Browsing author

SATYA SANDHANA DESK

ଗାଡିକିଣାକୁନେଇ କଥାକଟାକଟି

ବାରଙ୍ଗ,୧୪ା୧୦(ଏସଏସନିଉଜ) ଦାଢାପାଟଣାଗ୍ରାମର ବିଭୁତିଭୁଷଣ ଓଝା୧୨ତାରିଖ ରାତିରେ ଦାଢାପାଟଣା ଲେବଲକ୍ରସିଂ ପାଖରେ ଛିଡାହୋଇଥିବା ବେଳେ ଆଇଆରସି ଭିଲେଜ ହାତିଆଶୁଣି ବସ୍ତିରେ ରହୁଥିବା ସୁକୁଟାଗୁରୁ ଓରଫ ସୋମନାଥ ଆସି ଭେଟିଥିଲା ।ଉଭୟଙ୍କ ମଧ୍ୟରେ କଥାବାର୍ତା ଭିତରେ ଦଶହରାପୁଜାଦେଖିବାପାଇଁ ସୁକୁଟା ଏକ ପୁରୁଣା ମୋଟରସାଇକେଲ ଖୋଜୁଛି ଓ କିଣିବାପାଇଁ ୨୦ହଜାରଟଙ୍କା ରଖିଛି ।୫ହଜାରେ ଟଙ୍କା ଦେଇଦେଲେ ବିଭୁତି ଏକ ବାଇକ କିଣିଦେବ ବୋଲି ସୁକୁଟାକୁ କହିଥିଲା । ତୁଚୋରଟା ହୋଇଥିବାରୁ ମୋଟଙ୍କା ନେଇ ପଳାଇବୁବୋଲି ବିଭୁତିକୁ ସୁକୁଟା କହିଥିଲା ।ଏଥିରେ ରାଗିଯାଇ […]

ତାଲାଭାଙ୍ଗି ମୋବାଇଲ ଫୋନ୍ ଓ ଲୁଗା ଚୋରୀ

ବାରଙ୍ଗ,୧୪ା୧୦(ଏସଏସନିଉଜ) ଘରୁ ମୋବାଇଲଫୋନ୍ ଓ ନୁଆଲୁଗା ଚୋରୀକରି ନେଇଥିବା ଅଭିଯୋଗରେ ବାରଙ୍ଗଥାନାପୋଲିସ ଶନବାରଦିନ ଗଦେଇକୁଦରେ ରହୁଥିବା ସୁରେଶସାହୁ ନାମକଯୁବକକୁ ଗିରଫକରି କୋର୍ଟଚାଳଣ କରିଛି । ପ୍ରକାସ ଯେ,ତିଗିରିଆଥାନା ଅଧିନସ୍ଥ ସୋମପଦାଗାଁର ସୁରେଶ ଗଦେଇକୁଦରେ ରହୁଅଛି ।ଗତ୧୨ତାରିଖରାତିରେ ଗଦେଇକୁଦରେ ରହୁଥିବା ଜ୍ୟୋସ୍ନାଦାସ ନାମକ ମହିଳାଙ୍କ ଘରେ ପଶି ସୁରେଶ ମୋବାଇଲଫୋନ୍ ଓ ଝିଅରଶାଶୁଘରକୁଦେବାପାଇଁ ନୁଆକରି କିଣାହୋଇ ରହିଥିବା ଲୁଗାପଟା ଚୋରିକରି ପଳାଇଥିଲା ।ସେହିପରି ସୁରେଶ ନରଣପୁରସ୍ଥିତ ବାବାଜୀସ୍ୱାଇଁଙ୍କ ଘର ତାଲାପଡିଥିବାର ସୁଯୋଗରେ ଗତଜୁଲାଇ୨୪ତାରିଖରାତିରେ ତାଲାଭାଙ୍ଗି ଘରେପଶି ଆଲମିରାରୁ ୭ଖଣ୍ଡନୁଆଲୁଗା […]

