛି ।ଗତକାଲି ରାତିରେ ଦୁଇ ଭାଇ ଦୋକାନ ବନ୍ଦ କରିବାକୁ ପ୍ରସ୍ତୁତ ହେଉଥିବାବେଳେ ମୁହଁରେ କପଡ଼ା ବାନ୍ଧିଥିବା ଯୁବକ ହଠାତ୍ ଦୋକାନ ଭିତରକୁ ପଶିଆସି […]

ଯୁବକଙ୍କୁ ଛୁରାମାଡ଼ରୁ ଉତ୍ତେଜନା

ଭଦ୍ରକ.୧୧ା୧୦(ଏସଏସନିଉଜ) ଗତକାଲି ରାତିରେ ଜମିଜମା ବିବାଦକୁ କେନ୍ଦ୍ର କରି ଭଦ୍ରକରେ ଦୁଇ ଗୋଷ୍ଠୀ ମଧ୍ୟରେ ତୁମୁଳକାଣ୍ଡ ଘଟିଛି ।ଏହି ଘଟଣାରେ ୨ଜଣ ଆହତ ହୋଇଥିବାର ଜଣାପଡିଛି ।ସେଥିମଧ୍ୟରୁ ଜଣଙ୍କୁ ଚିକିସ୍‌ାପାଇଁ କଟକବଡମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଗତକାଲି ବନ୍ତ ଛକରେ ଜଣେ ଯୁବକଙ୍କୁ ଛୁରାମାଡ଼ରୁ ଉତ୍ତେଜନା ସୃଷ୍ଟି ହୋଇଥିଲା। ଭଦ୍ରକ କଚେରି ବଜାରରେ ଫଳ ଦୋକାନ ଭଙ୍ଗାରୁଜା ପରେ ଏଭଳି ଘଟଣା ଘଟିଥିଲା।ଖବରପାଇ ପୋଲିସ ଘଟଣାସ୍ଥଳ ଓ ମେଡିକାରେ ପହଁଚିବାପରେ ପରିସ୍ଥିତି ନିୟନ୍ତ୍ରଣରେ ରହିଥିବାର ଜଣାପଡିଛି ।

ଆଜିର ରାଶିଫଳ

୨୦୨୩ ମସିହା ଅକ୍ଟୋବର ମାସ ୧୧ ତାରିଖ ବୁଧବାର।ସୁର୍ଯ୍ୟୋଦୟ- ଘ୫/୪୩ /୨୭,ସୂର୍ଯ୍ୟାସ୍ତ- ଘ୫/୨୩/୪୩ଆଶ୍ବିନମାସ,କୃଷ୍ଣପକ୍ଷ,ପଣ୍ଡିତ ବାସ,ତିଥି- ଦ୍ବାଦଶୀ ସନ୍ଧ୍ୟା ଘ୫/୨୭ମି ପର୍ଯ୍ୟନ୍ତ ତଦନ୍ତେ ତ୍ରୟୋଦଶୀ ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ନୈର୍ଋତ କୋଣରେ, ସନ୍ଧ୍ୟା ଘ୫/୨୭ମି ପରେ ଦକ୍ଷିଣ ଦିଗରେ। ଅଗନ୍ତବ୍ୟ ତିଥି ଓ ଶନିସପ୍ତ ଦୋଷ ହେତୁ ଯାତ୍ରା ନିଷେଧ।ଘାତଚନ୍ଦ୍ର–କର୍କଟ ଓ ମକର ରାଶିର ଘାତଚନ୍ଦ୍ର।ଘାତବାର–କର୍କଟ ରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଦ୍ବାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ମହାଳୟା ବିଧିରେ ହେବ।ନିଷିଦ୍ଧଖାଦ୍ୟ-ପୋଇଶାଗ ସନ୍ଧ୍ୟା ଘ୫/୨୭ମି ପରେ ବାଇଗଣ ଭକ୍ଷଣ […]

