ରେଞ୍ଜରୋଭର ଦୁର୍ଘଟଣାରେ ଚାଲିଗଲା ଯୁବତୀଙ୍କ ଜୀବନ

କଟକ,୩।୧୧(ଏସଏସନିଉଜ) ଭୁବନେଶ୍ୱରରେ ରେଞ୍ଜରୋଭର ଦୁର୍ଘଟଣାରେ ଗୁରୁତର ଯୁବତୀଙ୍କ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ରାଜଧାନୀର ପାୱାର ହାଉସ ଛକରେ ଗତ ୩୧ ତାରିଖରେଦୁର୍ଘଟଣାରେ ଲୋପାମୁଦ୍ରାସାହୁ ନାମକ ଯୁବତୀ ଗୁରୁତରହୋଇ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆଇସିୟୁରେ ରହି ଯୁବତୀଙ୍କୁ ଚିକିତ୍ସା କରାଯାଉ ଥିବାବେଳେ ତାଙ୍କର ମୃତ୍ୟୁ ହୋଇଥିବାନେଇ ଘୋଷଣା କରିଛନ୍ତି ଡାକ୍ତର।ଗତ ୩୧ତାରିଖରେ ପାୱାର ହାଉସଛକରେ ଏକ ରେଞ୍ଜରୋଭର ଧକ୍କାରେ ବାଇକରେ ଯାଉଥିବା ଲୋପାମୁଦ୍ରାସାହୁ ଓ ଜଣେ ଅବସରପ୍ରାପ୍ତ ସିଆରପିଏଫ ଯବାନ କାହ୍ନୁଚରଣ ନାୟକ ଗୁରୁତର ହୋଇଥିଲେ। କାହ୍ନୁଚରଣ କ୍ୟାପିଟାଲ ହସ୍ପିଟାଲରେ ସଙ୍କଟାପନ୍ନ ଅବସ୍ଥାରେ ରହିଥିବା କୁହାଯାଉଛି।

Comments (0)
Add Comment