Browsing author

SATYA SANDHANA DESK

ଖୋଲିବ ୟୁନିଟ୍‌-୧ହାଟ

ଭୁବନେଶ୍ବର,୩ା୧୦(ଏସଏସନିଉଜ) ଦୀର୍ଘ ୬ ଦିନ ପରେ ୟୁନିଟ୍‌-୧ ହାଟ ବୁଧବାରଠାରୁ ‌ଖୋଲିବାକୁ ଯାଉଛି । ଦଶହରା ପୂର୍ବରୁ ଏଠାରେ ଲାଗି ରହିଥିବା ବିବାଦ ସମାଧାନ ହୋଇଥିବାରୁ ବ୍ୟବାସାୟୀମାନଙ୍କ ମନରେ ଖୁସି‌ ଦେଖିବାକୁ ମିଳୁଛି।ବିଏମସି ସହ ଆଲୋଚନା ପରେ ଏବଂ ହାଟ ପରିଦର୍ଶନ କରିବା ପରେ ଯଥାର୍ଥ ଦାବି ଗୁଡିକ ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଥିବା ହାଟ ବ୍ୟବସାୟୀ ସଂଘପକ୍ଷରୁ କୁହାଯାଇଛି । ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନରୁ ଓହରିଛି ସଂଘ।  

ମହିଳା ଜାଭଲିନ୍‌ରେ ସ୍ୱର୍ଣ୍ଣ.

ଭୁବନେଶ୍ୱର, ୩ା୧୦(ଏସଏସନିଉଜ) ଏସୀୟ କ୍ରୀଡ଼ା ମହିଳା ଜାଭଲିନ ଥ୍ରୋରେ ଭାରତକୁ ମିଳିଛି ସ୍ୱର୍ଣ୍ଣ ।ସ୍ୱର୍ଣ୍ଣ ଜିତିଲେ ଗୋଲ୍ଡେନ ଗାର୍ଲ ଅନୁ ରାଣୀ ।୬୨.୯୨ ମିଟର ଦୂରତାକୁ ଜାଭଲିନ ଫିଙ୍ଗି ଜିତିଲେ ସ୍ୱର୍ଣ୍ଣ ।୯୨ କେଜି ପୁରୁଷ ବକ୍ସିଂରେ ନରେନ୍ଦର ଆଣିଲେ ବ୍ରୋଞ୍ଜ ।୧୫ ସ୍ୱର୍ଣ୍ଣ , ୨୬ ରୌପ୍ୟ , ୨୮ ବ୍ରୋଞ୍ଜ ସହ ୬୯ ପଦକ ହାସଲ ହୋଇଛି ।  

ମୃତଦେହ ଫିଙ୍ଗି ପଳାଇଲେ…

ନୟାଗଡ଼,୩ା୧୦(ଏସଏସନିଉଜ) ଧୂଧୂ ବର୍ଷାରେ ଆସି ମହିଳାଙ୍କ ମୃତଦେହ ଫିଙ୍ଗି ପଳାଇଲେ. ଦୁର୍ବୁତ ।ଏନ୍ଏଚ୍ ୫୭ ଇଟାମାଟି ଥାନା ବଡ଼ପଣ୍ଡୁସର ନିକଟରୁ ମୃତଦେହ ଉଦ୍ଧାର କରିଛି ପୋଲିସ ।ମୃତ ମହିଳାଙ୍କ ପରିଚୟ ମିଳିନଥିବାବେଳେ କିଏ ଆଣି ଫିଙ୍ଗିଲେ ତାହା ମଧ୍ୟ ଜଣାପଡ଼ିନି ।ମହିଳାଙ୍କୁ ଗାଡ଼ି ଚଢ଼ାଇ ହତ୍ୟା କି ଦୁର୍ଘଟଣାରେ ମୃତ୍ୟୁ ତାହା ଅଦ୍ୟାବଧି ଜଣାପଡ଼ିନଥିବାର ଜଣାପଡିଛି ।  

ଯୋରନ୍ଦା-କରମୂଳରାସ୍ତାରେ ବୋମା !

