Browsing author

SATYA SANDHANA DESK

ନିଜର ଗୁପ୍ତାଙ୍ଗକାଟିଲେ ବିଚାରାଧୀନକଏଦୀ

ଭଦ୍ରକ,୩୦ା୯(ଏସଏସନିଉଜ) ବ୍ଲେଡରେ ନିଜ ଦେହକୁ କାଟି ପକାଇଲେ ବିଚାରାଧୀନ କଏଦୀାଭଦ୍ରକଜିଲ୍ଲା କାରାଗାରରେ ଘଟିଛି ଏହିଭଳି ଅଭାବନୀୟ ଘଟଣା । ଜେଲରେ ବନ୍ଦୀ ଜୀବନ ବିତାଉଥିବା ସୁଶାନ୍ତ ମାଝୀ ଶୌଚଯିବାକୁ କହି ବାଥରୁମ୍ ଭିତରେ ପଶିଯାଇଥିଲେ । ନିଜ ମାନସିକ ଭାରସାମ୍ୟହରାଇ ନିଜର ଗୁପ୍ତାଙ୍ଗକୁ ମଶା ଧୂପ ଦିଆ ବ୍ଲେଡ଼ରେ ଅଧା କାଟିବାସହ ନିଜ ହାତକୁ ମଧ୍ୟ କାଟି ଦେଇଥିଲା।ତାଙ୍କୁ ଚିକିସ୍‌ାପାଇଁ ପ୍ରଥମେ ଭଦ୍ରକ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନା ଓ ପରେ ଅବସ୍ଥା ସଂକଟାପନ୍ନ ହେବାରୁ ପରେ କଟକ […]

ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ରରେ ଆୟୁଷ୍ମାନ ସ୍ୱାସ୍ଥ୍ୟମେଳା

ମେଣ୍ଢାଶାଳ,୩୦ା୯(ଏସଏସନିଉଜ) ଭୁବନେଶ୍ୱରବ୍ଲକ ଅଧିନସ୍ଥ ମେଣ୍ଢାଶାଳ ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଶନିବାରଦିନ ଆୟୁଷ୍ମାନ ସ୍ୱାସ୍ଥ୍ୟମେଳା ଅନୁଷ୍ଠିତ ହୋଇଯାଇଛି ।ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟଚିକିସ୍‌କ ଡ.ମୋହନ ହେମ୍ରମଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି ସ୍ୱାସ୍ଥ୍ୟମେଳାକୁ ଖୋର୍ଦ୍ଧାଜିଲ୍ଲା ମୁଖ୍ୟଚିକିସା ଅଧିକାରୀ ଡ,ଆର୍ତବନ୍ଧୁନାୟକ ପ୍ରଦୀପପ୍ରଜ୍ୱଳନକରି ଉଦ୍‌ଘାଟନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ବିଭି୍‌ନ୍ନପ୍ରକାରର ରୋଗର ବିଶେଷଜ୍ଞ ଡାକ୍ତରମାନେ ଯୋଗଦେଇ ପରାମର୍ଶ,ପରୀକ୍ଷା ଓ ମାଗଣା ଔଷଧ ରୋଗୀମାନଙ୍କୁ ପ୍ରଦାନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ୪୦ଜଣ ସ୍ୱାସ୍ଥ୍ୟକର୍ମୀ ସହାୟତା ପ୍ରଦାନ କରିଥିଲେ ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

ଶୋଇଥିବାବେଳେ ମାଡିଗଲା କାର

ଭୁବନେଶ୍ବର, ୩୦ା୯(ଏସଏସନିଉଜ) ରାଜମହଲ ଛକ ଫୁଟପାଥରେ ଶୋଇଥିବା ଶ୍ରମିକ ଉପରେ ମାଡ଼ିଯାଇଛି କାର । ଦ୍ରୁତ ଗତିରେ ଗାଡ଼ି ମାଡ଼ିଯିବା ଯୋଗୁଁ ରାସ୍ତା କଡ଼ରେ ଶୋଇଥିବା ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥବାବେଳେ ମୃତକଙ୍କ ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲରେ ରଖାଯାଇଛି ।ଅନ୍ୟପଟେ ସିସିଟିଭିକୁ ଯାଞ୍ଚ କରି ପୋଲିସ୍ ତଦନ୍ତ ଆରମ୍ଭ କରିଛି ।