୨୮ରେ ଚନ୍ଦ୍ରଗ୍ରହଣ

ଭୁବନେଶ୍ୱର,୧୦ା୧୦(ଏସଏସନିଉଜ) କୁମାର ପୂର୍ଣ୍ଣିମାରେ ପଡୁଛି ରାହୁଗ୍ରସ୍ତ ଖଣ୍ଡ ଗ୍ରାସ ଚନ୍ଦ୍ର ଗ୍ରହଣ । ଗ୍ରହଣର ସ୍ପର୍ଶ ସମୟ ହେଉଛି ରାତ୍ରି ୧ଘଣ୍ଟା ୪ ମିନିଟ୍ ୫୫ସେକେଣ୍ଡ । ଗ୍ରହଣ ସର୍ବମୋକ୍ଷ ରାତ୍ରୀ ୨ଟା ୨୪ମିନିଟ୍ ୨ ସେକେଣ୍ଡ । ଅର୍ଥାତ ଗ୍ରହଣର ଅବଧି ୧ଘଣ୍ଟା ୧୯ମିନିଟ ୭ସେକେଣ୍ଡ । ଗ୍ରହଣର ୯ ଘଣ୍ଟା ପୂର୍ବରୁ ଅର୍ଥାତ୍ ଦିବା ୪ ଘଣ୍ଟା ୪ ମିନିଟ୍ ୫୫ ସେକେଣ୍ଡ ଠାରୁ ରାତ୍ର ୨ଟା ୨୪ମିନିଟି ୨ସେକେଣ୍ଡ ପର‌୍ୟ୍ୟନ୍ତ ପାକତ୍ୟାଗ, ଅନ୍ନ […]

କମ୍ ଲୁଣ ଖାଉଥିଲେ ବି ସାବଧାନ !

ଆମ ସ୍ୱାସ୍ଥ୍ୟପାଇଁ ସୋଡିୟମ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।ତଥାପି ଏହାର ଅତ୍ୟଧିକପରିମାଣ ସ୍ୱାସ୍ଥ୍ୟପାଇଁ ଅନେକ କ୍ଷତି ମଧ୍ୟକରିପାରେ । ଏହିକାରଣରୁ ବିଶେଷଜ୍ଞମାନେ ଏହାକୁ ସୀମିତପରିମାଣରେଖାଇବାକୁ ମଧ୍ୟ ପରାମର୍ଶ ଦିଅନ୍ତି ।ବିଶ୍ୱସ୍ୱାସ୍ଥ୍ୟସଂଗଠନ(WHO)ଅନୁଯାୟୀ, ଦୈନିକ୫ଗ୍ରାମ୍ ଲୁଣଖାଇବା ସ୍ୱାସ୍ଥ୍ୟପାଇଁ ସ୍ୱାଭାବିକ।କିନ୍ତୁ ଏହାଠାରୁ ଅଧିକ କିମ୍ବା କମ୍ ଖାଇବା ଶରୀରପାଇଁ କ୍ଷତିକାରକ ଅଟେ । ଯେପରି ଅତ୍ୟଧିକଲୁଣ ସ୍ୱାସ୍ଥ୍ୟପାଇଁ କ୍ଷତିକାରକ, ସେହିପରି ଏହାରକମ୍ ପରିମାଣ ଅର୍ଥାତ୍ ଶରୀରରେ ସୋଡିୟମରକମ୍ ପରିମାଣ ମଧ୍ୟ ଅନେକସମସ୍ୟା ସୃଷ୍ଟି କରିପାରେ ।ଆଜି ଜାଣିବା ଏହାର ପାର୍ଶ୍ବପ୍ରତିକ୍ରିୟା ବିଷୟରେ…. ଉଚ୍ଚରକ୍ତଚାପ-ଶରୀରରେ […]

