ରିଲ୍ସ କରୁଥିଲେ ଭାସିଗଲେ
ଭଦ୍ରକ,୨।୪(ଏସଏସନିଉଜ)ସାଳନ୍ଦୀ ନଦୀକୁ ଡେଇଁ ରିଲ୍ସ କରିବା ବେଳେ ଭାସିଗଲେ ଯୁବକ।ସନ୍ତିଆ ବ୍ରିଜ୍ ଉପରୁ ଡେଇଁବା ବେଳେ ଭାସିଗଲେ ୨ ଯୁବକ।ଜଣେ ଉଦ୍ଧାର, ନିଖୋଜ ଯୁବକଙ୍କୁ ଖୋଜୁଛି ଅଗ୍ନିଶମ ଟିମ୍।
Browsing author
ଭଦ୍ରକ,୨।୪(ଏସଏସନିଉଜ)ସାଳନ୍ଦୀ ନଦୀକୁ ଡେଇଁ ରିଲ୍ସ କରିବା ବେଳେ ଭାସିଗଲେ ଯୁବକ।ସନ୍ତିଆ ବ୍ରିଜ୍ ଉପରୁ ଡେଇଁବା ବେଳେ ଭାସିଗଲେ ୨ ଯୁବକ।ଜଣେ ଉଦ୍ଧାର, ନିଖୋଜ ଯୁବକଙ୍କୁ ଖୋଜୁଛି ଅଗ୍ନିଶମ ଟିମ୍।
ଭୁବନେଶ୍ୱର,୨।୪(ଏସଏସନିଉଜ)ମେ ମାସ ପ୍ରଥମ କିମ୍ୱା ଦ୍ୱିତୀୟ ସପ୍ତାହରେ ବାହାରିବ ମାଟ୍ରିକ୍ ରେଜଲ୍ଟ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି।ରେଜଲ୍ଟ ବାହାରିବା ପରେ ସଙ୍ଗେ ସଙ୍ଗେ ମିଳିବ ସାର୍ଟିଫିକେଟ୍।ଯାହାଙ୍କର ପେପର୍ ଖରାପ ଥିବ ସେମାନେ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବେ।ଆଜି ସରିବ ମାଟ୍ରିକ ପରୀକ୍ଷାର ଖାତା ଦେଖା- ବୋର୍ଡ ସଭାପତି।
ଚୌଦ୍ବାର,୨।୪(ଏସଏସନିଉଜ)ଚୌଦ୍ବାର ଜେଲରୁ ଫେରାର ଦ୍ବିତୀୟ କଏଦୀ ଗିରଫ ହୋଇଛି।ବିହାରର ରାଜା ସାହାଣୀ ଋଷିକେଶରୁ ବାନ୍ଧିଛି ପୋଲିସ।ଋଷିକେଶରୁ ଗିରଫ କଲା କମିଶନରେଟ୍ ପୋଲିସର ସ୍ବତନ୍ତ୍ର ଟିମ୍।ପୂର୍ବରୁ ମଧୁକାନ୍ତ ରାଣାକୁ ବୃନ୍ଦାବନରୁ ଗିରଫ କରିଥିଲା ପୋଲିସ।ଦଶହରାରେ ମଧୁକାନ୍ତ ଓ ରାଜା ପାଚେରୀ ଡେଇଁ ଫେରାର୍ ହୋଇଯାଇଥିଲେ।
ମେଣ୍ଢାଶାଳ,୧।୩(ଏସଏସନିଉଜ)ଜଙ୍ଗଲ୍ ଭ୍ୟୁ ରେଷ୍ଟୁରାଣ୍ଟ ପଛପଟେ ପୋଖରୀ ଭିତରେ ବୁଡ଼ି ଭାସୁଥିବା ଏକ ମୃତଦେହକୁ ଚନ୍ଦକା ପୋଲିସ ବୁଧବାର ସକାଳେ ଉଦ୍ଧାର କରିଛି ।ମୃତକ ହେଉଛନ୍ତି ଚନ୍ଦକା ଥାନା ଅଧୀନସ୍ଥ କୃଷ୍ଣ ନଗରର ଲମ୍ବୋଦର ଦାଶ (୪୮)। ପ୍ରକାଶ ଯେ,ଲମ୍ବୋଦର ନନ୍ଦନକାନନ ଥାନା ଅଧୀନସ୍ଥ ରଘୁନାଥପୁର ନିକଟ ତାରିଣୀ ବିହାରର ରାଜମନୋହର ରେସିଡେନ୍ସିର ରୁମ୍ ନମ୍ବର ଏ-୧୦୬ ପରିବାର ସହ ରହୁଥିଲେ। ଗତ ୩୧ ତାରିଖ ସକାଳୁ ଲମ୍ବୋଦର ଘରୁ ଯାଇଥିଲେ ମଧ୍ୟ ଫେରି ନଥିଲେ।ଘରୁ ଗଲାବେଳେ କାର,ମୋବାଇଲ୍ […]
କଟକ, ୧।୪(ଏସଏସନିଉଜ)ପାଟପୁର ଛକରେ ଥିବା ଏକ ବଗିଚାରେ ନିଆଁ ଲାଗି ପୋଡ଼ି ନଷ୍ଟ ହୋଇଯାଇଛି। ଖବର ପାଇ ଅଗ୍ନିଶମ ବିଭାଗ ଆସି ନିଆ କୁ ଆୟତ୍ତ କରିଛି ।ଏହିଭଳି ଘଟଣା ବୁଧବାର ଦିନ ସକାଳେ ଘଟିଛି। ପ୍ରକାଶଯେ, ବ୍ରାହ୍ମଣୀ ଗାଁର ଦିଲ୍ଲିପ କୁମାର ସ୍ବାଇଁଙ୍କର ପାଟପୁର ଛକରେ ଗୋଟିଏ ଛୋଟ ଫୁଲ ବଗିଚା ରହିଛି। ଏଥିରେ ବିଭିନ୍ନ ଜାତୀୟ ବୃକ୍ଷ ସହିତ ଘାସ ଗାଲିଚା ରହିଛି। କୌଣସି କାରଣରୁ ବୁଧବାର ଦିନ ସକାଳ ୧୦ଟାରେ ବଗିଚାରେ ନିଆଁ […]
ଭୁବନେଶ୍ୱର,୨।୪(ଏସଏସନିଉଜ)ମୋଟର ଯାନ ଆଇନ ଅନୁଯାୟୀ ଯାନର ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (ପିୟୁସିସି) ନଥିଲେ ଆଜିଠୁ ଚାଲାଣ କଟିବ।ବିଭିନ୍ନ ରାଜପଥରେ ସ୍ଥାପିତ ଟୋଲ ଗେଟ୍ରେ ଅଟୋମେଟେଡ୍ ଇଲେକ୍ଟ୍ରୋନିକ ବ୍ୟବସ୍ଥା ମାଧ୍ୟମରେ ଇ-ଚାଲାଣ କଟିବ।ଏଥିସହ ମୋଟରଯାନର ଅନ୍ୟାନ୍ୟ ଯାଞ୍ଚ ବେଳେ ପିୟୁସିସି ନ ଥିବା ଜଣାପଡ଼ିଲେ ଅଟୋ ମେଟେଡ୍ ବ୍ୟବସ୍ଥା ମାଧ୍ୟମରେ ବି ଇ-ଚାଲାଣ କଟିବ।
ଏପ୍ରିଲମାସ ୦୨ତାରିଖ ୨୦୨୬ମସିହା(ଗୁରୁବାର)ଚୈତ୍ରମାସ-ଶୁକ୍ଳପକ୍ଷ, ତିଥି-ପୂର୍ଣ୍ଣିମା ଦିବା ଘ୦୭/୧୬ ଗତେ ପ୍ରତିପଦ,ନକ୍ଷତ୍ର- ହସ୍ତା ସନ୍ଧ୍ୟା ଘ୦୬/୦୮ଗତେ ଚିତ୍ରା,ସୁର୍ୟୋଦୟ-ପ୍ରାତଃଘ୦୫/୪୪/୩୨, ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୫/୫୮/୨୭,ଯୋଗିନୀ ବାୟବ୍ୟେ ଦିବା ଘ୦୭/୨୬ ଗତେ ପୂର୍ବେ,ବୃଷରାଶିର ଘାତଚନ୍ଦ୍ର,ତୁଳା ଓ କୁମ୍ଭରାଶିର ଘାତବାର, ପ୍ରତିପଦର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,କାଳବେଳା ଓ ବାରବେଳା- ଦିବା ଘ୦୨/୫୦ ଗତେ ଘ୦୫/୫୬ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ରାତ୍ରି ଘ୦୧/୦୭ ଗତେ ଘ୦୩/୩୨ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ଲବେଳ।- ଦିବା ଘ୦୭/୨୨ମଧ୍ୟେ ଓ ଘ୨୦/୩୪ ଗତେ ଘ୧୨/୫୮ ମଧ୍ୟେ,ଅଦ୍ୟ ପାଣିକଖାରୁ ଭକ୍ଷଣ ନିଷେଧ। ମେଷ👉ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମହେବ।କର୍ମରେ […]
ଭୁବନେଶ୍ୱର,୩୧।୩(ଏସଏସନିଉଜ)ପ୍ରାଣୀଉଦ୍ୟାନ ନନ୍ଦନକାନନ ୨୦୨୫-୨୬ ଆର୍ଥିକ ବର୍ଷରେ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ ଆସିଥିବା ସହ ଅଧିକ ପରିମାଣର ରାଜସ୍ୱ ଆଦାୟ କରିପାରିଛି।୨୦୨୫-୨୬ ଆର୍ଥିକ ବର୍ଷରେ ନନ୍ଦନକାନନକୁ ରେକର୍ଡ ସଂଖ୍ୟକ ୩୯,୭୬,୬୧୫ ଜଣ ପର୍ଯ୍ୟଟକ ଆସିଥିବା ବେଳେ ସମୁଦାୟ ୨୬.୩୧ କୋଟି ଟଙ୍କାର ରାଜସ୍ୱ ଆଦାୟ କରାଯାଇପାରିଛି।ଯାହାକି ଏକ ଇତିହାସ ସୃଷ୍ଟି କରିଛି।ରେ ସର୍ବାଧିକ।ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ୩୭,୯୬,୩୪୧ ଜଣ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ୧,୮୦,୨୭୪ ଜଣ ପର୍ଯ୍ୟଟକ ପରିଭ୍ରମଣରେ ଆସିଥିଲେ।ଏହି ଆର୍ଥିକ ବର୍ଷରେ ଆସିଥିବା ପର୍ଯ୍ୟଟକ ମଧ୍ୟରେ୩୩,୪୮,୯୩୩ […]
ଭୁବନେଶ୍ୱର,୩୧।୩(ଏସଏସନିଉଜ) ପ୍ରାଣୀ ଉଦ୍ୟାନ ନନ୍ଦନକାନନ ଖୋଲିବା ଓ ବନ୍ଦ ହେବା ସମୟର ପରିବର୍ତ୍ତନ ହୋଇଛି।ନନ୍ଦନକାନନ ପ୍ରାଣୀଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ରାଜ୍ୟ ତଥା ରାଜ୍ୟ ବାହାରୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ପ୍ରବେଶ ସମୟରେ ପରିବର୍ତନ କରାଯାଇଛି। ପ୍ରତିବର୍ଷ ଭଳି ଗ୍ରୀଷ୍ମଋତୁ ସାଙ୍ଗକୁ ଦିନ ବଡ ଯୋଗୁଁ ନନ୍ଦନକାନନ ପ୍ରାଣୀଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନ ଏପ୍ରିଲ ୧ ରୁ ସେପ୍ଟେମ୍ବର ୩୦ ଯାଏ ସକାଳ ୭.୩୦ରେ ଖୋଲି ସନ୍ଧ୍ୟା ୫.୩୦ଟାରେ ବନ୍ଦ ହେବ ବୋଲି […]
ଭୁବନେଶ୍ୱର,୩୧।୩(ଏସଏସନିଉଜ)ଏପ୍ରିଲ ୨ ତାରିଖରୁ ଜୋରଦାର ହେବ ପିୟୁସିସି ଯାଞ୍ଚ। ପୂର୍ବରୁ ପ୍ରଦୂଷଣ ସାର୍ଟିଫିକେଟ ଯାଞ୍ଚ ଏପ୍ରିଲ ପହିଲା ଯାଏଁ କୋହଳ ଥିଲା। ଏବେ ୨ ତାରିଖରୁ ଯାଞ୍ଚକୁ କଡ଼ାକଡ଼ି କରାଯିବ। ଅମାନିଆ ଗାଡ଼ି ଚାଳକଙ୍କୁ ସାବାଡ଼ କରିବାକୁ ଏନଫୋର୍ସମେଣ୍ଟ ଉପରେ ଗୁରୁତ୍ବ ଦିଆଯାଇଛି ବୋଲି ଜଣାଯାଇଛି।