Browsing author

SATYA SANDHANA DESK

କମ୍ ଲୁଣ ଖାଉଥିଲେ ବି ସାବଧାନ !

ଆମ ସ୍ୱାସ୍ଥ୍ୟପାଇଁ ସୋଡିୟମ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।ତଥାପି ଏହାର ଅତ୍ୟଧିକପରିମାଣ ସ୍ୱାସ୍ଥ୍ୟପାଇଁ ଅନେକ କ୍ଷତି ମଧ୍ୟକରିପାରେ । ଏହିକାରଣରୁ ବିଶେଷଜ୍ଞମାନେ ଏହାକୁ ସୀମିତପରିମାଣରେଖାଇବାକୁ ମଧ୍ୟ ପରାମର୍ଶ ଦିଅନ୍ତି ।ବିଶ୍ୱସ୍ୱାସ୍ଥ୍ୟସଂଗଠନ(WHO)ଅନୁଯାୟୀ, ଦୈନିକ୫ଗ୍ରାମ୍ ଲୁଣଖାଇବା ସ୍ୱାସ୍ଥ୍ୟପାଇଁ ସ୍ୱାଭାବିକ।କିନ୍ତୁ ଏହାଠାରୁ ଅଧିକ କିମ୍ବା କମ୍ ଖାଇବା ଶରୀରପାଇଁ କ୍ଷତିକାରକ ଅଟେ । ଯେପରି ଅତ୍ୟଧିକଲୁଣ ସ୍ୱାସ୍ଥ୍ୟପାଇଁ କ୍ଷତିକାରକ, ସେହିପରି ଏହାରକମ୍ ପରିମାଣ ଅର୍ଥାତ୍ ଶରୀରରେ ସୋଡିୟମରକମ୍ ପରିମାଣ ମଧ୍ୟ ଅନେକସମସ୍ୟା ସୃଷ୍ଟି କରିପାରେ ।ଆଜି ଜାଣିବା ଏହାର ପାର୍ଶ୍ବପ୍ରତିକ୍ରିୟା ବିଷୟରେ…. ଉଚ୍ଚରକ୍ତଚାପ-ଶରୀରରେ […]

ଆଜିର ରାଶିଫଳ

୨୦୨୩ମସିହା ଅକ୍ଟୋବରମାସ ୧୦ତାରିଖ ମଙ୍ଗଳ ବାର। ଶ୍ରୀମନ୍ଦିରେ ଓ ସର୍ବସମ୍ମତ ଇନ୍ଦିରା ଏକାଦଶୀ, ବିଶ୍ବ ଡ଼ାକସେବା ଦିବସ।ସୁର୍ଯ୍ୟୋଦୟ- ଘ୫/୪୩/୧୦, ସୂର୍ଯ୍ୟାସ୍ତ- ଘ୫/୨୪/୩୨,ଆଶ୍ବିନମାସ,କୃଷ୍ଣପକ୍ଷଭୌମ ବାସ,ତିଥି- ଏକାଦଶୀ ଦିବା ଘ୨/୫୩ମି ପର୍ଯ୍ୟନ୍ତ ତଦନ୍ତେ ଦ୍ବାଦଶୀ ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଆଗ୍ନେୟ କୋଣରେ, ଦିବା ଘ୨/୫୩ମି ପରେ ନୈର୍ଋତ କୋଣରେ। ମଙ୍ଗଳବାର, ଅଗନ୍ତବ୍ୟ ତିଥି, ଶନିସପ୍ତ ଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।ଘାତଚନ୍ଦ୍ର–ପ୍ରାତଃ ଘ୬/୧୩ମି ପରେ କର୍କଟ ଓ ମକର ରାଶିର ଘାତଚନ୍ଦ୍ର।ଘାତବାର–ମକର ରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଏକାଦଶୀର ଏକୋଦ୍ଦିଷ୍ଟ ଓ […]