ଆଜିର ରାଶିଫଳ

୨୦୨୩ମସିହା ଅକ୍ଟୋବରମାସ ୧୦ତାରିଖ ମଙ୍ଗଳ ବାର। ଶ୍ରୀମନ୍ଦିରେ ଓ ସର୍ବସମ୍ମତ ଇନ୍ଦିରା ଏକାଦଶୀ, ବିଶ୍ବ ଡ଼ାକସେବା ଦିବସ।ସୁର୍ଯ୍ୟୋଦୟ- ଘ୫/୪୩/୧୦, ସୂର୍ଯ୍ୟାସ୍ତ- ଘ୫/୨୪/୩୨,ଆଶ୍ବିନମାସ,କୃଷ୍ଣପକ୍ଷଭୌମ ବାସ,ତିଥି- ଏକାଦଶୀ ଦିବା ଘ୨/୫୩ମି ପର୍ଯ୍ୟନ୍ତ ତଦନ୍ତେ ଦ୍ବାଦଶୀ ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଆଗ୍ନେୟ କୋଣରେ, ଦିବା ଘ୨/୫୩ମି ପରେ ନୈର୍ଋତ କୋଣରେ। ମଙ୍ଗଳବାର, ଅଗନ୍ତବ୍ୟ ତିଥି, ଶନିସପ୍ତ ଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।ଘାତଚନ୍ଦ୍ର–ପ୍ରାତଃ ଘ୬/୧୩ମି ପରେ କର୍କଟ ଓ ମକର ରାଶିର ଘାତଚନ୍ଦ୍ର।ଘାତବାର–ମକର ରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଏକାଦଶୀର ଏକୋଦ୍ଦିଷ୍ଟ ଓ […]

ଚାଲିଗଲା ଅସୁସ୍ତ ବଜ୍ରକାପ୍ତାର ଜୀବନ

ବାରଙ୍ଗ,୮ା୧୦ (ଏସଏସନିଉଜ) ଧଳାବାଘୁଣୀ ରୁପାର ଦ୍ୱିତୀୟ ଗର୍ଭସ୍ଥ ଦୁଇଟି ସନ୍ତାନ ମଧ୍ୟରୁ ଅଣ୍ଡିରା ଛୁଆଟି ଅସୁସ୍ଥ ହୋଇପଡିଥିବାବେଳେ ପୁଣି ରବିବାରଦିନ ଏକ ଅଣ୍ଡିରା ବଜ୍ରକାପ୍ତା ଶନିବାରଠାରୁ ଅସୁସ୍ଥ ହୋଇପଡିଥିଲା ।ଡାକ୍ତରଖାନା ପରିସରରେ ଥିବା ପ୍ରଜଜନ କେନ୍ଦ୍ରରେ ବଜ୍ରକାପ୍ତାଟି ରହିଥିବା ବେଳେ ଠିକ୍ ଭାବେ ଖିଆପିଆ କରିପାରନଥିଲା । ସେ ଦିନକୁଦିନ ଦୁର୍ବଳ ହେବାରେ ଲାଗିଥିଲା।ଏହାଜଣା ପଡିବା ପରେ କର୍ତ୍ତୁପକ୍ଷଙ୍କ ପରାମର୍ଶ କ୍ରମେ ବଜ୍ରକାପ୍ତା ପ୍ରଜନନ କେନ୍ଦ୍ରରେ ବନ୍ୟପ୍ରାଣୀ ଚିକିତ୍ସକଙ୍କ ଦ୍ବାରା ଚିକିତ୍ସା ଆରମ୍ଭ କରାଯାଇଥିଲେ ମଧ୍ୟ ରବିବାର […]

ଆଜିର ରାଶିଫଳ

୨୦୨୩ମସିହା ଅକ୍ଟୋବରମାସ ୯ତାରିଖ ସୋମବାର।ଉତ୍କଳମଣି ଗୋପବନ୍ଧୁଜୟନ୍ତୀ।ସୁର୍ଯ୍ୟୋଦୟ- ଘ୫/୪୨/୫୩ ,ସୂର୍ଯ୍ୟାସ୍ତ-ଘ୫/୨୫/୨୧ ,ଆଶ୍ବିନମାସ ,କୃଷ୍ଣପକ୍ଷ ,ଚନ୍ଦ୍ରବାସ ,ତିଥି- ଦଶମୀ ଦିବା ଘ୧୨/୧୭ମିପର୍ଯ୍ୟନ୍ତ ତଦନ୍ତେ ଏକାଦଶୀ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଉତ୍ତରଦିଗରେ, ଦିବା ଘ୧୨/୧୭ମିପରେ ଆଗ୍ନେୟକୋଣରେ। ବିଷ୍ଟିକରଣଦୋଷ ହେତୁ ଦିବାଘ୧୨/୧୭ମିପରେ ରାତ୍ରିଶେଷ ପର୍ଯ୍ୟନ୍ତଯାତ୍ରା ଶୁଭ।ଅଗ୍ନିକୋଣ, ପୂର୍ବଦିଗ ଓ ଐଶାନ୍ୟକୋଣକୁ ତ୍ୟାଗକରି ଯାତ୍ରାକରାଯିବ।ଘାତଚନ୍ଦ୍ର– ଘାତଚନ୍ଦ୍ର ନାହିଁ।ଘାତବାର–ମିଥୁନରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଦଶମୀର ଏକୋଦ୍ଦିଷ୍ଟଶ୍ରାଦ୍ଧ। ମହାଳୟା ବିଧିରେହେବ।ନିଷିଦ୍ଧଖାଦ୍ୟ- କଳମଶାଗଦିବା ଘ୧୨/୧୭ମିପରେ ଶିମ୍ବ ଭକ୍ଷଣ ନିଷେଧ।ଅଶୁଭବେଳା-କାଳବେଳା ଦିବାଘ୭/୧୧ମି ରୁ ଘ୮/୩୮ମି ମଧ୍ୟେ।କାଳରାତ୍ରି ରାତ୍ରିଘ୧୦/୧ମି ରୁ ଘ୧୧/୩୩ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ ପ୍ରାତଃରୁ ଦିବାଘ୭/୨୦ମି […]