ବନ୍ଧତଳକୁ ଖସିଲା ପିକ୍‌ଅପ୍‌ଭ୍ୟାନ

ବାରଙ୍ଗ,୧୪।୧୦(ଏସଏସନିଉଜ)ନନ୍ଦନକାନନ ଥାନା ଅନ୍ତର୍ଗତ ଗଣ୍ଡରପୁର ଯାତ୍ରାପଡିଆ ନିକଟ ମଞ୍ଚେଶ୍ବର ସାଇପନ ମୁଖ୍ୟରାସ୍ତାରେ ଆସୁଥିବା ଏକ କୁକୁଡା ଦାନା ବୋଝେଇ ପିକ୍‌ଅପ୍‌ଭ୍ୟାନ ଶନିବାରଦିନ ନଦୀବନ୍ଧରାସ୍ତାରୁ ତଳକୁ ଖସି ପଡିଛି।ତେବେ ସୌଭାଗ୍ୟବସତ ପିକଅପଭ୍ୟାନ ଚାଳକ ଅଳ୍ପକେ ବର୍ତ୍ତିଯାଇଛନ୍ତି। ପ୍ରକାଶଯେ,ମଞ୍ଚେଶ୍ବର ପଟୁ ଏକ କୁକୁଡାଦାନା ବୋଝେଇ ପିକ୍‌ଅପ୍‌ଭ୍ୟାନଟି ଗଣ୍ଡରପୁରକୁ ଆସୁଥିବାବେଳେ ଗଣ୍ଡରପୁର ଗାଁମୁଣ୍ଡ ଯାତ୍ରାପଡିଆ ନିକଟରେ ଗାଡି ଆଗପଛ କଲାବେଳେ ଭାରସାମ୍ୟ ହରାଇ ବନ୍ଧ ତଳକୁ ତିନି ପଲଟାମାରି ଖସିପଡି ଥିଲା।ଖବରପାଇ ନନ୍ଦନକାନନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡିକୁ ଜବତ […]

ନୂଆ ଅତିଥିଙ୍କୁ ଅପେକ୍ଷା

ବାରଙ୍ଗ,୧୪।୧୦(ଏସଏସନିଉଜ)ନନ୍ଦନକାନନରେ ଆରମ୍ଭ ହୋଇଯାଇଛି ମିଳନ ଋତୁ।ଏହାଭିତରେ ବାଘ,ସିଂହ, ହରିଣ,ସମ୍ବର,ଗୁରାଣ୍ଡି,ଚଢେଇ ସମେତ ସରୀସ୍ବପ ଜାତୀୟ ଜନ୍ତୁମାନଙ୍କର ମିଳନ ଆରମ୍ଭ ହୋଇଛି।ଏମାନଙ୍କ ମଧ୍ୟରୁ କେତେକାଂଶରେ ମିଳନ ସଫଳ ହୋଇଥିବାର ଜଣାପଡିଛି। ତେବେ ନୂଆବର୍ଷରେ ନୂଆ ଅତିଥୀମାନଙ୍କ ଆଗମନକୁ ନନ୍ଦନକାନନ ଅପେକ୍ଷା କରିଥିବାର ଜଣାପଡିଛି।ଧଳାବାଘ ଓ ସାଧାରଣ ବାଘ ସମେତ ସିଂହ ଓ ସିମ୍ପାଜି ବଂଶ ବୃଦ୍ଧି ନିମନ୍ତେ ଉଦ୍ୟମ ଆରମ୍ଭ କରିଛନ୍ତି କର୍ତ୍ତୃପକ୍ଷ।ଏହି ମିଳନ ଯୋଗୁ ମା ହେବାକୁ ଯାଉଛି ବାଘୁଣୀ ରୁପା।କେବଳ ବାଘୁଣୀ ରୁପା ନୁହେଁ ସିଂହୀ କଳ୍ପନା […]