ଚିନ୍ତା ବଢ଼ାଉଛି ସ୍କ୍ରବ ଟାଇଫସ୍‌

ଭୁବନେଶ୍ବର, ୩୦ା୯(ଏସଏସନିଉଜ) ସୁନ୍ଦରଗଡ଼ରେ ପୁଣି ଆଜି ୨୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଗତକାଲି ହୋଇଥିବା ୭୪ ନମୁନା ପରୀକ୍ଷାରୁ ୨୦ ଚିହ୍ନଟ ହୋଇଛି ।ଯାହାଫଳରେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯୨କୁ ବୃଦ୍ଧି ପାଇଛି । ସୁନ୍ଦରଗଡ଼, ବରଗଡ଼ ସମେତ ପାଖ ଜିଲ୍ଲାରେ ବଢୁଛି ସ୍କ୍ରବ ଟାଇଫସ୍ ସଂଖ୍ୟା । ରାଜ୍ୟରେ ସ୍କ୍ରବ ଟାଇଫସ୍‌କୁ ନେଇ କେନ୍ଦ୍ର ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି ।ରାଜ୍ୟରେ କେନ୍ଦ୍ରୀୟ ମେଡିକାଲ୍ ଟିମ୍‌ର ସ୍ଥିତି ଅନୁଧ୍ୟାନ କରାଯାଇଛି ।ଏଥିରେ ସ୍ୱାସ୍ଥ୍ୟ […]

୧ନଂହାଟ ଅନିର୍ଦ୍ଦିଷ୍ଟକାଳ ପାଇଁ ବନ୍ଦ

ଭୁବନେଶ୍ବର, ୩୦ା୯(ଏସଏସନିଉଜ) ଭେଣ୍ଡିଂଜୋନ୍‌ଓ ରାଜଧାନୀ ଦୈନିକ ହାଟ ବ୍ୟବସାୟୀ ସଂଘ (ୟୁନିଟ୍‌୧ ହାଟ) ବିବାଦ ଯୋଗୁ ୧ନଂହାଟ ଅନିର୍ଦ୍ଦିଷ୍ଟକାଳ ପାଇଁ ବନ୍ଦ ହୋଇଛି ।ଭେଣ୍ଡିଂଜୋନ୍‌ବ୍ୟବସାୟୀମାନେ ମାଡ଼ି ବସିଥିବାଅଞ୍ଚଳ ଉଚ୍ଛେଦଦାବିରେ ୟୁନିଟ୍‌୧ହାଟକୁ ବ୍ୟବସାୟୀସଂଘ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦରଖିଛି। ବ୍ୟବସାୟୀମାନେ ବିଏମ୍‌ସିକାର୍ଯ୍ୟାଳୟ ଓ ୟୁନିଟ୍‌୧ହାଟ ସମ୍ମୁଖରେ ଧାରଣା ଦେଇଛନ୍ତି। ବିଏମ୍‌ସି ପକ୍ଷରୁ ଏଦୀଗରେ ଆଲୋଚନା ପାଇଁ କୁହାଯାଇଥିବାବେଳେ ମଙ୍ଗଳବାର ପର‌୍ୟ୍ୟନ୍ତ ହାଟ ବନ୍ଦରହିବ ବୋଲି ସଂଘକହିଛି।

