Browsing author

SATYA SANDHANA DESK

ଆଜିଠୁ ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ସମୀକ୍ଷା

ଭୁବନେଶ୍ୱର,୨।୬(ଏସଏସନିଉଜ)ଆଜିଠୁ ମୋହନ ସରକାରଙ୍କ ବିଭାଗୀୟ ସମୀକ୍ଷା ଆରମ୍ଭ ହୋଇଛି।୨ବର୍ଷ ପୂର୍ତ୍ତି ପୂର୍ବରୁ ସମସ୍ତବିଭାଗର କାର୍ଯ୍ୟ ସମୀକ୍ଷା ହେବ।ମନ୍ତ୍ରୀମାନଙ୍କର ପ୍ରଦର୍ଶନ ଏବଂ ଦକ୍ଷତାର ସମୀକ୍ଷାକରିବେ ମୁଖ୍ୟମନ୍ତ୍ରୀ।ପ୍ରଥମ ଦିନରେ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓଙ୍କ ବିଭାଗର ସମୀକ୍ଷା ହେବା ନେଇ ସୂଚନାମିଳିଛି।ଆସନ୍ତା ୯ପର୍ଯ୍ୟନ୍ତ ସମସ୍ତ ବିଭାଗଗୁଡ଼ିକର କାର୍ଯ୍ୟ ସମୀକ୍ଷା କରାଯିବ ବୋଲି ଜଣାପଡିଛି।

୧୯ରେ ରାଷ୍ଟ୍ରପତି, ୨୦ରେ ପ୍ରଧାନମନ୍ତ୍ରୀ ଆସିବେ

ଭୁବନେଶ୍ୱର,୨।୬(ଏସଏସନିଉଜ)ଆସନ୍ତା୧୯ରେ ରାଷ୍ଟ୍ରପତି,୨୦ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ।ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତସୂଚନାଦେଲେ ସାଂସଦ ନବଚରଣ ମାଝୀ।୧୯ତାରିଖରେ ରାଇରଙ୍ଗପୁର ଆସିପାରନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ରାଇରଙ୍ଗପୁର ଆସିବା ନେଇ ସୂଚନା ରହିଛି।ଓଡ଼ିଶାଗସ୍ତ ନେଇ ରାଷ୍ଟ୍ରପତିଭବନରୁ ଖବରଆସିଥିବା ସାଂସଦ ସୂଚନା ଦେଇଛନ୍ତି।ନବନିର୍ମିତଷ୍ଟାଡିୟମ୍ ଉଦଘାଟନ କାର୍ଯ୍ୟକ୍ରମରେ ସାମିଲ ହେବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ।

ଆଜିର ରାଶିଫଳ

ଜୁନ୍ ମାସ ୦୨ତାରିଖ ୨୦୨୬ମସିହା(ମଙ୍ଗଳବାର)ଜ୍ୟେଷ୍ଠ ମାସ(ମଳ)- କୃଷ୍ଣପକ୍ଷ,ତିଥି-ଦ୍ୱିତୀୟା ରାତ୍ରି ଘ୦୭/୧୮ଗତେ ତୃତୀୟା,ନକ୍ଷତ୍ର-ମୂଳା ରାତ୍ରି ଘ୧୧/୦୬ ଗତେ ପୂର୍ବାଷାଢା,ସୁର୍ୟୋଦୟ-ପ୍ରାତଃଘ୦୫/୧୨/୦୪, ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୯/୩୭,ଯୋଗିନୀ ଉତ୍ତରେ ରାତ୍ରି ଘ୦୭/୧୮ ଗତେ ଅଗ୍ନିକୋଣେ,ମକରରାଶିର ଘାତବାର,ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର,ଦ୍ୱିତୀୟାର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ଦ୍ଵିପାଦ ପୁଷ୍କର ଦୋଷ,କାଳବେଳା-ଦିବା ଘ୦୧/୨୩ଗତେ ଘ୦୩/୦୩ମଧ୍ୟେ,ବାରବେଳା- ଦିବା ଘ୦୬/୪୯ଗତେ ଘ୦୮/୨୮ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୬/୪୮ମଧ୍ୟେ ଓ ଘ୦୯/୧୦ ଗତେ ଘ୧୧/୩୫ମଧ୍ୟେ ଓ ରାତ୍ରି ଘ୦୬/୨୩ଗତେ ଘ୦୭/୦୮ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ଦିବା ଘ୦୩/ ୩୪ଗତେ ଘ୦୪/୨୩ମଧ୍ୟେ,ଅଦ୍ୟ ବୋଇତିକଖାରୁ ରାତ୍ରି ଘ୦୭/୧୮ ଗତେ […]

