Browsing author

SATYA SANDHANA DESK

ସୃଷ୍ଟି ହେଲା ଲଘୁଚାପ

ଭୁବନେଶ୍ୱର,୨୧।୧୦(ଏସଏସନିଉଜ)ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ବଙ୍ଗୋପସାଗରରେ ସୃଷ୍ଟି ହୋଇଛି।କ୍ରମେ ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଅବପାତରେ ପରିଣତ ହେବାର ଅନୁମାନ କରିଛି ପାଣିପାଗ ବିଭାଗ। ୨୨ ତାରିଖ ସୁଦ୍ଧା ଅବପାତରେ ପରିଣତ ହେବ ସୁଦୃଶ୍ୟ ଲଘୁଚାପ ବୋଲି ଅନୁମାନ କରାଯାଉଛି।

ଆଜିର ରାଶିଫଳ

୨୦୨୩ମସିହା ଅକ୍ଟୋବରମାସ ୨୧ତାରିଖ ଶନିବାର। ବଙ୍ଗୀୟମତେ ମୃଣ୍ମୟୀଦେବୀଙ୍କର ଓ ଗୃହଦେବୀଙ୍କର ସପ୍ତମୀପୂଜା, ପୀଠ ଓ ବିମଳାଦେବ୍ୟାଃ ମହାଷ୍ଟମୀପୂଜା,ଭାଇଜୀଉନ୍ତିଆ, ଫଳଥୁଆ, ଦ୍ବିଦିନାତ୍ମକ ପୂଜାରମ୍ଭ, ଶରଣ ଆରମ୍ଭ, ରାହୁ ଓ କେତୁସଞ୍ଚାର।ସୁର୍ଯ୍ୟୋଦୟ- ଘ୫/୪୬/୪୩ ,ସୂର୍ଯ୍ୟାସ୍ତ- ଘ୫/୧୬/୯ ,ଆଶ୍ବିନମାସ ,ଶୁକ୍ଳପକ୍ଷ ,ଶୌରିବାସ ,ତିଥି- ସପ୍ତମୀ ରାତ୍ରି ଘ୯/୪୯ମି ପର୍ଯ୍ୟନ୍ତ ତଦନ୍ତେ ଅଷ୍ଟମୀ।ନକ୍ଷତ୍ର- ପୂର୍ବାଷାଢା ରାତ୍ରି ଘ୮/୨୭ମି ପର୍ଯ୍ୟନ୍ତ ତଦନ୍ତେ ଉତ୍ତରାଷାଢା ନକ୍ଷତ୍ର।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ବାୟବ୍ୟକୋଣରେ, ରାତ୍ରି ଘ୯/୪୯ମି ପରେ ଐଶାନ୍ୟକୋଣରେ। ଶନିବାର, ଅଗନ୍ତବ୍ୟତିଥି, ବିଷ୍ଟିକରଣଦୋଷ ହେତୁ ଯାତ୍ରାଦି […]

ଘରୋଇବସ୍ ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ବର,୨୦ା୧୦(ଏସଏସନିଉଜ) ଓଡ଼ିଶା ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଡାକରାଦିଆଯାଇଥିବା ରାଜ୍ୟବ୍ୟାପି ବସ୍ ଧର୍ମଘଟ ୩୧ ତାରିଖ ଯାଏଁ ସ୍ଥଗିତ ରଖାଯାଇଛି। ଶୁକ୍ରବାର ସନ୍ଧ୍ୟାରେ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ବାସଭବନରେ ଅନୁଷ୍ଠିତ ବୈଠକରେ ୧ଘଣ୍ଟା ଧରି ଆଲୋଚନାପରେ ଏହି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୩୧ ତାରିଖ ପର‌୍ୟ୍ୟନ୍ତ ଧର୍ମଘଟ ସ୍ଥଗିତ ରଖିବାକୁ ନିଷ୍ପତି ନେଇଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । ଆସନ୍ତା ୨୬ ତାରିଖ ଆଲୋଚନାକୁ ଅପେକ୍ଷା କରିଛୁ । ଆସନ୍ତା ୨୬ରେ […]