ଗ୍ରାମାଞ୍ଚଳରେ ଚାଲିବ ପ୍ରାଣୀଆମ୍ବୁଲାନ୍ସ

ଭୁବନେଶ୍ବର,୮ା୧୦(ଏସଏସନିଉଜ)ଏଣିକି ଗ୍ରାମାଞ୍ଚଳରେ ଚାଲିବ ପ୍ରାଣୀ ଆମ୍ବୁଲାନ୍ସ ।ସହରାଞ୍ଚଳ ଭଳି ଗ୍ରାମାଞ୍ଚଳରେ ମଧ୍ୟ ଏହି ସୁବଧା ଉପଲବ୍ଧ ହେବ ।ଏହାସହ ୧୯୬୨ଟୋଲ ଫ୍ରି ନମ୍ୱର୍ ମଧ୍ୟଜାରି ହୋଇଛି । ୧୮୧ଟି ଆମ୍ବୁଲାନ୍ସ ଚାଲୁଥିବା ବେଳେ ଆଗକୁ ଆହୁରି ଏହାର ସଂଖ୍ୟା ବୃଦ୍ଧି କରାଯିବ। ଏହାକୁ ନେଇ ଗାଁ ଗାଁରେ ପ୍ରଚାର କରାଯିବ। ନୂଆ ଗୋଶାଳାକୁ ପଞ୍ଜୀକୃତ କରାଯିବ। ଉତ୍ପାଦିତ ଗୋବରକୁ ‘ମୋ ଖତ ଯୋଜନା’ରେ କୃଷି ବିଭାଗର ବ୍ୟବହାର ପାଇଁ ଦିଆଯିବ ବୋଲି କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ […]

ପାଚେରୀକଡରୁ ମିଳିଲା ନବଜାତ ଶିଶୁକନ୍ୟା

ସମ୍ବଲପୁର,୮ା୧୦(ଏସଏସନିଉଜ)କୁଚିଣ୍ଡା ନିକଟ ଖଣ୍ଡୋକଟା ଗ୍ରାମର ଦିଲ୍ପୀପ ସାହୁ ନାମ ବ୍ୟକ୍ତିଙ୍କ ଘର ପାଚେରୀ ନିକଟରୁ ଏକ ନବଜାତ ଶିଶୁ କନ୍ୟା ପଡିଥିବାବେଳେ ତାକୁ ଉଦ୍ଧାର କୁଚିଣ୍ଡା ଉପଖଣ୍ଡ ସ୍ତରୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଶିଶୁଟି ଚାନ୍ଦୁଥିବା ଶୁଣିବା ପରେ ଆଖପାଖର ଲୋକମାନଙ୍କ ଭିଡ ଲାଗିଥିଲା ।ପରେ ସ୍ଥାନୀୟ ଲୋକମାନେ ଶିଶୁଟିକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତିକରିଥିବାବେଳେ ଶିଶୁଟି ଭଲଥିବାର ଜଣାପଡିଛି ।