ତାଲାଭାଙ୍ଗି ମୋବାଇଲ ଫୋନ୍ ଓ ଲୁଗା ଚୋରୀ

ବାରଙ୍ଗ,୧୪ା୧୦(ଏସଏସନିଉଜ) ଘରୁ ମୋବାଇଲଫୋନ୍ ଓ ନୁଆଲୁଗା ଚୋରୀକରି ନେଇଥିବା ଅଭିଯୋଗରେ ବାରଙ୍ଗଥାନାପୋଲିସ ଶନବାରଦିନ ଗଦେଇକୁଦରେ ରହୁଥିବା ସୁରେଶସାହୁ ନାମକଯୁବକକୁ ଗିରଫକରି କୋର୍ଟଚାଳଣ କରିଛି ।
ପ୍ରକାସ ଯେ,ତିଗିରିଆଥାନା ଅଧିନସ୍ଥ ସୋମପଦାଗାଁର ସୁରେଶ ଗଦେଇକୁଦରେ ରହୁଅଛି ।ଗତ୧୨ତାରିଖରାତିରେ ଗଦେଇକୁଦରେ ରହୁଥିବା ଜ୍ୟୋସ୍ନାଦାସ ନାମକ ମହିଳାଙ୍କ ଘରେ ପଶି ସୁରେଶ ମୋବାଇଲଫୋନ୍ ଓ ଝିଅରଶାଶୁଘରକୁଦେବାପାଇଁ ନୁଆକରି କିଣାହୋଇ ରହିଥିବା ଲୁଗାପଟା ଚୋରିକରି ପଳାଇଥିଲା ।ସେହିପରି ସୁରେଶ ନରଣପୁରସ୍ଥିତ ବାବାଜୀସ୍ୱାଇଁଙ୍କ ଘର ତାଲାପଡିଥିବାର ସୁଯୋଗରେ ଗତଜୁଲାଇ୨୪ତାରିଖରାତିରେ ତାଲାଭାଙ୍ଗି ଘରେପଶି ଆଲମିରାରୁ ୭ଖଣ୍ଡନୁଆଲୁଗା ଚୋରିକରିନେଇଥବାର ଅଭିଯୋଗ ହୋଇଥିଲା ।ପୋଲିସ ଦୁଇଟି ମକଦ୍ଦମାରୁଜୁକରି ତଦନ୍ତ ଆରମ୍ଭ କରିବା ସହ ସୁରେଶକୁ ଶନିବାରଦିନ ଗିରଫକରି ତାଠାରୁ ଚୋରୀସାମଗ୍ରୀଜବତକରି କୋର୍ଟଚାଳଣ କରିଛନ୍ତି ।

Comments (0)
Add Comment