Browsing author

SATYA SANDHANA DESK

କୁଆଖାଇରୁ ମୃତଦେହ ଉଦ୍ଧାର

ବାରଙ୍ଗ,୨୪ା୯(ଏସଏସନିଉଜ)ମଂଚେଶ୍ୱରଥାନା ଅଧିନସ୍ଥ ଜରିପାଟଣା ଗାଁମୁଣ୍ଡ କୁଆଖାଇରୁ ଭାସୁଥିବା ବେଳେ ବରିମୁଣ୍ଡ ଗ୍ରାମ ଭୁୟାଁସାହିର ନିବାସ ଭୁୟାଁନାମକ ୧୭ବର୍ଷର ବାଳକର ମୃତଦେହକୁ ପୋଲିସ ରବିବାରଦିନ ଉଦ୍ଧାର କରିଛି ।ନିବାସ ଶନିବାର ସନ୍ଧ୍ୟାସମୟରେ ଶୈାଚପାଇ ଗାଁମୁଣ୍ଡ କୁଆଖାଇକୁ ଯାଇଥିବାବେଳେ ଆଉ ଘରକୁ ଫେରିନଥିଲେ ।ରବିବାରଦିନ ଜରିପାଟଣାପାଖରେ ଭାସୁଥିବାବେଳେ ଉଦ୍ଧାର କରାଯାଇଛି ।ପୋଲିସ ମୃତଦେହକୁ ଜବତକରି ବ୍ୟବଛେଦପାଇଁ ପଠାଇଛି ।  

ଜଳେଶ୍ଵରରେ ଚାଞ୍ଚଲ୍ୟ

ବାଲେଶ୍ବର ,୨୪ା୯(ଏସଏସନିଉଜ) ଗତରାତିରେ ଜଳେଶ୍ଵରଥାନା ଅଧୀନସ୍ଥ ଗୋପିମୋହନପୁର ପଞ୍ଚାୟତର ସରସିଦା ଗାଁରେ ହରପ୍ରିୟାଦାସ ନାମକ ମହିଳାଙ୍କୁ ହତ୍ୟା କରି ତାଙ୍କ ଘରୁ ଲୁଟ କରାଯାଇଥିବାର ଅଭିଯୋଗ ହୋଇଛି ।ହରପ୍ରିୟାଙ୍କ ସ୍ୱାମୀ ଅଦ୍ଵୈତଙ୍କର ସରସିଦାଛକରେ ଏକ ଦୋକାନ ରହିଛି। ଅଦ୍ଵୈତ ଦୋକାନକୁ ଯିବା ପରେ ତାଙ୍କ ପତ୍ନୀ ଘରେ ଏକାକୀ ରହିଥିଲେ । ରାତିରେ ଅଦ୍ଵୈତ ଘରକୁ ଫେରିବା ପରେ ତାଙ୍କ ପତ୍ନୀ ଗୁରୁତର ଅବସ୍ଥାରେଥିବାର ଦେଖିବାକୁ ପାଇଥିଲେ। ସେ କ୍ଷତାକ୍ତ ହୋଇଥିବାରୁ ତାଙ୍କୁ ଚିକିତ୍ସା ପାଇଁ ଜଳେଶ୍ବର […]

ପାହାଡ଼ରୁ ଧସିଲା ମାଟି

କୋରାପୁଟ ,୨୪ା୯(ଏସଏସନିଉଜ) କୋରାପୁଟ ଜରଟି ଷ୍ଟେସନ ନିକଟ ପାହାଡରୁ ମାଟିଧସି ଜୟପୁର ରେଳଯୋଗାଯୋଗ ଭିଛିନ୍ନ ହୋଇଯାଇଛି ।ଯାହାଫଳରେ ମାଟି ଓ ବଡ଼ ପଥର ପଡ଼ିଥିବାରୁ କେତେକ ଟ୍ରେନ୍ ଅଟକିଥିବା ଜଣାଯାଇଛି।କୋରାପୁଟ ଷ୍ଟେସନରେ ଜଗଦଳପୁର-ବିଶାଖାପାଟଣା ଏକ୍ସପ୍ରେସ ଅଟକିରହିଥିବାର ସୁଚନା ମିଳିଛି ।ଅନ୍ୟପଟେ ୧୦ଟିଟ୍ରେନକୁ ବାତିଲ କରାଯାଇଥିବାର ଜଣାପଡିଛି ।  

