Browsing author

SATYA SANDHANA DESK

ରାସ୍ତାରେ ଚାଲିଛି ହାତୀ !

ମେଣ୍ଢାଶାଳ,୧୧ା୧୦(ଏସଏସନିଉଜ) ମେଣ୍ଢାଶାଳଫାଣ୍ଡି ଅଧିନସ୍ଥ ପଲାସପୁର ଛକରେ ନିକଟରେ ବୁଧବାରରାତିରେ ଦୁଇଟିହାତୀ ଘୁରିବୁୁଲୁଥିବାର ଦେଖାଦେଇଛି ।ଏହିଦୁଇଟି ହାତୀ ଦେଉଳିଆପାହାଡରୁ ବାହାରି ମେଣ୍ଢାଶାଳ ଓ ଛତାବର ଗହିରଦେଇ ଚନ୍ଦକା-ପିତାପଲ୍ଲୀ ରାସ୍ତା ଡେଇଁ ପଳାଶପୁର ନିକଟ ରତନପୁର କାଜୁଜଙ୍ଗଲକୁ ଯାଉଥିବାର ଦେଖିବାକୁ ମିଳିଛି ।ପାଣିଓରାଠାରୁ ପଳାସପୁର ପିଚୁରାସ୍ତାରେ ହାତୀଦୁଇଟି ଯାଉଥିବାରୁ ଗ୍ରାମବାସୀମାନେ ଭୟଭୀତ ହୋଇଯାଇଛନ୍ତି ।କେବଳ ନିକଟସ୍ଥ ଗ୍ରାମବାସୀ ନୁହଁନ୍ତି ପଥଚାରୀମାନଙ୍କଠାରୁ ଆରମ୍ଭ କରି ସାଧାରଣଲୋକଙ୍କ ପାଇଁ ହାତୀଦୁଇଟି ବିପଦ ସାଜିଥିବାର ଆଶଙ୍କା ଦେଖାଦେଇଛି ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

କୁଜିମହଲରେ ବିଜେଡି ଜନସମ୍ପର୍କ ପଦଯାତ୍ରା

ମେଣ୍ଢାଶାଳ,୧୧ା୧୦(ଏସଏସନିଉଜ)ବିଜେଡି ପକ୍ଷରୁ ଆରମ୍ଭ ହୋଇଥିବା ରାଜ୍ୟବ୍ୟାପି ଜନସମ୍ପର୍କ ପଦଯାତ୍ରାର ଶେଷଦିନରେ ବିଜେଡି ପକ୍ଷରୁ କୁଜିମହଲଠାରେ ବୁଧବାରଦିନ ବିଜେଡି ନେତା ଆଡ଼ଭୋକେଟ ଅର୍ଜୁନ ପରିଡାଙ୍କ ନେତୃତ୍ୱରେ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରାଜ୍ୟ ସରକାରଙ୍କର ବିଭିନ୍ନ ଲୋକାଭିମୁଖୀ ଯୋଜନା ଗୁଡିକର ସଫଳ ରୂପାୟନ ବିଷୟରେ ସ୍ଲୋଗାନ ମାଧ୍ୟମରେ ଏହି ପଦଯାତ୍ରାରେ ସାମିଲ ହୋଇଥବା ଶହଶହ କର୍ମୀମାନେ ଜନସାଧାରଣଙ୍କ ନିକଟରେ ଏହି ବାର୍ତା ପହଞ୍ଚାଇଥିଲେ । ଜଟଣୀ ନିର୍ବାଚନ ମଣ୍ଡଳୀର ବଛାବଛା ନେତୃସ୍ଥାନୀୟକର୍ମୀ, ମହିଳାକର୍ମୀ ଓ଼ ଜନସାଧାରଣ […]

ସଇତାନ ବାପା!

