Browsing author

SATYA SANDHANA DESK

ମୁଖ୍ୟଶାସନସଚିବଙ୍କୁ ଡେଙ୍ଗୁ

ଭୁବନେଶ୍ୱର,୧୧ା୯(ଏସଏସନିଉଜ)ମୁଖ୍ୟ ଶାସନସଚିବ ପ୍ରଦୀପଜେନା ଡେଙ୍ଗୁରେ ପୀଡ଼ିତ ହୋଇଥିବାର ଜଣାପଡିଛି ।ଡେଙ୍ଗୁରେ ପୀଡ଼ିତହୋଇ ମୁଖ୍ୟ ସଚିବ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବାନେଇ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।  

ୱାର୍ଡମେମ୍ବରଙ୍କ ମୁଣ୍ଡଫଟାଇ ନିଲମ୍ବିତ ହେଲେASI

ଖୋର୍ଦ୍ଧା,୧୧ା୯(ଏସଏସନିଉଜ)ଜଙ୍କିଆ ଥାନାASI ନିରଞ୍ଜନ ମହାନ୍ତି ନିଲମ୍ବିତ ହୋଇଛନ୍ତି ।ୱାର୍ଡମେମ୍ବରଙ୍କୁ ଆକ୍ରମଣ କରିବା ଅଭିଯୋଗ ପରେ ତାଙ୍କୁ ନିଲମ୍ବିତ କରିଛନ୍ତି ଖୋର୍ଦ୍ଧା ଏସ୍‌ପିା ଜଙ୍କିଆ ପଞ୍ଚାୟତର ୱାର୍ଡ ସଭ୍ୟ ନବକିଶୋର ହରିଚନ୍ଦନଙ୍କ ଜଣେ ସମ୍ପର୍କୀୟ ଏକ ମାମଲାରେ ଜଙ୍କିଆ ଥାନାକୁ ଆସିଥିଲେ।ତେବେ କିଛିସମୟପରେ ନବକିଶୋଇ ଥାନାକୁଆସି ଆଇଆଇସି ନଥିବାରୁ ବାହାରେ ଫୋନ୍‌ରେ କଥା ହେଉଥିଲେ।ଏହିସମୟରେ ଏଏସ୍‌ଆଇ ନିରଞ୍ଜନ ମହାନ୍ତି ତାଙ୍କୁ ଡାକିଥିଲେ।କିନ୍ତୁ ଫୋନ୍‌ରେ କଥା ହେଉଥିବାରୁ ନବକିଶୋଇ ଏଏସ୍‌ଆଇଙ୍କ ଡାକ ଶୁଣିପାରିନଥିଲେ। ଏଥିରେ ଉତକ୍ଷୀପ୍ତ ହୋଇ ଏଏସଆଇବାବୁ ପ୍ରଥମେ […]

ବିକଟାଳ ଶବ୍ଦ କରୁଥିବା ବୁଲେଟକୁ ଜବତକଲା ପୋଲିସ

ଭୁବନେଶ୍ବର,୧୧ା୯(ଏସଏସନିଉଜ)ଗତକଲି କମିସନରେଟ୍ ଟ୍ରାଫିକ୍ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ୮୧ଜଣ ନିୟମ ଉଲ୍ଲଂଘନକାରୀଙ୍କ ବାଇକ୍‌କୁ ଜବତ କରାଯାଇଛି।ସେଥିମଧ୍ୟରେ ପ୍ରାୟତ ବୁଲେଟ ରହିଛି । ବିକଟାଳ ଶବ୍ଦକରୁଥିବା ୬୩ଟି ବୁଲେଟ ଓ ଓ ରଙ୍ଗ ରୁଟ୍‌ରେ ଆସୁଥିବା ୧୮ଟି ବାଇକକୁ ଟ୍ରାଫିକ୍‌-୧ ଓ ୨ ପକ୍ଷରୁ ଚଢ଼ଉ କରାଯାଇ ଜବତ କରାଯାଇଛି।ଏମାନଙ୍କଠାରୁ ଜରିମାନା ଆଦାୟ କରାଯାଇ ଛାଡ଼ି ଦିଆଯାଉଛି। ଆଗକୁ ସିଧା ଗାଡ଼ିକୁ କୋର୍ଟରେ ଜିମା ଦିଆଯିବ ବୋଲି କୁହାଯାଇଛି ।  

ଠକିଦେଲେ ଭଣ୍ଡବାବା!

