Browsing author

SATYA SANDHANA DESK

୩ ଗାଡିକୁ ଜାଳିଦେଲେ ଦୁର୍ବୃତ୍ତ

ଗଜପତି,୮ା୧୦(ଏସଏସନିଉଜ) ମୋହନାଥାନା ଚାନ୍ଦିପୁଟ ହାଟପଦାରେ ରାତିରେ ଘର ଆଗରେ ଥୁଆହୋଇଥିବା୩ଟିଗାଡିକୁ ଦୁର୍ବୁତମାନେ ଜାଳିଦେଇଛନ୍ତି ।ଫଳରେ ନିଆଁଲାଗି ଗୋଟିଏ କାର, ବୁଲେଟ ଓ ସ୍କୁଟିପୋଡି ନଷ୍ଟ ହୋଇଯାଇଛି ।ଟାୟାର ଫାଟିବା ଶବ୍ଦ ଶୁଣି ପରିବାର ଲୋକ ଉଠିବାସହ ଅଗ୍ନିଶମ ବାହିନୀକୁ ଖବରଦେଇଥିଲେ ।ଅଗ୍ନିଶମବାହିନୀ ଘଟଣାସ୍ଥଳରେପହଞ୍ଚି ନିଆଁକୁ ଆୟତ କରିଛନ୍ତି ।

ଶିକ୍ଷକଙ୍କ ମାଡ଼ରେ ଛାତ୍ର ମୃତ !

ସୋର,୮ା୧୦(ଏସଏସନିଉଜ) ଶିକ୍ଷକଙ୍କ ମାଡ଼ରେ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିବାର ଅଭିଯୋଗ ହୋଇଛି ।ଖନ୍ତାପଡ଼ାଥାନା କୁଳିଗାଁ ବଂଶୀଧର ବିଦ୍ୟାପୀଠରେ ଏହି ଘଟଣା ଘଟିଥିବାର କୁହାଯାଉଛି ।କାଲି ଦଶମ ଶ୍ରେଣୀର ୨ଛାତ୍ରଙ୍କ ମଧ୍ୟରେ ମାଡ଼ପିଟ ହୋଇଥିଲା ।ମାଡପିଟ୍ ହୋଇଥିବା ୨ଜଣଙ୍କ ମଧ୍ୟରୁ ଜଣଙ୍କୁ ଶିକ୍ଷକ ମାଡ଼ ମାରିଥିଲେ । ଶିକ୍ଷକଙ୍କଠୁ ମାଡ଼ ଖାଇଥିବା ଛାତ୍ରଙ୍କର ଆଜି ଛାତିରେ ଯନ୍ତ୍ରଣା ହୋଇଥିଲା ।ଛାତ୍ରଙ୍କୁ ମେଡିକାଲ ନିଆଯାଇଥିବାବେଳେ ଡାକ୍ତର ସେଠାରେ ମୃତ ଘୋଷଣା କରିଛନ୍ତିାଶିକ୍ଷକଙ୍କ ମାଡ଼ରେ ଛାତ୍ରର ମୃତ୍ୟୁ ହୋଇଥିବା ନେଇ ପରିବାରପକ୍ଷରୁ […]

’ଅପହରଣକରି ମାରି ଫିଙ୍ଗିଦେଲେ !

ଖଲ୍ଲିକୋଟ,୮ା୧୦(ଏସଏସନିଉଜ) ଅପହୃତ ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଛି ।କୋଦଳାଥାନା ସାତନଳ ରାସ୍ତାରୁ କ୍ଷତାକ୍ତ ମୃତଦେହ ଉଦ୍ଧାର କରିଛି ପୋଲିସ ।ଯୁବକକୁ ଅପହରଣକରି ହତ୍ୟା କରାଯାଇ ଥିବାନେଇ ପରିବାର ଲୋକ ଅଭିଯୋଗ ଉଠାଇଛନ୍ତି ।ଶୁକ୍ରବାର କୋର୍ଟରୁ ଫେରିବା ବେଳେ ଛଚିନା ରାସ୍ତାରୁ ଅପହୃତ ହୋଇଥିଲେ ଯୁବକ ।

୧୦ରୁ ଘରୋଇବସ୍ ଧର୍ମଘଟ

ଭୁବନେଶ୍ବର,୮ା୧୦(ଏସଏସନିଉଜ) ଆସନ୍ତା ୧୦ ତାରିଖରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ରାଜ୍ୟରେ ଘରୋଇ ବସ୍ ଧର୍ମଘଟ ହେବବୋଲି ଅଲ ଓଡିଶା ବସ ମାଲିକ ସଂଘ ସାଧାରଣ ବୈଠକରେ ନିଷ୍ପତ୍ତି ହେଇଛି। ସ୍ମାରକପତ୍ର ମୁତାବକ କୌଣସି ଦାବି ସରକାର ମାନିନଥିବାରୁ ଦାବି ପୁରଣ ନହେବାପର୍ଯ୍ୟନ୍ତ  ସ୍କୁଲ, କଲେଜ, ଟୁର ଟ୍ରାଭେଲ ବସ ସହ ଘରୋଇ ବସ ବନ୍ଦ ରହିବ ବୋଲି ବସମାଲିକ ସଂଘର ସାଧାରଣସମ୍ପାଦକ ଦେବେନ୍ଦ୍ର ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।  

