ବନ୍ଧୁକ ଦେଖାଇ ଚେନ୍ ଓ ବ୍ରେସ୍‌ଲେଟ୍ ଲୁଟ

ଭୁବନେଶ୍ବର,୧୧ା୧୦(ଏସଏସନିଉଜ)ଗତକାଲିରାତି ୧୦ଟାବେଳେ ଜଣେ ବନ୍ଧୁକଧାରୀ ବିବେକାନନ୍ଦ ମାର୍ଗ ରାମକୃଷ୍ଣ ମିସନ୍ ଲାଇବ୍ରେରି ନିକଟରେ ଥିବା ଏକ ଦୋକାନରେ ପଶି ଦୁଇ ଭାଇ ସତ୍ୟାନନ୍ଦ ସୁବୁଦ୍ଧି ଓ ତାଙ୍କ ଭାଇ ଶତୃଘ୍ନଙ୍କଠାରୁ ଦୁଇଟି ଚେନ୍ ଓ ଗୋଟିଏ ବ୍ରେସ୍‌ଲେଟ୍ ଲୁଟି ନେଇଛି।ଏନେଇ ଶ୍ରୀଲିଙ୍ଗରାଜ ଥାନାରେ ଅଭିଯୋଗ ହୋଇଛି।ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଛି ।ଗତକାଲି ରାତିରେ ଦୁଇ ଭାଇ ଦୋକାନ ବନ୍ଦ କରିବାକୁ ପ୍ରସ୍ତୁତ ହେଉଥିବାବେଳେ ମୁହଁରେ କପଡ଼ା ବାନ୍ଧିଥିବା ଯୁବକ ହଠାତ୍ ଦୋକାନ ଭିତରକୁ ପଶିଆସି ସତ୍ୟାନନ୍ଦଙ୍କ ମୁଣ୍ଡରେ ବନ୍ଧୁକ ଲଗାଇଦେଲା। ଶତୃଘ୍ନ ପ୍ରତିରୋଧ କରିବାରୁ ଦୁର୍ବୃତ୍ତ ତାଙ୍କୁ ଜୀବନର ମାରିଦେବାକୁ ଧମକ ଦେଇଥିଲେ ।ଏହାପରେ ଦୁଇଭାଇ ଭୟରେ ନିଜ ଚେନ୍ ଓ ବ୍ରେସ୍‌ଲେଟ୍ ଖୋଲି ଦୁର୍ବୃତ୍ତର ବାମ ହାତକୁ ବଢ଼ାଇଦେଇଥିଲେ।

Comments (0)
Add Comment