Browsing author

SATYA SANDHANA DESK

ତରଳଝାଡାରେ ଆକ୍ରାନ୍ତହେଲା ରୁପାଛୁଆ

ବାରଙ୍ଗ,୭ା୧୦(ଏସଏସନିଉଜ)ନନ୍ଦନକାନନ ପ୍ରାଣୀଉଦ୍ୟାନର ୨୮ନମ୍ବର ଏନକ୍ଲୋଜରରେ ରହୁଥିବା ବାଘୁଣୀରୁପାର ଦ୍ୱିତୀୟଗର୍ଭସ୍ଥ ସନ୍ତାନ ମଧ୍ୟରୁ ଏକ ୯ମାସର ମାଇଧଳାବାଘ ଛୁଆ ଅସୁସ୍ଥ ହୋଇପଡିଛି । ପ୍ରଥମଥରପାଇଁଏହି ଛୁଆଟି ଅସୁସ୍ଥ ହୋଇଛି।ଏହିଛୁଆଟି ଗତକିଛିଦିନହେବ ତରଳଝାଡାରେ ଆକ୍ରାନ୍ତ ଥିବାରୁ ନନ୍ଦନକାନନ ଜନ୍ତୁବିଭାଗର ଚିନ୍ତାବଢିଯାଇଛି ।ତେବେ ଜନ୍ତୁବିଭାଗର ନିର୍ଦ୍ଦେଶକ୍ରମେ ଛୁଆକୁ ତାର ଫିଡିଙ୍ଗଚାମ୍ବର ପୃଥକୀକରଣ ଏନକ୍ଲୋଜରରେ ରଖାଯାଇ ଏଠାକାର ଡାକ୍ତରମାନଙ୍କଦ୍ୱାରା ଚିକିତ୍ସା ଆରମ୍ଭ ହୋଇଥିଲେ ମଧ୍ୟ ଛୁଆଟି ଠିକଭାବେ ଖିଆପିଆ କରିପାରୁନଥିବା ଜଣାପଡିଛି ।ସେ ଖାଦ୍ୟଖାଇବା ପରିମାଣ କମାଇଦେବାରୁ ଦିନକୁଦିନ ଦୁର୍ବଳ ହେବାସହିତ ଗୋଟିଏସ୍ଥାନରେ […]

ବାରଙ୍ଗରେ ବିକ୍ରିହେଉଛି ସରକାରୀଜାଗା!

ବାରଙ୍ଗ,୭ା୧୦(ଏସଏସନିଉଜ)ଗତକିଛିମାସଧରି ବାରଙ୍ଗ ତହସିଲ ଅଂଚଳରେ ଥିବା ସରକାରୀ ଜମି ଓ ଶଶ୍ମାନଜମିକୁ ଜବର ଦଖଲ ସାଙ୍ଗକୁ ଖୋଲାଖୋଲି ଭାବେ ବିକ୍ରି କରାଯାଉଛି । ସରକାରୀ ଜାଗାକୁ ମାଫିଆ ମାନେ ନିଜ ନିୟନ୍ତ୍ରଣକୁ ଆଣି ଜବରଦଖଲରେ ରଖି ତାହାକୁ ନିଜ ବ୍ୟବସାୟ ଉଦ୍ଦେଶ୍ୟରେ ବ୍ୟବହାର କରିବାକୁ ପଛଉନାହାନ୍ତି ।କେବଳ ଏତିକିନୁହେ କେତେକ ଜାଗାରେ ଏହି ସରକାରୀଜାଗାକୁ ବିକ୍ରି ମଧ୍ୟ କରାଯାଉଥିବାର ଜଣାପଡିଛି ।ଗତକିଛିମାସ ଧରି ଏହିଭଳି କାମ ବାରଙ୍ଗତହସିଲ ଅଧିନରେ ଥିବା ବିଭିର୍ଣ ଗ୍ରାମପାଖରେ ଥିବା ସରକାରୀ ଜାଗାରେ […]