ଭୁବନେଶ୍ବର,୧୧ା୯(ଏସଏସନିଉଜ)ଗତକଲି ଗ୍ରହଦୋଷ ଖଣ୍ଡନ କରିବାନାଁରେ ଜଣେ ବିବାହିତ ମହିଳାଙ୍କୁ ପ୍ରେମଜାଲରେ ଫସାଇ ଲକ୍ଷାଧିକଟଙ୍କାପଇସା ନେଇ ବିବାହକରିବାର ପ୍ରତିଶୃତି ଦେଇ ଆଉ ଧରାଦେଲେନାହିଁ ।ଏକଥା ମହିଳାଙ୍କ ସ୍ୱାମୀଜାଣିବାପରେ ବିଭ୍ରାଟ ଆରମ୍ଭ ହୋଇଥିଲା ।ମହିଳାଜଣଙ୍କ ନ୍ୟାୟପାଇବାପାଇଁ ବାଧ୍ୟହୋଇ ଧଉଳି ଥାନାରେ ଅଭିଯୋଗ କରିବାପରେ ସେ ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି । ଗ୍ରହଦୋଷକାଟିବାପାଇଁ ଖଣ୍ଡଗିରି ଥାନାଅଞ୍ଚଳରେ ରହୁଥିବା ଜଣେ ମହିଳା ଶିଶୁପାଳଗଡ଼ ଅଞ୍ଚଳରେ ରହୁଥିବାଜଣେ ବାବାଙ୍କ ଶରଣ ପଶିବାସହ ତାଙ୍କ ପାଖକୁ ଯିବାଆସିବା ଆରମ୍ଭ କରିଥିଲେ ।ଧିରେଧରରେ ଯିବାଆସିବା […]

ଲୁଟ୍‌ପାଟ ଅଭିଯୋଗରେ ଲିପା, ସିପୁ ଗିରଫ

ଜଟଣୀ,୧୧ା୯(ଏସଏସନିଉଜ) ଜି. ସୋମନାଥନାମକ ବ୍ୟକ୍ତି ଶୁକ୍ରବାରଦିନ ଖୋର୍ଦ୍ଧାରୁ ଆଇଆଇଟି ରାସ୍ତାରେ ଜଟଣୀକୁ ବାଇକ୍‌ରେ ଯାଉଥିବା ବେଳେ ଦୁଇ ଅଭିଯୁକ୍ତ ତାଙ୍କୁ ପିଛା କରି ଏକ ନିଛାଟିଆ ସ୍ଥାନରେ ରୋକି ଅତର୍କିତ ଆକ୍ରମଣ କରି ୨୨ଶହ ଟଙ୍କା, ମୋବାଇଲ ଫୋନ୍ ଛଡ଼ାଇ ନେଇଯାଇଥିଲେ ।ଏସର୍ମ୍ପକରେ ସୋମନାଥଜଟଣୀଥାନାରେ ଲିଖିତଅଭିଯୋଗ କରିଥିଲେ ।ପୋଲିସ ଲୁଟେରାମାନଙ୍କୁ କାବୁକରିବାପାଇଁ ସ୍ବତନ୍ତ୍ର ଟିମ୍ ଗଠନ କରିଥିଲା । ଡେଲାଙ୍ଗଥାନା ଗଡ଼ବେଗୁନିଆ ପଡ଼ାର ପୂର୍ଣ୍ଣଚନ୍ଦ୍ରପରିଡ଼ା ଓରଫ୍ ଲିପା ଓ ହାଟସାହିର ରଶ୍ମିରଂଜନ ପାତ୍ର ଓରଫ୍ ସିପୁ ନାମକ […]

ନିଯୁକ୍ତହେବେ ୨୦ହଜାର ପ୍ରାଥମିକଶିକ୍ଷକ

ଭୁବନେଶ୍ୱର,୧୧ା୯(ଏସଏସନିଉଜ) ରାଜ୍ୟରେ ନିଯୁକ୍ତ ପାଇବାକୁ ଯାଉଛନ୍ତି ୨୦ ହଜାର ପ୍ରାଥମିକ ଶିକ୍ଷକାଏଥିନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ଦୂର ହେବାସହ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସୁଦୃଢ଼ ହେବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ୨୦ ହଜାର ପ୍ରାଥମିକ ଶିକ୍ଷକ ଯୋଜନାଭିତ୍ତିକ (ସିମାଟିକ୍‌) ନିଯୁକ୍ତି ପାଇଁ ଓଡି଼ଶା ବିଦ୍ୟାଳୟ ଶିକ୍ଷାକାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ୱେବସାଇଟ୍‌ରେ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ୧୩ ତାରିଖରୁ ଆଶାୟୀ ପ୍ରାର୍ଥୀମାନେ […]

ହାତୀ ଆକ୍ରମଣରେ ୨ ବନକର୍ମଚାରୀ ଗୁରୁତର

ମୟୁରଭଞ୍ଜ,୧୧ା୯(ଏସଏସନିଉଜ)ବେତନଟୀରେଞ୍ଜ ବଡାମପୁରସେକ୍ସନ ଅଧୀନ ମେର୍ଦ୍ଦା ଉପକଣ୍ଠ ବେଣାପୁରା ଗ୍ରାମ ନିକଟରେ ବଣୁଆ ହାତୀ ଆକ୍ରମଣରେ ଫରେଷ୍ଟର ପ୍ରଦୀପ ଦେହୁରୀ ଓ ଜଣେ ଅସ୍ଥାୟୀ ବନକର୍ମଚାରୀ ଯତୀନ କିସ୍କୁ ଗୁରୁତର ଆହତ ହୋଇଛନ୍ତି ।ଗତକିଛି ଦିନହେଲା ୧୮ ଟିକିଆ ହାତୀପଲ ଏହି ଅଞ୍ଚଳରେ ଭାବେ ରହି ଉତ୍ପାତ ବଢ଼ାଇଛନ୍ତି ।ଗତକାଲି ବିଳମ୍ବିତ ରାତିରେ ଜନସାଧାରଣକୁ ସୁରକ୍ଷା ଦେବାପାଇଁ ବନବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିଲା । ଏକଚାରିଟିକିଆ ହାତୀପଲ ବେଣାପୁରା ଗ୍ରାମରେ ପଶିବାସହ ଜଣେ ଲୋକଙ୍କ ଘରଭାଙ୍ଗିବାକୁ ଉଦ୍ୟମ […]

ଅମରଲଡୁ ବାଂଟିଲେ ଗରୁଡ

ଡେଲାଙ୍ଗ,୧୦ା୯(ଏସଏସନିଉଜ) ସାକ୍ଷୀଗୋପାଳ ମନ୍ଦିରରେ କାଳୀୟଦଳନପର୍ବ ଅନୁଷ୍ଠିତ ହୋଇଯାଇଛିା ଗୋଧନବାହୁଡାଧୁପପରେ ବିଜେ ପ୍ରତିମା ମଦନମୋହନଓ ଲବଣୀଚେରା ସୁସଜିତବିମାନରେ ବସି ରଙ୍ଗଣିସାହିସ୍ଥିତ ଲବଣିଖିଆମଣ୍ଡପକୁ ବିଜେ କରିଥିଲେ ।ଗୋପାଳପରିବାରର କୁଳବଧୂମାନେ ଆସି ଠାକୁରଙ୍କୁ ବନ୍ଦାପନା କରିଥିଲେ ।ଗୋପାଳ ପରିବାର ପକ୍ଷରୁ ଠାକୁରଙ୍କୁ ସର,ଲବଣୀ,ମାଖନ, ଖୁଆପେଡା,ରସାବଳୀ, ଛେନା ଆଦି କ୍ଷୀରଜାତସାମଗ୍ରୀ ସହ ଚୁଡାଘଷା,ଖଇ, ଉଖୁଡା,ଫଳମୁଳ,ତୁଳସୀ,ଚନ୍ଦନ ଆଦି ଭୋଗ ଲଗାଯାଇଥିଲା ।ଠାକୁର ଭୋଗଖାଇସାବାପରେ ଶ୍ରୀକୃଷ୍ନ କାଳନଦୀହ୍ରଦକୁ ପଦ୍ମଫୁଲତୋଳିବାକୁଯାଇଥିଲେ । ତେବେ ଏହିସବୁ ମାନବଙ୍କଦ୍ୱାରା କରାଯାଇଥିଲା ।ପରମ୍ପରା ଅନୁଯାୟୀ ବିଳମ୍ଭିତରାତିରେ ସାକ୍ଷୀଗୋପାଳ ମନ୍ଦିରର କୃଷ୍ନବେଶଧାରୀ ଜଣେ […]

