Browsing author

SATYA SANDHANA DESK

ସ୍ତ୍ରୀକୁ ଟାଙ୍ଗିଆରେହାଣି ହତ୍ୟାକଲା ସ୍ୱାମୀ

ଜଳେଶ୍ବର, ୧୮ା୭(ଏସଏସନିଉଜ)ପାରିବାରିକ କଳହର କରୁଣପରିଣତି ଯୋଗୁ ସ୍ଵାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ୍ୟୁବରଣ କରିଛି ।ଏହିଭଳି ଘଟଣା ଜଳେଶ୍ୱର ଥାନା ଅନ୍ତର୍ଗତ ପଶ୍ଚିମବାଡ଼ ପଞ୍ଚାୟତର ଦେବକୁମାର ଗ୍ରାମରେ ଘଟିଛି । ଗତ ୧୦ବର୍ଷତଳେ ଚାଲନ୍ତି ଗ୍ରାମର ଅର୍ଜୁନ ଦଣ୍ଡପାଟ ଦେବକୁମାରଗ୍ରାମର ସୁଜୟ ଦଣ୍ଡପାଟଙ୍କ ଝିଅକୁ ଲିଲିଙ୍କୁ ବିବାହ କରିଥିଲେ ।ଏହାପରେ ଯୌାତୁକଜନିତ ନିର୍ଯ୍ୟାତନା ଦେଇଆସୁଥିଲେ । ଗତକାଲି ବିଳମ୍ବିତ ରାତିରେ ପରିବାର ଲୋକଙ୍କ ଉପସ୍ଥିତିରେ ସ୍ୱାମୀ ଅର୍ଜୁନ ସ୍ତ୍ରୀ ଲିଲିଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବାନେଇ ଥାନାରେ […]

ଏନ୍‌ଏଚ୍‌-୧୬ରେ ଭୁଶୁଡ଼ିଲା ବ୍ରିଜ୍

ଯାଜପୁର , ୧୮ା୭(ଏସଏସନିଉଜ) ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ନିକଟରେ ‌ ଥିବା ଏକ ବ୍ରିକ ଆଜି ଭୋରସମୟରେ ଭୁଶୁଡ଼ି ପଡ଼ିଛି। ପୋଲର କୁଆଖିଆଛକ ଆଡ଼କୁ ଶେଷପିଲାର ଯୋଡ଼ ନିକଟରୁ ଖସିଯାଇଛି। ଯାହାଫଳରେ ବାଲେଶ୍ବର ଓ ଯାଜପୁରରୁ କଟକକୁ ସଂଯୋଗ କରୁଥିବା ରାଜପଥରେ ଯାତାୟତ ବାଧାପ୍ରାପ୍ତ ହୋଇଛି।ଠିକାଦାରର ଖାମଖିଆଲ ମନୋଭାବ ଯୋଗୁ ୧୫ବର୍ଷତଳର ପୁରୁଣା ବ୍ରିଜ ଭୁଶୁଡ଼ି ଯାଇଥିବାନେଇ ସ୍ଥାନୀୟ ଲୋକମାନେ ମତବ୍ୟକ୍ତ କରିବା ସହ ଏହାକୁ ନେଇ ଉତେଜନା ଦେଖାଦେଇଛି । ଭୁଶୁଡ଼ିଲା ବେଳେ କୌଣସି […]

