Browsing author

SATYA SANDHANA DESK

ଓଡ଼ିଶାର ନୂଆରାଜ୍ୟପାଳ ହେଲେ ଝାଡ଼ଖଣ୍ଡର ପୂର୍ବତନମୁଖ୍ୟମନ୍ତ୍ରୀ

  ଭୁବନେଶ୍ୱର,୧୯।୧୦(ଏସଏସନିଉଜ) ଓଡ଼ିଶାର ନୂଆ ରାଜ୍ୟପାଳ ଭାବରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ରଘୁବର ଦାସଙ୍କୁ ନିଯୁକ୍ତ ଦିଆଯାଇଥିବାନେଇ ରାଷ୍ଟ୍ରପତି ଭବନରୁ ସୂଚନା ଜାରି କରାଯାଇଛି ।ପ୍ରଫେସର ଗଣେଶୀଲାଲଙ୍କ ସ୍ଥାନରେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ରଘୁବର ଦାସଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଥିବାବେଳେ ଖୁବଶୀଘ୍ର ଏହି ଦାୟିତ୍ୱ ତାଙ୍କୁ ହସ୍ତାନ୍ତର କରାଯିବ ।

ଧର୍ମଘଟ ଡାକରାଦେଲା ଘରୋଇବସ୍ ମାଲିକସଂଘ

ଭୁବନେଶ୍ୱର,୧୯।୧୦(ଏସଏସନିଉଜ) ପୁଣି ୨୦ ତାରିଖରୁ ଧର୍ମଘଟ ଆରମ୍ଭ କରିବା ନେଇ ସୂଚନା ଦେଇଛି ରାଜ୍ୟ ଘରୋଇ ବସ ମାଲିକସଂଘ ।ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ଏହି ଧର୍ମଘଟ କରାଯିବ ବୋଲି ସଂଘ ପକ୍ଷରୁ ସୂଚନା ।ପୂଜା ବେଳେ ଧର୍ମଘଟ କରିବା ଆମର ଉଦେଶ୍ୟ ନୁହେଁ କିନ୍ତୁ ପୂଜା ଛୁଟିରେ ଧର୍ମଘଟ କରିବାକୁ ପରିସ୍ଥିତି ଆମକୁ ବାଧ୍ୟ କରିଛି ବୋଲି ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି।

ଗ୍ୟାସଟାଙ୍କି ଫାଟି ୨ ଗୁରୁତର

ନୀଳଗିରି,୧୯।୧୦(ଏସଏସନିଉଜ) ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟି ୨ଜଣ ଗୁରୁତର ଆହତ ହୋଇଛନ୍ତି।ନରସିଂହପୁର ପଞ୍ଚାୟତ ପୁରୁଣା ଗାଁରେ ଏହି ଅଘଟଣ ଘଟିଛି।୨ଜଣ ଗୁରୁତରଙ୍କୁ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଛି।ଘରଭିତରେ ଗ୍ରୋସରୀଦୋକାନ ଥିଲା। ସବୁ ପୋଡ଼ି ପାଉଁଶ ହୋଇଯାଇଛି।ଜଳିଯାଇଥିବା ଘର ଭିତରେ ବାଣ ମଧ୍ୟ ରହିଥିବା ସୂଚନା ମିକିଛି।

ଦଶହରା ଓ ଭସାଣିରେ ବର୍ଷା !

ଭୁବନେଶ୍ୱର,୧୯।୧୦(ଏସଏସନିଉଜ) ଦଶହରା,ଭସାଣିରେ ବର୍ଷା ସମ୍ଭାବନା ରହିଛି। ଆସନ୍ତା ୨୪ ଓ ୨୫ ତାରିଖରେ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି।୨୪ ତାରିଖ ଦଶହରା ଓ ୨୫ ତାରିଖ ଭସାଣିରେ ବର୍ଷା ହୋଇପାରେ।୨୪ରେ ହାଲୁକା ବର୍ଷା ଓ ୨୫ରେ ବର୍ଷା ପରିମାଣ ବଢ଼ିବା ସମ୍ଭାବନା ରହିଛି।ବର୍ଷା ସମ୍ଭାବନା ନେଇ ଭୁବନେଶ୍ବର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।ତେବେ ୨୦ରୁ ୨୩ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବା ପୂର୍ବାନୁମାନ କରାଯାଇଛି।

