ନନ୍ଦନକାନନରେ ୨ସମ୍ବରଶାବକ ଜନ୍ମ

ବାରଙ୍ଗ,୨୦।୮(ଏସଏସନିଉଜ) ନନ୍ଦନକାନନ ପ୍ରାଣୀଉଦ୍ୟାନର ୩୯ନମ୍ବର ଏନ କ୍ଲୋଜରରେ ରହୁଥିବା ବୟସ୍କ ମାଈ ସମ୍ବର ରବିବାର ୨ଶାବକକୁ ଜନ୍ମ ଦେଇଛି। ଏହି ଶାବକ ଦୁଇଟି ଜନ୍ମହେବା ପରେ ମା\’ ଓ ଛୁଆ ସୁସ୍ଥଥିବା ବେଳେ ସେମାନଙ୍କ ସଂଖ୍ୟା ୧୦କୁ ବୃଦ୍ଧିପାଇଛି।ତେବେ ନବଜାତ ୨ ଶାବକର ଲିଙ୍ଗଚିହ୍ନଟ ହୋଇନାହିଁ।ଏହିପ୍ରଜାତିର ସମ୍ବର ଭାରତର ସର୍ବତ୍ର ପାହାଡିଆ ଜଙ୍ଗଲରେ ବିଶେଷ ଭାବେ ଦେଖାଦିଅନ୍ତି।ଏମାନେ ଭାରତରେ ଦେଖାଯାଉଥିବା ସମସ୍ତ ପ୍ରଜାତିର ହରିଣମାନଙ୍କ ମଧ୍ୟରେ ସର୍ବବୃହତ ଜୀବ ଭାବରେ ପରିଚିତ।ଶୀତଋତୁ ମଧ୍ୟଭାଗରେ ସଙ୍ଗମ କରି ବର୍ଷାଋତୁ ପ୍ରାରମ୍ଭରେ ମାଈ ସମ୍ବରମାନେ ଶାବକ ଜନ୍ମ କରିଥାନ୍ତି।

Comments (0)
Add Comment