ବମିଖାଲ ଓଭରବ୍ରିଜରୁ ତଳକୁଖସିଲା କାର୍

ଭୁବନେଶ୍ୱର,୨୪ା୯(ଏସଏସନିଉଜ) ବମିଖାଲ ଓଭରବ୍ରିଜରୁ ତଳକୁ ଏକ କାର୍ ଖସିପଡିଛି । କାରଟି ଭାଙ୍ଗିରୁଜି ଯାଇଥିବାବେଳେ କାରଟି କିପରି ତଳକୁ ଖସିଲା ତାହା ସ୍ପଷ୍ଟ ହୋଇାରିନାହିଁ ।କାରଟିକୁ ଦେଖିଲେ କେତେ ଭୟଙ୍କର ଏହି ଦୁର୍ଘଟଣା ହୋଇଥିବା ତାହା ସହଜରେ ଅନୁମାନ କରି ହେଉଛି । ଗୁରୁତରଡ୍ରାଇଭରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବାର ସୂଚନା ମିଳିଛି।

ବ୍ୟବସାୟୀଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର

ମାହାଙ୍ଗା,୨୪ା୯(ଏସଏସନିଉଜ) କେନାଲ ଭିତରୁ ବ୍ୟବସାୟୀଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି ।ନିଶ୍ଚିନ୍ତକୋଇଲି ଜିଗ୍ନପୁରର ଶାଖାକେନାଲରୁ ମୃତଦେହକୁ ଉଦ୍ଧାର କରିଛି ପୋଲିସ । ମୃତକ ହେଉଛନ୍ତି ମାର୍କତପୁରଗାଁର ବିଶିଷ୍ଟ ବ୍ୟବସାୟୀ ଦୋଳଗୋବିନ୍ଦ ଦାସା ଦୋଳଗୋବିନ୍ଦଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାରଲୋକ । ସାଲେପୁରପୋଲିସ ମୃତଦେହ ଜବତକରି ତଦନ୍ତ ଆରମ୍ଭ କରିଛନ୍ତି ।

ନଦୀରେ ବୁଲୁଛି କୁମ୍ଭୀର

କେନ୍ଦ୍ରାପଡା ,୨୪ା୯(ଏସଏସନିଉଜ)ଦୀର୍ଘଦିନର ବ୍ୟବଧାନ ପରେ ପୁଣି କୁମ୍ଭୀରକୁନେଇ ଆତଙ୍କ ଦେଖାଦେଇଛି ।ଆତଙ୍କିତ ହୋଇପଡିଛନ୍ତି ନଦୀକୁଳିଆଲୋକ ।ନଦୀରେ ଲୁଗାସଫା କରିବାବେଳେ ୮ ଫୁଟିଆ ଲମ୍ବର କୁମ୍ଭୀରଟି ଆକ୍ରମଣ କରିଛି ।ସୈାଭାଗ୍ୟବଶତଃ ବର୍ତିଯାଇଛନ୍ତି ଜଣେ ମହିଳା । ପ୍ରଥମଥର ନଦୀରେ କୁମ୍ଭୀରଦେଖି କେନ୍ଦ୍ରାପଡାମାର୍ଶାଘାଇ ଯମପଡାଗାଁ ଲୋକେ ଭୟଭୀତ ହୋଇଯାଇଛନ୍ତି ।  

ରାଜଧାନୀରେ ଅଘଟଣ

ଭୁବନେଶ୍ୱର,୨୪ା୯(ଏସଏସନିଉଜ) ପୋଖରୀରେ ବୁଡି ଜୀବନ ହରାଇଲେ ୨ ଛାତ୍ର । ସେମାନେ ହେଉଛନ୍ତି ଏୟାରଫିଲ୍ଡ ପୋଖରୀପୁଟ ଅଂଚଳର ଗଣ୍ଡମୁଣ୍ଡା ସ୍କୁଲର ଛାତ୍ର ପ୍ରକାଶମହାରଣା ଓ ଶୁଭମଜେନା ।ଟ୍ୟୁସନସାରି ଘରକୁ ଫେରୁଥିବାବେଳେ ଝାରପୋଖରୀକୁ ଯାଇଥିଲେ ।ଗାଧୋଇବାବେଳେ ବୁଡିଯାଇଥିଲେ ।ଖବରପାଇ ଦମକଳବାହିନୀ ଆସି ମୃତକଦ୍ୱୟଙ୍କୁ ଉଦ୍ଧାର କରିଛି ।