କ୍ଷତିପୂରଣ ଦାବିରେ ରାସ୍ତାରେ ଶବ ରଖି ରାସ୍ତାରୋକ

ଭୁବନେଶ୍ୱର,୧।୬(ଏସଏସନିଉଜ) କଟକ-ଭୁବନେଶ୍ବର ରାସ୍ତାର ରଘୁନାଥପୁର ଗାଁମୁଣ୍ଡରେ ଶବରଖି ସୋମବାର ରାତିରେ ରାସ୍ତାରୋକ କରିଥିଲେ ଗ୍ରାମବାସୀ।କାଲି ରାତିରେ ଏକ କାର ଧକ୍କାରେ ରଘୁନଥପୁରଗ୍ରାମ ଶବରସାହିର ପଞ୍ଚାନନ ନାୟକ(୪୫)ଙ୍କର ଚିକିତ୍ସାଧିନ ଅବସ୍ଥାରେ ସୋମବାର ମେଡିକାଲରେ ମୃତ୍ୟୁ ଘଟିଥିଲା।ମୃତକପରିବାରକୁ କ୍ଷତିପୂରଣ ଦାବିରେ ଶବ ରଖି ପରିବାର ସହ ସ୍ଥାନୀୟ ଲୋକ ସୋମବାର ରାତିରେ ରଘୁନାଥପୁର ଗାଁମୁଣ୍ଡରେ ରାସ୍ତା ଅବରୋଧ କରିଥିଲେ।ରାସ୍ତାଟି କଟକ- ଭୁବନେଶ୍ବରକୁ ସଂଯୋଗ କରୁଥିବାରୁ ଶହଶହ ଗାଡ଼ି ଅଟକି ରହିଥିଲା।ନନ୍ଦନ କାନନ ଥାନା ପୋଲିସ ଆସି ବୁଝାସୁଝା କରିବା ସହ […]

ପୁଣି ପୋଲିସର ଥାର୍ଡ ଡିଗ୍ରି!

ଭୁବନେଶ୍ୱର,୧।୬(ଏସଏସନିଉଜ)ପୋଲିସ ମାଡ଼ରେ ପୁଣି ଜଣକଙ୍କ ମୃତ୍ୟୁ ଅଭିଯୋଗ ଆସିଛି।କବିସୂର୍ଯ୍ୟନଗର ଥାନା ପୋଲିସ ନାମରେ ଅଭିଯୋଗ ହୋଇଛି।ଅଟକ ଯୁବକକୁ ପୋଲିସ ମାଡ଼ ମାରିଥିବା ଅଭିଯୋଗ ଆସିଛି।ମେଡିକାଲରେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକଙ୍କ ଘର ସୁବୁଳିଆ ଗାଁରେ ହୋଇଥିବା ବେଳେ ଗତକାଲି ଯୁବକଙ୍କୁ ଥାନାକୁ ଆଣିଥିଲା ପୋଲିସ।ଯୁବକଙ୍କ ମୃତ୍ୟୁକୁ ନେଇ ଥାନାରେ ଉତ୍ତେଜନା ପରିସ୍ଥିତି ଦେଖାଦେଇଛି।କବିସୂର୍ଯ୍ୟନଗର ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରି ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି ଦକ୍ଷିଣାଞ୍ଚଳ ଆଇଜି ନୀତିଶେଖର।ଆଇଜିଙ୍କ ସୂଚନା ଅନୁଯାୟୀ ଗଞ୍ଜାମ ଏସପିଙ୍କୁ ତଦନ୍ତ […]

ମାଛ ମାର୍କେଟରେ ଲାଗିଲା ନିଆଁ

କଟକ,୧।୫(ଏସଏସନିଉଜ)କଟକ ପ୍ରେସଛକଠାରେ ଥିବା ମାଛ ମାର୍କେଟ ଓ ବ୍ୟାଙ୍କ ଅଫ ଇଣ୍ଡିଆରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ମାଛ ମାର୍କେଟରେ ଲାଗିଥିବା ନିଆଁ ସମ୍ପୂର୍ଣ୍ଣ ଭାବେ ଲିଭି ନଥିବା ବେଳେ ପ୍ରଶାସନିକ ଅଧିକାରୀ ମାନେ ଆସି ଘଟଣାସ୍ଥଳରେ ପହଂଚିଛନ୍ତି। ପାଖାପାଖି ୧୫ ରୁ ଊର୍ଦ୍ଧ୍ବ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଛି।ମାଛମାର୍କେଟ ସହ ବ୍ୟାଙ୍କ ଅଫ ଇଣ୍ଡିଆ ଓ ଅନ୍ୟ ଗୋଟିଏ ବଡ଼ ଗୋଦାମ ଗୃହ ରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର […]

ବଦଳିଲେ ବାରଙ୍ଗ ଆଇଆଇସି

କଟକ,୩୧।୫(ଏସଏସନିଉଜ) ବହୁ ବାଦ ବିବାଦ ପରେ ବଦଳିଛ୍ଚନ୍ତି ବାରଙ୍ଗ ଥାନା ଅଧିକାରୀ ନିରଞ୍ଜନ ବେହେରା।ତାଙ୍କୁ କଟକ ଡିସିପି ଅଫିସ୍‌କୁ ବଦଳି କରାଯାଇଛି।ତାଙ୍କ ସ୍ଥାନରେ ପୁରୀଘାଟ ଥାନା ଅଧିକାରୀ ବିଶ୍ବରଞ୍ଜନ ନାୟକଙ୍କୁ ବାରଙ୍ଗ ଥାନାର ଅତିରିକ୍ତ ଦାୟିତ୍ବ ଦିଆଯାଇଥିବାର ଜଣାପଡିଛି।ଚଣ୍ଡିପ୍ରସାଦ ଗାଁର ରାକେଶ ବେହେରାଙ୍କୁ ପୁଲିସ ଗତ ୨୪ ତାରିଖରେ ଥାର୍ଡଡିଗ୍ରୀ ଦେଇଥିବା ନେଇ ପରିବାର ଲୋକେ ଅଭିଯୋଗ ଆଣିଥିଲେ।ଏହି ଘଟଣାକୁ ଚପାଇ ଦେବାକୁ ପୁଲିସ ପକ୍ଷରୁ ଉଦ୍ୟମ କରାଯାଇଥିବା ବେଳେ ନ୍ୟାୟ ପାଇବା ପାଇଁ ଗ୍ରାମବାସୀମାନେ ବାରଙ୍ଗ […]

ଅଧା ରହିଗଲା ରୋଷେଇ,ପଛପଟୁ ଧକ୍କା ଦେଲା କାର

ଭୁବନେଶ୍ୱର,୩୧।୫(ଏସଏସନିଉଜ)ଦୋକାନରୁ ଚାଉଳକିଣି ଘରକୁ ଫେରୁଥିବା ବେଳେ ସାଇକେଲଆରୋହୀଙ୍କୁ ପଛରୁପିଟିଲା ଦୃତଗାମୀକାର।ନନ୍ଦନକାନନ ଥାନା ରଘୁନାଥପୁର ଗ୍ରାମ ନିକଟ ଦୂଲ୍ଲାଦେଈ ଛକରେ ରବିବାର ରାତିରେ ହୋଇଛି ଦୁର୍ଘଟଣା। ଦୁର୍ଘଟଣାରେ ସାଇକେଲଆରୋହୀ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟଜଣେ ସାମାନ୍ୟଗୁରୁତର ହୋଇଛନ୍ତି।ଗୁରୁତର ବ୍ୟକ୍ତି ଜଣକ ହେଲେ ରଘୁନାଥପୁରଗ୍ରାମ ସବରସାହିର ପଞ୍ଚାନନନାୟକ ଓ ଆହତ ବ୍ୟକ୍ତି ହେଉଛନ୍ତି ବେହେରା।ଗୁରୁତର ଅବସ୍ଥାରେ ସ୍ଥାନୀୟଲୋକେ ତାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରିଛନ୍ତି।ନନ୍ଦନକାନନଥାନା ପୋଲିସ ପହଞ୍ଚି କାର ଓ ସାଇକେଲ ଜବତକରି କାର ଚାଳକଙ୍କୁ ଥାନାରେ ଅଟକ ରଖି […]

