Browsing author

SATYA SANDHANA DESK

୩୦ଘଣ୍ଟାପରେ ମିଳିଲା ମୃତଦେହ

ଭଦ୍ରକ,୩୦।୯(ଏସଏସନିଉଜ) କୁନିଝିଅକୁ ଧରି ବାପା ବୈତରଣୀକୁ ଡେଇଁ ନିଖୋଜ ଘଟଣାରେ ଯାଜପୁର ଜିଲ୍ଲା ତ୍ରିଲୋଚନପୁର ବୁଢ଼ାନଦୀରୁ ମିଳିଲା ଏକ ମୃତଦେହ। ମୃତଦେହଟି ନିଖୋଜ ଚନ୍ଦନ ସାହୁଙ୍କ ହୋଇଥିବା ସୂଚନା ମିଳିଛି।ପ୍ରାୟ ୩୦ଘଣ୍ଟା ପରେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ନିଖୋଜ କୁନିଝିଅର ପତ୍ତା ଅଦ୍ୟାବଧି ମିଳିପାରିନାହିଁ।ଏବେବି ଖୋଜାଖୋଜି ଜାରି ରହିଥିବାର ଜଣାପଡିଛି।

ମର୍ମନ୍ତୁଦ ଦୁର୍ଘଟଣା

ଆନନ୍ଦପୁର,୩୦।୯(ଏସଏସନିଉଜ)ମର୍ମନ୍ତୁଦ ଦୁର୍ଘଟଣାରେ ୩ଜଣଙ୍କର ମୃତୁ ଘଟିଛି। ଆନନ୍ଦପୁର-କରଞ୍ଜିଆ ରାସ୍ତା ପଦ୍ମପୁର ଗେଟ୍‌ ନିକଟରେ ଦୁର୍ଘଟଣା ଘଟିଛି।ମୃତକଙ୍କ ମଧ୍ୟରେ ୨ଜଣ ପୁରୁଷ ଏବଂ ଜଣେ ମହିଳା ଥିବାର ସୂଚନା ମିଳିଛି।ବାଇକରେ ଯାଉଥିବା ୩ ଜଣଙ୍କ ଉପରେ ଚଢ଼ିଯାଇଥିଲା ଅଜଣା ଗାଡ଼ି।

ଉଦଯାପିତହେଲା ଲୋକକଳା ପ୍ରଶିକ୍ଷଣଶିବିର

ଆସିକା,୩୦।୯(ଏସଏସନିଉଜ)ଲୋକକଳାର ପ୍ରୟୋଗକୁ ନେଇ ଗଞ୍ଜାମଜିଲ୍ଲା ବୁଗୁଡ଼ା ବ୍ଲକର ସମ୍ମିଳନୀକକ୍ଷରେ ଆରମ୍ଭ ହୋଇଥିବା ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇ ଯାଇଛି।ଓଡିଶା ଭାଷାସାହିତ୍ୟ ଓ ସଂସ୍କୃତିବିଭାଗ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗଆନୁକୂଲ୍ୟରେ ସୂଚନା, ଶିକ୍ଷା ଓ ଯୋଗାଯୋଗ ଉପକ୍ରମରେ ଲୋକକଳାର ପ୍ରୟୋଗକୁ ନେଇ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି lଏଥିରେ ବୁଗୁଡ଼ା ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ସୁପ୍ରିୟା ତ୍ରିପାଠୀଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ […]

ପୁଣି ଗଡ଼ିଲା ମୁଣ୍ଡ

ଆସିକା,୨୯।୯(ଏସଏସନିଉଜ)ଗଣେଶ ପୂଜା ଭୋଜି ଖାଇବାକୁ ଦାନପୁର ଗାଁ ମଝିରେ ବସିଥିବା ବେଳେ ଠେଙ୍ଗା, କାତିରେ ସଂଘବଦ୍ଧ ଆକ୍ରମଣ କରି ବରଗାଁର ସୁନୀଲ ନାହାକ (୩୮)ଙ୍କୁ ହତ୍ୟା କରାଯାଇଛି।ସୁନୀଲଙ୍କ ନାମରେ ଏକାଧିକ ଆପରାଧିକ ମାମଲା ରହିଥିବାର ଜଣାପଡିଛି। କୋଦଳାଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି।ମୃତକ ସୁନୀଲ ହେଉଛନ୍ତି ବର୍ତ୍ତମାନ ଆସିକା ବ୍ଲକ୍‌ ଅଧ୍ୟକ୍ଷା ଥିବା ତ୍ରିବେଣୀ ନାହାକଙ୍କ ଦେଡ଼ଶୁର।ତେବେ ହତ୍ୟାକାଣ୍ଡର ପକୃତ କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ।

