Browsing author

SATYA SANDHANA DESK

କଣ୍ଟାବାଞ୍ଜି ଓ ଭୁବନ ୧୨ଘଣ୍ଟିଆ ବନ୍ଦ

ବଲାଙ୍ଗୀର,୨୨ା୮(ଏସଏସନିଉଜ) କଣ୍ଟାବାଞ୍ଜିକୁ ଜିଲ୍ଲାମାନ୍ୟତା ଦାବିନେଇ ଜିଲ୍ଲାସଙ୍ଘର୍ଷସମିତିର ଆହ୍ବାନକ୍ରମେ ୧୨ଘଣ୍ଟିଆ କଣ୍ଟାବାଞ୍ଜିବନ୍ଦ ଡାକରା ଦିଆଯାଇଛି। ଆଜିର ଏହି ବନ୍ଦରେ ସମସ୍ତ ବ୍ୟାବସାୟିକ ପ୍ରତିଷ୍ଠାନ, ଦୋକାନ ବଜାର, ସ୍କୁଲ କଲେଜ, ସରକାରୀକାର୍ଯ୍ୟାଳୟ ବନ୍ଦ ରହିବାସହ ଯାନବାହନ ଚଳାଚଳ ବନ୍ଦରହିଛି। ଇନ୍ଦିରାଛକ ନିକଟର ସମିତିରକର୍ମକର୍ତ୍ତାମାନେ ରାସ୍ତଉପରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହି ବନ୍ଦ ଡାକରାରେ ସହରର ୪୦ରୁ ଅଧିକ ସଂଗଠନ ସାମିଲ ହୋଇଛନ୍ତି। ସେହିଭଳିଭାବେ କାମାକ୍ଷାନଗର ବିଜେପିପକ୍ଷରୁ ପାନୀୟ ଜଳ, ରାସ୍ତା ସହ ଡାକ୍ତର ଓ ଶିକ୍ଷକ ନିଯୁକ୍ତି ଆଦି୧୨ଦଫାଦାବି ନେଇ […]

ଆସନ୍ତାକାଲି ଶ୍ରୀଜିଉଙ୍କ ୪ଘଣ୍ଟା ସାଧାରଣଦର୍ଶନ ବନ୍ଦ

ପୁରୀ,୨୨ା୮(ଏସଏସନିଉଜ)ଶ୍ରୀଜିଉଙ୍କ ବନକଲାଗି ନୀତି ପାଇଁ ଆସନ୍ତାକାଲି ଅର୍ଥାତ ବୁଧବାର ସନ୍ଧ୍ୟା୬ଟାରୁ ରାତି୧୦ଟା ଯାଏଁ ୪ ଘଣ୍ଟା ପାଇଁ ସାଧାରଣଦର୍ଶନ ବନ୍ଦ ରହିବ ଓ ରାତି୧୦ଟାପରେ ଦର୍ଶନ ସ୍ବାଭାବିକ ହେବ ବୋଲି ଶ୍ରୀମନ୍ଦିରପ୍ରଶାସନ ପକ୍ଷରୁ ସୂଚନାଦିଆଯାଇଛି। ୨୩ ତାରିଖ ବୁଧବାର ଶ୍ରାବଣ-ଶୁକ୍ଳ ସପ୍ତମୀତିଥି ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। । ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ସନ୍ଧ୍ୟା ଘ. ୬.୦୦ ଟିକାରୁ ରାତ୍ର ଘ. ୧୦.୦୦ ଟିକା ପର‌୍ୟ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ

ଆଜିର ରାଶିଫଳ

୨୦୨୩ମସିହା ଅଗଷ୍ଟମାସ ୨୨ତାରିଖ ମଙ୍ଗଳବାର। ଶ୍ରୀ କଳ୍କୀ ଅବତାରଜୟନ୍ତୀ, ସ୍କନ୍ଧଷଷ୍ଠୀ, ମଙ୍ଗଳ ଗୌରୀବ୍ରତ,ସୁର୍ଯ୍ୟୋଦୟ- ପ୍ରାତଃଘ୫/୩୨/୧୧, ସୂର୍ଯ୍ୟାସ୍ତ-ଘ୬/୭/୭,ଶ୍ରାବଣମାସ,ଶୁଦ୍ଧ ଶୁକ୍ଳପକ୍ଷ, ଭୌମବାସ,ତିଥି- ଷଷ୍ଠୀ ରାତ୍ରି ଘ୨/୫୭ମି ପର୍ଯ୍ୟନ୍ତ ତଦନ୍ତେ ସପ୍ତମୀ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପଶ୍ଚିମ ଦିଗରେ, ରାତ୍ରି ଘ୨/୫୭ମି ପରେ ବାୟବ୍ୟ କୋଣରେ। ଅଗନ୍ତବ୍ୟତିଥି ଓ ମଙ୍ଗଳବାର ଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।ଘାତଚନ୍ଦ୍ର–ଘାତଚନ୍ଦ୍ର ନାହିଁ।ଘାତବାର–ମକରରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଷଷ୍ଠୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ନିମ୍ବଭକ୍ଷଣ ନିଷେଧ।ଅଶୁଭବେଳା- ବାରବେଳା ଦିବା ଘ୭/୯ମି ରୁ ଘ୮/୩୮ମି ପର୍ଯ୍ୟନ୍ତ। କାଳବେଳା ଦିବା […]