ଭତ୍ତାପାଇଁ ଅଧିଆପଡ଼ିଲେ ସରପଞ୍ଚଙ୍କସ୍ବାମୀ

ଭଦ୍ରକ, ୨୩ା୯(ଏସଏସନିଉଜ) ଘରପାଖରେ ଆଉ ଭତା ମିଳିବନାହିଁ ।ଏଥିପାଇଁ ପଞ୍ଚାୟତ ଅଫିସକୁ ଆସିବାକୁ ପଡିବ ବୋଲି ଭଦ୍ରକ ବିଡିଓ ଚିଠିକରିବାପରେ ଭତାନେଉଥିବା ବୃଦ୍ଧବୃଦ୍ଧା ଓ ଅସହାୟ ଲୋକମାନେ ଅସନ୍ତୋଷବ୍ୟକ୍ତକରିବା ସହ ବିଡିଓଙ୍କକାର୍ଯ୍ୟାଳୟ   ଆଗରେ ଧାରଣାରେ ବସିଥିଲେ। ବିଡିଓବାବୁ ଆମ ଗାଁଲୋକଙ୍କ ଗୁହାରି ଶୁଣ। ବିଡିଓ କାର୍ଯ୍ୟାଳୟରୁ ନଆସିବାରୁ କୋରାକୋରାପଞ୍ଚାୟତ ସରପଞ୍ଚ ମୋନାଲିସାପଣ୍ଡାଙ୍କ ସ୍ବାମୀ ଧବଳେଶ୍ବରପଣ୍ଡା ଦଣ୍ଡବତ ଅବସ୍ଥାରେ ଅଧିଆ ପଡ଼ିଯାଇଥିଲେ ।ଯାହାକୁନେଇ ଏବେ ଯୋରଦାର ଚର୍ଚ୍ଚା ଧରିଛି । କୋରକୋରା ପଞ୍ଚାୟତର ତିହିଡି, ରାଜପୁର, ବରଡାଡିହ ଆଦି […]

ଚିନ୍ତାବଢାଇଲା ସ୍କ୍ରବ୍ ଟାଇଫସ୍‌

ସୁନ୍ଦରଗଡ଼, ୨୩ା୯(ଏସଏସନିଉଜ) ପୁଣି ସୁନ୍ଦରଗଡ଼ରେ ୧୦ନୂଆ ସ୍କ୍ରବ୍ ଟାଇଫସ୍ ରୋଗୀ ଚିହ୍ନଟ ହୋଇଥିବାର ଜଣାଯାଇଛି। ରାଜ୍ୟରେସର୍ବାଧିକ ସୁନ୍ଦରଗଡ଼ରେ୨୨୧ସ୍କ୍ରବ୍ ଟାଇଫସ୍ ରୋଗୀ ଚିହ୍ନଟ ହୋଇଥିବାର ଜିଲ୍ଲା ସ୍ବାସ୍ଥ୍ୟବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢିବାକୁ ଲାଗିଥିବା ବେଳେ ଜିଲ୍ଲା ପ୍ରଶାସନ ଓ ସ୍ଵାସ୍ଥ୍ୟ ବିଭାଗ ପାଇଁ ଚିନ୍ତା ବଢାଇଛି।ତେବେ ସଂକ୍ରମଣ ରୋକିବାପାଇଁ ଜିଲ୍ଲା ସ୍ଵାସ୍ଥ୍ୟବିଭାଗପକ୍ଷରୁ ଜନସାଧାରଣଙ୍କୁ ସଚେତନ କରାଇବାପାଇଁ ବିଭିନ୍ନପଦକ୍ଷେପ ନିଅ।ଯାଉଥିବା ନେଇ ସୂଚନା ଦିଆଯାଇଛି ।  

ଡାକ୍ତରୀଛାତ୍ରଙ୍କ ଝୁଲନ୍ତାମୃତଦେହ ଉଦ୍ଧାର

ବାରିପଦା, ୨୩ା୯(ଏସଏସନିଉଜ)ପି.ଆର.ଏମ ମେଡିକାଲ କଲେଜର ଡାକ୍ତରୀଛାତ୍ର କେନ୍ଦୁଝର ଜିଲ୍ଲାର ସଚିନ୍ ସାହୁଙ୍କ ସନ୍ଦେହଜନକ ଅବସ୍ଥାରେ ଝୁଲନ୍ତାମୃତଦେହକୁ ଉଦ୍ଧାର କରିଛି ପୋଲିସ ।ମୃତଛାତ୍ରଙ୍କ ଘନିଷ୍ଠ ସହପାଠୀ ସବୁ ଜାଣିଥିବା ନେଇ ବାପା ସଦରଥାନାରେ ଲିଖିତ ଅଭିଯୋଗ କରିବାସହ ପୁଙ୍ଖାନୁପୁଙ୍ଖ ତଦନ୍ତପାଇଁ ଦାବି କରିଛନ୍ତି। ସବୁଦିନଭଳି ଗତକାଲି ସଚିନ୍ ଡାକ୍ତରଖାନାରେ ଡ୍ୟୁଟିକରି ଅପରାହ୍ନରେ ସାଙ୍ଗମାନଙ୍କ ସହ କିଛିସମୟ କଥାବାର୍ତ୍ତାପରେ ନିଜ ହଷ୍ଟେଲରୁମ୍‌କୁ ଚାଲିଯାଇଥିଲେ। ତେବେ ସନ୍ଧ୍ୟାଯାଏ ପଦାକୁ ନବାହାରିବାରୁ ସାଙ୍ଗମାନେ ତାଙ୍କୁ ଡାକିବାକୁ ଯାଇଥିଲେ।କୌଣସି ଉତ୍ତର ନମିଳିବାରୁ ଝରକାଭାଙ୍ଗି ଦେଖିଲାବେଳକୁ […]