ରାଉରକେଲା,୧୨।୧୦(ଏସଏସନିଉଜ)ଯେଉଁହାତ ନିଜଛୁଆକୁ ସୁରକ୍ଷା ଦେବାକଥା, ସେହିହାତରେ ତାର ତଣ୍ଟିଚିପି ଦେଲା ସଇତାନ ବାପା। ୪ବର୍ଷର ନିରୀହ ଛୁଆର ଜୀବନନେଇ ଜଘନ୍ୟ କାଣ୍ଡ ଘଟାଇଛି ସାଇତାନ ବାପା । ଏହିଭଳି ସାଂଘାତିକ କାଣ୍ଡ ରାଉରକେଲା ସହରରେ ହୋଇଛି।ଯାହାଏବେ ଚର୍ଚ୍ଚାର ବିଷୟ ପାଲଟିଛି।କୁଳୁଙ୍ଗାଫାଣ୍ଡି ଅନ୍ତର୍ଗତ ଗର୍ଜନ ପଞ୍ଚାୟତର ତୁମରନ ଗାଁରେ ଏପରି ଲୋମଟାଙ୍କୁରା ଘଟଣା ଘଟିଛି। ୪ ବର୍ଷର ପୁଅକୁ ହତ୍ୟା କରି ବାପା ଟାଙ୍ଗି ଦେଇଥିବା ଅଭିଯୋଗ ହୋଇଛି।

ଆଜିର ରାଶିଫଳ

୨୦୨୩ମସିହା ଅକ୍ଟୋବରମାସ ୧୨ତାରିଖ ଗୁରୁବାର।ସୁର୍ଯ୍ୟୋଦୟ- ଘ୫/୪୩/୪୪ ,ସୂର୍ଯ୍ୟାସ୍ତ- ଘ୫/୨୨/୫୪ ,ଆଶ୍ବିନମାସ ,କୃଷ୍ଣପକ୍ଷ ,ବୃହସ୍ପତିବାସ ,ତିଥି- ତ୍ରୟୋଦଶୀ ରାତ୍ରିଘ୭/୪୭ମିପର୍ଯ୍ୟନ୍ତ ତଦନ୍ତେ ଚତୁର୍ଦ୍ଦଶୀ ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଦକ୍ଷିଣଦିଗରେ,ରାତ୍ରି ଘ୭/୪୭ମିପରେ ପଶ୍ଚିମଦିଗରେ। ରିକ୍ତାତିଥି, ବିଷ୍ଟିକରଣ,ଶନିସପ୍ତପରେ ରବିଯୁକ୍ତଦୋଷ ହେତୁ ଯାତ୍ରାନିଷେଧ।ଘାତଚନ୍ଦ୍ର–କର୍କଟ ଓ ମକର ରାଶିର ଏବଂ ସନ୍ଧ୍ୟାଘ୬/୫୨ମିପରେ ବୃଷରାଶିର ଘାତଚନ୍ଦ୍ର।ଘାତବାର–ତୁଳା ଓ କୁମ୍ଭରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ମହାଳୟା ବିଧିରେହେବ।ନିଷିଦ୍ଧଖାଦ୍ୟ- ବାଇଗଣ ରାତ୍ରିଘ୭/୪୭ମିପରେ ବିରିଭକ୍ଷଣ ନିଷେଧ।ଅଶୁଭବେଳା-କାଳ ଓ ବାରବେଳା ଦିବା ଘ୨/୨୮ମି ରୁ ଘ୫/୨୩ମି ପର୍ଯ୍ୟନ୍ତ।କାଳରାତ୍ରି- ରାତ୍ରି ଘ୧୧/୩୩ମି ରୁ […]

ବିଲେଇ ପାଇଁ ଗଲା ଜୀବନ

ଚନ୍ଦ୍ରଶେଖରପୁର,୧୧।୧୦(ଏସଏସନିଉଜ)ବିଲେଇକୁ ଉଦ୍ଧାର କରିବାକୁ ଯାଇ କୂଅରେ ପଡ଼ି ଜଣଙ୍କର ଜୀବନ ଯାଇଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଥିବାର ଜଣାପଡିଛି।ଏହିଭଳି ଘଟଣା ମଞ୍ଚେଶ୍ୱରଥାନା ଅଧୁନସ୍ତ ପଦ୍ମକେଶରୀପୁର ଗାଁ ପାଖରେ ଘଟିଛି।ପଟିଆ ଷ୍ଟେସନ ନିକଟଥିବା ଏକ କୂଅରେ ପଡ଼ି ଯାଇଥିଲା ବିଲେଇ । ବିଲେଇକୁ ଉଦ୍ଧାର କରିବା ପାଇଁ ପଦ୍ମକେଶରୀପୁର ଗାଁର ୩ଜଣ ଆଗପଛ କରି କୂଅକୁ ଡେଇଁ ପଡିଥିଲେ।ତେବେ ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି କୂଅ ମଧ୍ୟରୁ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ […]

