୨୮ରୁ ଢେଙ୍କାନାଳ ପ୍ରସିଦ୍ଧ ଗଜଲକ୍ଷ୍ମୀପୂଜା

ଢେଙ୍କାନାଳ,୨୦।୧୦(ଏସଏସନିଉଜ) ଢେଙ୍କାନାଳ ପ୍ରସିଦ୍ଧ ଗଜଲକ୍ଷ୍ମୀପୂଜା ଚଳିତମାସ ୨୮ ତାରିଖରୁ ଆରମ୍ଭ ହୋଇ ୮ ତାରିଖରେ ଭସାଣି ହେବ। ଢେଙ୍କାନାଳର ଗଣପର୍ବ ଗଜଲକ୍ଷ୍ମୀ ପୂଜାକୁ ଭାଇଚାରା ଓ ଶାନ୍ତିଶୃଙ୍ଖଳାରେ ପାଳନ କରି ଜିଲ୍ଲାର ଗୌରବକୁ ଅକ୍ଷୁଣ୍ଣ ରଖିବା ପାଇଁ ସମସ୍ତେ ଯତ୍ନବାନ ହେବାକୁ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି।ପୂଜା ସମୟରେ ମହିଷା ପାଟଠାରେ ପଲ୍ଲୀଶ୍ରୀ ମେଳା ସହ ସାଂସ୍କୃତିକ କାର୍ଯ୍ୟକ୍ରମ, ପାର୍ବଣପୂର୍ବରୁ ରାସ୍ତାଘାଟ, ଜଳ, ବିଦ୍ୟୁତ୍‌, ଟ୍ରାଫିକ୍‌ ଆଦି ସମସ୍ୟାର ସମାଧାନ କରାଯିବାନେଇ ବୈଠକରେ ନିଷ୍ପତ୍ତି ହୋଇଥିଲା।

Comments (0)
Add Comment