ଆଜିର ରାଶିଫଳ

୨୦୨୩ମସିହା ଅକ୍ଟୋବରମାସ ୮ତାରିଖ ରବିବାର । ସୁର୍ଯ୍ୟୋଦୟ- ଘ୫/୪୨/ ୩୭,ସୂର୍ଯ୍ୟାସ୍ତ-ଘ୫/୨୬/ ୧୧,ଆଶ୍ବିନମାସ,କୃଷ୍ଣପକ୍ଷ,ଆଦିତ୍ୟବାସ,ତିଥି-ନବମୀ ଦିବାଘ୯/୪୯ମି ପର୍ଯ୍ୟନ୍ତତଦନ୍ତେ ଦଶମୀ ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପୂର୍ବଦିଗରେ, ଦିବା ଘ୯ /୪୯ମି ପରେ ଉତ୍ତରଦିଗରେ।ରିକ୍ତାତିଥି, ବିଷ୍ଟିକରଣ ଦୋଷହେତୁ ଦିବାଘ୯/୪୯ମିପରେ ରାତ୍ରି ଘ୧୧/୩ମି ମଧ୍ୟେ ଯାତ୍ରାଶୁଭ।ଉତ୍ତରଦିଗ,ବାୟୁକୋଣ ଓ ପଶ୍ଚିମ ଦିଗକୁ ତ୍ୟାଗକରି ଯାତ୍ରାକରାଯିବ।ଘାତଚନ୍ଦ୍ର–ଘାତଚନ୍ଦ୍ରନାହିଁ।ଘାତବାର–ମେଷରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଦଶମୀର ପାର୍ବଣଶ୍ରାଦ୍ଧ।ମହାଳୟା ବିଧିରେହେବ।ନିଷିଦ୍ଧଖାଦ୍ୟ- ଲାଉ ଦିବା ଘ୯/୪୯ମି ପରେ କଳମଶାଗ ଭକ୍ଷଣ ନିଷେଧ।ଅଶୁଭବେଳା- ବାର ଓ କାଳବେଳା ଦିବା ଘ୧୦/୪୬ମି ରୁ ଘ୧/୦ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରି ଘ୧/୬ମି […]

ମୋବାଇଲ ଟ୍ରାକିଂ କରିବେ ବନକର୍ମଚାରୀ

ଭୁବନେଶ୍ୱର,୭।୧୦(ଏସଏସନିଉଜ)ଏବେ ଶିକାରୀ ଓ ସନ୍ଦିଗ୍ଧଙ୍କ ଉପରେ କଡ଼ା ନଜର ରଖିବେ ବନକର୍ମଚାରୀ।ଶିକାରୀ ଓ ସନ୍ଦିଗ୍ଧଙ୍କୁ ମୋବାଇଲ ଟ୍ରାକିଂ କରିପାରିବେ ବନକର୍ମଚାରୀ।ଲୋକେସନ୍ ଟ୍ରାକ୍ ସହ କଲ୍ ଡିଟେଲସ୍ ମଧ୍ୟ ଯାଞ୍ଚ କରିବାକୁ ଅନୁମତି ମିଳିଛି।୬୯ତମ ରାଜ୍ୟସ୍ତରୀୟ ବନ ମହୋତ୍ସବରେ ସୂଚନା ଦେଇଛନ୍ତି PCCF।ଶିକାରୀ ଦମନ ପାଇଁ କର୍ମଚାରୀଙ୍କୁ ଗୁଳି ଚାଳନା ପ୍ରଶିକ୍ଷଣ ଦିଆଯାଉଛି ବୋଲି ମଧ୍ୟ କହିଛନ୍ତି।୯୦ ଜଣ ବନ କର୍ମଚାରୀଙ୍କ ପ୍ରଶିକ୍ଷଣ ସରିଥିବା PCCF ସୂଚନା ଦେଇଛନ୍ତି।

ଭୁବନେଶ୍ୱରରେ ପହଁଚିଲା ସହିଦଙ୍କ ମରଶରୀର

ଭୁବନେଶ୍ୱର,୭।୧୦(ଏସଏସନିଉଜ)ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲା ସିକ୍କିମ ବନ୍ୟାରେ ସହିଦ ହୋଇଥିବା ସରୋଜ ଦାସଙ୍କ ସହିଦଙ୍କ ମରଶରୀର । ଭୁବନେଶ୍ୱର ବିମାନ ବନ୍ଦରରେ ସହିଦ ସରୋଜ ଦାସଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଛି ।ସହିଦଙ୍କ ଶେଷଦର୍ଶନ ପାଇଁ ବିମାନ ବନ୍ଦରରେ ପହଞ୍ଚିଛନ୍ତି ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ । ସେଠାରେ ସହିଦ ସରୋଜଙ୍କୁ ଉଭୟ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।ଏହାପରେ ଶୋଭାଯାତ୍ରାରେ କାମାକ୍ଷାନଗର କେନ୍ଦୁଢିପ ଗାଁକୁ ଯିବ ମରଶରୀର । ସେଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସହିଦ […]