ଆଜିର ରାଶିଫଳ

ଜୁନ୍ମାସ ୦୧ତାରିଖ ୨୦୨୬ମସିହା(ସୋମବାର)ଜ୍ୟେଷ୍ଠମାସ(ମଳ)- କୃଷ୍ଣପକ୍ଷ, ତିଥି-ପ୍ରତିପଦ ଦିବାଘ୦୪/୪୮ଗତେ ଦ୍ୱିତୀୟା,ନକ୍ଷତ୍ର-ଜ୍ୟେଷ୍ଠା ରାତ୍ରି ଘ୦୮/୦୨ ଗତେ ମୂଳା,ସୁର୍ୟୋଦୟ-ପ୍ରାତଃଘ୦୫/୧୨/୦୪,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୯/୦୭,ଯୋଗିନୀ ପୂର୍ବେ ଦିବା ଘ୦୪/୪୮ଗତେ ଉତ୍ତରେ,ମିଥୁନରାଶିର ଘାତବାର,ପ୍ରତିପଦର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ଦିବା ଘ୦୪/୪୮ଗତେ ଏକପାଦ ପୁଷ୍କରଦୋଷ,କାଳବେଳା-ଦିବା ଘ୦୬/୪୫ଗତେ ଘ୦୮/୨୬ ମଧ୍ୟେ,ବାରବେଳା-ଦିବା ଘ୦୩/୦୧ଗତେ ଘ୦୪/୪୦ମଧ୍ୟେ,ବିଶୁଦ୍ଧ ଅମୃତ ବେଳା-ଦିବା ଘ୦୮/୨୭ଗତେ ଘ୧୦/୦୦ ମଧ୍ୟେ ଓ ରାତ୍ରି ଘ୦୯/୩୦ଗତେ ଘ୧୨/୪୦ମଧ୍ୟେ ଓ ରାତ୍ରି ଘ୦୨/୧୯ଗତେ ଘ୦୩/୫୪ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।-ରାତ୍ରି ଘ୦୪/୪୨ଗତେ ଘ୦୫/୧୩ ମଧ୍ୟେ,ଅଦ୍ୟ ପାଣିକଖାରୁ ଦିବା ଘ୦୪/୪୮ଗତେ ବୋଇତିକଖାରୁ ଭକ୍ଷଣ ନିଷେଧ। […]

ବଦଳିଲେ ବାରଙ୍ଗ IIC

କଟକ,୩୧।୫(ଏସଏସନିଉଜ)ବହୁ ବାଦ ବିବାଦ ପରେ ବଦଳିଛ୍ଚନ୍ତି ବାରଙ୍ଗ ଥାନା IIC ନିରଞ୍ଜନ ବେହେରା।ତାଙ୍କୁ କଟକ ଡିସିପି ଅଫିସ୍‌କୁ ବଦଳି କରାଯାଇଛି।ବାରଙ୍ଗ ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ନେଇ ଅଭିଯୋଗ ହୋଇଥିଲା।ତାଙ୍କ ସ୍ଥାନରେ ପୁରୀଘାଟ ଥାନା IIC ବିଶ୍ବରଞ୍ଜନ ନାୟକଙ୍କୁ ବାରଙ୍ଗ IIC ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଥିବାର ଜଣାପଡିଛି।ଗତ କାଲି ବାଙ୍କୀ ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ କାର୍ଯ୍ୟାନୁଷ୍ଠାନ ନହେଲେ ଆଇନକୁ ହାତକୁ ନେବାକୁ ପୋଲିସକୁ ଚେତାବନୀ ଦେଇଥିଲେ।