Browsing author

SATYA SANDHANA DESK

କାଲି ଥାନାରୁ ଫେରାରହେଲା, ଆଜି ମହାନଦୀରୁ ମିଳିଲା

କଟକ, ୨୨ା୭(ଏସଏସନିଉଜ) ଗତକାଲି କ୍ୟାଣ୍ଟନମେଣ୍ଟ ପୁଲିସ ହେପାଜତରୁ ଫେରାର ହୋଇଥିବା ଶଙ୍କର୍ଷଣ ବେହେରା ଓରଫ ବବୁଲର ମୃତଦେହକୁ ଯୋବ୍ରା ନିକଟରେ ଭାସୁଥିବାବେଳେ ଉଦ୍ଧାର କରାଯାଇଛି । ଭୁବନେଶ୍ବରରେ ଫାଷ୍ଟଫୁଡ୍ ବ୍ୟବସାୟ କରୁଥିବା ଶଙ୍କର୍ଷଣକୁ ବିଡ଼ାନାସୀ ପୁଲିସ ୧୯ ତାରିଖ ସକାଳେ ଏକ ଚୋରି ମାମଲାରେ ଘରୁ ଉଠାଇନେଇ ତାନିକଟରୁ ଏଲ୍‌ସିଡି ଟିଭି ଓ ଗ୍ୟାସ୍ ସିଲିଣ୍ଡର ଜବତକରି ତାକୁ ଅଟକ ରଖିଥିଲା । ଭୋରସମୟରେ ସେ ପୁଲିସକର୍ମଚାରୀଙ୍କୁ ଧକ୍କାଦେଇ ଫେରାର ହୋଇଆସି ମହାନଦୀକୁ ଡେଇଁପଡ଼ିଥିଲାା ଅଗ୍ନିଶମ ବିଭାଗର […]

ମାଲକାନଗିରିରେ ବନ୍ୟା

ମାଲକାନଗିରି ,୨୨ା୭(ଏସଏସନିଉଜ) ଲଗାଣ ବର୍ଷା ଯୋଗୁଁ ମାଲକାନଗିରିଜିଲ୍ଲା ସୀମାନ୍ତ ଆନ୍ଧ୍ରପ୍ରଦେଶର କୋଇଗୁରୁଗାଁ ନିକଟରେ ୩୨୬ନମ୍ବର ଜାତୀୟ ରାଜପଥ ଉପରେ ବନ୍ୟାଜଳ ପ୍ରବାହିତ ହେବାରୁ ଓଡିଶାରୁ ମୋଟୁଦେଇ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାକୁ ଯାତାୟତ ବିଚ୍ଛିନ୍ନ ହୋଇଛି। ଯାହାଫଳରେ ବହୁଯାତ୍ରୀବାହୀ ଓ ମାଲଗାଡିଗୁଡିକ ଅଟକି ରହିଛି। କୋଇଗୁରୁଗାଁ ନିକଟ ନଦୀରଜଳସ୍ତର ବଢି ରାସ୍ତାଉପରେ ୨ ଫୁଟ ଉପରେ ପାଣି ଚାଲୁଛି ।ସବୁଆଡେ ଜଳମଗ୍ନ ହୋଇ ରାସ୍ତାଘାଟ ଠିକଭାବେ ଦେଖାଯାଉନାହିଁ। ତିନିଦିନଧରି ଲଗାତାର ବର୍ଷା ଲାଗିରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତହୋଇପଡିଛି। ଲଗାଣବର୍ଷା ଯୋଗୁଁ […]

