Browsing author

SATYA SANDHANA DESK

ବିରୁଡ଼ି ଆକ୍ରମଣରେ ୫ଗୁରୁତର

ମୋହନା,୫ା୧୦(ଏସଏସନିଉଜ) ବିରୁଡ଼ି ଆକ୍ରମଣରେ ୫ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି ।ଖାରିକୁଆ ଗାଁରେ କାଜୁ ବଗିଚାରେ କାମ କଲାବେଳେ ବିରୁଡିଆକ୍ରମଣ କରିଥିଲେ ।ବିରୁଡି ଆକ୍ରମଣରୁ ବର୍ତିବାପାଇଁ ଶ୍ରମିକମାନେ ପ୍ରାଣବିକଳରେ ଏଣେତେଣେ ଦୈାଡିବାକୁ ଲାଗିଥିଲେ । ଗୁରୁତର ଆହତ ସମସ୍ତ ଶ୍ରମିକଙ୍କୁ ଚିକିସ୍‌ାପାଇଁ ମୋହନା ମେଡିକାଲରେ ଭର୍ତ୍ତି କରାଯାଇଛି ।

ବିବାହ କରିବେ ତିର୍ତ୍ତୋଲବିଧାୟକ

ଭୁବନେଶ୍ୱର,୫ା୧୦(ଏସଏସନିଉଜ) ବିବାହ କରିବେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ । ସୋମାଲିକା ବଦଳରେ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ ପାଇଁ ଆବେଦନ କରିଛନ୍ତି । କଟକ ବିବାହ ପଞ୍ଜୀକରଣ  କାର୍ଯ୍ୟାଳୟରେ କରିଛନ୍ତି ଆବେଦନା ୨୧ ତାରିଖରେ ବିବାହ ପାଇଁ ଆବେଦନ କରିଛନ୍ତି । ସୋମାଲିକାଙ୍କ ସହ ପ୍ରେମ ସଂପର୍କକୁ ନେଇ ଚର୍ଚ୍ଚାରେ ଥିଲେ ବିଜୟ ।ପର୍ବରୁ ବାନ୍ଧବୀ ସୋମାଲିକାଙ୍କୁ ବିବାହ ପାଇଁ ଆବେଦନ କରିଥିଲେ ।ବିଜୟଶଙ୍କର-ସୋମାଲିକା ମାମଲା କୋର୍ଟରେ ବିଚାରାଧୀନ ରହିଛି ।

ଘର ଉପରକୁ ବୋମାମାଡ଼

ବାଲିପାଟଣା,୫ା୧୦(ଏସଏସନିଉଜ) ବନମାଳୀପୁର ଫାଣ୍ଡିଅଧୀନ ଖଇରିପୁରଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ବୋମାମାଡ଼ ହୋଇଛି । ଦୁର୍ବୃତ୍ତମାନେ ଭଗବାନ ଓଝାଙ୍କ ଘର ଉପରକୁ ବୋମାମାଡ କରି ଫେରାର ହୋଇଯାଇଛନ୍ତି ।ବୋମାମାଡ଼ରେ ଘର କାନ୍ଥ ଓ ପାଣି ପାଇପ କ୍ଷତିଗ୍ରସ୍ତ ହୋଇଛି।ବୁଧବାର ବିଳମ୍ଭିତରାତିରେ ପ୍ରଚଣ୍ଡ ଶବ୍ଦ ଶୁଣି ପରିବାର ଲୋକ ଭୟଭିତ ହୋଇଯିବାସହ ଘର ସାରା ଧୂଆଁମୟ ହୋଇଯାଇଥିଲା ।ତେବେ କିଏ ଏବଂ କାହିଁକି ବୋମାମାଡ଼ କରିଛି ତାହା ଜଣାପଡ଼ି ନାହିଁ।

ଦବିଲା ରେଳଲାଇନ୍‌,୨୪ଟ୍ରେନ୍ ବାତିଲ

ବାଲେଶ୍ବର,୫ା୧୦(ଏସଏସନିଉଜ) ହଳଦୀପଦା ଷ୍ଟେସନ୍ ନିକଟ ଅମରା ପୋଲ ନିକଟରେ ମାଟି ଧସିବା ଫଳରେ ଡାଉନ୍ ରେଳଲାଇନ୍ ଦବିଯାଇଥିବାର ଜଣାପଡିଛି ।ଯାହାଫଳରେ ଟ୍ରେନ୍ ଚଳାଚଳରେ ବାଧା ସୃଷ୍ଟି ହୋଇଛି। ଆଜି ସକାଳେ ଅମରା ପୋଲ ନିକଟରେ ମାଟି ଧସି ଡାଉନ୍ ଲାଇନ୍‌ଟି ଦବିଯାଇଥିଲା। ଏହି ଖବରପାଇ ରେଳ ବିଶେଷଜ୍ଞଦଳ ରେଳକର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ମରାମତି କାର୍ଯ୍ୟଆରମ୍ଭକରିଥିଲେ। ଡାଉନ୍ ଲାଇନ୍‌ରେ ଆସୁଥିବା ଟ୍ରେନ୍‌ଗୁଡ଼ିକ ଲାଇନ୍ ବଦଳାଇ ଯାତ୍ରାକରିଥିଲା। ଅନ୍ୟପଟେ ଡାଉନ୍ ଲାଇନ୍‌ରେ ଆସିଥିବା ଭଦ୍ରକ-ଖଡ଼ଗପୁର ମେମୁ ଲୋକାଲ୍ ସହ ଅନ୍ୟ […]

୪ମାସ ପରେ ପୁଣି ଉଛେଦ ଆରମ୍ଭ

ବାରଙ୍ଗ,୪।୧୦(ଏସଏସନିଉଜ) କଟକ ଉନ୍ନୟନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବୁଧବାର ଦିନ ପ୍ରାଥମିକ ପର୍ଯ୍ୟାୟରେ ବାରଙ୍ଗମୁଖ୍ୟ ରାସ୍ତା ଉଭୟ ପାର୍ଶ୍ୱରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯାଇଛି। ପ୍ରଥମ ଦିନରେ କୁହ୍ନେଇପଡ଼ା ଠାରୁ ମୁଣ୍ଡମୁହାଣ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା କଡ଼ରେ ଥିବା ପ୍ରାୟ ୧୪ରୁ ଉର୍ଦ୍ଧ ଦୋକାନ ଘର ଏବଂ ଜବରଦଖଲ ଅଞ୍ଚଳକୁ ଉଚ୍ଛେଦ କରାଯାଇଥିଲା। ଶାନ୍ତି ଶୃଙ୍ଖଳାର ସହ ପ୍ରଥମ ଦିନ ଉଚ୍ଛେଦ ପ୍ରକ୍ରିୟା ସମାପ୍ତ ହୋଇଛି। ଦୀର୍ଘ ୪ମାସର ଵ୍ୟଵଧାନପରେ ସିଡିଏ ପକ୍ଷରୁ ଉଛେଦ ପକ୍ରିୟା ଆରମ୍ଭ […]