ଆଜିର ରାଶିଫଳ

୨୦୨୩ ମସିହା ଅକ୍ଟୋବରମାସ ୧୯ତାରିଖ ଗୁରୁବାର।ପଞ୍ଚମ୍ୟାଦି କଳ୍ପାରମ୍ଭ, ଗୁରୁପଞ୍ଚମୀ ବ୍ରତ, ନତଃପଞ୍ଚମୀ, ବିରଜାଦେବୀଙ୍କ ପଞ୍ଚମୀହୋମ।ସୁର୍ଯ୍ୟୋଦୟ- ଘ୫/୪୬/୦ ,ସୂର୍ଯ୍ୟାସ୍ତ- ଘ୫/୧୭/୩୪ ,ଆଶ୍ବିନମାସ ,ଶୁକ୍ଳପକ୍ଷ ,ବୃହସ୍ପତିବାସ ,ତିଥି- ପଞ୍ଚମୀ ରାତ୍ରି ଘ୧୨/୨୦ମି ପର୍ଯ୍ୟନ୍ତ ତଦନ୍ତେଷଷ୍ଠୀ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଦକ୍ଷିଣଦିଗରେ,ରାତ୍ରି ଘ୧୨/୨୦ମି ପରେ ପଶ୍ଚିମଦିଗରେ।ଅଗନ୍ତବ୍ୟତିଥି ଓ ନିରଂଶ ଦୋଷହେତୁ ଦିବା ଘ୧୦/୨୬ମି ପରେ ରାତ୍ରି ଘ୧୨/୨୦ମି ମଧ୍ୟେ ଯାତ୍ରାଶୁଭ।ଦକ୍ଷିଣଦିଗ,ଅଗ୍ନିକୋଣ ଓ ପୂର୍ବଦିଗକୁ ତ୍ୟାଗକରି ଯାତ୍ରା କରାଯିବ।ଘାତଚନ୍ଦ୍ର–ରାତ୍ରି ଘ୯/୩୧ମି ପରେ ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର।ଘାତବାର–ତୁଳା ଓ କୁମ୍ଭରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ପଞ୍ଚମୀର ଏକୋଦ୍ଦିଷ୍ଟ […]

ଆଜିର ରାଶିଫଳ

୨୦୨୩ମସିହା ଅକ୍ଟୋବରମାସ ୧୮ତାରିଖ ବୁଧବାର। ତୁଳା (ଗର୍ଭଣା)ସଂକ୍ରାନ୍ତି, ଅଦ୍ୟ ସଂକ୍ରାନ୍ତି ବିହିତ ଉପବାସ, ଗ୍ରହପୂଜା, ହୋମ, ଦାନାଦି। ଅଦ୍ୟ ମାସିକ ବିନାୟକ ଚତୁର୍ଥୀବ୍ରତ।ସୁର୍ଯ୍ୟୋଦୟ- ଘ୫/୪୫/୩୯ ,ସୂର୍ଯ୍ୟାସ୍ତ- ଘ୫/୧୮/୧୭ ,ଆଶ୍ବିନମାସ ,ଶୁକ୍ଳପକ୍ଷ ,ପଣ୍ଡିତବାସ ,ତିଥି- ଚତୁର୍ଥୀ ରାତ୍ରି ଘ୧/୧ମି ପର୍ଯ୍ୟନ୍ତ ତଦନ୍ତେ ପଞ୍ଚମୀ।ନକ୍ଷତ୍ର- ଅନୁରାଧା ରାତ୍ରି ଘ୯/୨୯ମି ପର୍ଯ୍ୟନ୍ତ ତଦନ୍ତେ ଜ୍ୟେଷ୍ଠାନକ୍ଷତ୍ର।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ନୈର୍ଋତକୋଣରେ, ରାତ୍ରି ଘ୧ /୧ମି ପରେ ଦକ୍ଷିଣଦିଗରେ।ରିକ୍ତାତିଥି, ବିଷ୍ଟିକରଣ, ସଂକ୍ରମଣଦୋଷ ହେତୁ ଯାତ୍ରାଦିଶୁଭକର୍ମ ନିଷେଧ।ଘାତଚନ୍ଦ୍ର–ଘାତଚନ୍ଦ୍ରନାହିଁ।ଘାତବାର–କର୍କଟରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ-ମୂଳା ଭକ୍ଷଣ […]