ଗଞ୍ଜାମରୁ ଅପହୃତ , ବିଶାଖାପାଟଣାରୁ ଉଦ୍ଧାର

ବ୍ରହ୍ମପୁର,୨୨ା୭(ଏସଏସନିଉଜ) ବନ୍ଧୁକମୁନରେ ୨ବ୍ୟବସାୟୀଭାଇଙ୍କୁ ଗତକାଲି ରାତିରେ ଅପହରଣ କରାଯାଇଥିବାବେଳେ ବିଶାଖାପାଟଣାର ଏକ ହୋଟେଲରୁ ପୁଲିସ ତାଙ୍କୁ ଆଜି ଉଦ୍ଧାର କରିଛିାତେବେ ଅପହରଣର ପକୃତକାରଣ ଅଦ୍ୟାବଧି ଜଣାପଡିନଥିବାବେଳେ କର୍ଣ୍ଣାଟକ ବେଙ୍ଗାଲୁରୁର ଅପହରଣ କାରୀମାନେ ହୋଇଥିବାର ସୂଚନା ମିଳିଛି । ଗଞ୍ଜାମଥାନାଅଧୀନ ପୁଇଁତୋଳଛକରେ କୃଷ୍ଣଚନ୍ଦ୍ର ସାହୁ ଓ ପଞ୍ଚାନନ ସାହୁଙ୍କର ଏକ ଭେରାଇଟ୍ ଷ୍ଟୋର ଅଛି ।ଗତକାଲିରାତିରେ ଉଭୟ ଭାଇ ଦୋକାନରେ ଥିବାବେଳେ କାରରେ କିଛି ଦୁର୍ବୁତଆସି ମୁଣ୍ଡରେ ବନ୍ଧୁକ ଲଗାଇ ଅପହରଣ କରିନେଇଥିଲେ ।  

ଆଜିର ରାଶିଫଳ

୨୦୨୩ମସିହା ଜୁଲାଇମାସ ୨୨ତାରିଖ ଶନିବାର।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୨୨/୧୫ ,ସୂର୍ଯ୍ୟାସ୍ତ- ଘ୬/୨୩/୩୭ ,ଶ୍ରାବଣମାସ ,ତିଥି- ଚତୁର୍ଥୀ ଦିବା ଘ୯/୩୭ମି ପର୍ଯ୍ୟନ୍ତ ତଦନ୍ତେ ପଞ୍ଚମୀ ।ଘାତଚନ୍ଦ୍ର–କର୍କଟ ଓ ମକରରାଶିର ଏବଂ ରାତ୍ରି ଘ୧୨/୩୪ମି ପରେ ବୃଷରାଶିର ଘାତଚନ୍ଦ୍ର।ଘାତବାର–ବୃଷ, ସିଂହ ଓ କନ୍ୟା ରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ।ଏହି ମଳ ଶୁକ୍ଳ ଓ କୃଷ୍ଣପକ୍ଷ ମଳମାସରେ ମୃତ ବ୍ୟକ୍ତିଙ୍କର ଶ୍ରାଦ୍ଧ କରଣୀୟ।ନିଷିଦ୍ଧଖାଦ୍ୟ- ମୂଳା, ଦିବା ଘ୯/୩୭ମି ପରେ ବେଲ ଭକ୍ଷଣ ନିଷେଧ।ଅଶୁଭବେଳା-କାଳବେଳା ପ୍ରାତଃ ରୁ ଦିବା ଘ୭/୧ମି ମଧ୍ୟେ, […]

ତମାଖୁମୁକ୍ତ ଶିକ୍ଷାନୁଷ୍ଠାନ ପାଇଁ ସଚେତନତା

ବାରଙ୍ଗ,୨୧ା୭ (ଏସଏସନିଉଜ) ବାରଙ୍ଗ ସ୍ଥିତ ଝୁନଝୁନୱାଲା ବିଦ୍ୟାପୀଠରେ ଦାଢ଼ାପାଟଣା ସ୍ଵାସ୍ଥ୍ୟ ଉପକେନ୍ଦ୍ର ପକ୍ଷରୁ ତମାଖୁମୁକ୍ତ ଶିକ୍ଷାନୁଷ୍ଠାନ ସଚେତନତା କାର‌୍ୟ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି।ଏହି କାର‌୍ୟ୍ୟକ୍ରମରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ତମାଖୁ ବର୍ଜନ ଶପଥପାଠ କରାଯିବା ସହ ଧୁମ୍ରଯୁକ୍ତ ତମାଖୁ ଏବଂ ଧୁମ୍ରବିହୀନ ତମଖୁ ସେବନ ଠାରୁ ଦୁରେଇ ରହିବା ପାଇଁ ପ୍ଲା କାର୍ଡ ଏବଂ ଶ୍ରେଣୀ ଗୃହରେ ସ୍ମାର୍ଟ ବୋର୍ଡ ମାଧ୍ୟମରେ ସଚେତନତା କରାଯାଇଥିଲା।ଏହାସହ ବିଦ୍ୟାଳୟ ପରିସରରେ ଏକ ରାଲି ମଧ୍ୟ ଆୟୋଜନ କରାଯାଇଥିଲା।ଏହି କାର‌୍ୟ୍ୟକ୍ରମରେ ମହିଳା […]