ଚାଲିଗଲା ଅସୁସ୍ତ ବଜ୍ରକାପ୍ତାର ଜୀବନ

ବାରଙ୍ଗ,୮ା୧୦ (ଏସଏସନିଉଜ) ଧଳାବାଘୁଣୀ ରୁପାର ଦ୍ୱିତୀୟ ଗର୍ଭସ୍ଥ ଦୁଇଟି ସନ୍ତାନ ମଧ୍ୟରୁ ଅଣ୍ଡିରା ଛୁଆଟି ଅସୁସ୍ଥ ହୋଇପଡିଥିବାବେଳେ ପୁଣି ରବିବାରଦିନ ଏକ ଅଣ୍ଡିରା ବଜ୍ରକାପ୍ତା ଶନିବାରଠାରୁ ଅସୁସ୍ଥ ହୋଇପଡିଥିଲା ।ଡାକ୍ତରଖାନା ପରିସରରେ ଥିବା ପ୍ରଜଜନ କେନ୍ଦ୍ରରେ ବଜ୍ରକାପ୍ତାଟି ରହିଥିବା ବେଳେ ଠିକ୍ ଭାବେ ଖିଆପିଆ କରିପାରନଥିଲା । ସେ ଦିନକୁଦିନ ଦୁର୍ବଳ ହେବାରେ ଲାଗିଥିଲା।ଏହାଜଣା ପଡିବା ପରେ କର୍ତ୍ତୁପକ୍ଷଙ୍କ ପରାମର୍ଶ କ୍ରମେ ବଜ୍ରକାପ୍ତା ପ୍ରଜନନ କେନ୍ଦ୍ରରେ ବନ୍ୟପ୍ରାଣୀ ଚିକିତ୍ସକଙ୍କ ଦ୍ବାରା ଚିକିତ୍ସା ଆରମ୍ଭ କରାଯାଇଥିଲେ ମଧ୍ୟ ରବିବାର […]

ଆଜିର ରାଶିଫଳ

୨୦୨୩ମସିହା ଅକ୍ଟୋବରମାସ ୯ତାରିଖ ସୋମବାର।ଉତ୍କଳମଣି ଗୋପବନ୍ଧୁଜୟନ୍ତୀ।ସୁର୍ଯ୍ୟୋଦୟ- ଘ୫/୪୨/୫୩ ,ସୂର୍ଯ୍ୟାସ୍ତ-ଘ୫/୨୫/୨୧ ,ଆଶ୍ବିନମାସ ,କୃଷ୍ଣପକ୍ଷ ,ଚନ୍ଦ୍ରବାସ ,ତିଥି- ଦଶମୀ ଦିବା ଘ୧୨/୧୭ମିପର୍ଯ୍ୟନ୍ତ ତଦନ୍ତେ ଏକାଦଶୀ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଉତ୍ତରଦିଗରେ, ଦିବା ଘ୧୨/୧୭ମିପରେ ଆଗ୍ନେୟକୋଣରେ। ବିଷ୍ଟିକରଣଦୋଷ ହେତୁ ଦିବାଘ୧୨/୧୭ମିପରେ ରାତ୍ରିଶେଷ ପର୍ଯ୍ୟନ୍ତଯାତ୍ରା ଶୁଭ।ଅଗ୍ନିକୋଣ, ପୂର୍ବଦିଗ ଓ ଐଶାନ୍ୟକୋଣକୁ ତ୍ୟାଗକରି ଯାତ୍ରାକରାଯିବ।ଘାତଚନ୍ଦ୍ର– ଘାତଚନ୍ଦ୍ର ନାହିଁ।ଘାତବାର–ମିଥୁନରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଦଶମୀର ଏକୋଦ୍ଦିଷ୍ଟଶ୍ରାଦ୍ଧ। ମହାଳୟା ବିଧିରେହେବ।ନିଷିଦ୍ଧଖାଦ୍ୟ- କଳମଶାଗଦିବା ଘ୧୨/୧୭ମିପରେ ଶିମ୍ବ ଭକ୍ଷଣ ନିଷେଧ।ଅଶୁଭବେଳା-କାଳବେଳା ଦିବାଘ୭/୧୧ମି ରୁ ଘ୮/୩୮ମି ମଧ୍ୟେ।କାଳରାତ୍ରି ରାତ୍ରିଘ୧୦/୧ମି ରୁ ଘ୧୧/୩୩ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ ପ୍ରାତଃରୁ ଦିବାଘ୭/୨୦ମି […]