ଶବ ପୋତିବାବେଳେ ଧରିଲା ପୋଲିସ

ବଲାଙ୍ଗିର,୨୧।୮(ଏସଏସ ନିଉଜ)ବୋହୂର ଗଳିତ ମୃତଦେହ ପୋତିବା ବେଳେ ଧରିଲା ପୋଲିସ। ଲୋଇସିଙ୍ଗା ଥାନା ଚମାରପଡ଼ାଗାଁ ନାଳ ନିକଟରେ ପୋତୁଥିବାବେଳେ ପହଁଚିଲା ପୋଲିସ।ବୋହୂର ସନ୍ଦେହଜନକ ମୃତ୍ୟୁ ପରେ ଗଳିତ ଶବ ପୋତୁଥିଲେ ପରିବାର।ଅଧାପୋତା ବେଳେ ପୋଲିସ ସହ ପହଞ୍ଚିଲେ ବାପଘର ଲୋକେ। ଝିଅକୁ ହତ୍ୟାପରେ ଶବ ପୋତୁଥିବା ବାପ ଘର ଲୋକଙ୍କ ଅଭିଯୋଗ କରିଛନ୍ତି।

ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ବ୍ରହ୍ମପୁର,୨୧।୮(ଏସଏସ ନିଉଜ) ଏସପି ଅଫିସ ଆଗରେ ଜଣେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।ଆତ୍ମହତ୍ୟା ଉଦ୍ୟମ ବେଳେ ଯୁବକଙ୍କୁ କାବୁ କରିଛି ପୋଲିସ।ଏହାସହ କିରୋସିନ୍ ବୋତଲ ଜବତ କରିଛି ପୋଲିସ।ଏହାପରେ ବୈଦନାଥପୁର ଥାନାରେ ଯୁବକକୁ ଅଟକ ରଖିଛି ପୋଲିସ।ଯୁବକଙ୍କ ପରିଚୟ ମିଳିନଥବା ବବଳେ ଆତ୍ମହତ୍ୟା ଉଦ୍ୟମର କାରଣ ଅସ୍ପଷ୍ଟ ଥିବାର ଜଣାପଡିଛି।

ବିଡିଓଙ୍କ ନାଁରେ ଅଭିଯୋଗ!

ଖୋର୍ଦ୍ଧା,୨୧।୮(ଏସଏସନିଉଜ) ବୋଲଗଡ଼ ବିଡିଓଙ୍କ ନାଁରେ ଅସଦାଚରଣ ଅଭିଯୋଗ ଆସିଛି।ବିଡିଓଙ୍କ ନାଁରେ ବୋଲଗଡ଼ ଆଞ୍ଚଳିକ ମହାସଂଘ ମହିଳାଙ୍କ ଅଭିଯୋଗ କରିଛନ୍ତି ।ମହିଳାମାନେ ବ୍ଲକଅଫିସରେ ତାଲାପକାଇବା ସହ ଅଫିସଆଗରେ ଧାରଣାରେ ବସିଥିବାର ଜଣାପଡିଛି ।.ପିସି ନଦେଲେ କାମ ହେବନି ବୋଲି ବିଡିଓ କହୁଥିବାର ମହିଳାମାନେ ଅଭିଯୋଗ.କରିଥିବାବେଳେ ଅନ୍ୟପଟେ ବିଡିଓଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।  

ଘରେ ପଶି ମହିଳାଙ୍କୁ ହତ୍ୟା

ପୁରୀ, ୨୧।୮(ଏସଏସନିଉଜ) ଘରେପଶି ମହିଳାଙ୍କୁମାରଣାସ୍ତ୍ରରେ ଆକ୍ରମଣକରି ବୀଭତ୍ସ ହତ୍ୟା କରାଯାଇଛି ।ଚନ୍ଦନପୁର ଥାନା ଭାଇଲିପୁର ପଞ୍ଚାୟତର ରୁଆଗାଁରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ।ମୃତମହିଳା ସେହିଗାଁର ସସ୍ମିତାବରାଳ ବୋଲି ଜଣାପଡ଼ିଛିାନିଶା କାରବାରରୁ ହତ୍ୟା ହୋଇଥିବା ସାଧାରଣରେ ସନ୍ଦେହ କରାଯାଉଛି ।ଖବରପାଇ ପୋଲିସ ଘଟଣାସ୍ଥଳରେ ପହଁଚି ମୃତଦେହକୁ ଜବତ କରିବାସହ ତଦନ୍ତ ଆରମ୍ କରିଛି ।