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି

ଭୁବନେଶ୍ୱର,୮।୧୦(ଏସଏସନିଉଜ)ଚଳିତ ବର୍ଷ ପାର୍ବଣ ସମୟରେ କଟକ ମହାନଗର ନିଗମ ଅଞ୍ଚଳରେ ସାର୍ବଜନୀନ ପୂଜା ଉତ୍ସବ ପାଇଁ ଗ୍ରାଉଣ୍ଡ ରେଣ୍ଟ ଆଦାୟ ନ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।ବିଭିନ୍ନ ପୂଜାସମିତି ଓ ସ୍ଥାନୀୟ ବିଧାୟକମାନଙ୍କ ଅନୁରୋଧ କ୍ରମେ ଜନସାଧାରଣ ଙ୍କ ସାଂସ୍କୃତିକ ଓ ଆଧ୍ୟାତ୍ମିକ ଭାବନାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି ।ଏହାଦ୍ୱାରା କଟକ ମହାନଗର ନିଗମ ଅଞ୍ଚଳରେ ପାର୍ବଣ ଋତୁ ସମୟରେ ସରକାରୀଜାଗାରେ ସାମୟିକ ଭାବରେ ଆୟୋଜିତ ହେଉଥିବା ବିଭିନ୍ନ […]

ପାରାମେଡିକାଲ କଲେଜରେ ସ୍ୱାଗତଉତ୍ସବ  

ମେଣ୍ଢାଶାଳ ୮।୧୦(ଏସଏସନିଉଜ) ଛତାବରସ୍ଥିତ ବିଶ୍ୱାସ ପାରାମେଡିକାଲ କଲେଜରେ ପରିଚାଳିତ ଡି.ଏମ.ଏଲ.ଟି ଓ଼ ଡି.ଏମ.ଆର.ଟି ପାଠ୍ୟକ୍ରମରେ ପଢୁଥବା ସମସ୍ତ ନୂତନ ଛାତ୍ର ଛାତ୍ରୀମାନଙ୍କ ସ୍ୱାଗତ ଉତ୍ସବ କଲେଜର ପ୍ରିନ୍ସିପାଲ ଡ଼ଃ ଅଭୟ କୁମାର ବାହିନୀପତିଙ୍କ ଅଧ୍ୟକ୍ଷତା ରେ ବିଶ୍ୱାସକଲେଜ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି | ପାଠ୍ୟକ୍ରମ ଶେଷ କରିଥିବା ଛାତ୍ରଛାତ୍ରୀମାନଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ମଧ୍ୟ ଦିଆଯାଇଥିଲା। ଏକ ଭାବ ବିହ୍ଵଳ ପରିବେଶ ମଧ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷ ଡ଼ଃ ପ୍ରଜ୍ଞାନ ରଞ୍ଜନ ଘଡେଇ ଓ଼ […]

ନବମଛାତ୍ରଙ୍କୁ ହାଣିଲେ ଦଶମଛାତ୍ର

ବାରିପଦା,୮ା୧୦(ଏସଏସନିଉଜ) ବାରିପଦା ସହର ବାଲିଗଞ୍ଜ ଅଞ୍ଚଳରେ ଏକ ଘରୋଇ ଆବାସିକ ଶିକ୍ଷା ଅନୁଷ୍ଠାନରେ ଜଣେ ନବମ ଶ୍ରେଣୀ ଛାତ୍ରଙ୍କୁ ଭୁଜାଲିରେ ହାଣି ଦେଇଛି ଜଣେ ଦଶମ ଶ୍ରେଣୀ ଛାତ୍ର। ହଣା ଖାଇଥିବା ଛାତ୍ରଙ୍କ ଘର ବାଲେଶ୍ବର ଜିଲ୍ଲା ଗୋପାଳପୁର ଅଞ୍ଚଳରେ। ତାଙ୍କୁ ଗୁରୁତର ଅବସ୍ଥାରେ ବାରିପଦା ଡାକ୍ତରଖାନା ରେ ଭର୍ତ୍ତି କରାଯାଇଛି।କୌଣସି କାରଣରୁ ଗତକାଲିସନ୍ଧ୍ୟାରେ ହଷ୍ଟେଲରେ ରହୁଥିବା ଉଭୟ ଛାତ୍ରଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଛାତ୍ରଜଣଙ୍କ ଏକ ଭୁଜାଲିରେ ନବମ ଶ୍ରେଣୀ ଛାତ୍ରଙ୍କୁ […]