ଆଜିର ରାଶିଫଳ

ପୂର୍ଣ୍ଣିମା ଓ ଭାଗବତ ଜନ୍ମ,୨୯-୯-୨୦୨୩(ଶୁକ୍ରବାର) ଯୋଗିନୀ ବାୟବ୍ୟେ । ଦିବା ଘ୩।୪୨ ଗତେ ପୂର୍ବେ । ଯାତ୍ରାଦି ଶୁଭକର୍ମ ନାସ୍ତି ।ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ରାତ୍ରି ଘ୧୨।୬ ଗତେ ଅଶ୍ବିନୀ ଦ୍ବିଜା ରୋହିଣୀ ଆର୍ଦ୍ରା ପୁଷ୍ୟା ମଘା ପୂର୍ବାଫାଃ ହସ୍ତା ସ୍ଵାତୀ ଅନୁରାଧା ମୂଳା ପୂର୍ବାଷାଢ଼ା ଶ୍ରବଣା ଶତଭିଷା ଉତ୍ତରଭାଦ୍ର ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । ଧନୁ ରାଶିର ଘାତଚନ୍ଦ୍ର । ବିଛା ଧନୁ ଓ ମୀନ ରାଶିମାନଙ୍କର ଘାତବାର […]

କେନାଲରାସ୍ତାରେ ପଡିଥିବା ମହିଳାଙ୍କୁ…

  ବାରଙ୍ଗ, ୨୭।୯ (ଏସଏସ ନିଉଜ) ମଙ୍ଗଳବାର ବିଲମ୍ଭିତ ରାତିରେ ଷଣ୍ଢପୁର ଗ୍ରାମ ନିକଟରୁ ଗୁରୁତର ଅବସ୍ଥାରେ ଜଣେ ଆଦିବାସୀ ମହିଳାଙ୍କୁ ପୋଲିସ ଉଦ୍ଧାରକରି ଚିକିତ୍ସା ପାଇଁ କଟକ ବଦମେଡିକାଲକୁ ପଠାଇଛି । ପ୍ରକାଶଯେ ମଙ୍ଗଳବାର ବିଳମ୍ବିତ ରାଟିରେ ଷଣ୍ଢପୁର ଗ୍ରାମ ନିକଟସ୍ଥ ପୁରୀ ମୁଖ୍ୟ କେନାଲ ବନ୍ଧ ରାସ୍ତା କଡରେ ଗୁରୁତର ଅବସ୍ଥାରେ ଜଣେ ଆଦିବାସୀ ମହିଳା ଚେତାଶୂନ୍ୟ ଅବସ୍ଥାରେ ପଡିଥିଲା।ମହିଳା ପିନ୍ଧିଥିବା ଶାଢୀ କେତେକାଂଶ ରେ ଚିରି ଯାଇଥିବାବଳେ ମୁଣ୍ଡରେ ଗଭୀର ଆଘାତ ଲାଗି […]

ନନ୍ଦନକାନନରୁ ଚାଲିଗଲେ-୨

ବାରଙ୍ଗ,୨୭ା୯(ଏସଏସନିଉଜ)ଗତକିଛିଦିନଧରି ନନ୍ଦନକାନନରେ ଗୋଟିଏ ପରେ ଗୋଟିଏ ପଶୁପକ୍ଷୀ ମାନଙ୍କର ମୃତ୍ୟୁ ଘଟିବାରେ ଲାଗିଛି। କୁଜିହରିଣ,ଚିତ୍ରାହରିଣ,ଦୁଇନୀଳଗାଈ,ବଜ୍ରକାପ୍ତା,କଳାହଂସ ଆଦି ଜନ୍ତୁଙ୍କ ମୃତ୍ୟୁ ଘଟିଥିବାବେଳେ ବୁଧବାରଦିନ ଏକ ମାଇନୀଳଗାଈ ଓ ଦେଶୀଭାଲୁ ଚିକିତ୍ସାଧୀନଅବସ୍ଥାରେ ମୃତ୍ୟୁ ଘଟିଛି। ପ୍ରକାସ ଯେ,ନନ୍ଦନକାନନର ୬୫ନମ୍ବର ଏନକ୍ଲୋଜରରେ ରହୁଥିବା ୪/୫ବର୍ଷରଏକ ମାଇନୀଳଗାଈ ଗତକିଛିଦିନ ଧରି ପଛପଟ ଗୋଡଖୋରାରେ କ୍ଷତସୃଷ୍ଟିହୋଇଥିବାରୁ ସେ ଚାଲିବାରେ କଷ୍ଟ ଅନୁଭବ କରୁଥିଲା ।ଯାହାଫଳରେ ଏଠାକାରଡାକ୍ତରମାନେ ତାର ଚିକିସ୍‌।କରୁଥିବାବେଳେ ବୁଧବାର ତାର ମୃତ୍ୟୁଘଟିଛି ।ନୀଲଗାଇଟିର ମୃତ୍ୟୁପରେ ଏମାନଙ୍କ ସଂଖ୍ୟାହ୍ରାସପାଇ ୧୩ରେ ପହଁଚିଛି । ସେହିପରି […]