ଆଜିର ରାଶିଫଳ

୨୦୨୩ମସିହା ଅକ୍ଟୋବରମାସ ୫ତାରିଖଗୁରୁବାର ।ସୁର୍ଯ୍ୟୋଦୟ- ଘ୫/୪୧/୫୨,ସୂର୍ଯ୍ୟାସ୍ତ- ଘ୫/ ୨୮/୪୨ ,ଆଶ୍ବିନମାସ ,କୃଷ୍ଣପକ୍ଷ ,ବୃହସ୍ପତିବାସ ,ତିଥି- ସପ୍ତମୀ (ଅହୋରାତ୍ର)।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ବାୟବ୍ୟକୋଣରେ।ବିଷ୍ଟିକରଣ ଓ ବ୍ୟତିପାତଦୋଷ ହେତୁ ସନ୍ଧ୍ୟାଘ୫/୪୦ପରେ ରାତ୍ରିଶେଷ ପର୍ଯ୍ୟନ୍ତ ଯାତ୍ରାଶୁଭ।ବାୟୁକୋଣ, ପଶ୍ଚିମଦିଗ ଓ ନୈର୍ଋତକୋଣକୁ ତ୍ୟାଗକରି ଯାତ୍ରାକରାଯିବ।ଘାତଚନ୍ଦ୍ର–ବିଛା ରାଶିର ଏବଂ ଦିବା ଘ୭/୨୬ମିପରେ କନ୍ୟାରାଶିର ଘାତଚନ୍ଦ୍ର।ଘାତବାର–ତୁଳା ଓ କୁମ୍ଭରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ-ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ମହାଳୟା ବିଧିରେହେବ।ନିଷିଦ୍ଧଖାଦ୍ୟ-ତାଳଭକ୍ଷଣ ନିଷେଧ।ଅଶୁଭବେଳା- କାଳ ଓ ବାରବେଳା-ଦିବା ଘ୨/୩୧ମି ରୁ ଘ୫/୨୯ମି ପର୍ଯ୍ୟନ୍ତ।କାଳରାତ୍ରି-ରାତ୍ରି ଘ୧୧/୩୪ମି ରୁ ଘ୧/୭ମିପର୍ଯ୍ୟନ୍ତ।ଶୁଭବେଳା–ଅମୃତ- ପ୍ରାତଃରୁ ଦିବାଘ୭/୧୯ମି […]

ଫଳକ ନେଲା ଜୀବନ

ଭଦ୍ରକ,୪।୧୦(ଏସଏସନିଉଜ) ରାସ୍ତା କାମରେ ଲାଗିଥିବା ଫଳକପଡ଼ି ଜଣେ ପ୍ରଥମ ଶ୍ରେଣୀ ଛାତ୍ର ମୃତୁବରଣ କରିଛନ୍ତି। ଧୁଷୁରୀଥାନା ଉଚ୍ଚପଦା ପ୍ରାଥମିକ ବିଦ୍ୟାଳୟର ପ୍ରଥମ ଶ୍ରେଣୀ ଛାତ୍ରଙ୍କର ମୃତୁ ଘଟିଛି। ସ୍କୁଲ ନିକଟରେ ରାସ୍ତା କାମ ଚାଲୁଥିବାରୁ ଫଳକ ରଖାଯାଇଥିଲା। ଖେଳ ଛୁଟି ବେଳେ ଛାତ୍ର ଜଣଙ୍କ ବାହାରକୁ ଆସିଥିବାବେଳେ ଏହି ଅଘଟଣ ଘଟିଥିଲା।

ଆଜିର ରାଶିଫଳ

୨୦୨୩ମସିହା ଅକ୍ଟୋବରମାସ ୪ତାରିଖ ବୁଧବାର ।ଗଜଷଷ୍ଠୀ। ସୁର୍ଯ୍ୟୋଦୟ- ଘ୫/୪୧/୩୭ ,ସୂର୍ଯ୍ୟାସ୍ତ-ଘ୫/୨୯/୩୩ ,ଆଶ୍ବିନମାସ ,କୃଷ୍ଣପକ୍ଷ ,ପଣ୍ଡିତବାସ ,ତିଥି- ଷଷ୍ଠୀ ନିଶାନ୍ତଘ୫/୧୪ମିପର୍ଯ୍ୟନ୍ତ ତଦନ୍ତ ସପ୍ତମୀ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପଶ୍ଚିମଦିଗରେ, ନିଶାନ୍ତଘ୫/୧୪ମିପରେ ବାୟବ୍ୟକୋଣରେ।ଅଗନ୍ତବ୍ୟ ତିଥି, ବିଷ୍ଟିକରଣ ଓ ବ୍ୟତିପାତଦୋଷ ହେତୁ ଯାତ୍ରାନିଷେଧ।ଘାତଚନ୍ଦ୍ର–ବିଛାରାଶିର ଘାତଚନ୍ଦ୍ର।ଘାତବାର–କର୍କଟରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଷଷ୍ଠୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ମହାଳୟା ବିଧିରେହେବ।ନିଷିଦ୍ଧଖାଦ୍ୟ-ନିମ୍ବଭକ୍ଷଣ ନିଷେଧ।ଅଶୁଭବେଳା- କାଳବେଳା ଦିବାଘ୮/୩୮ମି ରୁ ଘ୧୦/୭ମିପର୍ଯ୍ୟନ୍ତ।କାଳରାତ୍ରି ରାତ୍ରି ଘ୨/୩୯ମି ରୁ ଘ୪/୧୫ମିପର୍ଯ୍ୟନ୍ତ।ଶୁଭବେଳା–ଅମୃତ ପ୍ରାତଃରୁ ଦିବାଘ୬/୩୧ମି ମଧ୍ୟେ, ଘ୭/୧୯ମି ରୁ ୮/୭ମି ମଧ୍ୟେ, ଘ୧୦/୩୧ମି ରୁ ଘ୧୨/୫୫ମି ମଧ୍ୟେ, ରାତ୍ରି […]