ମର୍ଣ୍ଣି ୱାକ୍ ବେଳେ ମାଡ଼ିଗଲା ପିକ୍ଅପ୍ ଭ୍ୟାନ୍

ବଲାଙ୍ଗୀର,୮ା୧୦(ଏସଏସନିଉଜ) ମର୍ଣ୍ଣିଂ ୱାକ୍ ସମୟରେ ସଦରଥାନା ଅନ୍ତର୍ଗତ ଗେଡ଼ାବାଞ୍ଜି ଛକ ନିକଟରେ ପିକ୍ଅପ୍ ଭ୍ୟାନ୍ ଧକ୍କାଦେବାରୁ ପୁରୁଷୋତ୍ତମ ଭୋଇ ନାମକ ଜଣେ କଲେଜ ଛାତ୍ରଙ୍କ ମୃତ୍ୟୁ ଘଟିଛି । ଆଜି ସକାଳେ ସିଲବାହାଲି ଗାଁର ୪ ଜଣ ଛାତ୍ର ଓ ଯୁବକ ରାସ୍ତାରେ ମର୍ଣ୍ଣିଂ ୱାକ୍ ଯାଉଥିବାବେଳେ ଏକ ପିକ୍‌ଅପ୍ ଭ୍ୟାନ୍ ଦ୍ରୁତଗତିରେ ଆସି ସେମାନଙ୍କ ମଧ୍ୟରୁ ଜଣଙ୍କଉପରେ ଚଢ଼ି ଚାଲିଯାଇଥିଲା। ଦୁର୍ଘଟଣା ପରେ ଗାଡ଼ିଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।ମୃତକ ଯୁକ୍ତ ଦୁଇରେ ପାଠପଢୁଥିବା ଛାତ୍ର ହେଉଛନ୍ତି […]

ଚିନ୍ତା ବଢ଼ାଇଲା ସୁନ୍ଦରଗଡ଼ଜିଲ୍ଲା

ସୁନ୍ଦରଗଡ,୮ା୧୦(ଏସଏସନିଉଜ) ସ୍କ୍ରବ ଟାଇଫସକୁ ନେଇ ଚିନ୍ତାବଢାଇବାରେ ଲାଗିଛି ସୁନ୍ଦରଗଡ଼ ଜିଲ୍ଲା ।ପୁଣି ଆଜି ୧୨ ସ୍କ୍ରବ ଟାଇଫସ ରୋଗୀ ଚିହ୍ନଟ ହୋଇ ଛନ୍ତି।ଯାହାଫଳରେ ସୁନ୍ଦରଗଡ଼ ଜିଲ୍ଲାରେ ସ୍କ୍ରବ ଟାଇଫସ ଆକ୍ରାନ୍ତଙ୍କ ସଂଖ୍ୟା ୩୭୩ରେ ପହଞ୍ଚିଛି ।୧୦୨ ନମୁନାରୁ ୧୨ଜଣ ପଜିଟିଭ ଚିହ୍ନଟ ହୋଇଥିବାନେଇ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଶିକାର କରିବାକୁ ଯାଇଥିଲେ …

ଦଶପଲ୍ଲା,୮ା୧୦(ଏସଏସନିଉଜ) ଗତକାଲି ବିଳମ୍ବିତ ରାତିରେ ଜଙ୍ଗଲକୁ ଶିକାର ପାଇଁ ଯାଇଥିବାବେଳେ ନିଜ ବନ୍ଧୁକରୁ ଗୁଳିଫୁଟି ବଦଲାଗାଁର ସନ୍ନ୍ୟାସୀ ଜାନୀ ନାମକ ଶିକାରୀ ଗୁରୁତର ଆହତ ହୋଇଛନ୍ତି ।ଏହିଭଳି ଏକ ଅଭାବନୀୟ ଘଟଣା ନୟାଗଡ଼- ବୌଦ୍ଧ ସୀମାନ୍ତ ବଦଲା ଜଙ୍ଗଲରେ ଘଟିଛି ।ଜାନୀ ଶିକାରକରିବାକୁ ବନ୍ଧୁକରେ ଗୁଳି ଭର୍ତ୍ତି କରି ଯାଉଥିବା ବେଳେ ହଠାତ୍ ଝୁଣ୍ଟି ପଡ଼ିଥିଲେ। ଏହି ସମୟରେ ହଠାତ୍ ଗୁଳିଫୁଟି ତାଙ୍କର ମଳଦ୍ୱାରରେ ବାଜିଥିଲା।ସନ୍ନ୍ୟାସୀଙ୍କ ମଳଦ୍ୱାରଟି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ […]