Browsing author

SATYA SANDHANA DESK

ହତ୍ୟାକରି ରାସ୍ତାରେ ଫିଙ୍ଗିଲେ !

ବରଗଡ଼,୨୦।୭(ଏସଏସନିଉଜ) ଯୁବକଙ୍କ କ୍ଷତବିକ୍ଷତ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି।ୱାର୍ଡ ନଂ୧ର କେଶବନଗରରୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି।କେହି ମାରଣାସ୍ତ୍ରରେ ହତ୍ୟା କରି ଫିଙ୍ଗିଥିବା ସନ୍ଦେହ କରାଯାଉଛି।ଘଟଣାସ୍ଥଳରୁ ହତ୍ୟାରେ ବ୍ୟବହୃତ ଛୁରି ଓ ମୋବାଇଲ ଜବତ କରିଛି ପୋଲିସ। ସାଇଣ୍ଟିଫିକ୍‌ ଟିମ୍‌ ସହ ସନ୍ଧାନୀ କୁକୁର ଧରି ପୋଲିସର ଛାନଭିନ୍‌ ଆରମ୍ଭ କରିଛି। ମୃତଯୁବକ ସ୍ଥାନୀୟ ନିଲିବନ୍ଧପଡ଼ାର ହୋଇଥିବା ବେଳେ ଟାଉନଥାନା ପୋଲିସର ତଦନ୍ତ ଆରମ୍ଭ ହୋଇ ହୋଇଛି।

ମହିଳାଙ୍କୁ ନିବସ୍ତ୍ରକରି ରାସ୍ତାରେ ଚଳାଇବା ଘଟଣା- ବନ୍ଧାହେଲା ମୁଖ୍ୟ ଅଭିଯୁକ୍ତ

ଭୁବନେଶ୍ୱର,୨୦।୭ (ଏସଏସନିଉଜ)ଦୁଇ ମହିଳାଙ୍କୁ ନିବସ୍ତ୍ର କରି ମଣିପୁର ରାସ୍ତାରେ ଚଳାଇବା ଘଟଣାର ଭିଡିଓ ଗତକାଲି ସାମନାକୁ ଆସିବା ପରେ ସମଗ୍ର ଦେଶରେ ଏହାକୁ ନେଇ ହଇଚଇ ଆରମ୍ଭ lଏହି ଭିଡିଓ ଭାଇରାଲ ହେବା ପରେ ପୁଲିସ୍‌ ତତ୍କାଳ ଘଟଣାର ଯାଞ୍ଚ ଆରମ୍ଭ କରି ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ବାନ୍ଧିଛି। ଏପରି ଲଜ୍ଜାଜନକ କାଣ୍ଡ କରିଥିବା ମୁଖ୍ୟ ଅଭିଯୁକ୍ତଙ୍କ ନାମ ଖୁୟରୁମ ହେରାଦାସ ଓ ତାଙ୍କ ବୟସ ୩୨ ବର୍ଷ ବୋଲି ଜଣାଯାଇଛି ।ମଣିପୁର ପୁଲିସ୍‌ ଆଜି ସକାଳୁ […]

ଛାତ୍ରୀଙ୍କୁ ଅସଦାଚରଣ କରିବା ପଡିଲା ମହଙ୍ଗା

ଭୁବନେଶ୍ବର,୨୦।୭(ଏସଏସ ନିଉଜ)ଭୁବନେଶ୍ବରରେ ଅସଦାଚରଣ ଓ ପ୍ରେମ ନିବେଦନକରି ଭୂଗୋଳ ଶିକ୍ଷକ ଅଟକ ରହିଛନ୍ତି।ନିଜ ଫାଇଦାପାଇଁ ଛାତ୍ରୀଙ୍କୁ ଦେଇଥିଲେ ପ୍ରଶ୍ନପତ୍ର।ପ୍ରଶ୍ନପତ୍ର ଦେଇ ଅସଦାଚରଣ କରୁଥିଲେ କାଳୁଚରଣ ବଡ଼ଜେନା।ବାରମ୍ବାର ଅସଦାଚରଣ କରିଥିବା ଛାତ୍ରୀଙ୍କ ଅଭିଯୋଗ କରିଛନ୍ତି।

ଭୁସ୍କଳନଯୋଗୁ ବାହ୍ୟଜଗତରୁ ବିଚ୍ଛିନ୍ନହେଲା ଗାଁ

  ମାଲକାନଗିରି,୨୦।୭(ଏସଏସନିଉଜ) ମାଲକାନଗିରି ଜିଲ୍ଲା ବାୟାପଡା ଘାଟିରେ ଭୁସ୍କଳନ ହୋଇଥିବାରୁ ମାଟି ଅତଡ଼ା ଧସିକୋରୁକୋଣ୍ଡା ବ୍ଲକର ନାକାମାମୁଡ଼ି ପଂଚାୟତର ୧୫ରୁ ଅଧିକ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି ।ଗତ ତିନିଦିନ ଧରି ଲଗାଣ ବର୍ଷା ଯୋଗୁ ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହୋଇ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା।କିନ୍ତୁ ଆଜି ସକାଳୁ ପ୍ରବଳ ବର୍ଷା ଯୋଗୁଁ ଭୁସ୍କଳନ ଫଳରେ ୧୫ରୁ ଅଧିକଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇରହିଛି ।