ବିରଳ ପ୍ରଜାତିର ମାଛ

ବରଗଡ଼.୧୧ା୧୦(ଏସଏସନିଉଜ) ଗାଈସିଲାଟବ୍ଲକ୍ ଭେଲୁଆପଦରସ୍ଥିତ ଅଙ୍ଗନଦୀରେ ଏକ ବିରଳ ପ୍ରଜାତିର ମାଛ ଉଦ୍ଧାର ହୋଇଛି। ନଦୀକୁ ମାଛ ଧରିବା ପାଇଁ ଯାଉଥିବା ଲୋକମାନେ ଏହି ବିରଳ ପ୍ରଜାତିର ମାଛ ଦେଖିବାକୁ ପାଇଥିଲେ। ଏହିମାଛ ପ୍ରାୟତଃ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ଦେଖାଯାଆନ୍ତି ।ତେବେ ମାଛଟି ସମୁଦ୍ରରୁ ଅଙ୍ଗନଦୀକୁ ପଳାଇଆସିଥିବାର ଅନୁମାନ କରାଯାଉଛି ।ଅନ୍ୟପଟେ ଏହି ମାଛକୁଦେଖିବାପାଇଁ ସ୍ଥାନୀୟ ଲୋକମାନଙ୍କ ଭୀଡ ଲାଗିରହିଛି ।

ବନ୍ଧୁକ ଦେଖାଇ ଚେନ୍ ଓ ବ୍ରେସ୍‌ଲେଟ୍ ଲୁଟ

ଭୁବନେଶ୍ବର,୧୧ା୧୦(ଏସଏସନିଉଜ)ଗତକାଲିରାତି ୧୦ଟାବେଳେ ଜଣେ ବନ୍ଧୁକଧାରୀ ବିବେକାନନ୍ଦ ମାର୍ଗ ରାମକୃଷ୍ଣ ମିସନ୍ ଲାଇବ୍ରେରି ନିକଟରେ ଥିବା ଏକ ଦୋକାନରେ ପଶି ଦୁଇ ଭାଇ ସତ୍ୟାନନ୍ଦ ସୁବୁଦ୍ଧି ଓ ତାଙ୍କ ଭାଇ ଶତୃଘ୍ନଙ୍କଠାରୁ ଦୁଇଟି ଚେନ୍ ଓ ଗୋଟିଏ ବ୍ରେସ୍‌ଲେଟ୍ ଲୁଟି ନେଇଛି।ଏନେଇ ଶ୍ରୀଲିଙ୍ଗରାଜ ଥାନାରେ ଅଭିଯୋଗ ହୋଇଛି।ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଛି ।ଗତକାଲି ରାତିରେ ଦୁଇ ଭାଇ ଦୋକାନ ବନ୍ଦ କରିବାକୁ ପ୍ରସ୍ତୁତ ହେଉଥିବାବେଳେ ମୁହଁରେ କପଡ଼ା ବାନ୍ଧିଥିବା ଯୁବକ ହଠାତ୍ ଦୋକାନ ଭିତରକୁ ପଶିଆସି […]