ସତର୍କକଲେ ହୀରାକୁଦ ଡ୍ୟାମକର୍ତ୍ତୃପକ୍ଷ

ହୀରାକୁଦ ,୨୧ା୭(ଏସଏସନିଉଜ) ହୀରାକୁଦର ଜଳସ୍ତର ବଢିବାରେ ଲାଗିଛି । ଏବେ ଜଳଭଣ୍ଡାରର ଜଳସ୍ତର ୬୧୩ ଫୁଟ ରହିଥିବାବେଳେ ୧ ଲକ୍ଷ ୪୦ ହଜାର ୫୭୫ କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ୪୦ ହଜାର ୨୭୦ କ୍ୟୁସେକ ଜଳ ନିଷ୍କାସିତ ହେଉଛି ।ତେବେଜୁଲାଇ ୨୩ରେ ହୀରାକୁଦରୁ ପ୍ରଥମ ବନ୍ୟାଜଳ ଛାଡ଼ିବାନେଇ ହୀରାକୁଦ ସତର୍କ କରାଇଛନ୍ତି ଡ୍ୟାମ୍ କର୍ତ୍ତୃପକ୍ଷ ।ସମ୍ବଲପୁର, ହୀରାକୁଦ ଓ ବୁର୍ଲାରେ ମାଇକଯୋଗେ କରିଛନ୍ତି ସତର୍କ ।ବନ୍ୟା ଜଳ ଛାଡ଼ିବାବେଳେ ମହାନଦୀ ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି […]

ପିଏସଓଙ୍କୁ ଠେଲାପେଲା

କୋଣାର୍କ, ୨୧ା୭(ଏସଏସନିଉଜ) ନିମାପଡ଼ାବିଧାୟକ ସମୀରଦାଶଙ୍କ ପିଏସଓଙ୍କୁ ସାଧାରଣଲୋକ ଠେଲାପେଲା କରିଥିବାର ଜଣାପଡିଛି । ସମୀରଙ୍କୁ ଲୋକ ବିରୋଧ କରୁଥିଲା ବେଳେ ପିଏସ୍‌ଓ ଅଟକାଇବାରୁ ତାଙ୍କୁ ଲୋକମାନେ ଠେଲାପେଲା କରିଥିଲେ ।ରାସ୍ତାକାମ ଶିଳାନ୍ୟାସକାର୍ଯ୍ୟକ୍ରମକୁ ଯାଇଥିବା ସମୀରଙ୍କୁ ବିରୋଧ କରାଯାଇଥିବାର ଜଣାପଡିଛି ।ରାସ୍ତା ନିର୍ମାଣସ୍ଥଳକୁ ନେଇ ବିରୋଧକରିଥିଲେ ଚକରଡ଼ାଗାଁ ଲୋକେ ।