ଅଟୋଚାଳକକୁ ମାଡମାରି ଗିରଫହେଲେ ୩ଭାଇ

ମେଣ୍ଢାଶାଳ,୬ା୧୦(ଏସଏସନିଉଜ)ଥୁଆହୋଇଥିବା ଅଟୋରୁ ବେଟାରୀ ଚୋରିକରୁଥିବାର ସନ୍ଦେହ କରିବାରୁ ଅଟୋଚାଳକକୁ ନିର୍ଦ୍ଧୁମଛେଚି ଗିରଫ ହୋଇଛନ୍ତି ଚନ୍ଦକାଥାନା ଅଧିନସ୍ଥ ମାଜଣା ଗାଁର ତିନିଭାଇ ।ସେମାନେ ହେଲେ ବସନ୍ତକୁମାରସାହୁ,ବିନୟସାହୁ(ବୁନୁ),ବିଜୟକୁମାରସାହୁ(ବିଜି) ।ଏହି ଘଟଣାରେ ଆଉ ଦୁଇଜଣ ସହଯୋଗୀ ଫେରାର ହୋଇଯାଇଛନ୍ତି । ପ୍ରକାସଯେ,ଚନ୍ଦକାଥାନାଅଧିନସ୍ଥ ମାଜଣାଗାଁର ଅଟୋଚାଳକ ରାଜୀବଜେନା ତାଙ୍କ ଅଟୋଟିକୁ ଗତ ବୁଧବାରରାତିରେ ଗାଁ ଭାଗବତମନ୍ଦିର ପାଖରେ ପାର୍କକରି ଘରକୁ ଯାଇଥିଲେ।ସ୍ଥାନୀୟ ଅଞ୍ଚଳରେ ଗାଡିରୁ ବେଟାରୀ ଚୋରୀ ହେଉଥିବା ଭୟଥିବାରୁ ଖାଇସାରି ଗାଡିପାଖକୁ ଆସିଥିଲେ।ଏହିସମୟରେ ବଳିଆ ସାହୁ ନାମକ ବ୍ୟକ୍ତି ଗାଡିପାଖରୁ ଯାଉଥିଲେ […]

ବାରଙ୍ଗରେ ସିରିଜ ଦୁର୍ଘଟଣା

ବାରଙ୍ଗ,୬ା୧୦(ଏସଏସନିଉଜ)ବାରଙ୍ଗରେ ଶୁକ୍ରବାରଦିନ ସିରିଜ ଦୁର୍ଘଟଣା ଘଟିଛି । ମୋ ବସ ଧକ୍କାରେ ଟାଟା ଏସି ଓ ବାଇକ ଦୁର୍ଘଟଣାଗ୍ରସ୍ତହୋଇଛି। ଅପରାହ୍ନ ପ୍ରାୟ ୪.୩୦ ସମୟରେ ବଙ୍ଗାଳୀସାହି ନିକଟରେ ଏହି ଦୁର୍ଘଟଣା ଘଟିଛି। ଭୁବନେଶ୍ଵରରୁ କଟକ ଅଭିମୁଖେ ଦୃତଗତିରେ ଆସୁଥିବା ୧୮ନଂ ରୁଟ ମୋ ବସ ନଂ ଓଡି୩୩ଭି୪୫୬୫ ଆଗରେ ଯାଉଥିବା ଏକ ଟାଟା ଏସି ଅଟୋକୁ ପଛରୁ ଧକ୍କା ଦେଇଥିଲା। ଫଳରେ ଟାଟା ଏସି ଅଟୋଟି ନିୟନ୍ତ୍ରଣ ହରାଇ ତାଆଗରେଯାଉଥିବା ଏକବାଇକକୁ ପଛରୁ ଧକ୍କାଦେଇଥିଲା ।ଫଳରେ ବାଇକ […]