କଣ୍ଟାବାଞ୍ଜିକୁ ଜିଲ୍ଲା ଦାବିନେଇ ୧୨ଘଣ୍ଟିଆ ବନ୍ଦ

କଣ୍ଟାବାଞ୍ଜି, ୧୮ା୭(ଏସଏସନିଉଜ)କଣ୍ଟାବାଞ୍ଜିକୁ ଜିଲ୍ଲାମାନ୍ୟତା ଦାବିନେଇ ୧୨ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ଡାକରା ଜିଲ୍ଲା ସଙ୍ଘର୍ଷସମିତିର ଆହ୍ବାନକ୍ରମେ ଦିଆଯାଇଛି। ଫଳରେ ସମସ୍ତ ବ୍ୟାବସାୟିକ ପ୍ରତିଷ୍ଠାନ, ଦୋକାନ ବଜାର, ସ୍କୁଲ କଲେଜ ସରକାରୀ ଓ କାର୍ଯ୍ୟାଳୟ ସହ ଯାନବାହନ ଚଳାଚଳ ବନ୍ଦ ରହିଛି।ଏଥିରେୁ ସହରର ୨୦ରୁ ଅଧିକ ସଂଗଠନ ସାମିଲ ହୋଇଛନ୍ତି ।ଇନ୍ଦିରାଛକ ନିକଟର ଜିଲ୍ଲାସଙ୍ଘର୍ଷ ସମିତିର କର୍ମକର୍ତ୍ତାମାନେ ରାସ୍ତା ଉପରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ଆଜିର ରାଶିଫଳ

୧୮-୭-୨୦୨୩(ମଙ୍ଗଳବାର)ଅଦ୍ୟକର୍କଟ ଦି୨ନ ଶ୍ରାବଣ ଶୁକ୍ଳପ୍ରତିପଦ ଦ୫୧।୪୫ ରାଘ ୨।୩,ପୁନର୍ବସୁ ଦ୧।୧ ପ୍ରାଘ୫।୪୫, କର୍କଟ ଚନ୍ଦ୍ର ଦ୬୦ ନିଶାନ୍ତ।ଯୋଗିନୀ ପୂର୍ବେ । ରାତ୍ରି ଘ୨।୩ ଗତେ ଯାତ୍ରାଦି ଶୁଭ କର୍ମ ନାସ୍ତି ।ମକରରାଶିର ଘାତବାର ।ଦିବା ଘ୬।୫୯ ଗତେ ଘ୮।୩୭ ମଧ୍ୟେ ବାରବେଳା । ଘ୧।୩୦ ଗତେ ଘ୩।୮ ମଧ୍ୟେ ବାରବେଳା । ରାତ୍ରି ଘ୭।୪୫ ଗତେ ଘ୯।୭ ମଧ୍ୟେ କାଳରାତ୍ରି । ପ୍ରତିପଦାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ । ପାଣିକଖାରୁ ଭକ୍ଷଣ ନିଷେଧ ।ଅମୃତ – ଦିବା […]

ଆଜିର ରାଶିଫଳ

୨୦୨୩ମସିହା ଜୁଲାଇମାସ ୧୭ ତାରିଖ ସୋମବାର।ଦକ୍ଷିଣାୟନ କର୍କଟ ସଂକ୍ରାନ୍ତି, ଶ୍ରୀମନ୍ଦିରରେ ଦକ୍ଷିଣାୟନ ବନ୍ଦାପନା, ଶ୍ରୀମନ୍ଦିରରେ ଓ ଗୃହିଣାଂ ଚିତାଉ ଅମାବାସ୍ୟା, ଶ୍ରୀଜୀଉଙ୍କର ସୁବର୍ଣ୍ଣ ଚିତାଲାଗି, (ଚିତାଉ ଭୋଗ), ଚିତ୍ରକ ପର୍ବ, ଗୋସହସ୍ରୀ ଗଙ୍ଗାସ୍ନାନ, ଅଶ୍ବତ୍ଥ ଛାୟାଜଳେ ସ୍ନାନ, ସୋମ ମହତୀ ସ୍ନାନ, ନଷ୍ଟ ଚନ୍ଦ୍ରୋପ ବାସ ଓ ନିଶାପାଳନ, ଚତୁର୍ମାସ ବ୍ରତାରମ୍ଭ, କାଉଡ଼ି ଭକ୍ତଙ୍କ ଜଳାଭିଷେକ ଯାତ୍ରା, ଅଶୁଦ୍ଧକାଳ ଆରମ୍ଭ।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୨୦/୨୧,ସୂର୍ଯ୍ୟାସ୍ତ- ଘ୬/୨୪/୫୧,ଶ୍ରାବଣ ମାସ, କୃଷ୍ଣପକ୍ଷ,ଚ଼ନ୍ଦ୍ର ବାସ,ତିଥି- ଅମାବାସ୍ୟା ରାତ୍ରି ଘ୧୧/୫୫ମି ପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦ। […]

ଆଜିର ରାଶିଫଳ

୨୦୨୩ ମସିହା ଜୁଲାଇ ମାସ ୧୬ ତାରିଖ ରବିବାର। ମାସାନ୍ତ,ଶିବଚତୁର୍ଦ୍ଦଶ୍ୟୁପବାସ ଓ ବେଢା ପରିକ୍ରମା।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୧୯/୫୯,ସୂର୍ଯ୍ୟାସ୍ତ- ଘ୬/୨୫/୧,ଶ୍ରାବଣ ମାସକୃଷ୍ଣପକ୍ଷ,ଆଦିତ୍ୟ ବାସ,ତିଥି- ଚତୁର୍ଦ୍ଦଶୀ ରାତ୍ରି ଘ୧୦ /୧ମି ପର୍ଯ୍ୟନ୍ତ ତଦନ୍ତେ ଅମାବାସ୍ୟା,ଘାତଚନ୍ଦ୍ର–କନ୍ୟାରାଶିର ଘାତଚନ୍ଦ୍ର, ଘାତବାର –ମେଷ ରାଶିର ଘାତବାର।ସାମ୍ବତ୍ସରିକ ଶ୍ରାଦ୍ଧ–ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ।ନିଷିଦ୍ଧଖାଦ୍ୟ- ବିରି, ରାତ୍ରି ଘ୧୦/୧ମିପରେ ଆମିଷଭକ୍ଷଣ ନିଷେଧ।ଅଶୁଭବେଳା-ବାର ଓ କାଳବେଳା ଦିବା ଘ୧୦/୧୪ମି ରୁ ଘ୧/୨୮ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରି ଘ୧/୧୬ମି ରୁ ଘ୨/୩୯ମିପର୍ଯ୍ୟନ୍ତ,ଶୁଭବେଳା–ଅମୃତ ପ୍ରାତଃ ଘ୬/୫୬ମି ରୁ ଘ୯/୨୦ମି ମଧ୍ୟେ, ଦିବା […]

ଖସିଲା ରାମେଶ୍ୱର ମନ୍ଦିର ଦଧିନଉତି

ଭୁବନେଶ୍ୱର,୧୫ା୭(ଏସଏସନିଉଜ) ପ୍ରଚଣ୍ଡ ଘଡଘଡି ଓ ବିଜୁଳିଶବ୍ଦରେ ରାମେଶ୍ୱର ମନ୍ଦିର ଦଧିନଉତି ୬୦ଫୁଟ୍ ତଳକୁ ଖସିପଡିଛି ଦଧିନଉତି । ଦିନପ୍ରାୟ୧୦ଟା ୧୦ମିନିଟ ସମୟରେ ମନ୍ଦିରରେ ପୁଜା ଚାଲିଥିବାବେଳେ ମନ୍ଦିରର ଦଧିନଉତି ତଳକୁ ଖସି ପଡ଼ିଥିଲା ।ଫଳରେ ପୁଜକମାନଙ୍କଠାରୁ ଆରମ୍ଭ କରି ଭକ୍ତମାନେ ଭୟଭୀତ ହୋଇପଡିଥିଲେ ।ଖବରପାଇ ମନ୍ଦିରରେ ଟେକ୍ନିକାଲଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ମନ୍ଦିରରେ କୌଣସି ଫାଟ ଥାଇପରେ ବୋଲି ଅନୁମାନ କରାଯାଉଛି।

ଆନନ୍ଦବଜାରରେ ଲାଗିବ ଅବଢ଼ା ରେଟଚାର୍ଟ

ପୁରୀ,୧୫ା୭(ଏସଏସନିଉଜ)ଏଣିକି ଶ୍ରୀମନ୍ଦିର ଆନନ୍ଦବଜାରରେ ଲାଗିବ ଅବଢ଼ା ରେଟଚାର୍ଟ।ଏନେଇ ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ରଞ୍ଜନକୁମାରଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୃଙ୍ଖଳା କମିଟି ବୈଠକରେ ବହୁଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଆନନ୍ଦବଜାରରେ ଅଣସୁଆରଙ୍କୁ ଚିହ୍ନଟ କରିବା, ମହାପ୍ରସାଦର ରେଟ୍ ଚାଟ୍ ଲଗାଇବା, ପର‌୍ୟ୍ୟାପ୍ତ ପାନୀୟଜଳ, ହେଲ୍ପଡେସ୍କ ଗଠନ, ଆନନ୍ଦ ସଫେଇ ଓ ସ୍ୱଚ୍ଛତା ପ୍ରତି ଗୁରୁତ୍ୱ, ଜରି କାଢ଼ି ସେଡ୍ ବ୍ୟବସ୍ଥା ସହ ଅନ୍ୟାନ୍ୟ ବିଷୟଉପରେ ଆଲୋଚନା ହୋଇଛି ।ତେବେ ମହାସୁଆର ନିଯୋଗ ପକ୍ଷରୁ କରାଯାଉଥିବା ଦାବୀ ଉପରେ ପ୍ରଶାସନ ଗୁରୁତ୍ୱଦେଇ ଏକ ୧୧ଜଣିଆକୋର୍ […]

ଅଜଣା ଜନ୍ତୁର ଉତ୍ପାତ !

ଢେଙ୍କାନାଳ,୧୫ା୭(ଏସଏସନିଉଜ) ସଦରବ୍ଳକ ଚାଉଳିଆଗ୍ରାମ ପଞ୍ଚାୟତ ଅଞ୍ଚଳରେ ଅଜଣା ଜନ୍ତୁର ଉତ୍ପାତ ଦେଖାଦେଇଛି । ଶୁକ୍ରବାର ରାତିରେ ଆରଦା ଗ୍ରାମରେ ସାଧୁଚରଣରାଉତଙ୍କର ୪୦ଟିମେଣ୍ଢାଙ୍କର ମୃତ୍ୟୁ ହୋଇଛି ।ମେଣ୍ଢା ମାନଙ୍କର ବେକରେ କ୍ଷତଚିହ୍ନ ରହିଥିବାରୁ ଅଜଣାଜନ୍ତୁ ରକ୍ତଶୋଷି ମେଣ୍ଢାମାନଙ୍କୁ ମାରିଦେଇଛି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।ଯାହାକୁନେଇ ଗ୍ରାମରେ ଭୟରବାତାବରଣ ସୃଷ୍ଟି ହୋଇଛି ।

ସକ୍ରିୟମୌସୁମୀ , ଲାଗିରହିଛି ବର୍ଷା

ଭୁବନେଶ୍ୱ.୧୫ା୭(ଏସଏସନିଉଜ) ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ମୌସୁମୀ ସକ୍ରିୟ ଯୋଗୁ ରାଜ୍ୟର ଉପକୂଳ ଓ ପାର୍ଶ୍ଵବର୍ତ୍ତୀଅଞ୍ଚଳରେ ବର୍ଷା ଲାଗିରହିଛି। ଆଜି ସକାଳୁଆରମ୍ଭ ହୋଇଯାଇଛି ବର୍ଷା ।ତେବେ କଟକ ଏବଂ ଭୁବନେଶ୍ୱରରେ ଲଗାଣବର୍ଷା ଲାଗିରହିଛି ।ଅନ୍ୟପଟେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଆସନ୍ତାକାଲି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗବିଜ୍ଞାନକେନ୍ଦ୍ର ପକ୍ଷରୁ କୁହାଯାଇଛି।ଯାହାଫଳରେ ରାଜ୍ୟରେ ବର୍ଷାରପରିମାଣ ବୃଦ୍ଧିପାଇବ । ସୋମବାରଆଡ଼କୁ ସବୁଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଥିବାରୁ ଆସନ୍ତା ୨୪ଘଣ୍ଟା ମଧ୍ୟରେ ୧୪ଟିଜିଲ୍ଲାରେ ପ୍ରବଳବର୍ଷା ହେବାନେଇ ୟେଲୋ […]