ଭାଉଜକୁ ଆକ୍ରମଣକରି ଗିରଫହେଲେ ଦିଅର

ମେଣ୍ଢାଶାଳ,୧୪।୧୦(ଏସଏସନିଉଜ)ଏକ ଜମି ବିବାଦକୁ କେନ୍ଦ୍ର କରି ଭାଉଜକୁ ଆକ୍ରମଣ କରି ଦିଅର ଶନିବାରଦିନ ଗିରଫ ହୋଇ କୋର୍ଟଚାଳଣ ହୋଇଛନ୍ତି।ଗିରଫ ଦିଅର ହେଲେ ମଳିପଡାର ସରୋଜ ମହାକୁଡ଼କୁ(୩୪)। ପ୍ରକାଶଯେ,ସରୋଜଙ୍କ ଘରପାଖରେ ତାଙ୍କ ଭାଉଜ ଲତାମହାକୁଡ଼ ରହୁଛନ୍ତି।ଦିଅର ଭାଉଜଙ୍କ ମଧ୍ୟରେ ଏକ ଜମିବାଡିକୁ ନେଇ ଗତକିଛି ଦିନ ହେବ ବିବାଦ ଲାଗି ରହିଥିଲା। ଏହାକୁ କେନ୍ଦ୍ର କରି ଉଭୟ ପରିବାର ସଦସ୍ୟ ସର୍ବଦା ପରସ୍ପର ସହ ଝଗଡା କରିଆସୁଥିଲେ । ଗତ ତା ୧୯.୦୬.୨୦୨୩ ରିଖ ସକାଳ ସମୟରେ ହଠାତ […]

ଆଜିର ରାଶିଫଳ

୨୦୨୩ମସିହା ଅକ୍ଟୋବରମାସ ୧୫ତାରିଖ ରବିବାର। ଶ୍ରୀମନ୍ଦିରରେ ଦୁର୍ଗାମାଧବଙ୍କ ବାହାର ବିଜେ ଓ ମହାଳୟା, ଶାରଦୀୟ ନବଦିନପୂଜାରମ୍ଭ, ଶ୍ରୀବିରଜା ଦେବୀଙ୍କରଥ ପ୍ରତିଷ୍ଠା,ସୁର୍ଯ୍ୟୋଦୟ- ଘ୫/୪୪/୪୦,ସୂର୍ଯ୍ୟାସ୍ତ-ଘ୫/୨୦/୩୨ ,ଆଶ୍ବିନମାସ ,ଶୁକ୍ଳପକ୍ଷ ,ଆଦିତ୍ୟବାସ ,ତିଥି- ପ୍ରତିପଦ୍ ରାତ୍ରି ଘ୧୨/୨୮ମି ପର୍ଯ୍ୟନ୍ତ ତଦନ୍ତେ ଦ୍ବିତୀୟା।ନକ୍ଷତ୍ର-ଚିତ୍ରା ସନ୍ଧ୍ୟାଘ୬/୫୦ମିପର୍ଯ୍ୟନ୍ତ ତଦନ୍ତେ ସ୍ବାତୀନକ୍ଷତ୍ର।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପୂର୍ବଦିଗରେ, ରାତ୍ରି ଘ୧୨/ ୨୮ମି ପରେ ଉତ୍ତରଦିଗରେ। ତିଥି,ବୈଧୃତିଯୋଗ,ରବିଯୁକ୍ତପରେ ମଙ୍ଗଳଯୁକ୍ତ ଦୋଷହେତୁ ଯାତ୍ରାନିଷେଧ।ଘାତଚନ୍ଦ୍ର–ପ୍ରାତଃ ଘ୫/୫୭ମି ମଧ୍ୟେ ବୃଷ ରାଶିର ଘାତଚନ୍ଦ୍ର।ଘାତବାର–ମେଷରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ପ୍ରତିପଦର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ପାଣିକଖାରୁ ଭକ୍ଷଣନିଷେଧ।ଅଶୁଭ ବେଳା-ବାର ଓ […]