ଗ୍ରାମାଞ୍ଚଳରେ ଚାଲିବ ପ୍ରାଣୀଆମ୍ବୁଲାନ୍ସ

ଭୁବନେଶ୍ବର,୮ା୧୦(ଏସଏସନିଉଜ)ଏଣିକି ଗ୍ରାମାଞ୍ଚଳରେ ଚାଲିବ ପ୍ରାଣୀ ଆମ୍ବୁଲାନ୍ସ ।ସହରାଞ୍ଚଳ ଭଳି ଗ୍ରାମାଞ୍ଚଳରେ ମଧ୍ୟ ଏହି ସୁବଧା ଉପଲବ୍ଧ ହେବ ।ଏହାସହ ୧୯୬୨ଟୋଲ ଫ୍ରି ନମ୍ୱର୍ ମଧ୍ୟଜାରି ହୋଇଛି । ୧୮୧ଟି ଆମ୍ବୁଲାନ୍ସ ଚାଲୁଥିବା ବେଳେ ଆଗକୁ ଆହୁରି ଏହାର ସଂଖ୍ୟା ବୃଦ୍ଧି କରାଯିବ। ଏହାକୁ ନେଇ ଗାଁ ଗାଁରେ ପ୍ରଚାର କରାଯିବ। ନୂଆ ଗୋଶାଳାକୁ ପଞ୍ଜୀକୃତ କରାଯିବ। ଉତ୍ପାଦିତ ଗୋବରକୁ ‘ମୋ ଖତ ଯୋଜନା’ରେ କୃଷି ବିଭାଗର ବ୍ୟବହାର ପାଇଁ ଦିଆଯିବ ବୋଲି କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ […]

ପାଚେରୀକଡରୁ ମିଳିଲା ନବଜାତ ଶିଶୁକନ୍ୟା

ସମ୍ବଲପୁର,୮ା୧୦(ଏସଏସନିଉଜ)କୁଚିଣ୍ଡା ନିକଟ ଖଣ୍ଡୋକଟା ଗ୍ରାମର ଦିଲ୍ପୀପ ସାହୁ ନାମ ବ୍ୟକ୍ତିଙ୍କ ଘର ପାଚେରୀ ନିକଟରୁ ଏକ ନବଜାତ ଶିଶୁ କନ୍ୟା ପଡିଥିବାବେଳେ ତାକୁ ଉଦ୍ଧାର କୁଚିଣ୍ଡା ଉପଖଣ୍ଡ ସ୍ତରୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଶିଶୁଟି ଚାନ୍ଦୁଥିବା ଶୁଣିବା ପରେ ଆଖପାଖର ଲୋକମାନଙ୍କ ଭିଡ ଲାଗିଥିଲା ।ପରେ ସ୍ଥାନୀୟ ଲୋକମାନେ ଶିଶୁଟିକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତିକରିଥିବାବେଳେ ଶିଶୁଟି ଭଲଥିବାର ଜଣାପଡିଛି ।  

୩ ଗାଡିକୁ ଜାଳିଦେଲେ ଦୁର୍ବୃତ୍ତ

ଗଜପତି,୮ା୧୦(ଏସଏସନିଉଜ) ମୋହନାଥାନା ଚାନ୍ଦିପୁଟ ହାଟପଦାରେ ରାତିରେ ଘର ଆଗରେ ଥୁଆହୋଇଥିବା୩ଟିଗାଡିକୁ ଦୁର୍ବୁତମାନେ ଜାଳିଦେଇଛନ୍ତି ।ଫଳରେ ନିଆଁଲାଗି ଗୋଟିଏ କାର, ବୁଲେଟ ଓ ସ୍କୁଟିପୋଡି ନଷ୍ଟ ହୋଇଯାଇଛି ।ଟାୟାର ଫାଟିବା ଶବ୍ଦ ଶୁଣି ପରିବାର ଲୋକ ଉଠିବାସହ ଅଗ୍ନିଶମ ବାହିନୀକୁ ଖବରଦେଇଥିଲେ ।ଅଗ୍ନିଶମବାହିନୀ ଘଟଣାସ୍ଥଳରେପହଞ୍ଚି ନିଆଁକୁ ଆୟତ କରିଛନ୍ତି ।

ଶିକ୍ଷକଙ୍କ ମାଡ଼ରେ ଛାତ୍ର ମୃତ !

ସୋର,୮ା୧୦(ଏସଏସନିଉଜ) ଶିକ୍ଷକଙ୍କ ମାଡ଼ରେ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିବାର ଅଭିଯୋଗ ହୋଇଛି ।ଖନ୍ତାପଡ଼ାଥାନା କୁଳିଗାଁ ବଂଶୀଧର ବିଦ୍ୟାପୀଠରେ ଏହି ଘଟଣା ଘଟିଥିବାର କୁହାଯାଉଛି ।କାଲି ଦଶମ ଶ୍ରେଣୀର ୨ଛାତ୍ରଙ୍କ ମଧ୍ୟରେ ମାଡ଼ପିଟ ହୋଇଥିଲା ।ମାଡପିଟ୍ ହୋଇଥିବା ୨ଜଣଙ୍କ ମଧ୍ୟରୁ ଜଣଙ୍କୁ ଶିକ୍ଷକ ମାଡ଼ ମାରିଥିଲେ । ଶିକ୍ଷକଙ୍କଠୁ ମାଡ଼ ଖାଇଥିବା ଛାତ୍ରଙ୍କର ଆଜି ଛାତିରେ ଯନ୍ତ୍ରଣା ହୋଇଥିଲା ।ଛାତ୍ରଙ୍କୁ ମେଡିକାଲ ନିଆଯାଇଥିବାବେଳେ ଡାକ୍ତର ସେଠାରେ ମୃତ ଘୋଷଣା କରିଛନ୍ତିାଶିକ୍ଷକଙ୍କ ମାଡ଼ରେ ଛାତ୍ରର ମୃତ୍ୟୁ ହୋଇଥିବା ନେଇ ପରିବାରପକ୍ଷରୁ […]

’ଅପହରଣକରି ମାରି ଫିଙ୍ଗିଦେଲେ !

ଖଲ୍ଲିକୋଟ,୮ା୧୦(ଏସଏସନିଉଜ) ଅପହୃତ ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଛି ।କୋଦଳାଥାନା ସାତନଳ ରାସ୍ତାରୁ କ୍ଷତାକ୍ତ ମୃତଦେହ ଉଦ୍ଧାର କରିଛି ପୋଲିସ ।ଯୁବକକୁ ଅପହରଣକରି ହତ୍ୟା କରାଯାଇ ଥିବାନେଇ ପରିବାର ଲୋକ ଅଭିଯୋଗ ଉଠାଇଛନ୍ତି ।ଶୁକ୍ରବାର କୋର୍ଟରୁ ଫେରିବା ବେଳେ ଛଚିନା ରାସ୍ତାରୁ ଅପହୃତ ହୋଇଥିଲେ ଯୁବକ ।

୧୦ରୁ ଘରୋଇବସ୍ ଧର୍ମଘଟ

ଭୁବନେଶ୍ବର,୮ା୧୦(ଏସଏସନିଉଜ) ଆସନ୍ତା ୧୦ ତାରିଖରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ରାଜ୍ୟରେ ଘରୋଇ ବସ୍ ଧର୍ମଘଟ ହେବବୋଲି ଅଲ ଓଡିଶା ବସ ମାଲିକ ସଂଘ ସାଧାରଣ ବୈଠକରେ ନିଷ୍ପତ୍ତି ହେଇଛି। ସ୍ମାରକପତ୍ର ମୁତାବକ କୌଣସି ଦାବି ସରକାର ମାନିନଥିବାରୁ ଦାବି ପୁରଣ ନହେବାପର୍ଯ୍ୟନ୍ତ  ସ୍କୁଲ, କଲେଜ, ଟୁର ଟ୍ରାଭେଲ ବସ ସହ ଘରୋଇ ବସ ବନ୍ଦ ରହିବ ବୋଲି ବସମାଲିକ ସଂଘର ସାଧାରଣସମ୍ପାଦକ ଦେବେନ୍ଦ୍ର ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।