ନନ୍ଦନକାନନରେ ୨ସମ୍ବରଶାବକ ଜନ୍ମ
ବାରଙ୍ଗ,୨୦।୮(ଏସଏସନିଉଜ) ନନ୍ଦନକାନନ ପ୍ରାଣୀଉଦ୍ୟାନର ୩୯ନମ୍ବର ଏନ କ୍ଲୋଜରରେ ରହୁଥିବା ବୟସ୍କ ମାଈ ସମ୍ବର ରବିବାର ୨ଶାବକକୁ ଜନ୍ମ ଦେଇଛି। ଏହି ଶାବକ ଦୁଇଟି ଜନ୍ମହେବା ପରେ ମା\’ ଓ ଛୁଆ ସୁସ୍ଥଥିବା ବେଳେ ସେମାନଙ୍କ ସଂଖ୍ୟା ୧୦କୁ ବୃଦ୍ଧିପାଇଛି।ତେବେ ନବଜାତ ୨ ଶାବକର ଲିଙ୍ଗଚିହ୍ନଟ ହୋଇନାହିଁ।ଏହିପ୍ରଜାତିର ସମ୍ବର ଭାରତର ସର୍ବତ୍ର ପାହାଡିଆ ଜଙ୍ଗଲରେ ବିଶେଷ ଭାବେ ଦେଖାଦିଅନ୍ତି।ଏମାନେ ଭାରତରେ ଦେଖାଯାଉଥିବା ସମସ୍ତ ପ୍ରଜାତିର ହରିଣମାନଙ୍କ ମଧ୍ୟରେ ସର୍ବବୃହତ ଜୀବ ଭାବରେ ପରିଚିତ।ଶୀତଋତୁ ମଧ୍ୟଭାଗରେ ସଙ୍ଗମ କରି ବର୍ଷାଋତୁ […]