ଆଜିର ରାଶିଫଳ

୨୦୨୩ମସିହା ଅକ୍ଟୋବରମାସ ୧୪ତାରିଖ ଶନିବାର।ମହାଳୟା ଅମାବାସ୍ୟା,ଫୁଲୋରିଓଷା,ବଜ୍ରକାଳିକା ପୂଜା,ଅଦ୍ୟ ନଷ୍ଟଚନ୍ଦ୍ରୋପବାସ,ନିଶାପାଳନ,ପ୍ରଦୋଷ କର୍ମକାଳଃ।ବିବିଧହଳନିଷେଧ,ରାତ୍ରୌ ଗୋଦୋହନ ନିଷେଧ।ରାତ୍ରି ଘ୮/୯ମି ପର୍ଯ୍ୟନ୍ତ ଚନ୍ଦ୍ରକ୍ଷୟ।ସୁର୍ଯ୍ୟୋଦୟ- ଘ୫/୪୪/୨୧ ,ସୂର୍ଯ୍ୟାସ୍ତ- ଘ୫/୨୧/୧୯ ,ଆଶ୍ବିନମାସ ,କୃଷ୍ଣପକ୍ଷ ,ଶୌରିବାସ ,ତିଥି- ଅମାବାସ୍ୟା ରାତ୍ରି ଘ୧୧/୨୧ମି ପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦ୍।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଐଶାନ୍ୟ କୋଣରେ, ରାତ୍ରି ଘ୧୧/୨୧ମି ପରେ ପୂର୍ବ ଦିଗରେ। ପକ୍ଷାନ୍ତ, ଶନିବାର, ରବିଯୁକ୍ତ, ବୈଧୃତିଦୋଷ ହେତୁ ଯାତ୍ରାଦି ଶୁଭକର୍ମନିଷେଧ।ଘାତଚନ୍ଦ୍ର–ବୃଷରାଶିର ଘାତଚନ୍ଦ୍ର।ଘାତବାର–ବୃଷ, ସିଂହ ଓ କନ୍ୟାରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଅମାବାସ୍ୟାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ମହାଳୟା ଅମାବାସ୍ୟା ବିହିତଶ୍ରାଦ୍ଧ ଓ ତିଳତର୍ପଣ।ମହାଳୟା […]

ଅଲିମ୍ପିକ୍ କୁ ଫେରିଲା କ୍ରିକେଟ

ଭୁବନେଶ୍ୱର,୧୩ା୧୦(ଏସଏସନିଉଜ) ଦୀର୍ଘ ୧୨୮ବର୍ଷ ପରେ ଅଲିମ୍ପିକ୍ କୁ ଫେରିଲା କ୍ରିକେଟ୍‌‌ ।୨୦୨୮ ଲସ୍‌ଆଞ୍ଜେଲସ୍ ଅଲିମ୍ପିକ୍ ରେସାମିଲହେବ କ୍ରିକେଟ ।ସେଥିରେ ଟି-୨୦ ଫର୍ମାଟ୍‌‌ର କ୍ରିକେଟ୍‌‌ ଖେଳାଯିବା କ୍ରିକେଟ ସହ ମୋଟ ୫ଟି କ୍ରୀଡ଼ା ବେସ୍ ବଲ୍‌, ସ୍କ୍ୱାସ୍‌, ଫ୍ଲାଗ୍ ଫୁଟବଲ୍‌, ଲାକ୍ରୋସେ କୁ ଅଲିମ୍ପିକ୍ସରେ ସାମିଲ ପାଇଁ ନିଷ୍ପତ୍ତି ହୋଇଛି ।ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି ବୈଠକ ମୁମ୍ବାଇରେ ଅନୁଷ୍ଠିତ ହୋଇଥିବା ବୈଠକରେ ଏହି ନିଷ୍ପତି ନିଆଯାଇଛି ।୧୯୦୦ମସିହାରେ ଶେଷଥରପାଇଁ ଅଲିମ୍ପିକ୍ସରେଥିଲା କ୍ରିକେଟ ।ପ୍ୟାରିସ ଅଲିମ୍ପିକ୍ସରେ ଫ୍ରାନ୍ସକୁହରାଇ ବ୍ରିଟେନ ସ୍ୱର୍ଣ୍ଣ […]

ନଭେମ୍ବର୨୭ରୁ ଐତିହାସିକ କଟକବାଲିଯାତ୍ରା

ଭୁବନେଶ୍ୱର,୧୩ା୧୦(ଏସଏସନିଉଜ) ନଭେମ୍ବର ୨୭ ତାରିଖରୁ ଆରମ୍ଭହୋଇ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ କଟକର ଐତିହାସିକ ବାଲିଯାତ୍ରା ୮ଦିନ ପାଇଁ ଅନୁଷ୍ଠିତ ହେବ।ଏନେଇ ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।ଏହିଉପଲକ୍ଷେ ଆୟୋଜିତବୈଠକରେ ରାସ୍ତାଘାଟ ମରାମତି,ବାଲିଯାତ୍ରାପଡିଆର ଭିତ୍ତିଭୂମି, ପାନୀୟଜଳ ଯୋଗାଣ, ପଲିଶ୍ରୀମେଳାର ଆୟୋଜନ ବିଷୟରେ ବୈଠକରେ ଆଲୋଚନା ହୋଇଛି ।ବିଗତ ବର୍ଷ ତୁଳନାରେ ଚଳିତବର୍ଷର ବାଲିଯାତ୍ରାକୁ ଅଧ‌ିକ ଚିତାକର୍ଷକ, ସୁରକ୍ଷିତ ଓ ଜନାଦୃତ କରିବାସହ ଉତ୍ତମ ସମନ୍ଵୟ ରକ୍ଷାକରିବା ଉପରେ ଗୁରୁତ୍ବାରୋପ ଦିଆଯାଇଛି ।

କେବେ ଚାଲିବ ରୋପଓ୍ବେ?

ବାରଙ୍ଗ,୧୨।୧୦(ଏସଏସ ନିଉଜ) ନନ୍ଦନକାନନରେ ରୋପଓ୍ବେକାର୍ଯ୍ୟ  ସରିଥିଲେ ମଧ୍ୟ ଅଦ୍ୟାବଧି ପ୍ରଚଳନ ହେବାର ନାଁ ମଧ୍ୟ ଉଠୁନାହିଁ। କିନ୍ତୁ ରୋପଓ୍ବେ କାର‌୍ୟ୍ୟକ୍ଷମ ପୂର୍ବରୁ ଏହାର ଭିସିବି ୟୁନିଟ ପରୀକ୍ଷା ବେଳେ ବିଦ୍ୟୁତ୍ ଟ୍ରାନ୍ସଫରମର ଫାଟି ୩ଜଣ କର୍ମଚାରୀ ଗୁରୁତର ଆହତ ହେବାପରେ ଏହା କାର‌୍ୟ୍ୟକ୍ଷମ ହେବ ଉପରେ ଏକପ୍ରକାର ଅଙ୍କୁଶ ଲାଗିଥିଲା।।ଏହି ଘଟଣାର ତ୍ରୃଟିକୁ ନେଇ ବିଦ୍ୟୁତ୍ ବିଭାଗ ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ରୋପଓ୍ବେକୁ କାର‌୍ୟ୍ୟକ୍ଷମ ପାଇଁ ଅନୁମତି ମିଳିନଥିଲା।ସ୍ଥାନୀୟ ଜିଲ୍ଲାପାଳ ଅନୁମତିରେ ଅଟକି ଥିଲା ବୋଲି […]