ଆଜିରଦିନଟି କିପରିକଟିବ ଜାଣନ୍ତୁ ଆଜିରରାଶିଫଳ

୧୧-୯-୨୦୨୩(ସୋମବାର)ଅଦ୍ୟ ସିଂହ ଦି୬ନ, ଭାଦ୍ରବ କୃଷ୍ଣଦ୍ଵାଦଶୀ ଦ୪୫।୧୦ରାଘ ୧୧।୪୧,ପୁଷ୍ୟା ଦ୩୭।୨୭ ରାଘ୮।୩୬,କର୍କଟ ଚନ୍ଦ୍ର ଦ୬୦ନିଶାନ୍ତ।ଯୋଗିନୀନୈଋତେ । ରାତ୍ରି ଘ୧୧।୪୧ଗତେ ଦକ୍ଷିଣେ । ଯାତ୍ରାନାସ୍ତି । ଅଦ୍ଯ ଦେବତାଗଠନ, ନୌକାଗଠନ,ବାଣିଜ୍ୟକରଣ, ହଳପ୍ରବାହ ଓ ବୀଜବପନ, ଔଷଧିକରଣ ଓ ଭକ୍ଷଣ, ନାମକରଣ ଓ ଦୀକ୍ଷାଗ୍ରହଣ । ଗତଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ରଶୁଦ୍ଧି ।ରାତ୍ରି ଘ୮।୩୬ ଗତେ ମଘାପୂର୍ବାଫାଃ ହସ୍ତା ସ୍ବାତୀଅନୁରାଧା ମୂଳାପୂର୍ବାଷାଢ଼ା ଶ୍ରବଣାଶତଭିଷା ଉତ୍ତରଭାଦ୍ର ଅଶ୍ବିନୀଦ୍ଵିଜା ରୋହିଣୀ ଆର୍ଦ୍ରାପୁଷ୍ୟା ଏ ନକ୍ଷତ୍ରମାନଙ୍କରତାରାଶୁଦ୍ଧି । ମିଥୁନରାଶିର ଘାତବାର।ଦିବା ଘ୭।୮ ଗତେ […]

ଚୋରୀ ବିଦ୍ୟୁତତାର ସହ ଅଟୋ ଜବତ,ଦୁଇ ଗିରଫ

  ବାରଙ୍ଗ,୧୦|୯ (ଏସଏସନିଉଜ)ବିଦ୍ୟୁତତାର ଏବଂ ଜିଆଇପୋଲ ଚୋରି ଘଟଣାରେ ଫେରାର ଦୁଇ ଅଭିଯୁକ୍ତଙ୍କୁ ଗିରଫକରିଛି ବାରଙ୍ଗଥାନା ପୋଲିସ। ସେମାନେହେଲେ କଟକ ଲାଲବାଗଥାନା ଜଗନ୍ନାଥ ବଲ୍ଲଭଅଞ୍ଚଳର କାଳିଆମହାପାତ୍ର(୨୫) ଏବଂ ଅଲିଶା ବଜାରର ସୋମନାଥବେହେରା ଓରଫ କାଳନ୍ଦୀ (୧୯)। ଏଥିସହ ଚୋରୀରେ ବ୍ୟବହୃତ ଅଟୋ ସମେତ ତାରକୁ ଜବତକରିଛି ପୋଲିସ। ପ୍ରକାଶଯେ, ବାରଙ୍ଗରୁ ଗୋଡ଼ିସାହି ପର୍ଯ୍ୟନ୍ତ ପୁରୀ ମୁଖ୍ୟକେନାଲ ରାସ୍ତାରେ ନୂତନ ବିଦ୍ୟୁତସଂଯୋଗ ପାଇଁ ଭୁବନେଶ୍ୱର ବଡ଼ଗଡ଼ଅଞ୍ଚଳର ଇଶ୍ଵରଚନ୍ଦ୍ର ପରିଡ଼ା ଟେଣ୍ଡରନେଇ କାମ କରୁଥିଲେ। ତେବେ ଗତ ଜୁଲାଇ ୨୦ତାରିଖରାତିରେ […]