ସାଲିଆ ସାହିରେ ଅବକାରୀବିଭାଗର ଚଢ଼ଉ

ଭୁବନେଶ୍ବର,୨୦ା୧୦(ଏସଏସନିଉଜ) ପାର୍ବଣ ପୂର୍ବରୁ ଆକ୍ସନ ମୋଡ଼ରେ ରହିଛି ଅବକାରୀ ବିଭାଗା ଅବକାରୀ ବିଭାଗ ପକ୍ଷରୁସାଲିଆସାହିରେ ଚଢ଼ଉ କରାଯାଇ୧୦ ହଜାର ଲିଟର ପୋଚ ଓ ୧ ହଜାର ଲିଟର ଦେଶୀମଦ ଜବତ ହୋଇଥିବାର ଜଣାପଡିଛି ।ପୂଜାପାଇଁ ଦେଶୀମଦ ପ୍ରସ୍ତୁତ ହେଉଥିବାବେଳେ କୈାଣସିସୁତ୍ରୁଖବରପାଇ ଅବକାରୀ ଥାନା ପୋଲିସ ଅଚାନକଭାବେ ଚଢାଉକରିଥିଲା ।ପୋଲିସ ଏହି ଘଟଣାରେ ୧୫ ଜଣଙ୍କୁ ଗିରଫ କରିଛି ।ଏହାସହ ଶହଶହ ଲିଟର ମଦ ନଷ୍ଟ କରିବା ସହିତ ୧୦ ହଜାର ଲିଟର ପୋଚ ଓ ୧ ହଜାର […]

ସାରା ରାଜ୍ୟରେ ଗଡ଼ୁନି ଘରୋଇ ବସ୍

ଭୁବନେଶ୍ବର,୨୦ା୧୦(ଏସଏସନିଉଜ) ଆଜିଠାରୁ ଅନିର୍ଦ୍ଦିଷ୍ଟକାଳ ପର‌୍ୟ୍ୟନ୍ତ ସାରାରାଜ୍ୟରେ ଘରୋଇ ବସ୍ ଚଳାଚଳ ବନ୍ଦ ରହିଥିବାରୁ ଏହାର ପ୍ରଭାବ ସାଧାରଣରେ ଦେଖାଦେଇଛି ।ଯାହାଫଳରେ ସାରାରାଜ୍ୟରେ ବସ୍ ଯାତ୍ରୀ ହନ୍ତସନ୍ତ ହେଉଥିବାର ଦେଖିବାକୁମିଳିଛି। ଘରୋଇବସକୁ ଚାଡିଦେଇ କଟକ-ଭୁବନେଶ୍ବରରେ କେବଳ ସରକାରୀ ବସ୍ ଓ ମୋ ବସ୍ ଚଳାଚଳ କରୁଛି । ଆଜିଠାରୁ ସ୍କୁଲ,କଲେଜ ଛୁଟି ହେଉଥିବାବେଳେ ସମସ୍ତେ ଏବେ ଘର ମୁହାଁ ହୋଇଛନ୍ତି।ଏହିପରିସ୍ଥିତିରେ ଘରୋଇବସ୍ ସେବା ବନ୍ଦ ହୋଇଥିବାରୁ ସାଂଘାତିକ ପରିସ୍ଥିତି ସୃଷ୍ଟି ହୋଇଛି। ଯେତେଦିନପର‌୍ୟ୍ୟନ୍ତ ରାଜ୍ୟସରକାର ‘ଲକ୍ଷ୍ମୀ’ ଯୋଜନାରେ ଘରୋଇ […]

ବନମାଳୀପୁର ଅଞ୍ଚଳରୁ ୫ ଡକାୟତ ଗିରଫ

ବାଲିପାଟଣା,୨୦ା୧୦(ଏସଏସନିଉଜ) ବାଲିପାଟଣା ପୁଲିସକୁ ବଡ଼ ସଫଳତା ମିଳିଛି । ଗତକାଲି ରାତିରେ ବନମାଳୀପୁର ଅଞ୍ଚଳରୁ ଡକାୟତି ପାଇଁ ଯୋଜନା କରୁଥିବା ବେଳେ ପୁଲିସ ୫ ଜଣଙ୍କୁ ପୁଲିସ କାବୁ କରିବାସହ ଏକ ବଡ଼ ଧରଣର ଡକାୟତି ଉଦ୍ୟମକୁ ପଣ୍ଡ କରିଛି। ଗତକାଲି ରାତିରେ ବନମାଳୀପୁରରେ ଥିବା ଦେଶୀମଦଦୋକାନରୁ ଡକାୟତିପାଇଁ ଯୋଜନା ହେଉଥିବାର ବିଶେଷ ସୂତ୍ରରୁ ସୂଚନାପାଇ ପୁଲିସରପୁରାଟିମ୍ ବନମାଳୀପୁର ବଟ ପଡ଼ିଆରେ ପହଞ୍ଚିଥିଲା। ସେଠାରେ ଲକ୍ଷ୍ମୀସାଗର ଥାନା ବମିଖାଲର ତତ୍ୱମସି ପ୍ରଧାନ ଓରଫ ରିଷି , ବରଗଡ଼ଥାନା […]

୨୮ରୁ ଢେଙ୍କାନାଳ ପ୍ରସିଦ୍ଧ ଗଜଲକ୍ଷ୍ମୀପୂଜା

ଢେଙ୍କାନାଳ,୨୦।୧୦(ଏସଏସନିଉଜ) ଢେଙ୍କାନାଳ ପ୍ରସିଦ୍ଧ ଗଜଲକ୍ଷ୍ମୀପୂଜା ଚଳିତମାସ ୨୮ ତାରିଖରୁ ଆରମ୍ଭ ହୋଇ ୮ ତାରିଖରେ ଭସାଣି ହେବ। ଢେଙ୍କାନାଳର ଗଣପର୍ବ ଗଜଲକ୍ଷ୍ମୀ ପୂଜାକୁ ଭାଇଚାରା ଓ ଶାନ୍ତିଶୃଙ୍ଖଳାରେ ପାଳନ କରି ଜିଲ୍ଲାର ଗୌରବକୁ ଅକ୍ଷୁଣ୍ଣ ରଖିବା ପାଇଁ ସମସ୍ତେ ଯତ୍ନବାନ ହେବାକୁ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି।ପୂଜା ସମୟରେ ମହିଷା ପାଟଠାରେ ପଲ୍ଲୀଶ୍ରୀ ମେଳା ସହ ସାଂସ୍କୃତିକ କାର୍ଯ୍ୟକ୍ରମ, ପାର୍ବଣପୂର୍ବରୁ ରାସ୍ତାଘାଟ, ଜଳ, ବିଦ୍ୟୁତ୍‌, ଟ୍ରାଫିକ୍‌ […]

ଇଂଜଣା ପଞ୍ଚାୟତରେ ବିଜେଡିର ଜନସମ୍ପର୍କ ପଦଯାତ୍ରା

ବାରଙ୍ଗ,୧୯।୧୦(ଏସଏସନିଉଜ) ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଭୁବନେଶ୍ବର ବ୍ଲକର ଇଂଜଣା ପଞ୍ଚାୟତରେ କର୍ମୀମାନଙ୍କୁ ନେଇ ଗୁରୁବାରଦିନ ବିଜେଡିର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଟିତ ହୋଇଯାଇଛି।ଶୋଭାଯାତ୍ରାରେ ସାମିଲ ହୋଇଥିବା ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ନେତୃତ୍ବରେ ଅନୁଷ୍ଟିତ ହୋଇଯାଇଛି। ଇଂଜଣା ଗ୍ରାମ୍ୟ ମଙ୍ଗଳ କମିଟିର ସଭାପତି ପ୍ରଦୀପ ଦାସ, ଗ୍ରାମ୍ୟ କମିଟିର ସମ୍ପାଦକ ପବିତ୍ର କୁମାର ପ୍ରଧାନ,ଗ୍ରାମ୍ୟକମିଟିରସହସମ୍ପାଦକ ତଥା ଦୁର୍ଗାପୂଜା କମିଟି ସମ୍ପାଦକ ରବୀନ୍ଦ୍ର କୁମାର ପ୍ରଧାନଙ୍କ ନେତୃତ୍ୱରେ ଗ୍ରାମବାସୀମାନେ ଗାଁ ମୁଣ୍ଡରୁ ସଂକୀର୍ତ୍ତନ କରି ବିରାଟ ଶୋଭାଯାତ୍ରାରେ […]

ଆଜିର ରାଶିଫଳ

୨୦୨୩ମସିହା ଅକ୍ଟୋବରମାସ ୨୦ତାରିଖ ଶୁକ୍ରବାର।ଶ୍ରୀମନ୍ଦିରେମହାସପ୍ତମୀ, ପୀଠଦେବୀ ଶ୍ରୀବିମଳାପୀଠେ ସପ୍ତମ୍ୟାଦି ତ୍ରିଦିନାତ୍ମକ ପୂଜାରମ୍ଭ, ତପଃଷଷ୍ଠୀ, ମୃଣ୍ମୟୀଦେବୀଙ୍କର ବିଲ୍ବାଧିବାସ ।ସୁର୍ଯ୍ୟୋଦୟ- ଘ୫/୪୬/୨୧ ,ସୂର୍ଯ୍ୟାସ୍ତ- ଘ୫/୧୬/୫୧ ,ଆଶ୍ବିନମାସ ,ଶୁକ୍ଳପକ୍ଷ ,ଭୃଗୁବାସ ,ତିଥି- ଷଷ୍ଠୀ ରାତ୍ରି ଘ୧୧ /୧୫ମି ପର୍ଯ୍ୟନ୍ତ ତଦନ୍ତେ ସପ୍ତମୀ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପଶ୍ଚିମଦିଗରେ, ରାତ୍ରି ଘ୧୧/୧୫ମି ପରେ ବାୟବ୍ୟକୋଣରେ। ଅଗନ୍ତବ୍ୟତିଥି ଦୋଷହେତୁ ରାତ୍ରି ଘ୧୧/୧୫ମି ପରେ ରାତ୍ରିଶେଷ ପର୍ଯ୍ୟନ୍ତ ଯାତ୍ରାଶୁଭ।ବାୟବ୍ୟକୋଣ, ପଶ୍ଚିମଦିଗ ଏବଂ ନୈର୍ଋତକୋଣକୁ ତ୍ୟାଗକରି ଯାତ୍ରା କରାଯିବ।ଘାତଚନ୍ଦ୍ର– ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର।ଘାତବାର–ବିଛା, ଧନୁ […]

ଆମ୍ବୁଲାନ୍ସ ଧକ୍କାରେ ୧୬ ଆହତ

ଭୁବନେଶ୍ୱର,୧୯।୧୦(ଏସଏସନିଉଜ) ବସ୍-ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କାହେବାରୁ ୧୬ ଜଣ ଆହତ ହୋଇଛନ୍ତି । ଭଦ୍ରକ ଜିଲ୍ଲା ଅରଞ୍ଜି ଛକ ଠାରେ ଏହିଭଳି ଦୁର୍ଘଟଣା ଘଟିଛି ।ଦୁର୍ଘଟଣା ପରେ ଭାରସାମ୍ୟ ହରାଇ ବସ୍ ଓଲଟି ପଡିବାଯୋଗୁ ବହୁ ଯାତ୍ରୀ ଆହତ ହୋଇ ଚିକିତ୍ସା ପାଇଁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛିି । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବସ୍‌ ଓ ଆମ୍ବୁଲାନ୍ସ ପରସ୍ପର ଧକ୍କା ହେବାରୁ ଉଭୟ ଗାଡି ରାସ୍ତା ତଳକୁ ଖସି ପଡିଛି ।