ଆଜିର ରାଶିଫଳ

୨୦୨୩ମସିହା ସେପ୍ଟେମ୍ବରମାସ ୨୮ତାରିଖ ଗୁରୁବାର ।ଶିବଚତୁର୍ଦ୍ଦଶୀ ଉପବାସ ଓ ବେଢାପରିକ୍ରମା, ଅଦ୍ୟ ପୂର୍ଣ୍ଣିମାବିହିତ ଚନ୍ଦ୍ରୋପବାସ, ପୂଜା ଓ ଅର୍ଘ୍ୟଦାନ, ଶ୍ରୀମନ୍ଦିରେ ଓ ସର୍ବତ୍ର ଅନନ୍ତବ୍ରତ, ଅଘୋରଚତୁର୍ଦ୍ଦଶୀ, ଶ୍ରୀଶିବ ପାର୍ଶ୍ବପରିବର୍ତ୍ତନୋତ୍ସବ, ଶ୍ରୀଦୁର୍ଗା ପାର୍ଶ୍ବପରିବର୍ତ୍ତନ, ଇନ୍ଦ୍ରୋତ୍ସବ।ସୁର୍ଯ୍ୟୋଦୟ- ଘ୫/୪୦/୧୩ ,ସୂର୍ଯ୍ୟାସ୍ତ-ଘ୫/୩୪/୫୧ ,ଭାଦ୍ରବମାସ ,ଶୁକ୍ଳପକ୍ଷ ,ବୃହସ୍ପତିବାସ ,ତିଥି-ଚତୁର୍ଦ୍ଦଶୀ ରାତ୍ରି ଘ୭/୮ମି ପର୍ଯ୍ୟନ୍ତ ତଦନ୍ତେ ପୂର୍ଣ୍ଣିମା।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପଶ୍ଚିମଦିଗରେ, ରାତ୍ରି ଘ୭/୮ମିପରେ ବାୟବ୍ୟ କୋଣରେ। ରିକ୍ତାତିଥି, ବିଷ୍ଟିକରଣ, ଶନିଯୁକ୍ତପରେ ରବି ମଙ୍ଗଳସପ୍ତ ଦୋଷହେତୁ ଯାତ୍ରାଦି ଶୁଭକର୍ମନିଷେଧ।ଘାତଚନ୍ଦ୍ର-ମିଥୁନ ଓ ମୀନରାଶିର ଏବଂ ରାତ୍ରି […]

ଅକ୍ଟୋବର ୧୦ରେ ବସ ଧର୍ମଘଟ!

ଭୁବନେଶ୍ୱର,୨୭।୯(ଏସଏସନିଉଜ)ଅକ୍ଟୋବର ୧୦ରେ ସାରା ରାଜ୍ୟରେ ବସଧର୍ମଘଟ ଡାକରା ଦେଇଛି ବସ ମାଲିକସଂଘ ।ରାଜ୍ୟସରକାରଙ୍କ ‘ଲକ୍ଷ୍ମୀ’ ଯୋଜନାକୁ ବିରୋଧ କରି ଧର୍ମଘଟ ଡାକରା ଦେଇଛି ବସ ମାଲିକସଂଘ। ଅକ୍ଟୋବର ୨ ତାରିଖରେ ଅବିଭକ୍ତ କୋରାପୁଟରେ ବସବନ୍ଦ କରାଯିବ ବୋଲି ମାଲିକସଂଘ ପକ୍ଷରୁ କୁହାଯାଇଛି l

ରାସ୍ତାକଡ଼ରେ ଯାଆଁଳାପିଲା

ବଲାଙ୍ଗିର,୨୭।୯(ଏସଏସନିଉଜ)ବଲାଙ୍ଗିର ଟିଟିଲାଗଡ଼ ରେ ରାସ୍ତା କଡ଼ରେ ପ୍ରସବ କଲେ ଗର୍ଭବତୀ । ରାସ୍ତାକଡ଼ରେ ଯାଆଁଳା ଶିଶୁଙ୍କୁ ଜନ୍ମଦେଲେ ୨୦ ବର୍ଷୀୟା ମାଆ। ଉଭୟ ମାଆ ଓ ଶିଶୁଙ୍କୁ ଉଦ୍ଧାର କରିଛି ଟିଟିଲାଗଡ଼ ପୋଲିସ ।ଉଦ୍ଧାରପରେ ପିଲା ଓ ମାକୁ ଚିକିତ୍ସା ପାଇଁ ଟିଟିଲାଗଡ଼ ମୁଖ୍ୟ ଡାକ୍ତରଖାନାରେ ଭର୍ତି କରାଯାଇଥିବାବେଳେ ସେଠାରେ ଜନ୍ମିତ ପିଲାଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବାର ଜଣାପଡିଛି।