ଆଜିର ରାଶିଫଳ

୨୦୨୩ମସିହା ଅକ୍ଟୋବରମାସ ୧୭ତାରିଖ ମଙ୍ଗଳବାର।ମାସାନ୍ତ।ସୁର୍ଯ୍ୟୋଦୟ-ଘ୫/୪୫/୧୯ ,ସୂର୍ଯ୍ୟାସ୍ତ-ଘ୫/୧୯/୧ ,ଆଶ୍ବିନମାସ ,ଶୁକ୍ଳପକ୍ଷ ,ଭୌମ ବାସ ,ତିଥି- ତୃତୀୟା ରାତ୍ରିଘ୧/୧୬ମି ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଥୀ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଆଗ୍ନେୟକୋଣରେ,ରାତ୍ରି ଘ୧/୧୬ମି ପରେ ନୈର୍ଋତକୋଣରେ।ମଙ୍ଗଳବାର,ରିକ୍ତାତିଥି,ମଙ୍ଗଳଯୁକ୍ତ,ମାସାନ୍ତଦୋଷ ହେତୁ ଯାତ୍ରାଦିଶୁଭକର୍ମ ନିଷେଧ।ଘାତଚନ୍ଦ୍ର–ଘାତଚନ୍ଦ୍ର ନାହିଁ।ଘାତବାର–ମକରରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ-ପଟୋଳଭକ୍ଷଣ ନିଷେଧ।ଅଶୁଭବେଳା-ବାରବେଳା ଦିବା ଘ୭/୧୩ମି ରୁ ଘ୮/୩୯ମି ପର୍ଯ୍ୟନ୍ତ।କାଳବେଳାଦିବା ଘ୧୨/୫୬ମି ରୁ ଘ୨/୨୨ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରି ଘ୬/୪୮ମି ରୁ ଘ୮/୨୭ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ ସୂର୍ଯ୍ୟୋଦୟରୁ ଦିବା ଘ୬/୩୫ମି ମଧ୍ୟେ, ଘ୭/୨୩ମି ରୁ ଘ୧୧/୨୩ମି ମଧ୍ୟେ, ରାତ୍ରି ଘ୭/୪୦ମିରୁ […]

ଆଜିର ରାଶିଫଳ

୨୦୨୩ ମସିହା ଅକ୍ଟୋବର ମାସ ୧୬ ତାରିଖ ସୋମବାର। ଦ୍ବିତୀୟାର ଚ଼ନ୍ଦ୍ରଦର୍ଶନ ପୂଜା ଓ ଅର୍ଘ୍ୟଦାନ।ସୁର୍ଯ୍ୟୋଦୟ- ଘ୫/୪୪/୫୮,ସୂର୍ଯ୍ୟାସ୍ତ- ଘ୫/୧୯/୪୭,ଆଶ୍ବିନମାସ,ଶୁକ୍ଳପକ୍ଷ,ଚନ୍ଦ୍ରବାସ,ତିଥି- ଦ୍ବିତୀୟା ରାତ୍ରି ଘ୧/୫ମି ପର୍ଯ୍ୟନ୍ତ ତଦନ୍ତେ ତୃତୀୟା।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଉତ୍ତର ଦିଗରେ, ରାତ୍ରି ଘ୧/୫ମି ପରେ ଆଗ୍ନେୟ କୋଣରେ। ମଙ୍ଗଳଯୁକ୍ତ ଦୋଷ ହେତୁ ଯାତ୍ରା ନିଷେଧ।ଘାତଚନ୍ଦ୍ର–ଘାତଚନ୍ଦ୍ର ନାହିଁ।ଘାତବାର–ମିଥୁନ ରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଦ୍ବିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ବୋଇତାଲୁ ଭକ୍ଷଣ ନିଷେଧ।ଅଶୁଭବେଳା-ବାରବେଳା ଦିବା ଘ୨/୧୮ମି ରୁ ଘ୩/୪୩ମି ପର୍ଯ୍ୟନ୍ତ।କାଳବେଳା ଦିବା ଘ୭/୧୩ମି ରୁ ଘ୮/୪୯ମି […]