ପେଟ୍ରୋଲ ପମ୍ପରେ ହାତୀ

ସମ୍ବଲପୁର ,୨୧ା୭(ଏସଏସନିଉଜ)ସମ୍ବଲପୁର ଜୁଯୁମୁରାବ୍ଲକ ଝଙ୍କାରପାଲିପଞ୍ଚାୟତର ଭବାନୀପାଲି ପେଟ୍ରୋଲପମ୍ପରେ ପଶିଛି ହାତୀ ।ହାତିଟି କାହାରକିଛି କ୍ଷତି ନକରି ଫେରିଯାଇଛି ।ହାତିଟି ପେଟ୍ରୋଲପମ୍ପରେ ପଶିଥିବାବେଳେ ସିସିଟିଭିରେ କଏଦ ହୋଇଛି ଦୃଶ୍ୟ ।ହଠାତ ହାତୀଟି ପଶିଆସିଥିବାରୁ କର୍ମଚାରୀମାନଙ୍କଠାରୁ ଆରମ୍ଭ କରି ତେଲପକାଇବାକୁଆସିଥିବା ଲୋକମାନଙ୍କ ମଦ୍ୟରେ ଭୟସୃଷ୍ଟି ହୋଇଯାଇଥିଲା ।ପେଟ୍ରୋଲପମ୍ପ କର୍ମଚାରୀମାନଙ୍କଠାରୁ ଖବରାପାଇ ବନବିଭାଗ ଘଟଣାସ୍ଥଳରେ ପହଚିଥିଲା ।ତେବେ ହାତିଟିକୁ ଘଉଡାଇବାପାଇଁ ବନବିଭାଗକୁ ନୟାନ୍ତ ହେବାକୁ ପଡିଛି ।

ଆଜିର ରାଶିଫଳ

୨୦୨୩ମସିହା ଜୁଲାଇମାସ ୨୧ତାରିଖ ଶୁକ୍ରବାର।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୨୧/୫୩,ସୂର୍ଯ୍ୟାସ୍ତ- ଘ୬/୨୩/୫୩,ଶ୍ରାବଣମାସ,ଚାନ୍ଦ୍ରମଳ ଶୁକ୍ଳପକ୍ଷ,ଭୃଗୁ ବାସ,ତିଥି- ତୃତୀୟା ମଳ ଦିବା ଘ୭/୭ମି ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଥୀ ,ଘାତଚନ୍ଦ୍ର–କର୍କଟ ଓ ମକରରାଶିର ଘାତଚନ୍ଦ୍ର,ଘାତବାର–ବିଛା, ଧନୁ ଓ ମୀନରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ।ଏହି ମଳ ଶୁକ୍ଳ ଓ କୃଷ୍ଣ ପକ୍ଷ ମଳ ମାସରେ ମୃତବ୍ୟକ୍ତିଙ୍କର ଶ୍ରାଦ୍ଧ କରଣୀୟ।ନିଷିଦ୍ଧଖାଦ୍ୟ- ପଟୋଳ, ଦିବା ଘ୭/୭ମି ପରେ ମୂଳାଭକ୍ଷଣ ନିଷେଧ।ଅଶୁଭବେଳା-ବାର ଓ କାଳବେଳା ଦିବା ଘ୮/୩୮ମି ରୁ ଘ୧୧/୫୩ମି ପର୍ଯ୍ୟନ୍ତ,କାଳରାତ୍ରି ରାତ୍ରି ଘ୯/୮ମି ରୁ ଘ୧୦/୩୦ମି […]

ଡ୍ରାଇଭର ନଥାଇ ମାଡ଼ିଗଲା ଗାଡ଼ି

ଭୁବନେଶ୍ୱର,୨୦।୭(ଏସଏସନିଉଜ)ଡ୍ରାଇଭର ନଥାଇ ମାଡ଼ିଗଲା ଗାଡ଼ି।ଯାହାଫଳରର ୬ଜଣ ଆହତ ହୋଇଥିବାର ଜଣାପଡିଛି।ଡ୍ରାଇଭରଙ୍କ ଅନୁପସ୍ଥିତିରେ ଗାଡ଼ିର ଚାବି ମୋଡ଼ିଦେଇଥିଲା ନାବାଳକ। ଗାଡିଷ୍ଟାର୍ଟ ହୋଇ ଏକ ବାଇକକୁ ଧକ୍କା ଦେଇ କାନ୍ଥରେ ପିଟି ହୋଇଯାଇଥିଲା। ଧକ୍କାରେ ବାଇକ୍ ଆରୋହୀ ସହ ଯାତ୍ରୀବାହୀ ଗାଡ଼ିର ୬ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୨ ଜଣ ଗୁରୁତର ଆହତ ହୋଇ ବାଲେଶ୍ୱର ମେଡିକାଲରେ ଭର୍ତି ହୋଇଛନ୍ତି।