ବାରଙ୍ଗରେଗଡ଼ିଲା ସାଇବରସୁରକ୍ଷାରଥ

ବାରଙ୍ଗ,୫।୧୦ (ଏସଏସନିଉଜ)ବାରଙ୍ଗରେ ଗୁରୁବାର ଦିନ ଗଡ଼ିଛି ସାଇବର ସୁରକ୍ଷା ରଥ।ଝୁନଝୁନୱାଲା ବିଦ୍ୟାପୀଠ ରେ ପହଁଚି ପିଲାମାନଙ୍କୁ ସାଇବର ସୁରକ୍ଷା ଉପରେ ସଚେତନ କରା ଯାଇଥିଲା।ଏହିଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ କୁଇଜ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଛାତ୍ରଛାତ୍ରୀମାନେ ସାଇବର ସଚେତନ ଉପରେ ଏକ କ୍ଷୁଦ୍ର ଅଭିନୟ ପ୍ରଦର୍ଶନ କରିଥିଲେ। ଏଥିରେ କୃତି ପ୍ରତିଯୋଗୀଙ୍କୁ ମାନପତ୍ର ପ୍ରଦାନ କରାଯାଇ ଥିଲା। ସେହିପରି ନରାଜ ସ୍ଥିତ ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟ ପରିସରରେ ଏହି ରଥ ପରିକ୍ରମା କରି ଛାତ୍ରଛାତ୍ରୀଙ୍କୁ ସଚେତନ କରିଥିଲା। ଏହି କାର୍ଯ୍ୟକ୍ରମରେ କଟକ ଅତିରିକ୍ତ ଡିସିପି ଅନିଲ ମିଶ୍ର, ଜୋନ ଏସିପି ଚନ୍ଦନ ଘଡ଼େଇ, କଟକ ସାଇବର ଥାନା ଅଧିକାରୀ ଚନ୍ଦ୍ରିକା ସ୍ୱାଇଁ, ବାରଙ୍ଗ ଥାନାଧିକାରୀ ଆକାଶ ଚନ୍ଦ୍ର ରଣା ପ୍ରମୁଖ ପରିଚାଳନା କରିଥିଲେ।

Comments (0)
Add Comment