ଯୁବତୀକୁ ତାମିଲନାଡୁରୁ ଅପହରଣକରି ଗିରଫହେଲେ ଯୁବକ

ବାରଙ୍ଗ,୬ା୧୦(ଏସଏସନିଉଜ)ଜଣେ ଯୁବତୀକୁ ତାମିଲନାଡୁରୁ ଅପହରଣ କରି ନେଇଉଥିବାବେଳେ ବାରଙ୍ଗବଜାରରୁ ତାର ପରିବାରଲୋକଙ୍କ ହାବୁଡରେ ପଡିଛି ।ଖବରପାଇ ପୋଲିସ ଅପହରଣକାରୀ ଯୁବକକୁ ଗିରଫକରି ଶୁକ୍ରବାରଦିନ କୋର୍ଟଚାଳଣ କରିଛି । ପ୍ରକାସଯେ, ଜଗସିଂହପୁର ନୁଆରତନପୁରଗାଁର ଜଣେଯୁବତୀର ବାପାମା ତାମିଲନାଡୁରେ ରହଥିବାବେଳେ ସେ ଗାଁରେ ଅଜାଙ୍କ ପାଖରେ ରହୁଥିଲୋ ଏହିସୁଯୋଗରେ ଜଗସିଂହପୁର ଭୁୟାନପାଲର ନିରଞନଦାସ (୨୨)ନାମକଯୁବକ ଏହିସମୟଭିତରେ ଯୁବତୀସହ ବନ୍ଧୁତା ଓ ପରବର୍ତିସମୟରେ ପ୍ରେମସର୍ମ୍ପକ ବଢାଇପାରିଥିଲା ।ଅଜାଘର ଲୋକ ଏହାଜାଣିବାପରେ ଯୁବତୀଙ୍କୁ ତାବାପାମାଆଙ୍କ ପାଖରେ ତାମିଲନାଡୁରେ ଛାଡିଦେଇଆସିଥିଲେ ।ଏହାଜାଣିବାପରେ ପ୍ରେମପାଗଳ ନିରଞନ […]

ଆଜିର ରାଶିଫଳ

ଅକ୍ଟୋବରମାସ ୦୭ତାରିଖ ୨୦୨୩ମସିହା (ଶନିବା ର)ଆଶ୍ୱିନମାସ- କୃଷ୍ଣପକ୍ଷ,ତିଥି- ଅଷ୍ଟମୀ ଦିବା ଘ୦୭/ ୪୦ ପର୍ଯ୍ୟନ୍ତ ତଦନ୍ତେ ନବମୀସୁର୍ୟୋଦୟ-ପ୍ରାତଃ ଘ୦୫/୪୩/୨୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୭/୩୯, ନବମୀର ସମ୍ବାତ୍ସାରିକ ଶ୍ରାଦ୍ଧ ମହାଳୟା ବିଧିରେ ହେବ,ବୃଷ,ସିଂହ ଓ କନ୍ୟା ରାଶିର ଘାତବାର, କାଳବେଳା -ଦିବା ଘ ୦୭/୧୨ ମଧ୍ୟେ ଓ ଘ୦୩/୧୬ ଗତେ ଘ ୦୫/୨୫ମଧ୍ୟେ,ବିଶୁଦ୍ଧ ଅମୃତବେଳ। – ଦିବା ଘ୦୭/୧୮ ଗତେ ଘ୦୯/ ୪୪ ମଧ୍ୟେ ଓ ଘ୦୨/୩୧ ଗତେ ଘ୦୩/୧୫ ମଧ୍ୟେ,ବିଶୁଦ୍ଧ ମ।ହେନ୍ଦ୍ରବେଳ।-ରାତ୍ରି ଘ୦୨/୧୪ ଗତେ ଘ୦୪/୧୯ ମଧ୍ୟେ,ଲାଉ ଭକ୍ଷଣ […]

ବାରଙ୍ଗରେଗଡ଼ିଲା ସାଇବରସୁରକ୍ଷାରଥ

ବାରଙ୍ଗ,୫।୧୦ (ଏସଏସନିଉଜ)ବାରଙ୍ଗରେ ଗୁରୁବାର ଦିନ ଗଡ଼ିଛି ସାଇବର ସୁରକ୍ଷା ରଥ।ଝୁନଝୁନୱାଲା ବିଦ୍ୟାପୀଠ ରେ ପହଁଚି ପିଲାମାନଙ୍କୁ ସାଇବର ସୁରକ୍ଷା ଉପରେ ସଚେତନ କରା ଯାଇଥିଲା।ଏହିଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ କୁଇଜ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଛାତ୍ରଛାତ୍ରୀମାନେ ସାଇବର ସଚେତନ ଉପରେ ଏକ କ୍ଷୁଦ୍ର ଅଭିନୟ ପ୍ରଦର୍ଶନ କରିଥିଲେ। ଏଥିରେ କୃତି ପ୍ରତିଯୋଗୀଙ୍କୁ ମାନପତ୍ର ପ୍ରଦାନ କରାଯାଇ ଥିଲା। ସେହିପରି ନରାଜ ସ୍ଥିତ ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟ ପରିସରରେ ଏହି ରଥ ପରିକ୍ରମା କରି ଛାତ୍ରଛାତ୍ରୀଙ୍କୁ ସଚେତନ କରିଥିଲା। […]