ଓଲଟିପଡିଲା ଟୁରିଷ୍ଟବସ

ଭଦ୍ରକ,୨୦।୭(ଏସଏସନିଉଜ) ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିପଡିଛି ତୀର୍ଥଯାତ୍ରୀ ବସ୍।ଯାହାଫଳରେ ୨୫ଜଣ ଆହତ ହୋଇଛନ୍ତି। ଭଣ୍ଡାରିପୋଖରୀ ଥାନା ପେଟ୍ରୋଲ ପମ୍ପ୍ ନିକଟରେ ଏହି ଦୁର୍ଘଟଣା ଘଟିଛି।ଏଥିରେ ୪୦ ଜଣ ଯାତ୍ରୀ ଆହତ ହୋଇଛନ୍ତି ଓ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି ।ସମସ୍ତଙ୍କୁ ମେଡିକାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। କୋଲକାତାରୁ ବସ୍ ଯୋଗେ ପୁରୀ ଯାଉଥିଲେ ୬୨ଜଣ ଯାତ୍ରୀ। ଆଜି ସକାଳ ପ୍ରାୟ ୧୦ଟା ସମୟରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଲା ଶିବମ ନାମକ ଏହି […]

ଆଜିର ରାଶିଫଳ

ଜୁଲାଇମାସ ୨୦ତାରିଖ ୨୦୨୩ ମସିହା (ଗୁରୁବାର)ଶ୍ରାବଣମାସ-ମଳ ଶୁକ୍ଳପକ୍ଷ,ତିଥି- ତୃତୀୟା,ସୁର୍ୟୋଦୟ-ପ୍ରାତଃ ଘ୦୫/୨୨/୩୩,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୪/୨୧,ତୃତୀୟାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,କର୍କଟ ଓ ମକର ରାଶିର ଘାତଚନ୍ଦ୍ର,ତୁଳା ଓ କୁମ୍ଭ ରାଶିର ଘାତବାର,କାଳବେଳା ଓ ବାରବେଳା – ଦିବା ଘ୦୩/୦୬ ଗତେ ଘ୦୩/୨୪ ମଧ୍ୟେବିଶୁଦ୍ଧ ଅମୃତ ବେଳ। – ରାତ୍ରି ଘ୦୧/୩୫ଗତେ ଘ୦୪/୦୦ ମଧ୍ୟେ,ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ଦିବା ଘ୦୬/୫୮ ମଧ୍ୟେ ଓ ଘ୧୦/୧୦ ଗତେ ଘ୧୨/୩୫ ମଧ୍ୟେ, ପୋଟଳ ଭକ୍ଷଣ ନିଷେଧ। ମେଷ:-ବହୁଦିନର ଆଶା ଫଳବତୀ ହୋଇପାରେ। ଆପଣଙ୍କ […]

ଡକାୟତି କରିବାପୁର୍ବରୁ ଧରିଲା ପୋଲିସ

ଜଟଣୀ,୧୯ା୭(ଏସଏସନିଉଜ) ଡକାୟତି କରିବା ନିମନ୍ତେ ଯୋଜନା କରୁଥିବାବେଳେ ସୁଚନାପାଇ ଜଟଣୀଥାନା ପୋଲସି ମଙ୍ଗଳବାରରାତିରେ ଏକ ଡକାୟତିଦଳକୁ ଧରିବାରେ ସକ୍ଷମହୋଇଛି ।ସେମାନଙ୍କଠାରୁ ମୋଟରସାଇକେଲ, ଗୋଟିଏ ସ୍କୁଟି, ୨ଟି ଲୁହା ଛଡ, ୩ଟି ଛୁରୀ, ଗୋଟିଏ ମୋବାଇଲଫୋନ ଏବଂ କିଛି ଲଙ୍କାଗୁଣ୍ଡ ପ୍ୟାକେଟ ଜବତ କରିଛି । ପଚରାଉଚରାବେଳେ ଅଭିଯୁକ୍ତମାନେ କିଷ୍ଟକଲେଜ ନିକଟରେ ଥିବା ଏକ ପରିତ୍ୟକ୍ତଘରେ ଏକାଠିହୋଇ ଜାତୀୟ ରାଜପଥରେ ଯାତାୟାତ କରୁଥିବା ବିଭିନ୍ନଯାତ୍ରୀ ତଥା ପରିବହନଯାନ ଗୁଡିକରୁ ବଡଧରଣର ଡକାୟତି କରିବା ନିମନ୍ତେ ଯୋଜନା କରୁଥିବାକଥା ପୋଲିସ […]