ନବୀନ କହିଲେ ଶ୍ରଦ୍ଧା କିଏ…..

ଭୁବନେଶ୍ବର,୩ା୧୦(ଏସଏସନିଉଜ) ଶ୍ରଦ୍ଧା କିଏ ବୋଲି ସ୍ପଷ୍ଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଧାନସଭାରେ ବିବୃତି ରଖି ସ୍ପଷ୍ଟ କଲେ ମୁଖ୍ୟମନ୍ତ୍ରୀ.ଶ୍ରଦ୍ଧା ମୋ ଫିଜିଓ ଥେରାପିଷ୍ଟ ବୋଲି କହିଲେ ମୁଖ୍ୟମନ୍ତ୍ରୀ.ମୋ ଭଉଣୀ ଗୀତା ମେହେଟ୍ଟା ତାଙ୍କୁ ପଠାଇଥିଲୋ ମୋ ଫିଜିକାଲ ଫିଟ୍‌ନେସ୍ ପାଇଁ ମୋ ଭଉଣୀ ପଠାଇଥିଲେ ବୋଲି ନବୀନ କହିଛନ୍ତି ।ଅନ୍ୟପଟେ ଶ୍ରଦ୍ଧା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ନେଇ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ମନ୍ତବ୍ୟ.ରଖିଛନ୍ତି ।ସେକହିଛନ୍ତି ମନ୍ଦିର ଭିତରେ କିଏ ନା ମୁଁ କଦଳୀ […]

କେନ୍ଦ୍ରାପଡ଼ା ରସାବଳିକୁ ମିଳିଲା ଜିଆଇଟ୍ୟାଗ୍

ଭୁବନେଶ୍ବର,୩ା୧୦(ଏସଏସନିଉଜ) କେନ୍ଦ୍ରାପଡ଼ାର ପ୍ରସିଦ୍ଧ ମିଷ୍ଟାନ୍ନ ରସାବଳିକୁ ଜିଆଇ ଟ୍ୟାଗ୍ ମାନ୍ୟତା ମିଳିଛି। କେନ୍ଦ୍ରାପଡା ରସାବଳି ମିଷ୍ଟାନ୍ନ ନିର୍ମାତା ସଂଘ ପକ୍ଷରୁ ପ୍ରଥମେ ୨୦୨୦ ମସିହାରେ କାର‌୍ୟ୍ୟକ୍ରମ ହାତକୁ ନିଆଯାଇଥିଲା। ତେବେ ‘ରସାବଳି’କୁ ଜିଆଇ ଟ୍ୟାଗ୍ ମାନ୍ୟତା ମିଳିବା ପରେ କେନ୍ଦ୍ରାପଡ଼ାରେ ଉତ୍ସାହର ପରିବେଶ ସୃଷ୍ଟି ହୋଇଛି।