ଯୁବକଙ୍କୁ ଛୁରାମାଡ଼ରୁ ଉତ୍ତେଜନା

ଭଦ୍ରକ.୧୧ା୧୦(ଏସଏସନିଉଜ) ଗତକାଲି ରାତିରେ ଜମିଜମା ବିବାଦକୁ କେନ୍ଦ୍ର କରି ଭଦ୍ରକରେ ଦୁଇ ଗୋଷ୍ଠୀ ମଧ୍ୟରେ ତୁମୁଳକାଣ୍ଡ ଘଟିଛି ।ଏହି ଘଟଣାରେ ୨ଜଣ ଆହତ ହୋଇଥିବାର ଜଣାପଡିଛି ।ସେଥିମଧ୍ୟରୁ ଜଣଙ୍କୁ ଚିକିସ୍‌ାପାଇଁ କଟକବଡମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଗତକାଲି ବନ୍ତ ଛକରେ ଜଣେ ଯୁବକଙ୍କୁ ଛୁରାମାଡ଼ରୁ ଉତ୍ତେଜନା ସୃଷ୍ଟି ହୋଇଥିଲା। ଭଦ୍ରକ କଚେରି ବଜାରରେ ଫଳ ଦୋକାନ ଭଙ୍ଗାରୁଜା ପରେ ଏଭଳି ଘଟଣା ଘଟିଥିଲା।ଖବରପାଇ ପୋଲିସ ଘଟଣାସ୍ଥଳ ଓ ମେଡିକାରେ ପହଁଚିବାପରେ ପରିସ୍ଥିତି ନିୟନ୍ତ୍ରଣରେ ରହିଥିବାର ଜଣାପଡିଛି ।

ଆଜିର ରାଶିଫଳ

୨୦୨୩ ମସିହା ଅକ୍ଟୋବର ମାସ ୧୧ ତାରିଖ ବୁଧବାର।ସୁର୍ଯ୍ୟୋଦୟ- ଘ୫/୪୩ /୨୭,ସୂର୍ଯ୍ୟାସ୍ତ- ଘ୫/୨୩/୪୩ଆଶ୍ବିନମାସ,କୃଷ୍ଣପକ୍ଷ,ପଣ୍ଡିତ ବାସ,ତିଥି- ଦ୍ବାଦଶୀ ସନ୍ଧ୍ୟା ଘ୫/୨୭ମି ପର୍ଯ୍ୟନ୍ତ ତଦନ୍ତେ ତ୍ରୟୋଦଶୀ ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ନୈର୍ଋତ କୋଣରେ, ସନ୍ଧ୍ୟା ଘ୫/୨୭ମି ପରେ ଦକ୍ଷିଣ ଦିଗରେ। ଅଗନ୍ତବ୍ୟ ତିଥି ଓ ଶନିସପ୍ତ ଦୋଷ ହେତୁ ଯାତ୍ରା ନିଷେଧ।ଘାତଚନ୍ଦ୍ର–କର୍କଟ ଓ ମକର ରାଶିର ଘାତଚନ୍ଦ୍ର।ଘାତବାର–କର୍କଟ ରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଦ୍ବାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ମହାଳୟା ବିଧିରେ ହେବ।ନିଷିଦ୍ଧଖାଦ୍ୟ-ପୋଇଶାଗ ସନ୍ଧ୍ୟା ଘ୫/୨୭ମି ପରେ ବାଇଗଣ ଭକ୍ଷଣ […]

୨୮ରେ ଚନ୍ଦ୍ରଗ୍ରହଣ

ଭୁବନେଶ୍ୱର,୧୦ା୧୦(ଏସଏସନିଉଜ) କୁମାର ପୂର୍ଣ୍ଣିମାରେ ପଡୁଛି ରାହୁଗ୍ରସ୍ତ ଖଣ୍ଡ ଗ୍ରାସ ଚନ୍ଦ୍ର ଗ୍ରହଣ । ଗ୍ରହଣର ସ୍ପର୍ଶ ସମୟ ହେଉଛି ରାତ୍ରି ୧ଘଣ୍ଟା ୪ ମିନିଟ୍ ୫୫ସେକେଣ୍ଡ । ଗ୍ରହଣ ସର୍ବମୋକ୍ଷ ରାତ୍ରୀ ୨ଟା ୨୪ମିନିଟ୍ ୨ ସେକେଣ୍ଡ । ଅର୍ଥାତ ଗ୍ରହଣର ଅବଧି ୧ଘଣ୍ଟା ୧୯ମିନିଟ ୭ସେକେଣ୍ଡ । ଗ୍ରହଣର ୯ ଘଣ୍ଟା ପୂର୍ବରୁ ଅର୍ଥାତ୍ ଦିବା ୪ ଘଣ୍ଟା ୪ ମିନିଟ୍ ୫୫ ସେକେଣ୍ଡ ଠାରୁ ରାତ୍ର ୨ଟା ୨୪ମିନିଟି ୨ସେକେଣ୍ଡ ପର‌୍ୟ୍ୟନ୍ତ ପାକତ୍ୟାଗ, ଅନ୍ନ […]