ଢେଙ୍କାନାଳ,୩ା୧୦(ଏସଏସନିଉଜ) ଗଁନ୍ଦିଆ ଥାନା ଯୋରନ୍ଦା କରମୂଳ ରାସ୍ତାରେ ବୋମାମାଡ ହୋଇଛି ।ବୋମାମାଡର ପ୍ରଚଣ୍ଡ ଶବ୍ଧରେ ଅଂଚଳସ୍ତମ୍ବିଭୁତ ହୋଇଯାଇଛନ୍ତି ।ସ୍ଥାନୀୟ ଲୋକମାନଙ୍କଠାରୁ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।ଖବରପାଇ ପୋଲିସ ଯାଞ୍ଚ କରିବାସହ ବୋମା ନିଷ୍କ୍ରିୟକାରୀ ଦଳ ମଧ୍ୟ ଉପସ୍ଥିତ ଅଛନ୍ତି ।ତେବେ ବୋମାଗୁଡ଼ିକ ବାର୍‌ହା ଶିକାର ପାଇଁ ରଖାଯାଇଥିବା ସନ୍ଦେହ କରାଯାଉଛି । –

ଧଳାଜହର ଓ ମଦ ବେପାରୀ ଗିରଫ

ବାରଙ୍ଗ,୩।୧୦(ଏସଏସନିଉଜ)ଧଳାଜହର ଓ ଦେଶୀମଦ ବିକ୍ରି କରିବା ଅଭିଯୋଗରେ ନନ୍ଦନକାନନ ଥାନା ପୁଲିସ ଦୁଇ ବେପାରୀଙ୍କୁ ଗିରଫ୍ କରି ମଙ୍ଗଳବାରଦିନ କୋର୍ଟଚାଲଣ କରିଛି। ଏହି ଥାନା ଅନ୍ତର୍ଗତ ଗଣ୍ଡରପୁର-ପ୍ରତାପନଗରୀ ଘେରିବନ୍ଧ ରାସ୍ତା କଡରେ ଧଳାଜହର ବିକ୍ରି ହେଉଥିବା ବିଶେଷ ସୂତ୍ରରୁ ଖବର ପାଇ ନନ୍ଦନକାନନଥାନା ପୋଲିସ ଅଚାନକ ଚଢ଼ାଉ କରିଗଣ୍ଡରପୁର ଗ୍ରାମର ରାଜକିଶୋର ସାହୁ ନାମକ ଯୁବକକୁ ଗିରଫ କରି କୋର୍ଟ ଚାଲଣ କରିଛନ୍ତି।ଗିରଫ ବେଳେ ପୁଲିସ ତା ପାଖରୁ ୧୨ଗ୍ରାମରୁ ଉର୍ଦ୍ଧ୍ବ ଓଜନର ଧଳାଜହର ଜବତ କରିବା […]

ଜାଲରେ ପଡ଼ିଲା ୧୧୦କେଜିର ମାଛ

ଜଳେଶ୍ୱର,୩।୧୦(ଏସଏସନିଉଜ)ଜାଲରେ ପଡ଼ିଲା ୧୧୦ କେଜିର ବିରାଟ ମାଛ।ମାଛଟିକୁ ୨୫ ହଜାର ଟଙ୍କାରେ ବିକ୍ରି କଲେ ପାରାଦୀପ ମତ୍ସ୍ୟଜୀବୀ ପାରାଦୀପରୁ ଧରିଥିବାବେଳେ ଦୀଘା ମାଛ ମାର୍କେଟରେ ବିକ୍ରି କରିଛନ୍ତି ମସ୍ୟଜୀବୀ।

ଓହଳି ରହିଛି ବସ୍

ବାଙ୍କୀ,୩।୧୦(ଏସଏସନିଉଜ) ମହାନଦୀ ବ୍ରିଜରୁ ଖସୁ ଖସୁ ବର୍ତ୍ତିଥିଲା ବସ୍‌।ଜାତମୁଣ୍ଡିଆ-ସୁବର୍ଣ୍ଣପୁର ବ୍ରିଜରୁ ଖସୁ ଖସୁ ବର୍ତ୍ତି ଯାଇଥିଲା।ବ୍ରିଜ୍‌ ସୁରକ୍ଷାବାଡ଼ ଭାଙ୍ଗି ନଦୀକୁ ଝୁଲି ପଡ଼ିଥିଲା ବସ। ବସଟି ପ୍ରାୟ ୧୦ ଫୁଟ ଆଗକୁ ମାଡ଼ି ଯାଇ ନଦୀକୁ ଝୁଲି ପଡ଼ିଥିଲା।ସୁରକ୍ଷା ବାଡ଼ ମାଡ଼ରେ ବସ୍‌ର ଗୋଟିଏ ଆଗ ଚକା ବାହାରି ଯାଇଥିଲା।ବସ୍‌ଟି ଅନୁଗୁଳରୁ ଭୁବନେଶ୍ୱର ଆସୁଥିବା ବେଳେ ଦୁର୍ଘଟଣା ହୋଇଥିଲା। ଦୁର୍ଘଟଣାରେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି।