ଗାଡିଧକ୍କାରେ ଚାଲିଗଲା ପୁର୍ବତନ ସରମ୍ପଚଙ୍କ ଜୀବନ

ଆସିକା,୧୫ା୧୦(ଏସଏସନିଉଜ) କୋଟିନଡାଥାନା ଅଧିନସ୍ଥ ସୂତାକଳନିକଟରେ ଦୁର୍ଘଟଣା ଘଟିଛି ।ଏଥିରେ୩ କଲେଜ ଛାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଆହତମାନେ ହେଉଛନ୍ତି ପ୍ରିୟ ଦର୍ଶନୀ ବେହେରା, ଗୁଡୁଲି ମହାପାତ୍ର ଓ ରୂପାଲି ବେହେରା ।ଯୁକ୍ତ୨ରେ ପାଠପଢୁଥିବା ୩ଜଣଛାତ୍ରୀ ଟିଉସନ ସାରି ଘରକୁ ଫେରୁଥିବା ସମୟରେ ଏଔ୦୫ଔଊ୪୮୪୮ନଂ କାରଟି ସେମାନଙ୍କୁ ଧକ୍କାଦେଇଥିଲା ।ସମସ୍ତଙ୍କୁ ସ୍ଥାନୀୟଲୋକ ଉଦ୍ଧାର କରି ଗୁରୁତର ଅବସ୍ଥାରେ ଚିକିସ୍‌ାପାଇଁ ଆସିକା ମେଡ଼ିକାଲ ପଠାଇଛନ୍ତି । ସେମାନଙ୍କ ମଧ୍ୟରେ ପ୍ରିୟଦର୍ଶନୀବେହେରା ଅଧିକ ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ମେଡ଼ିକାଲକୁ […]

ବାଲେଶ୍ୱରରୁ ଉଦ୍ଧାର କୁମ୍ଭୀର ଆସିଲା ନନ୍ଦନକାନନ

ବାରଙ୍ଗ,୧୪।୧୦ (ଏସଏସନିଉଜ) ବାଲେଶ୍ଵରଜିଲ୍ଲା ଭୋଗରାଇ ବ୍ଲକର ତାଳସାରି ଉଦୟପୂର ନିକଟ ସମୁଦ୍ରରୁ ଉଦ୍ଧାର ହୋଇଥିବା ୧୩ଫୁଟଲମ୍ବର ଏକ ଘଡିଆଳ କୁମ୍ଭୀର ଶନିବାରଦିନ ନନ୍ଦନକାନନରେ ଆସି ପହଁଚିଛି ।କୁମ୍ଭୀରଟି ନନ୍ଦନକାନନରେ ପହଁଚିବାପରେ ଡାକ୍ତରଖାନାରେ ତାର ପ୍ରାଥମିକ ଚିକିତ୍ସା କରାଯାଇ ସ୍ୱସ୍ଥ୍ୟବସ୍ଥାକୁ ଅନୁଧ୍ୟାନ ପରେ ଘଡ଼ିଆଳକୁମ୍ଭୀର ଟାଙ୍କିରେ ଛଡ଼ାଯାଇଛି । ତାଳସାରି ଅଂଚଳର କିଛି ମସ୍ୟଜିବୀ ବଙ୍ଗୋପସାଗରକୁ ମାଛଧରି ଗୁରୁବାରଦିନ ଫେରୁଥିବାବେଳେ ସମୁଦ୍ର ମଝିରେ ଥିବା ମୁରଲିଚଡ ଦାଣ୍ଡିରେ ବିଶ୍ରାମନେବାପାଇଁ ଯାଇଥିଲେ । ସେଠାରେ ଏକ କାଠଗଣ୍ଡି ଭାବି କୁମ୍ଭୀରଉପରେ […]