ଆଜିର ରାଶିଫଳ

୧୯-୭-୨୦୨୩(ବୁଧବାର)ଅଦ୍ୟ କର୍କଟ ଦି୩ନ ଶ୍ରାବଣ ଶୁକ୍ଳ ଦ୍ବିତୀୟା ଦ ୫୭।୪୯ ରାଘ ୪।୨୯,କର୍କଟ ଚନ୍ଦ୍ର ଦ୬୦ ନିଶାନ୍ତ।ଯୋଗିନୀ ଉତ୍ତରେ । ରାତ୍ରି ଘ୪।୨୯ ଗତେ ଅଗ୍ନିକୋଣେ । ଯାତ୍ରା ଶୁଭ । କର୍କଟରାଶିର ଘାତବାର । ଦିବା ଘ୮।୩୭ ଗତେ ଘ୧୦।୧୫ ମଧ୍ୟେ କାଳବେଳା । ଘ୧୧।୧୫ ଗତେ ଇଂଘ ୧।୩୧ ମଧ୍ୟେ ବାରବେଳା । ରାତ୍ରି ଘ୨।୩୮ ଗତେ ଘ୪।୦ ମଧ୍ୟେ କାଳରାତ୍ରି ।ଦ୍ଵିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ବୃହତୀ ଭକ୍ଷଣ ନିଷେଧ […]

କାଉଡ଼ିଆଙ୍କୁ ଗୋଡ଼ାଇ ପିଟିଲା ପୁଲିସ

ଭଦ୍ରକ,୧୮ା୭(ଏସଏସନିଉଜ) ଭଦ୍ରକଜିଲ୍ଲାର ପ୍ରସିଦ୍ଧଶୈବପୀଠ ଆରଡିର ବାବା ଆଖଣ୍ଡଳମଣିଙ୍କ ପୀଠରେ ଶ୍ରାବଣମାସର ସୋମବାରରେ ଜଳଲାଗି ପାଇଁ ହଜାର ହଜାର ଭକ୍ତ ରବିବାରରାତିରୁ ଭିଡ଼ ଲାଗିଥିଲା।ଏତେସଂଖ୍ୟକ ଭକ୍ତଙ୍କ ସମାଗମ ହୋଇଥିବାବେଳେ ଜଳାଭିଷେକ ପାଇଁ କାଉଡିଆଙ୍କ ଭିତରେ ଠେଲାପେଲା ହୋଇଥିଲା ।ଆଗ କିଏ ଯିବ ସେଥିପାଇଁ ଏକପ୍ରକାର ପ୍ରତିଯୋଗୀତା ଆରମ୍ଭ ହୋଇଯାଇଥିଲା ।ବାଧ୍ୟହୋଇ ଗହଳିକୁ ନିୟନ୍ତ୍ରଣକୁ ଆଣିବାପାଇଁ ଠେଲାପେଲା କରୁଥିବା କାଉଡିଆଙ୍କୁ ସାଇଜ କରିବାପାଇଁ ଓ ଭିଡ଼ ନିୟନ୍ତ୍ରଣ କରିବାପାଇଂ ପୋଲିସ ଗୋଡ଼ାଇ ଗୋଡ଼ାଇ ପିଟିଥିଲା ।ଭକ୍ତମାନେ ଶୃଙ୍ଗଳିତଭାବେ ଜଳାଭିଷେକ କରିବାପାଇଁ […]

କୋର୍ଟ ପରିସରରୁ ଚୋରୀହେଲା ବାଇକ୍

ଖୋର୍ଦ୍ଧା, ୧୮ା୭(ଏସଏସନିଉଜ) ସୋମବାରଦିନ ଖୋର୍ଦ୍ଧା ସିଭିଲ୍ କୋର୍ଟ ପରିସରରୁ କୋର୍ଟରେ ଓକିଲ କିରାଣୀ ଭାବେ କାମ କରୁଥିବା ଅରୁଣ କୁମାର ପାଣିଗ୍ରାହୀଙ୍କ ଓଆର୍୦୨ଏକ୍ୟୁ ୯୮୬୧ନଂ ହିରୋ ସିବିଜେଡ୍ ମୋଟର ସାଇକଲ୍ ଚୋରୀହୋଇଯାଇଥିବାର ଥାନାରେ ଲିଖିତ ଅଭିଯୋଗ ହୋଇଛି ।ସେହିଭଳିଭାବେ ଦଳଇେପୁଟ ନିକଟ କେଏମ୍‌ବିବି ମହାବିଦ୍ୟାଳୟ ଛକ ନିକଟ ରାସ୍ତାକଡ଼ରେ ବାଇକଧରି ଠିଆହୋଇଥିବା ୨ଜଣଛାତ୍ରଙ୍କ ଆକ୍ରମଣକରି ମୋବାଇଲ ଛଡାଇନେଇପଳାଇଥିଲେ ।ପିଲାମାନେ ପାଟିକରିବାରୁ ସ୍ଥାନୀୟ ଲୋକମାନେ ଲୁଟେରାଦ୍ୱୟଙ୍କୁ ଧରି ୧୬ ନମ୍ବର ଜାତୀୟରାଜପଥ ପୁଲିସପାଟ୍ରୋଲିଂ ଟିମ୍‌କୁ ହସ୍ତାନ୍ତର କରିଥିଲେ ।