ଲାଗି ରହିଛି ବର୍ଷା

ଭୁବନେଶ୍ୱର,୩।୧୦(ଏସଏସନିଉଜ)ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଲାଗି ରହିଛି ବର୍ଷା। ୧୨ଟି ଜିଲ୍ଲାରେ ଆଜି ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।ଏହି ଜିଲ୍ଲାଗୁଡିକ ହେଲା ବରଗଡ଼ , ସୁବର୍ଣ୍ଣପୁର , ବଲାଙ୍ଗିର , ଝାରସୁଗୁଡ଼ା , ସୁନ୍ଦରଗଡ଼ , ସମ୍ବଲପୁର , ଅନୁଗୁଳ , ଦେବଗଡ଼ , ମୟୂରଭଞ୍ଜ , କେନ୍ଦୁଝର , ଢେଙ୍କାନାଳ , ଯାଜପୁର ଜିଲ୍ଲା। ସଂପୃକ୍ତ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ସତର୍କତା […]

ଆଜିର ରାଶିଫଳ

୨୦୨୩ମସିହା ଅକ୍ଟୋବରମାସ ୩ ତାରିଖ ମଙ୍ଗଳବାର ।ଅଶ୍ବପଞ୍ଚମୀ, ତ୍ରିହ୍ୟସ୍ପର୍ଶ ତିଥ୍ୟାଦିର ଗ୍ରହପୂଜା, ହୋମ ଦାନାଦି।ସୁର୍ଯ୍ୟୋଦୟ- ଘ୫/୪୧/୨୪,ସୂର୍ଯ୍ୟାସ୍ତ- ଘ୫/୩୦/୨୪,ଆଶ୍ବିନମାସ,କୃଷ୍ଣପକ୍ଷ,ଭୌମବାସ,ତିଥି- ଚତୁର୍ଥୀ ପ୍ରାତଃ ଘ୫/୫୬ମି ପର୍ଯ୍ୟନ୍ତ ତଦନ୍ତ ପଞ୍ଚମୀ କ୍ଷୟ ନିଶାନ୍ତ ଘ୫/୧୦ମି ପର୍ଯ୍ୟନ୍ତ।ନକ୍ଷତ୍ର- କୃତ୍ତିକା ସନ୍ଧ୍ୟା ଘ୬/୨୯ମି ପର୍ଯ୍ୟନ୍ତ ତଦନ୍ତେ ରୋହିଣୀ ନକ୍ଷତ୍ର।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ନୈର୍ଋତ କୋଣରେ, ପ୍ରାତଃ ଘ୫/୫୬ମି ପରେ ଦକ୍ଷିଣ ଦିଗରେ, ନିଶାନ୍ତ ଘ୫/୧୦ମି ପରେ ପଶ୍ଚିମ ଦିଗରେ। ତ୍ର୍ୟହସ୍ପର୍ଶ ତିଥି, ମଙ୍ଗଳବାର ଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।ଘାତଚନ୍ଦ୍ର–ବିଛାରାଶିର ଘାତଚନ୍ଦ୍ର।ଘାତବାର–ମକର […]

ଧରାପଡ଼ିଲା ମଣିଷଖିଆ କୁମ୍ଭୀର

ଭୁବନେଶ୍ୱର,୨।୧୦(ଏସଏସନିଉଜ)ଘରବାଡ଼ିପଟେ ଥିଲା ମଣିଷଖିଆ ବଉଳାକୁମ୍ଭୀର।ରାତିର ଅନ୍ଧକାରରେ ଘର ପଛପଟେ ବୁଲୁଥିଲା କୁମ୍ଭୀର। ଲୋକଙ୍କୁ ଗୋଟାଗୋଟା କରି ଗିଳୁଥିଲା।ଯାହାକୁ ନେଇ , ଗାଁରେ ଆତଙ୍କ ଖେଳିଯାଇଥିଲା।ଆତଙ୍କ ରଚିଥିବା ମଣିଷଖିଆ ବଉଳାକୁ ଘର ପଛପଟୁ ଧରାଯାଇଛି।ଧରାପଡିଛି ମଣିଷଖିଆ ବଉଳା କୁମ୍ଭୀର ।ଶେଷରେ କୁମ୍ଭୀରକୁ ଉଦ୍ଧାର କରିଛି ବନବିଭାଗ।ତେବେ ରାଜନଗରରେ ଏହାକୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଛି।