Browsing author

SATYA SANDHANA DESK

ଆଉ ୭ଟି ଫ୍ଲାଏଓଭର

ଭୁବନେଶ୍ୱର,୧୬ା୯(ଏସଏସନିଉଜ) ରାଜଧାନୀ ଭୁବନେଶ୍ୱରରେ ରାଜଭବନ ଛକଠାରୁ ବାରଙ୍ଗ ମଧ୍ୟରେ ଆଉ ୭ଟି ଫ୍ଲାଏଓଭର ନିର୍ମାଣ କରାଯିବ । ନିକୋପାର୍କ ଛକ, ଜୟଦେବବିହାରଛକ, ଜନତାମଇଦାନ ଛକ, ଜାଭିୟରଛକ, କଳିଙ୍ଗହସ୍ପିଟାଲ ଛକ, ପାୱାରହାଉସ ଛକ ଓ ନନ୍ଦନକାନନଛକ ନିକଟରେ ଫ୍ଲାଏଓଭର ନିର୍ମାଣ କରାଯିବ ।ରାଜଭବନ ଛକଠାରୁ ନନ୍ଦନକାନନ ଦେଇ ବାରଙ୍ଗ ଛକ ପର‌୍ୟ୍ୟନ୍ତ ରାସ୍ତାର ପ୍ରଶସ୍ତୀକରଣ କାର‌୍ୟ୍ୟ କରାଯିବା ସହିତ ଫ୍ଲାଏଓଭର ନିର୍ମାଣ କରାଯିବ ।ଏହାସହ ଭବନେଶ୍ୱର, କଟକ, ବ୍ରହ୍ମପୁର, ବଲାଙ୍ଗିର, ବରଗଡ଼, ଭବାନିପାଟଣା ଓ ଭଦ୍ରକ ଆଦି ସହରମାନଙ୍କରେ […]

ପ୍ଲାଣ୍ଟକୁ ଯିବାବେଳେ ଦନ୍ତାହାତୀନେଲା ଜୀବନ

ଅନୁଗୁଳ,୨୬ା୯(ଏସଏସନିଉଜ) ହାତୀ-ମଣିଷ ଲଢ଼େଇ କମିନି, ବରଂ ଅଧିକ ତୀବ୍ର ହୋଇଛି ।ଯାହାର ଉଦାହରଣ ଅନୁଗୁଳ ଜିଲ୍ଲାରେ ଦେଖିବାକୁ ମିଳିଛି । ଚଳିତବର୍ଷ ହାତୀ ଆକ୍ରମଣରେ ମୃତ୍ୟୁ ସଂଖ୍ୟା ୩୦ ଟପିଲାଣି ଆଜି ସକାଳେ ଗଡ଼ାସନ୍ତ୍ରୀପଞ୍ଚାୟତ ଅନ୍ତର୍ଗତ ବାଇଝାଲିଆ ସହିରେ ହାତୀ ଆକ୍ରମଣରେ ପ୍ରଫୁଲ୍ଲଭୋଇ ନାମକ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଆହତ ହୋଇଛନ୍ତି। ଆଜିସକାଳେ ଟାଟାପ୍ଲାଣ୍ଟକୁ କାମ କରିବାକୁ ପ୍ରଫୁଲ୍ଲ ଯାଇଥିଲାବେଳେ ନଳଚନ୍ଦ୍ରପୁର ଶ୍ମଶାନପାଖରେ ଦନ୍ତାହାତୀ ହାବୁଡ଼ରେ ପଡ଼ିଥିଲେ। ହାତୀ ପ୍ରଫୁଲଙ୍କୁ ଧରି କଚାଡ଼ି ଦେବାରୁ […]

ଛାତ୍ରଙ୍କୁ ପଥରରେଛେଚି ହତ୍ୟା!

ରାଉରକେଲା,୨୬ା୯(ଏସଏସନିଉଜ) ଗତକାଲି ରାତିରେ ଖର୍ଚ୍ଚ କରିବାକୁ ଟଙ୍କା ନଦେବାରୁ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ ତାରସାଙ୍ଗମାନେ ଲାଠିରେ ପିଟି ଓ ପଥରରେଛେଚି ହତ୍ୟା କରି ଉଦିତନଗର ସରନାଛକ କଚଡ଼ା ପୁଲିଆନିକଟରେ ଫିଙ୍ଗି ଦେଇଛନ୍ତି ।ଏନେଇ ଉଦିତନଗର ଥାନାରେ ଅଭିଯୋଗ ହୋଇଛି ।ପୋଲିସ ଏହି ଘଟଣାରେ ଦୁଇ ନାବାଳକ ସାଙ୍ଗକୁ ଅଟକ ରଖି ପଚରାଉଚରା କରୁଥିବାବେଳେ ଆଉ ଜଣେ ଫେରାର ହୋଇଯାଇଥିବାର ଜଣାପଡିଛି ।ମୃତକ ହେଉଛନ୍ତି ବାଲୁଘାଟ ନୂଆବସ୍ତିର ରୁଦ୍ରନାରାୟଣ ପାଢ଼ୀ (୧୫)। ରୁଦ୍ର ସିଭିଲଟାଉନସିପ ସ୍ଥିତ ଡେଭେଲପ […]

କାନାରାବ୍ୟାଙ୍କର ବଡ଼ମ୍ବା ଶାଖାପରିଚାଳକ ନିଖୋଜ

କଟକ,୨୬ା୯(ଏସଏସନିଉଜ) କାନାରାବ୍ୟାଙ୍କର ବଡ଼ମ୍ବା ଶାଖାପରିଚାଳକ ତପନକୁମାରସାହୁ ନିଖୋଜ ହୋଇଥିବାନେଇ ବୈଦେଶ୍ୱର ଥାନାରେ ଅଭିଯୋଗ କରାଯାଇଛି । ବୈଦେଶ୍ୱର ପୋଲିସ ଏକ ମିସିଙ୍ଗ ରିପୋର୍ଟ ରୁଜୁକରି ତଦନ୍ତ ଆରମ୍ଭକରିଛି।ଗତକାଲି ନାଟେରୀଛକ ନିକଟରୁ ତପନ ନିଖୋଜ ହୋଇଯାଇଛନ୍ତି ।ସେ ବାଇକ ଯୋଗେ ଶ୍ୱଶୁର ଘର ବ୍ରହ୍ମପୁରରୁ ଫେରୁଥିଲେ।କଳାପଥର କାର‌୍ୟ୍ୟାଳୟରେ ଅଫିସକାମ ପାଇଁ ବାଟରେ ଅଟକିଥିଲେ।ଏହାପରେ ବଡ଼ମ୍ବାକାର୍ଯ୍ୟାଳୟ  ମୁହାଁ ହୋଇଥିବାବେଳେ ନିଖୋଜ ହୋଇଯାଇଥିବାବେଳେ ତାଙ୍କଫୋନ ସୁଇଚଅଫ ରହିଥିବାର ଜଣାପଡିଛି ।

ଘୋଡ଼ାପଙ୍କାଗାଁରେ ଡବଲ୍ ମର୍ଡର

ଗଜପତି ,୨୬ା୯(ଏସଏସନିଉଜ) ଗତକାଲି ରାତିରେ ଅଡ଼ବାଥାନା ଘୋଡ଼ାପଙ୍କାଗାଁରେ ଡବଲ୍ ମର୍ଡର ହୋଇଥିବାର ଜଣାପଡିଛି । ସ୍ୱାମୀ ପରେ ସ୍ତ୍ରୀକୁ ବି ବୀଭତ୍ସଭାବେ ହତ୍ୟା କରିଛନ୍ତି ଦୁର୍ବୃତ୍ତା ଦୁର୍ବତ୍ତମାନେ କପିଳେନ୍ଦ୍ର ମଲ୍ଲିକଙ୍କ ଘରେ ପଶି ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଖବରପାଇ ସ୍ତ୍ରୀସସ୍ମିତା ଘରକୁ ଯାଉଥିବାବେଳେ ତାଙ୍କୁ ମଧ୍ୟ ଗୋଡାଇ ଗୋଡାଇ ଆକ୍ରମଣ କରାଯାଇଛି ।ଯାହାଫଳରେ ସ୍ୱାମୀସ୍ତ୍ରୀ ଦୁଇଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ।ଖବରପାଇ ପୋଲିସ ଘଟଣାସ୍ଥଳରେ ପହଁଚି ମୃତଦେହକୁ ଜବତକରି ବ୍ୟବଛେଦପାଇଁ ପଠାଇବାସହ ତଦନ୍ତ […]