ଏସିଆକପ ପାଇଁ ଭାରତୀୟଦଳ ଘୋଷଣା

ଭୁବନେଶ୍ୱର, ୨୧।୮(ଏସଏସନିଉଜ) ଏସିଆ କପ ୨୦୨୩ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ବିସିସିଆଇ ଚୟନକର୍ତ୍ତାମାନେ ଟୁର୍ଣ୍ଣାମେଣ୍ଟପାଇଁ ଏକ ୧୭ଜଣିଆ ଦଳ ଘୋଷଣା କରିଛନ୍ତି।ଏଥର ରୋହିତ ଶର୍ମାଙ୍କ ନେତୃତ୍ୱରେ ଦଳ ଏସିଆକପ୍ ଖେଳିବାତିଲକ ବର୍ମା ପ୍ରଥମ ଥର ପାଇଁ ଦିନିକିଆ ଦଳରେ ସ୍ଥାନ ପାଇବାସହ ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ବିରାଟ କୋହଲି, କେଏଲ୍ ରାହୁଲ (ୱିକେଟ କିପର), ଶ୍ରେୟସ ଆୟର, ରବୀନ୍ଦ୍ର ଜାଦେଜା, ଯଶପ୍ରୀତ ବୁମରା, ମହମ୍ମଦ ସାମି, […]

ସିରିଜ ଦୁର୍ଘଟଣାରେ ୨ ମୃତ

ଯାଜପୁର, ୨୧।୮(ଏସଏସନିଉଜ) ଯାଜପୁର ଜିଲ୍ଲା କୁଆଖିଆ ଥାନା ଏନଏଚ୍ ୧୬ ମୂଳାପାଳ ନିକଟରେ ହୋଇଥିବା ସିରିଜ୍ ଦୁର୍ଘଟଣାରେ ୨ଜଣ ମୃତ୍ୟୁବରଣ କରିଥିବାବେଳେ ୨ଜଣ ଆହତ ହୋଇଛନ୍ତି। ଡ଼ମ୍ଫରଗାଡିକୁ ଏକଟ୍ରକ ଧକ୍କା ଦେବାପରେ ଭାରସାମ୍ୟ ହରାଇ ରାସ୍ତା ତଳେ କାମହେଉଥିବା ଏକ କ୍ୟାମ୍ପରଗାଡିକୁ ଧକ୍କା ଦେଇଥିଲା। ଫଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହାତ ହୋଇଥିବା ଜଣାପଡ଼ିଛି। ମୃତକଙ୍କ ପରିଚୟ ମିଳି ନଥିବା ବେଳେ ଆହତଙ୍କୁ ପୁଲିସ ଉଦ୍ଧାର କରି ମଧୁବନ ମେଡିକାଲ ପଠାଇଛି। […]

ପ୍ରସ୍ତାବଦେବେ ପିସିସିସଭାପତି

ଭୁବନେଶ୍ୱର, ୨୧।୮(ଏସଏସନିଉଜ) ଓଡ଼ିଶାକଂଗ୍ରେସକୁ ଏଆଇସିସିର ଅଣଦେଖାକୁନେଇ ଅସନ୍ତୋଷ ଦେଖାଦେଇଛି ।ଗତକାଲି ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ୩୯ ଜଣିଆ ନୂଆ ୱାର୍କିଂକମିଟି ଗଠନକରିଥିବାବେଳେ ଏଥିରେ ରାଜ୍ୟ କଂଗ୍ରେସର କାହାକୁ ସ୍ଥାନ ମିଳିନାହିଁ ।କେବଳ ଭକ୍ତଚରଣ ଦାସଙ୍କୁ ସିଡବ୍ଲ୍ୟୁସିରେ ଇନଚାର୍ଜ ଭାବେ ସ୍ଥାନମିଳିଛି। ଯାହାକୁନେଇ ରାଜ୍ୟ କଂଗ୍ରେସରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଓଡ଼ିଶାର ଦୁଇ ତିନିଜଣଙ୍କୁ ସ୍ଥାନଦେବାକୁ ଦିଲ୍ଲୀଯାଇ ଖଡ଼ଗେଙ୍କୁ ପ୍ରସ୍ତାବ ଦେବେବୋଲି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ।ଅନ୍ୟପଟେ ରାହୁଲଗାନ୍ଧୀ ଓ ଖଡ଼ଗେଙ୍କୁ ଚିଠି […]