ଘଟିଲା ଅଘଟଣ

ଭୁବନେଶ୍ବର,୩୦ା୯(ଏସଏସନିଉଜ)ପାଣିରେ ଗାଧୋଉଥିବାବେଳେ ବୁଡି ପ୍ରାଣହରାଇଛନ୍ତି ୨ଜଣ ଛାତ୍ରୀା ସେମାନେ ହେଲେ ବାଘାଯତୀନ ହାଇସ୍କୁଲରେ ଅଷ୍ଟ ଶ୍ରେଣୀରେ ପଢୁଥିବା ବାଲେଶ୍ବର ସଦରଥାନା ଓଡ଼ଙ୍ଗୀଗ୍ରାମର ବିଶ୍ୱଜିତଦାଶଙ୍କ ଝିଅ ତପସ୍ୱିନୀ ଓ ପଞ୍ଚମଶ୍ରେଣୀରେ ପଢୁଥିବା ସନ୍ତୋଷଦାଶଙ୍କ ଝିଅ ତନୁଶ୍ରୀ ।ଗାଧୋଉଥିବାବେଳେ ତନୁଶ୍ରୀର ଗୋଡ଼ ଖସିଯିବାରୁ ତପସ୍ୱିନୀ ତାକୁ ଉଦ୍ଧାର କରିବାକୁ ଯାଇଥିଲେ। ମାତ୍ର ଦୁହେଁ ପହଁରା ଜାଣି ନଥିବାରୁ ପାଣିରେ ବୁଡ଼ି ଯାଇଥିଲେ। ସେହିପରି ବାହାନଗାବ୍ଲକ୍ଗୋପାଳପୁରଥାନା କଲ୍ୟାଣୀ ଶଙ୍ଖସାହିରେ ବିମ୍ବାଧର ଜେନା ଓ ନୂଆପୁର ପଞ୍ଚାୟତ ପିଞ୍ଛାପାଳଗ୍ରାମର ଜାପାନଦାସଙ୍କ ପତ୍ନୀ ହୀରାବତୀ […]

ଆଜିଠୁ ୫ଦିନ ଯାଏ ବର୍ଷା

ଭୁବନେଶ୍ବର,୩୦ା୯(ଏସଏସନିଉଜ)ସକ୍ରିୟ ହୋଇଛି ଲଘୁଚାପ। ଗତକାଲିର ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର-ପୂର୍ବ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଆଜି ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଘନୀଭୂତ ହୋଇ ଏକ ସୁଦୃଶ ଲଘୁଚାପରେ ପରିଣତ ହୋଇଛି।ଯାହାଫଳରେ ଆଜିଠୁ ୫ଦିନ ଯାଏ ବର୍ଷା ହେବ ବୋଲି ପାଣିପାଗବିଭାଗ ପକ୍ଷରୁ କୁହାଯାଇଛି ।ଆଜିଠାରୁ ଆଗାମୀ ୫ଦିନପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଅକ୍ଟେବର ୧ରୁ ୪ ତାରିଖ ପର୍ଯ୍ୟନ୍ତ କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହ ପୁର, ଢ଼େଙ୍କାନାଳ, କଟକ, ବାଲେଶ୍ବର, […]

ଆଜିର ରାଶିଫଳ

୨୦୨୩ମସିହା ସେପ୍ଟେମ୍ବରମାସ ୩୦ତାରିଖ ଶନିବାର । ଅପରପକ୍ଷ ପିତୃତର୍ପଣ ଆରମ୍ଭ ଓ ମହାଳୟାଶ୍ରାଦ୍ଧ ଆରମ୍ଭ।ସୁର୍ଯ୍ୟୋଦୟ- ଘ୫/୪୦/୪୩ ,ସୂର୍ଯ୍ୟାସ୍ତ-ଘ୫/୩୩/୩ ,ଆଶ୍ବିନମାସ ,କୃଷ୍ଣପକ୍ଷ ,ଶୌରିବାସ ,ତିଥି- ପ୍ରତିପଦ୍ ଦିବା ଘ୧୨/୩୪ମି ପର୍ଯ୍ୟନ୍ତ ତଦନ୍ତ ଦ୍ବିତୀୟା।ଯୋଗିନୀସ୍ଥିତି ଓ ଦୂରଯାତ୍ରା-ଯୋଗିନୀ ପୂର୍ବ ଦିଗରେ, ଦିବାଘ୧୨/୩୪ମିପରେ ଉତ୍ତରଦିଗରେ।ଶନିବାର, ଦର୍ଷତିଥି, ରବିମଙ୍ଗଳସପ୍ତ, ଦୋଷହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।ଘାତଚନ୍ଦ୍ର–ଧନୁରାଶିର ଏବଂ ରାତ୍ରି ଘ୯/୫୩ମିପରେ ମେଷରାଶିର ଘାତଚନ୍ଦ୍ର।ଘାତବାର–ବୃଷ, ସିଂହ ଓ କନ୍ୟାରାଶିର ଘାତବାର।ସାମ୍ବତ୍ସରିକ ଶ୍ରାଦ୍ଧ–ପ୍ରତିପଦର ଏକୋଦ୍ଦିଷ୍ଟ ଏବଂ ଦ୍ବିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ମହାଳୟାବିଧିରେ ହେବ।ନିଷିଦ୍ଧଖାଦ୍ୟ- ପାଣିକଖାରୁ, ଦିବା ଘ୧୨/୩୪ମିପରେ […]