ଆଜିର ରାଶିଫଳ

୨୦୨୩ମସିହା ସେପ୍ଟେମ୍ବରମାସ ୨୬ତାରିଖ ମଙ୍ଗଳ ବାର।ଶ୍ରୀମନ୍ଦିରରେ ଓ ସର୍ବସମ୍ମତ ବାମନଜନ୍ମ, ସୁନିଆଁ ୬୭ଅଙ୍କ ସନ ୧୪୩୧ସାଲ ଆରମ୍ଭ, ଗରୁଡ଼ ପାର୍ଶ୍ବ ପରିବର୍ତ୍ତନ, ବୈଷ୍ଣବସମ୍ମତଏକାଦଶୀ, ବିଜୟା ମହାଦ୍ବାଦଶୀ, ଶକ୍ରୋତ୍ଥାପନ ଇନ୍ଦ୍ରଧ୍ବଜପୂଜା, ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୩୯/୪୪,ସୂର୍ଯ୍ୟାସ୍ତ- ଘ୫/୩୬/୪୨,ଭାଦ୍ରବମାସ,ଶୁକ୍ଳପକ୍ଷ,ଭୌମବାସ,ତିଥି- ଦ୍ବାଦଶୀ ରାତ୍ରିଘ୨/୨ମିପର୍ଯ୍ୟନ୍ତ ତଦନ୍ତେ ତ୍ରୟୋଦଶୀ।ନକ୍ଷତ୍ର- ଶ୍ରବଣା ଦିବା ଘ୧୦/୨୯ମି ପର୍ଯ୍ୟନ୍ତ ତଦନ୍ତେ ଧନିଷ୍ଠା ନକ୍ଷତ୍ର।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ନୈର୍ଋତକୋଣରେ, ରାତ୍ରି ଘ୨/୨ମିପରେ ଦକ୍ଷିଣ ଦିଗରେ।ମଙ୍ଗଳବାର,ଅଗନ୍ତବ୍ୟ ତିଥି, ଶନି ଯୁକ୍ତଦୋଷ ହେତୁ ଯାତ୍ରାନିଷେଧ।ଘାତଚନ୍ଦ୍ର– ସିଂହରାଶିର ରାତ୍ରି ଘ୯/୧୬ମି ପରେ ମିଥୁନ […]

ବୁଲୁଛି ବାଘ !

ସୁବର୍ଣପୁର,୨୫।୯(ଏସଏସନିଉଜ)ଉଲଣ୍ଡା ରେଞ୍ଜ ଚଢ଼େଇପଙ୍କ ମହାନଦୀ ଘାଟ ନିକଟରେ ଏକ କଲରା ପତାରିଆ ବାଘ ବୁଲୁଥିବାର ଜଣାପଡିଛି।ସ୍ଥାନୀୟ ଲୋକ ବାଘଟି ବୁଲୁଥିବାର ଦେଖି ବନବିଭାଗ କୁ ଖବର ଦେଇଥିଲେ।ବନବିଭାଗ ଖବର ପାଇ ଆସି ବାଘଟିର ଗତିବିଧି ଉପାରେ ଦୃଷ୍ଟି ଦେଇଛି ବାଘଟି ଗାଁ ଭିତରକୁ ନସିବା ପାଇଁ ଜଗିରହିଥିବାର ଜଣାପଡିଛି।ଅନ୍ୟପଟେ ବାଘର ପାଦଚିହ୍ନ କୁ ବନବିଭାଗ ଦେଖିଛି।ତେବେ ଏହାକୁ ନେଇ ଗ୍ରାମବାସୀମାନେ ଆତଙ୍କିତ ହୋଇପଡିଛନ୍ତି

ପ୍ରତ୍ୟାବର୍ତ୍ତନ କରୁଛି ମୌସୁମି

ଭୁବନେଶ୍ୱର,୨୫।୯(ଏସଏସନିଉଜ)ଆଜିଠୁ ଆରମ୍ଭ ହୋଇଛି ମୌସୁମି ଅପସାରଣପ୍ରକ୍ରିୟା।ଦକ୍ଷିଣ-ପଶ୍ଚିମ ରାଜସ୍ଥାନର କିଛି ଅଞ୍ଚଳରୁ ଅପସାରଣ ହେବାରେ ଲାଗିଛି।ବାୟୁମଣ୍ଡଳରେ ୧.୫ କିମିଉଚ୍ଚରେ ଗୁରୁଚାପ ବଳୟ ଅଛି। ୫ଦିନରେ ରାଜ୍ୟରେ ହେବ ଶୁଖିଲାପାଗ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ଆଜିର ରାଶିଫଳ