ମାକୁ ମାରିବାକୁ ଉଦ୍ୟମକରି ଗିରଫହେଲା ପୁଅ

ବାରଙ୍ଗ,୨୯ା୯ (ଏସଏସନିଉଜ) ପୁଅ ଜନ୍ମହେବା ପରେ ଖୁସିରେ ଝୁମି ଉଠିଥିଲେ ପରିବାର। ଭାବିଥିଲେ ପୁଅ ବଡ ହେଲେ ବୃଦ୍ଧ ବୟସରେ ପିତାମାତାଙ୍କ ସାହାରା ବନିବ। ହେଲେ ସମୟ ଗଡିବା ସହ ପିତାଙ୍କ ମୃତ୍ୟୁ ଘଟିଲା। ପୁଅ ବଡ ହେବ ପରେ ମାଙ୍କ ସାହାରା ହେବ ବଦଳରେ ବିଭିନ୍ନ ଅପରାଧିକକାର୍ଯ୍ୟକଳାପରେ ଲିପ୍ତ ରହିଲା। ଯାହା ପରିବାର ପାଇଁ ଏକ ବୋଝ ବନିଗଲା। ଏତିକିରେ ପୁଅର ମନ ବୁଝିଲାନି ଯେ ନିଜର ଜନ୍ମ କଲା ମାକୁ ଟଙ୍କା ମାଗିବାରୁ ମା […]

ମଧୁପୁର ଓ ମେଣ୍ଢାଶାଳରେ ଇନ୍ଦୁପୁର୍ଣିମା

ବାରଙ୍ଗ,୨୯ା୯(ଏସଏସନିଉଜ)ମଧୁପୁର ଗାଁରେ ସବୁବର୍ଷଭଳି ଚଳତବର୍ଷ ଇନ୍ଦୁପୁର୍ଣିମା ଓ ଭାଗବତ ଜନ୍ମୋସ୍‌ବ ମହାସମାରୋହର ସହ ପାଳିତ ହୋଇଯାଇଛି ।ଏଥିନିମନ୍ତେ ସକାଳୁ ହୋମଯଜ୍ଞ ଆରମ୍ଭ ହୋଇ ସନ୍ଧ୍ୟା ସମୟରେ ଶେଷ ହୋଇଥିଲା ।ରାତିରେ ଭଜନସମାରୋହ ସହ ପ୍ରଭୂଙ୍କ ନାମକିର୍ତନ କରାଯାଇଥିଲା ।ମଧୁପୁର ଗ୍ରାମବାସୀମାନଙ୍କ ଦ୍ୱାରା ଆୟୋଜିତ ଏହି ଉସ୍‌ବରେ ଆଖପାଖ ଗ୍ରାମର ବହୁ ଶ୍ରଦ୍ଦାଳୁମାନେ ଯୋଗଦେଇଥିଲେ ।ଶେଷରେ ଗ୍ରାମବାସୀମାନଙ୍କଦ୍ୱାରା ପ୍ରସାଦସେବନର ବ୍ୟବସ୍ଥା ହୋଇଥିଲା ।ସେହିଭଳିଭାବେ ମେଣ୍ଢାଶାଳଗ୍ରାମର ଇଷ୍ଟଦେବ ଶ୍ରୀଶ୍ରୀ ଭଗବତବାସୁଦେବଙ୍କ ମନ୍ଦିରରେ ଚଳିତବର୍ଷ ସବୁବର୍ଷପରି ଭଗବତଜନ୍ମୋସ୍‌ବ ମହାସମାରୋହରସହ ପାଳିତ ହୋଇଯାଇଛି […]