୨୦୨୩ମସିହା ସେପ୍ଟେମ୍ବରମାସ ୨୫ତାରିଖ ସୋମବାର ।ଶ୍ରୀମନ୍ଦିରରେ ଓ ସ୍ମାର୍ତ୍ତସମ୍ମତ ଶ୍ରୀବିଷ୍ଣୁ ପାର୍ଶ୍ବପରିବର୍ତ୍ତନ(ବଡ଼) ଏକାଦଶୀ, କରମାପୂଜା, ତ୍ର୍ୟହସ୍ପର୍ଶତିଥି ହେତୁ ଗ୍ରହପୂଜା, ହୋମ, ଦାନାଦି ।ବିବିଧ- ହଳ ନିଷେଧ,ଶରଣଂ।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୩୯/୨୯,ସୂର୍ଯ୍ୟାସ୍ତ- ଘ୫/୩୭/୩୭,ଭାଦ୍ରବମାସ, ଶୁକ୍ଳପକ୍ଷ,ଚନ୍ଦ୍ରବାସ,ତିଥି- ଦଶମୀ ଦିବା ଘ୮/୦ମି ପର୍ଯ୍ୟନ୍ତ ତଦନ୍ତେ ଏକାଦଶୀ କ୍ଷୟ ନିଶାନ୍ତ ଘ୫/୧୩ମି ପର୍ଯ୍ୟନ୍ତ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଉତ୍ତରଦିଗରେ, ଦିବା ୮/୦ମିପରେ ଆଗ୍ନେୟ କୋଣରେ, ନିଶାନ୍ତଘ୫/୧୩ମିପରେନୈର୍ଋତକୋଣରେ ।ତ୍ର୍ୟହସ୍ପର୍ଶତିଥି,ଅଗନ୍ତବ୍ୟତିଥି, ବିଷ୍ଟିକରଣଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।ଘାତଚନ୍ଦ୍ର–ସିଂହ ରାଶିରଘାତଚନ୍ଦ୍ର।ଘାତବାର–ମିଥୁନରାଶିର ଘାତ ବାର।ସାମ୍ବତ୍ସରିକଶ୍ରାଦ୍ଧ–ଏକାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ-କଳମଶାଗ ଦିବା […]

ଆସିକା ବିଜ୍ଞାନମହାବିଦ୍ୟାଳୟରେ ଜାତୀୟ ସେବାଯୋଜନାର ପ୍ରତିଷ୍ଠାଦିବସ

ଆସିକା, ୨୪।୯(ଏସଏସନିଉଜ) ଆସିକା ବିଜ୍ଞାନ ମହାବିଦ୍ୟାଳୟ ଭାରପ୍ରାପ୍ତ ଅଧ୍ୟକ୍ଷା ଡ. ସ୍ମିତାରାଣୀ ପଣ୍ଡାଙ୍କ ପୌରହିତ୍ୟରେ ଜାତୀୟ ସେବା ଯୋଜନାର ପ୍ରତିଷ୍ଠା ଦିବସ ମହାବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥିରୂପେ ଅବସର ପ୍ରାପ୍ତ ପ୍ରଫେସର କେଦାରନାଥ ପଣ୍ଡା,ମୁଖ୍ୟବକ୍ତା ଡ. ସସ୍ମିତାପାତ୍ର ତଥା ଯୁବ ରେଡକ୍ରସର ଉପଦେଷ୍ଟା ରାଜେଶକୁମାର ସାହୁ ସମ୍ମାନିତ ଅତିଥିରୂପେ ଯୋଗ ଦେଇଥିଲେ। ଯୁକ୍ତତିନି ଏନ୍ଏସ୍ଏସ୍ ୟୁନିଟର ପ୍ରୋଗ୍ରାମ ଅଫିସର ଚ଼ନ୍ଦନ ମାରାଣ୍ଡି ଅତିଥିପରିଚ଼ୟ ପ୍ରଦାନ, ଅଧ୍ୟକ୍ଷା ଡ. ପଣ୍ଡା ସଭାକାର୍ଯ୍ୟ ସଂପାଦନା କରିଥିଲେ। ମୁଖ୍ୟ […]